Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାର କାଇଁଚ ଶିଳ୍ପ, କେନ୍ଦ୍ରପଡା କାରୀଗରଙ୍କୁ ଆଣି ଦେଇଛି ରୋଜଗାରର ଭିନ୍ନ ମାଧ୍ୟମ
ଜାତୀୟ ଖବର

ଓଡିଶାର କାଇଁଚ ଶିଳ୍ପ, କେନ୍ଦ୍ରପଡା କାରୀଗରଙ୍କୁ ଆଣି ଦେଇଛି ରୋଜଗାରର ଭିନ୍ନ ମାଧ୍ୟମ

August 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାର କାଇଁଚ ଶିଳ୍ପ, କେନ୍ଦ୍ରପଡା କାରୀଗରଙ୍କୁ ଆଣି ଦେଇଛି ରୋଜଗାରର ଭିନ୍ନ ମାଧ୍ୟମ

ଭୁବନେଶ୍ବର: କେନ୍ଦ୍ରାପଡ଼ାର କାଇଁଚ ଶିଳ୍ପ କାରିଗରମାନଙ୍କ ପାଇଁ ଜୁଲାଇ ଏକ ଉତ୍ସାହଜନକ ମାସ ଥିଲା। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ କାଇଁଚ ଶିଳ୍ପରେ ମହିଳାମାନଙ୍କ ‘ଦକ୍ଷତା ଏବଂ ଉଦ୍ୟୋଗ ବିକାଶ’ ନିମନ୍ତେ ଚାଲିଥିବା ଏକ ପ୍ରକଳ୍ପ ଯାହାକି ‘ସଂକଳ୍ପ’ କେନ୍ଦ୍ରାପଡ଼ା ପ୍ରକଳ୍ପ ନାମରେ ବେଶ ଜଣାଶୁଣା। ଏହି ଅବସରରେ ପ୍ରକଳ୍ପ ଅଧୀନରେ କାରିଗରମାନଙ୍କ ପାଇଁ ପର୍ଯ୍ୟାୟକ୍ରମେ କର୍ମଶାଳାମାନ ଅନୁଷ୍ଠିତ ହୋଇଯାଇଛି।

ଏହି କର୍ମଶାଳାଗୁଡ଼ିକ ଅପେକ୍ଷାକୃତ କମ୍‌ ଶିକ୍ଷା ଦିଆଯାଉଥିବା କିନ୍ତୁ ଗୁରୁତ୍ୱପୂର୍ଣ୍ଣ କୌଶଳ ଯଥା: ସଚେତନ ଉତ୍ପାଦନ ଓ ସ୍ଥିରତା, ବ୍ରାଣ୍ଡ ଫିଡ୍‌ବ୍ୟାକ୍‌, ଗ୍ରାହକଙ୍କ ମତାମତ, ଆଧୁନିକ ଦିନର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା, ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ଏବଂ ଟିକସ ଏବଂ ଦୈନନ୍ଦିନ ଆର୍ଥିକ ପରିଚାଳନାର ମୌଳିକ ବିଷୟ ଉପରେ କେନ୍ଦି୍ରତ ଥିଲା।

ଜାଭିୟର୍‌ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଅଧିନସ୍ଥ ସ୍କୁଲ ଅଫ୍‌ ସଷ୍ଟେନେବିଲିଟିର ଡିନ୍‌ ପ୍ରଫେସର (ଡ.) ସୁତପା ପତିଙ୍କ ଦ୍ୱାରା ସଚେତନ ଉତ୍ପାଦନ ଓ ସ୍ଥିରତା କର୍ମଶାଳା ତଥା ସ୍କୁଲ ଅଫ୍‌ କମର୍ସର ସହକାରୀ ପ୍ରଫେସର ଅଭିମନୁ୍ୟ ସାହୁଙ୍କ ଦ୍ୱାରା ଆର୍ଥିକ ବୁଝାମଣା କର୍ମଶାଳା ଯଥାକ୍ରମେ ପରିଚାଳନା କରାଯାଇଥିଲା। ବ୍ରାଣ୍ଡ ଫିଡ୍‌ବ୍ୟାକ୍‌ ଏବଂ ପାରସ୍ପରିକ ଆଦାନପ୍ରଦାନ କର୍ମଶାଳାରେ ୬ଟି ଅଧିବେଶନ ହାତତିଆରି ସାମଗ୍ରୀର ଖୁଚୁରା ବ୍ୟବସାୟ କରୁଥିବା ୬ଟି ଭିନ୍ନ ଭିନ୍ନ ବ୍ରାଣ୍ଡ ସହିତ ପରିଚାଳିତ ହୋଇଥିଲା। ଏହି ୬ଟି ବ୍ରାଣ୍ଡ ସ୍ଥାନୀୟ ଏବଂ ଜାତୀୟସ୍ତରର ଯଥା: ଇକାଇ ଆସାଇ, କ୍ରାଫଫ କାଉନ୍‌ସିଲ୍‌ ଇଣ୍ଡିଆ, ଫିକ୍ସି ଫ୍ଲୋ, ଭିଣ୍ଟେଜ୍‌ ଭିଷ୍ଟାରା, ସିମ୍ପଲ୍‌ କ୍ରେଜି ଏବଂ ଡିଆର୍‌ପି ଆର୍ଟଲାଇଫ୍‌ ଥିଲା।

ଏହି ବର୍ଷରେ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା କର୍ମଶାଳାଗୁଡ଼ିକରେ ଇବାଣିଜ୍ୟ, ଖୁଚୁରା ଏବଂ ସାମାଜିକ ଗଣମାଧ୍ୟମ ଓ ଫୋନ୍‌ ଫଟୋଗ୍ରାଫି ଉପରେ ଧ୍ୟାନ ଦିଆଯିବ । ‘ସ୍କିଲ୍‌ ଇଣ୍ଡିଆ’ (କୌଶଳ ଭାରତ) କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ପୂର୍ବରୁ ରହିଥିବା ଦକ୍ଷତା ପ୍ରଶିକ୍ଷଣ ପଦକ୍ଷେପଗୁଡ଼ିକୁ ଏକତ୍ର କରିବା ଏବଂ ପ୍ରଶିକ୍ଷଣ ପ୍ରଚେଷ୍ଟାର ପରିମାପ ଏବଂ ଗୁଣବତ୍ତାର ସମିଶ୍ରଣ ପାଇଁ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧୀନରେ ଦକ୍ଷତା ଆହରଣ ଏବଂ ଜୀବିକାର ଉନ୍ନତି ନିମନ୍ତେ ଜ୍ଞାନ ସଚେତନତା (ସଂକଳ୍ପ) ୨୦୧୮ ମସିହରେ ପ୍ରତିଷ୍ଠା କରାଯାଇଥିଲା ।

ସଂକଳ୍ପ କେନ୍ଦ୍ରାପଡ଼ା ପ୍ରକଳ୍ପଟି ୨୦୨୦ ମସିହା ନଭେମ୍ବର ମାସରେ ଆରମ୍ଭ ହୋଇଥିଲା, ଯାହା ଜାତୀୟ ଆଦେଶ ଅଧୀନସ୍ଥ ଏକ ପାଇଲଟ୍‌ ପ୍ରକଳ୍ପ। ଏହି ପ୍ରକଳ୍ପଟି ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରାଳୟ, ଭାରତ ସରକାର, ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାର ଏବଂ ଜିଲ୍ଲା ପ୍ରଶାସନ, କେନ୍ଦ୍ରାପଡ଼ା, ଓଡ଼ିଶା ଦ୍ୱାରା କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପ ଜରିଆରେ କେନ୍ଦ୍ରାପଡ଼ା ଜିଲ୍ଲାର କାଇଁଚ ଶିଳ୍ପ ପୁଞ୍ଜ (କ୍ଲଷ୍ଟର)ରେ ପ୍ରକଳ୍ପ ଅଧିନସ୍ଥ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ କାର୍ଯ୍ୟକାରୀ କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ଏହି ପ୍ରକଳ୍ପ ମାଧ୍ୟମରେ ୩୦ରୁ ଊଦ୍ଧ୍ୱର୍ ଗ୍ରାମର ୩୦୦୦ରୁ ଊଦ୍ଧ୍ୱର୍ ମହିଳା କାରିଗର ଉପକୃତ ହେବେ।

ଏହି ପ୍ରକଳ୍ପର ପ୍ରଶିକ୍ଷଣ ଏବଂ କାର୍ଯ୍ୟକ୍ରମ କ୍ଷେତ୍ରଗୁଡ଼ିକ ଯଥା: ଶିଳ୍ପ ପ୍ରଶିକ୍ଷଣ, ନମୂନା ଏବଂ ଗୁଣାତ୍ମକ ପ୍ରଶିକ୍ଷଣ, ଉଦ୍ୟୋଗିକ ପ୍ରଶିକ୍ଷଣ, ବ୍ୟବହାରିକ କୌଶଳ ପ୍ରଶିକ୍ଷଣ, ବିପଣନ ବ୍ୟବସ୍ଥା, ବୈଷୟିକ ଜ୍ଞାନକୌଶଳ, ପ୍ରଦର୍ଶନ (ଏକ୍ସପୋଜର) ଏବଂ ଭିତ୍ତିଭୂମି ଇତ୍ୟାଦିରେ ବିଭକ୍ତ କରାଯାଇଛି । କାରିଗରମାନେ ସେମାନଙ୍କର ସୋସିଆଲ୍‌ ମିଡିଆକୁ ବ୍ୟବହାର କରି ସ୍ୱ ଓଡ଼ିଶା ମାଧ୍ୟମରେ ତଥା ପ୍ରଦର୍ଶନୀ ଏବଂ କ୍ରେତା-ବିକ୍ରେତା ସମ୍ମିଳନୀ ମାଧ୍ୟମରେ ନିୟମିତ ଅର୍ଡର ଗ୍ରହଣ କରି ଆସୁଛନ୍ତି । କର୍ମଶାଳା ସମୟରେ ଶିଖାଯାଇଥିବା ସୂକ୍ଷ୍ମ କୌଶଳ କାରିଗରମାନଙ୍କୁ ସେମାନଙ୍କର ବଜାର ଚାହିଦା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହେଉଛି ।

କାଇଁଚ କାଇଁଚ ଶିଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଂ ଲାଇସେନ୍ସ ବାତିଲ୍, ଏହା ଆପଣଙ୍କୁ କିପରି ପ୍ରଭାବିତ କରିବ?

April 25, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026

ପେଟିଏମ ପେମେଣ୍ଟସ ବ୍ୟାଙ୍କ ଲାଇସେନ୍ସ ରଦ୍ଦ

April 24, 2026

ଦୁଇ ରାଜ୍ୟରେ ବମ୍ପର ଭୋଟିଂ

April 23, 2026
Latest News

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା

April 25, 2026

ସଖୀ ସେଣ୍ଟରରେ ଝୁଲି ପଡ଼ିଲେ ନାବାଳିକା

April 25, 2026

ଚିଲିକା ପବନରେ ସାହିତ୍ୟର ସୁଗନ୍ଧ: ଜ୍ଞାନ ଓ ସାହିତ୍ୟର ମହାକୁମ୍ଭ ପ୍ରଥମ “ଚିଲିକା ପୁସ୍ତକ ମେଳା” ଉଦଘାଟିତ

April 25, 2026

ଏପ୍ରିଲ ୨୭ରୁ ଖରା ଛୁଟି : ଘରେ ରହି ପିଲାଏ କରିବେ ଆସାଇନମେଣ୍ଟ

April 25, 2026

ବିଶ୍ୱର ଶ୍ରେଷ୍ଠ ୧୦୦ଟି ଚିକେନ୍ ଖାଦ୍ୟରେ ଭାରତୀୟ ଚିକେନ ଡିଶର କମାଲ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.