Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପକ୍ଷରୁ ନୂଆ ସୁବିଧା ଓ ଅଫର ସହ ସ୍ୱାଧୀନତାର ୭୫ତମ ବର୍ଷ ପାଳନ
ଆଜିର ଖବର

ଜିଓ ପକ୍ଷରୁ ନୂଆ ସୁବିଧା ଓ ଅଫର ସହ ସ୍ୱାଧୀନତାର ୭୫ତମ ବର୍ଷ ପାଳନ

August 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରିବା ପାଇଁ ତିନି ସ୍ୱତନ୍ତ୍ର ଅଭିଯାନ ସହ ଜିଓ ପକ୍ଷରୁ ଜିଓ ସ୍ୱାଧୀନତା ଦିବସ ଅଫର ଘୋଷଣା କରାଯାଇଛି ଯାହା ଭାରତୀୟଙ୍କୁ ଜିଓ ଡିଜିଟାଲ୍ ଜୀବନର ନୂତନ ଲାଭ ପ୍ରଦାନ କରିବ। ଏହି ଅଭିଯାନଗୁଡ଼ିକରେ ସାମିଲ ରହିଛି ଏକ “ହର ଘର ତ୍ରିରଙ୍ଗା, ହର ଘର ଜିଓଫାଇବର’ ଅଭିଯାନ ଯାହା ସହ ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ପ୍ଲାନ୍‌ରେ ମାଗଣାରେ ୧୫ ଦିନର ଅତିରିକ୍ତ ଲାଭ, ୨୯୯୯ ଟଙ୍କା ରିଚାର୍ଜ ପ୍ଲାନ୍‌ରେ ୩୦୦୦ ଟଙ୍କା ମୂଲ୍ୟର ଲାଭ ସହ ଜିଓ ସ୍ୱାଧୀନତା ଦିବସ ଅଫର ଏବଂ ୭୫୦ ଟଙ୍କାରେ ଏକ ସ୍ୱତନ୍ତ୍ର ୯୦ ଦିନିଆ ଅସୀମିତ ପ୍ଲାନ୍ ମଧ୍ୟ ସାମିଲ ରହିଛି।

୨୦୨୨ ଅଗଷ୍ଟ ୧୨ରୁ ୧୬ ତାରିଖ ମଧ୍ୟରେ ଜିଓଫାଇବର୍ ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ପ୍ଲାନ୍ ସହ ଯେଉଁମାନେ ଏକ ନୂଆ ଜିଓଫାଇବର ସଂଯୋଗ କିଣିବେ ସେହି ସମସ୍ତ ନୂଆ ଗ୍ରାହକଙ୍କ ପାଇଁ ଜିଓଫାଇବର ସ୍ୱାଧୀନତା ଦିବସ ଅଫର “ହର ଘର ତ୍ରିରଙ୍ଗା, ହର ଘର ଜିଓ ଫାଇବର’ ଉପଲବ୍ଧ ହେବ। ନୂତନ ସଂଯୋଗକୁ ସକ୍ରିୟ କରିବା ସମୟରେ ଯେଉଁ ପ୍ଲାନ୍ ଚୟନ କରାଯାଇଥିବ ଅତିରିକ୍ତ ୧୫ ଦିନ ପାଇଁ ନୂଆ ଗ୍ରାହକଙ୍କ ପାଇଁ ସେହି ଲାଭ ମାଗଣାରେ ଉପଲବ୍ଧ ହେବ। ୪୯୯ ଟଙ୍କା, ୫୯୯ ଟଙ୍କା, ୭୯୯ ଟଙ୍କା ଓ ୮୯୯ ଟଙ୍କାର ପ୍ଲାନ୍ ସହ ୬ ମାସ କିମ୍ବା ୧୨ ମାସ ଅବଧିର ପ୍ଲାନ୍‌ର ପୋଷ୍ଟପେଡ୍ ମନୋରଂଜନ ବୋନାଞ୍ଜା ଅଫର ଚୟନ କରୁଥିବା ନୂଆ ଜିଓଫାଇବର ଗ୍ରାହକଙ୍କ ପାଇଁ ଏହି ଅଫର ପ୍ରଯୁଜ୍ୟ ଅଟେ।

ମୋବାଇଲ୍ ବ୍ୟବହାରକାରୀମାନଙ୍କ ଲାଗି ଜିଓ ପକ୍ଷରୁ ୨୯୯୯ ଟଙ୍କାର ବାର୍ଷିକ ରିଚାର୍ଜ ପ୍ଲାନ୍‌ରେ “ଜିଓ ସ୍ୱାଧୀନତା ଦିବସ ଅଫର’ ଘୋଷଣା କରାଯାଇଛି ଯାହା ସହିତ ରହିଛି ଅତିରିକ୍ତ ୭୫ ଜିବିର ହାଇ ସ୍ପିଡ୍ ଡାଟା, ଆଇକ୍ସିଗୋ, ନେଟ୍‌ମେଡ୍‌ସ ଓ ଆଜିଓର ରିହାତି କୁପନ୍ ଭାବେ ୩୦୦୦ ଟଙ୍କା ମୂଲ୍ୟର ଅତିରିକ୍ତ ଲାଭ। ୨୯୯୯ ଟଙ୍କିଆ ପ୍ଲାନ୍‌ରେ ମିଳୁଥିବା ଦୈନିକ ୨.୫ ଜିବି ହାଇ ସ୍ପିଡ୍ ଡାଟା, ଡିଜ୍‌ନି+ହଟ୍‌ଷ୍ଟାର୍‌ର ମାଗଣା ଏକ ବର୍ଷିଆ ମୋବାଇଲ୍ ସବ୍‌ସ୍କ୍ରିପ୍‌ସନ୍‌, ମାଗଣା ଅସୀମିତ ଭଏସ୍ କଲ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ଓ ଜିଓ ଆପ୍‌ର ମାଗଣା ସବ୍‌ସ୍କ୍ରିପନ୍ ବାଦ ଏହି ଲାଭ ମିଳିବ।

ସେହିପରି, ନୂଆ “୭୫୦ ଟଙ୍କିଆ ଅସୀମିତ’ ପ୍ଲାନ୍‌ରେ ୯୦ ଦିନର ବୈଧତା ରହିଛି ଓ ଅସୀମିତ ଡାଟା-ଦୈନିକ ୨ ଜିବିର ହାଇସ୍ପିଡ୍ ଡାଟା ପରେ ୬୪ କେବିପିଏସ୍‌ର ଅସୀମିତ ଡାଟା, ଅସୀମିତ ଭଏସ୍ କଲ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌, ଜିଓ ଆପ୍‌ର ମାଗଣା ସବ୍‌ସ୍କ୍ରିପ୍‌ସନ୍ ଏବଂ ଅତିରିକ୍ତ ୧୦୦ ଏମ୍‌ବି ହାଇସ୍ପିଡ୍ ଡାଟା ସମେତ ଏକ ସାମଗ୍ରିକ ଲାଭର ପ୍ୟାକେଜ୍ ଏହା ପ୍ରଦାନ କରୁଛି।

ଜିଓ ସ୍ୱାଧୀନତା ଦିବସ ସ୍ୱାଧୀନତାର ୭୫ତମ ବର୍ଷ ହର ଘର ତ୍ରିରଙ୍ଗା
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.