Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏକ କୋଟିରେ ପହଞ୍ଚିଲା ଏମଏସଏମଇ ଉଦ୍ୟମ ପୋର୍ଟାଲ୍ ପଞ୍ଜୀକରଣ
ଜାତୀୟ ଖବର

ଏକ କୋଟିରେ ପହଞ୍ଚିଲା ଏମଏସଏମଇ ଉଦ୍ୟମ ପୋର୍ଟାଲ୍ ପଞ୍ଜୀକରଣ

August 2, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏକ କୋଟିରେ ପହଞ୍ଚିଲା ଏମଏସଏମଇ ଉଦ୍ୟମ ପୋର୍ଟାଲ୍ ପଞ୍ଜୀକରଣ

ନୂଆଦିଲ୍ଲୀ : ଏମଏସଏମଇ ମନ୍ତ୍ରଣାଳୟ ଆଜି ଏହାର ଉଦ୍ୟମ ପୋର୍ଟାଲରେ ୧ କୋଟି ପଞ୍ଜୀକରଣ ମାଇଲଖୁଣ୍ଟକୁ ହାସଲ କରିଛି । ଉଦ୍ୟମ ପଞ୍ଜୀକରଣ ପୋର୍ଟାଲକୁ ୧ ଜୁଲାଇ ୨୦୨୦ ରେ ଶୁଭାରମ୍ଭ କରାଯାଇଛି। ସଂଶୋଧିତ ସଂଜ୍ଞା ନିର୍ମାଣ ଓ ସେବା ଉଦ୍ୟୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି।

ଉଦ୍ୟମ ପୋର୍ଟାଲ୍ ସିବିଡିଟି ଏବଂ ଜିଏସଟିଏନ୍ ଡାଟାବେସ୍ ସହିତ ସଂପୃକ୍ତ ଅଟେ। ଏହା ସମ୍ପୂର୍ଣ୍ଣ ଭାବରେ ଅନଲାଇନ ଅଟେ, ଏଥିପାଇଁ କୌଣସି କାଗଜପତ୍ର ପ୍ରକ୍ରିୟାର ଆବଶ୍ୟକତା ନାହିଁ ଏବଂ ଏହା ଏମଏସଏମଇ ପାଇଁ ବ୍ୟବସାୟକୁ ସୁଗମ କରିବା ଦିଗରେ ଏକ ପଦକ୍ଷେପ ଅଟେ।

ଏହି ଅବସରରେ ସୂଚନା ପ୍ରଦାନ କରି, ଏମଏସଏମଇ ର କେନ୍ଦ୍ର ମନ୍ତ୍ରୀ ଶ୍ରୀ ନାରାୟଣ ରାଣେ ଓ ରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଭାନୁ ପ୍ରତାପ ସିଂହ ବର୍ମା ଉଦ୍ୟମ ପଞ୍ଜୀକରଣର ଆବଶ୍ୟକତାକୁ ଦର୍ଶାଇଥିଲେ ଓ ଏମଏସଏମଇ ର ଏକ ପରିଚୟ ଭାବରେ ଏହାର ଆବଶ୍ୟକତା ବିଷୟରେ ସୂଚନା ପ୍ରଦାନ କରିଥିଲେ।

ଏହା ସହାୟତାରେ ଏମଏସଏମଇ ମନ୍ତ୍ରଣାଳୟ ଏବଂ ବ୍ୟାଙ୍କମାନଙ୍କର ସ୍କିମ୍ ଅଧୀନରେ ଏମଏସଏମଇ ଗୁଡ଼ିକ ସୁବିଧା ଲାଭ କରିପାରିବେ। ଶ୍ରୀ ରାଣେ ମଧ୍ୟ ଜିଡିପିର ଅଭିବୃଦ୍ଧି, ରପ୍ତାନୀ ଓ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏମଏସଏମଇ ର ଅବଦାନକୁ ଗୁରୁତ୍ବ ପ୍ରଦାନ କରିଥିଲେ।

୨୫ ମାସର ଅବଧି ମଧ୍ୟରେ, ସ୍ବେଚ୍ଛାକୃତ ଭାବରେ ଉଦ୍ୟମ ପୋର୍ଟାଲରେ ୧ କୋଟି ଏମଏସଏମଇ ପଞ୍ଜୀକରଣ କରି ସାରିଛନ୍ତି ଓ ଏହା ଘୋଷଣା କରିଛନ୍ତି ଯେ ସେମାନେ ୭.୬ କୋଟି ଲୋକମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଯେଉଁଥିରେ ୧.୭ କୋଟି ମହିଳା ରହିଛନ୍ତି।

ଏମଏସଏମଇ ମନ୍ତ୍ରଣାଳୟ, ପର୍ଯ୍ୟଟନ ମନ୍ତ୍ରଣାଳୟ ଓ ଏନଏସଆଇସି ସହିତ ଉଦ୍ୟମ ଡାଟାକୁ ସେୟାର କରିବା ପାଇଁ ଏମଓୟୁ ସ୍ବାକ୍ଷର କରିଛନ୍ତି। ଏହି ଅବସରର ଉଦ୍ୟମ ପଞ୍ଜୀକରଣ ପାଇଁ ଡିଜିଲକର ସୁବିଧାକୁ ମଧ୍ୟ ଶୁଭାରମ୍ଭ କରାଯାଇଛି।

ଏମଏସଏମଇ ନାରାୟଣ ରାଣେ
Share. Facebook Twitter LinkedIn Email WhatsApp Copy Link

Related Posts

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଓଡ଼ିଶାରେ କେତୋଟି ଆକାଶବାଣୀ କେନ୍ଦ୍ର କାର୍ଯ୍ୟ କରୁଛି?: ସଂସଦରେ ଉତ୍ତର ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ

March 13, 2026
Latest News

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026

ବଢୁଥିବା ନିଖୋଜ ବ୍ୟକ୍ତି ଘଟଣା ଉପରେ ଏନଏଚଆରସିର ଉଦବେଗ: ଓଡ଼ିଶା ସମେତ ୫ ରାଜ୍ୟକୁ ନୋଟିସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.