ଓଡିଶାରେ ଥିବା ଜାତୀୟ ରାଜପଥର ମାନ ଯାଞ୍ଚ ପାଇଁ ହେବ ଅଣବିଧ୍ୱଂସକାରୀ ପରୀକ୍ଷଣ

Published: Aug 4, 2022, 6:52 pm IST

ନୂଆଦିଲ୍ଲୀ: ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ (ଏମଓଆରଟିଏଚ) ୪ଟି ରାଜ୍ୟ ଗୁଜୁରାଟ, ରାଜସ୍ଥାନ, ଓଡିଶା ଓ କର୍ଣ୍ଣାଟକରେ ପାଇଲଟ ଭିତ୍ତିରେ ଅଣବିଧ୍ୱଂସକାରୀ ପରୀକ୍ଷଣ (ଏନଡିଟି) ଦ୍ୱାରା ଜାତୀୟ ରାଜପଥ ଗୁଣବତ୍ତା ନୀରିକ୍ଷଣ ପାଇଁ ଭ୍ରାମ୍ୟମାଣ ନୀରିକ୍ଷଣ ଯାନ (ଏମଆଇଭି) ମୁତୟନ କରାଯିବ। ବିଶ୍ୱ ଗୁଣବତ୍ତା ମାନଦଣ୍ଡ ଅନୁଯାୟୀ ଜାତୀୟ ରାଜପଥ ନିର୍ମାଣ ମନ୍ତ୍ରାଳୟର ପ୍ରତିବଦ୍ଧତାର ଏକ ଅଂଶ।

ଏହି ଏମଆଇଭିଗୁଡିକର ବ୍ୟବହାର ଦ୍ୱାରା ଜାତୀୟ ରାଜପଥ ନିର୍ମାଣରେ ପ୍ରଚଳିତ ଗୁଣବତ୍ତା ନିୟନ୍ତ୍ରଣ ଓ ଗୁଣବତ୍ତା ଗ୍ରହଣ ବ୍ୟବସ୍ଥାକୁ ଆହୁରି ସକ୍ରିୟ କରିବ। ସକ୍ରିୟ ଆଭିମୁଖ୍ୟ ଦ୍ୱାରା ଗୁଣବତ୍ତାରେ ଥିବା ସମସ୍ୟାଗୁଡିକ ଚିହ୍ନଟ ହୋଇପାରିବ।

ପ୍ରତ୍ୟେକ ରାଜ୍ୟରେ ଭ୍ରାମ୍ୟମାଣ ନୀରିକ୍ଷଣ ଯାନ ସାହାଯ୍ୟରେ ତିନି ମାସରେ ୨ ହଜାର କିଲୋମିଟର ଜାତୀୟ ରାଜପଥ ପ୍ରକଳ୍ପ ନୀରିକ୍ଷଣ ହେବ। ଏନଏଚଏଆଇ, ଏନଏଚଆଇଡିସିଏଲ, ରାଜ୍ୟ ପିଡବ୍ଲୁଡି ଓ ଅନ୍ୟ ଏମଓଆରଟିଏଚର ଅନ୍ୟ କାର୍ଯ୍ୟନିର୍ବାହୀ ଏଜେନ୍ସିଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପରେ ନୀରିକ୍ଷଣ କରାଯିବ ।

ଗୁଜୁରାଟ ପାଇଁ ରାଜିନାମା ସ୍ୱାକ୍ଷର ହୋଇଛି। ରାଜସ୍ଥାନ, ଓଡିଶା ଓ କର୍ଣ୍ଣାଟକ ସହ ଖୁବ ଶୀଘ୍ର ସ୍ୱାକ୍ଷର ହେବ। ଭବିଷ୍ୟତରେ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ଏପରି ଭ୍ୟାନ ନିୟୋଜିତ ହେବ।ଏହି ଏମଆଇଭି ମାଧ୍ୟମରେ ପରୀକ୍ଷଣ ଫଳାଫଳ ସୃଷ୍ଟି ହେବା ସହ ଅସମାନତା ଆଲର୍ଟ ଅଂଶୀଦାରମାନଙ୍କ ନିକଟରେ ରିଅଲ ଟାଇମ ଭିତ୍ତିରେ ଏକ ଗୁଣବତ୍ତା ନିୟନ୍ତ୍ରଣ ପୋର୍ଟାଲ ମାଧ୍ୟମରେ ପହଞ୍ଚିବ। ଏହି ପୋର୍ଟାଲ ଏମଓଆରଟିଏଚଙ୍କ ଦ୍ୱାରା ବିକଶିତ ହେଉଛି ।

Related posts