ମାଗଣାରେ ବୈଦ୍ୟୁତିକ ସ୍କୁଟର ପାଇବାର ବଡ଼ ସୁଯୋଗ, ଦେଖନ୍ତୁ କମ୍ପାନୀ କ’ଣ ପ୍ରଦାନ କରୁଛି ଅଫର

Published: Sep 3, 2022, 3:25 pm IST

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଦୁଇ ଚକିଆ ସେଗମେଣ୍ଟରେ ଦେଶର ଅଗ୍ରଣୀ ଯାନ ନିର୍ମାତା ହିରୋ ଇଲେକ୍ଟ୍ରିକ୍ ଏହି ଉତ୍ସବ ଋତୁ ଆରମ୍ଭରେ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫର ଆଣିଛି। କମ୍ପାନୀ ଏହି ଅଫରକୁ ‘ଓଣମ ଅଫର’ ନାମରେ ନାମିତ କରିଛି। ଏହି ଅଫର ଅନୁଯାୟୀ କମ୍ପାନୀ କେରଳ ରାଜ୍ୟରେ ଏହି ଅଫର ଅବଧି ସମୟରେ ପ୍ରତ୍ୟେକ ୧୦୦ ତମ ଗ୍ରାହକଙ୍କୁ ଗୋଟିଏ ମାଗଣା ବୈଦ୍ୟୁତିକ ସ୍କୁଟର ଦେବାକୁ ଘୋଷଣା କରିଛି।

ହିରୋ ଇଲେକ୍ଟ୍ରିକ୍ ର ଏହି ଅଫର ଓଣମ ପର୍ବର ଶେଷ ପର୍ଯ୍ୟନ୍ତ ଚାଲିବ। ଏଥିସହ ଗ୍ରାହକମାନେ ଏହି ବୈଦ୍ୟୁତିକ ସ୍କୁଟରରେ ୫ ବର୍ଷର ୱାରେଣ୍ଟି ମଧ୍ୟ ପାଇବେ, ଯାହାକି ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି ପର୍ବରେ କମ୍ପାନୀ ଗ୍ରାହକଙ୍କୁ ଏପରି ଅଫର ଦେଇ ବୈଦ୍ୟୁତିକ ଯାନ କିଣିବାକୁ ଲୋକଙ୍କୁ ଉତ୍ସାହିତ କରୁଛି।

ଏହି ଅଫର ଘୋଷଣା କରି କମ୍ପାନୀର ସିଇଓ ସୋହିନ୍ଦର ଗିଲ କହିଛନ୍ତି ଯେ, “ଦେଶରେ ଇଭି (ଇଲେକ୍ଟ୍ରିକ୍ ଭେଇକିଲ୍) କୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ କ୍ରମାଗତ ଭାବରେ ଉଦ୍ୟମ କରୁଛି ଏବଂ ପ୍ରତିଶ୍ରୁତିବଦ୍ଧ ଅଟେ। ଆମର ବିଶ୍ୱାସ ଯେ, ସବୁଜ ନିର୍ଗମନ ଗ୍ରହଣ କରିବା ଏବଂ ଲୋକଙ୍କ ମାନସିକତା ବଦଳାଇବା ପାଇଁ ଏହିପରି ଉତ୍ସବ ହେଉଛି ଭଲ ସୁଯୋଗ।

Related posts