Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ୩୫ରୁ ଊର୍ଦ୍ଧ୍ୱ ସହର ଓ ନଗରକୁ ନିଜର ଉପସ୍ଥିତି ସମ୍ପ୍ରସାରିତ କଲା ଜିଓଫାଇବର
ଆଜିର ଖବର

ଓଡ଼ିଶାରେ ୩୫ରୁ ଊର୍ଦ୍ଧ୍ୱ ସହର ଓ ନଗରକୁ ନିଜର ଉପସ୍ଥିତି ସମ୍ପ୍ରସାରିତ କଲା ଜିଓଫାଇବର

August 8, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦେଶରେ ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ଭାବରେ ନିଜର ସ୍ଥିତିକୁ ଅଧିକ ଦୃଢିଭୁତ କରି ଜିଓଫାଇବର ସମ୍ପ୍ରତି ଓଡ଼ିଶାର ୩୫ରୁ ଅଧିକ ସହର ଓ ନଗରରେ ଉପଲବ୍ଧ ହେଉଛି। ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା ଏବଂ ବଡବିଲ ସହରର ପ୍ରମୁଖ ଅଂଚଳରେ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ ହେବା ସହିତ ଜିଓଫାଇବର ସମ୍ପ୍ରତି ଓଡ଼ିଶାର ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡା, ବରଗଡ, ନବରଙ୍ଗପୁର, ଫୁଲବାଣୀ, ଜଳେଶ୍ୱର, ଛତ୍ରପୁର, ଘସିପୁରା, ବଡବିଲ ସମେତ ୩୫ରୁ ଅଧିକ ସହରରେ ଉପଲବ୍ଧ ହେଉଛି ଏବଂ ରାଜ୍ୟର ଅନ୍ୟାନ୍ୟ ସହର ଓ ନଗରକୁ ଏହାର ସେବାର ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛିି।

ପୂର୍ବରୁ ଜିଓଫାଇବର ଉପଲବ୍ଧ ଥିବା ସହର ଓ ନଗରଗୁଡିକରେ ମଧ୍ୟ ଜିଓ ନିଜର ଏହି ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ସେବାକୁ ଅଧିକ ପରିବ୍ୟାପ୍ତ କରୁଛି ଏବଂ ଏହା ନୂଆ ଅଂଚଳ ତଥା ସହର ଉପକଣ୍ଠ ଅଂଚଳଗୁଡିକୁ ସେବା ପରିବ୍ୟାପ୍ତ କରିବା ସହିତ ବ୍ୟକ୍ତିଗତ ଗୃହ ଠାରୁ ନେଇ କ୍ଷୁଦ୍ର ଓ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରରେ ଥିବା ପେଶାଦାରଙ୍କ ସମେତ ହଜାର ହଜାର ସଂଖ୍ୟକ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି ଏବଂ ସେମାନଙ୍କୁ ଅସୀମିତ ମନୋରଞ୍ଜନ, ଖବର, ସ୍ୱାସ୍ଥ୍ୟ ଓ ଶିକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ ଆଦିର ସମୃଦ୍ଧ ଅନୁଭୂତି ଯୋଗାଇ ଦେଉଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୨ ମେ ୩୧ ସୁଦ୍ଧା ଓଡ଼ିଶାରେ ଜିଓଫାଇବର୍ ଗ୍ରାହକଙ୍କ ସଂଖ୍ୟା ୧,୪୧,୩୪୬ ରହିଛି ଏବଂ ଏହା ପ୍ରତି ମାସରେ ଦ୍ରୁତ ଅଭିବୃଦ୍ଧି ଜାରି ରଖିଛି।

ଉଲ୍ଲେଖଯୋଗ୍ୟ ଯେ ଜିଓଫାଇବର ସମ୍ପ୍ରତି ନୂଆ ପୋଷ୍ଟପେଡ ଗ୍ରାହକଙ୍କ ନିମନ୍ତେ ଶୂନ୍ୟ ପ୍ରବେଶ ମୂଲ୍ୟରେ ସେବା ଉପଲବ୍ଧ କରାଉଛି, ଯେଉଁଥିରେ ବ୍ୟବହାରକାରୀ ଜିଓଫାଇବର ପୋଷ୍ଟପେଡ ସଂଯୋଗ ନେବାକୁ ଚାହିଁଲେ ୧୦,୦୦୦ ଟଙ୍କା ମୂଲ୍ୟର ଇଂଟରନେଟ ବକ୍ସ (ଗେଟୱେ ରାଉଟର), ସେଟ୍ ଟପ ବକ୍ସ ଏବଂ ସ୍ଥାପନା (ଇନଷ୍ଟଲେସନ) ମାଗଣାରେ ପାଇବେ । ଅନ୍ୟ ଏକ ଉଲ୍ଲେଖନୀୟ ସୁବିଧା ଭାବରେ ଜିଓଫାଇବର ଏଂଟରଟେନମେଂଟ ବୋନାଞ୍ଜା ଜରିଆରେ ଅସୀମିତ ମନୋରଞ୍ଜନ ଯୋଗାଇ ଦେଉଛି, ଯାହା ମାତ୍ର ୧୦୦ ଟଙ୍କା ଅଧିକ ଦେୟରେ ଆରମ୍ଭ ହେଉଛି। ବ୍ୟବହାରକାରୀ ମାସିକ ୩୯୯ ଟଙ୍କାରେ ଅସୀମିତ ହାଇ-ସ୍ପିଡ ଇଂଟରନେଟର ସୁଯୋଗ ନେବା ବ୍ୟବସ୍ଥା ଅପରିବର୍ତିତ ରହିବାବେଳେ ତାହାସହିତ ମାସିକ ମାତ୍ର ୧୦୦ ଟଙ୍କା ଅଥବା ୨୦୦ ଟଙ୍କା ଅଧିକ ଦେଇ ସେମାନେ ଏଣିକି ୧୪ଟି ପର୍ଯ୍ୟନ୍ତ ଲୋକପ୍ରିୟ ଓଟିଟି ଆପ୍ ଜରିଆରେ ସେମାନଙ୍କର ମନପସନ୍ଦର ବିଷୟବସ୍ତୁ ଦେଖିପାରିବେ।

ନୂତନ ଭାବରେ ଆରମ୍ଭ ହୋଇଥିବା ସହର ଓ ନଗରଗୁଡିକରେ ଜିଓଫାଇବରକୁ ନେଇ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି। ନବରଙ୍ଗପୁର ସହରରେ ଜିଓଫାଇବର ସେବା ଏବେ ପାଟାଲସାହି, ଚଉରାଗୁଡା, ବାଦାମସାହି, ସେନାପତିସାହି, ଭଗବତୀ ସାହି, ରାଜୁସାହି, ଶାନ୍ତି ନଗର, ତେଲିସାହି, ଗୌଡସାହି, ଦଶହରାପଡା ଆଦି ଅଂଚଳରେ ଉପଲବ୍ଧ ହେଉଛି ଏବଂ ସହରର ଅନ୍ୟାନ୍ୟ ଭାଗକୁ ଦ୍ରୁତ ସମ୍ପ୍ରସାରଣ ପ୍ରକ୍ରିୟା କାର୍ଯ୍ୟକାରୀ କରୁଛି। ସେହିଭଳି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ସହରରେ ଜିଓଫାଇବର ସମ୍ପ୍ରତି ବଡବଜାର ଛକ, ବାସନ୍ତୀ ପଡିଆ, ଏଲଆଇସି ଅଫିସ, ବ୍ଲକ ଅଫିସ ଛକ, ଶାସନବାଦ, ପଥରପୁରା ଏବଂ ନିକଟବର୍ତୀ ଅଂଚଳରେ ଉପଲବ୍ଧ ହେବା ସହ ଖୁବଶୀଘ୍ର ସହରର ଅନ୍ୟାନ୍ୟ ଅଂଚଳକୁ ଏହି ସେବାର ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି। ଫୁଲବାଣୀ ସହରରେ ଜିଓଫାଇବର ଏବେ ଅମଲାପଡା, ବସଷ୍ଟାଣ୍ଡ ଅଂଚଳ, ମାଷ୍ଟରପଡା, କଂଟ୍ରାକ୍ଟର ପଡା, ମେନ୍ ରୋଡ ଫୁଲବାଣୀ ସାହି, ମେଡିକାଲ ଅଂଚଳ, ମ୍ୟୁନିସିପାଲିଟି ଅଂଚଳ ଏବଂ ସନ୍ନିକଟ ଅଂଚଳଗୁଡିକରେ ତାହାର ସେବା ଯୋଗାଣ ଆରମ୍ଭ କରିଛି ଏବଂ ସହରର ଅନ୍ୟାନ୍ୟ ଅଂଚଳକୁ ନିଜ ସେବା ଦ୍ରୁତ ସମ୍ପ୍ରସାରଣ କରୁଛି।

କେନ୍ଦୁଝର ଜିଲ୍ଲାର ଘସିପୁରା ସହରରେ ଜିଓଫାଇବର ସେବା ଏବେ ଶାଳପଡା, ଜାଆଁରା, ଖପରାଖାଇ, ଘସିପୁରା ବସଷ୍ଟାଣ୍ଡ ଏବଂ ମେଡିକାଲ ରୋଡ ଆଦି ପ୍ରମୁଖ ଅଂଚଳରେ ଉପଲବ୍ଧ ହେଉଛି ଏବଂ ସହରର ଅନ୍ୟାନ୍ୟ ଅଂଚଳକୁ ଏହାର ଦ୍ରୁତଗତିରେ ସମ୍ପ୍ରସାରଣ କରାଯାଉଛି। ଅନୁରୂପ ଭାବରେ ଜିଓ ଫାଇବର ହାଇ ସ୍ପିଡ ବ୍ରଡବ୍ୟାଣ୍ଡ୍ ସମ୍ପ୍ରତି କେନ୍ଦୁଝର ଜିଲ୍ଲା ବଡବିଲ ସହରର ରୁଙ୍ଗଟା କଲୋନି, ରାଜୀବ ନଗର ଭଳି ଗୁରୁତ୍ୱପୂର୍ଣ୍ଣ ଅଂଚଳ ସମେତ ନିକଟବର୍ତୀ ସ୍ଥାନଗୁଡିକରେ ଉପଲବ୍ଧ ହେଉଛି ଏବଂ ସହରର ଅନ୍ୟାନ୍ୟ ଅଂଚଳକୁ ଦ୍ରୁତ ସମ୍ପ୍ରସାରଣ ପ୍ରକ୍ରିୟା ଚାଲିଛି। ଦ୍ରୁତ ସମ୍ପ୍ରସାରଣଶୀଳ ଜିଓଫାଇବର ହାଇସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଗଞ୍ଜାମ ଜିଲ୍ଲାର ଛତ୍ରପୁର ସହରର ଅଧିକାଂଶ ଅଂଚଳରେ ଉପଲବ୍ଧ ହୋଇଛି ଏବଂ ନିକଟରେ ଏହା ଗୌତମ ନଗର, ପାର୍କ ଷ୍ଟ୍ରିଟ, ରାମଲକ୍ଷ୍ମୀ ନଗର, ପଟନାୟକ କଲୋନୀ, ଏଲଆଇସି କଲୋନୀ, କୁଲଟି ଗୋପାଳପୁର ଏବଂ ନିକଟବର୍ତୀ ଅଂଚଳଗୁଡିକୁ ସମ୍ପ୍ରସାରିତ ହୋଇଛି।

ଓଡିଶା ଜିଓ ଫାଇବର ହାଇ ସ୍ପିଡ ବ୍ରଡବ୍ୟାଣ୍ଡ୍
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.