Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଏମ ଗତିଶକ୍ତି ଭିତ୍ତିଭୂମି ଲାଗୁ କରିବା ପାଇଁ ଦୀର୍ଘକାଳୀନ ଲିଜରେ ଦିଆଯିବ ରେଳବାଇ ଜମି
ଆଜିର ଖବର

ପିଏମ ଗତିଶକ୍ତି ଭିତ୍ତିଭୂମି ଲାଗୁ କରିବା ପାଇଁ ଦୀର୍ଘକାଳୀନ ଲିଜରେ ଦିଆଯିବ ରେଳବାଇ ଜମି

September 7, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
କ୍ୟାବିନେଟ ମଞ୍ଜୁରି
କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ୩ ଜିଲ୍ଲାକୁ ନେଇ ରେଳ ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପିଏମ ଗତିଶକ୍ତି ଭିତ୍ତିଭୂମିକୁ ଲାଗୁ କରିବା ଲାଗି ରେଳବାଇ ଜମି ନୀତିରେ ସଂଶୋଧନ କରିବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କାର୍ଗୋ ସମ୍ବନ୍ଧୀୟ ଗତିବିଧି, ଜନ ଉପଯୋଗିତା ଏବଂ ରେଳବାଇର ବିଶେଷ ଉପଯୋଗ ନିମନ୍ତେ ଦୀର୍ଘକାଳୀନ ଭିତ୍ତିରେ ରେଳବାଇର ଜମିକୁ ଲିଜରେ ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି।

ପ୍ରଭାବ:

ଏହାଦ୍ବାରା ଅଧିକ କାର୍ଗୋ ଆକୃଷ୍ଟ କରିବା ଲାଗି ରେଳବାଇକୁ ସହାୟତା ମିଳିବ, ମାଲ ପରିବହନ କ୍ଷେତ୍ରରେ ରେଳବାଇର ଭାଗିଦାରୀ ବଢ଼ିବ ଏବଂ ଏହାଦ୍ବାରା ଏହି ଉଦ୍ୟୋଗର ଲଜିଷ୍ଟିକ୍ସ ଖର୍ଚ୍ଚ କମିବ।

ରେଳବାଇକୁ ଅଧିକ ରାଜସ୍ବ ମଧ୍ୟ ମିଳିବ।

ଜନ ଉପଯୋଗିତା ସୁବିଧା ବା ପବ୍ଲିକ ୟୁଟିଲିଟୀଜ୍‌ ପାଇଁ ମଞ୍ଜୁରି ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ ପିଏମ ଗତିଶକ୍ତି କାର୍ଯ୍ୟକ୍ରମରେ କରାଯାଇଥିବା ପରିକଳ୍ପନାକୁ ଏହା ସାକାର କରିବ। ବିଦ୍ୟୁତ, ଗ୍ୟାସ, ପାଣି ଯୋଗାଣ, ଦୂରସଞ୍ଚାର କେବୁଲ, ସିୱେଜ ପରିଚାଳନା, ନାଳ ତିଆରି, ଅପ୍ଟିକାଲ ଫାଇବର କେବଲ, ପାଇପଲାଇନ, ସଡ଼କ, ଫ୍ଲାଇଓଭର, ବସ ଟର୍ମିନାଲ, ଆଞ୍ଚଳିକ ରେଳ ପରିବହନ, ସହରାଞ୍ଚଳ ପରିବହନ ଭଳି ଜନଉପଯୋଗିତାକୁ ସମନ୍ବିତ ଢଙ୍ଗରେ ବିକଶିତ କରିବାରେ ସହାୟତା ମିଳିପାରିବ।

ଏହି ନୀତିଗତ ସଂଶୋଧନ ଫଳରେ ପାଖାପାଖି ୧.୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଆର୍ଥିକ ପରିଣାମ:

ଏହାର କୌଣସି ଅତିରିକ୍ତ ଖର୍ଚ୍ଚ ହେବ ନାହିଁ । ଜମି ଲିଜ୍‌ରେ ଦେବାର ନୀତିକୁ କୋହଳ କରିବା ଫଳରେ ସବୁ ଅଂଶୀଦାର/ସେବା ପ୍ରଦାନକାରୀ/ଅପରେଟରଙ୍କ ପାଇଁ ଅଧିକ କାର୍ଗୋ ସମ୍ବନ୍ଧୀୟ ସୁବିଧା ପ୍ରତିଷ୍ଠା କରିବାର ମାର୍ଗ ପ୍ରଶସ୍ତ ହେବ। ରେଳବାଇ ପାଇଁ ଅତିରିକ୍ତ କାର୍ଗୋ ଯାତାୟାତ ଏବଂ ମାଲ ପରିବହନ ରାଜସ୍ବ ସୃଷ୍ଟି ହେବ।

ଲାଭ:

ଏହି ନୀତିଗତ ସଂଶୋଧନ ଫଳରେ ପାଖାପାଖି ୧.୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବିବରଣୀ:

ରେଳବାଇର ଏହି ସଂଶୋଧିତ ଜମି ନୀତି ଫଳରେ ମୌଳିକ ଭିତ୍ତିଭୂମି ଏବଂ ଅଧିକ କାର୍ଗୋ ଟର୍ମିନାଲଗୁଡ଼ିକର ଏକୀକୃତ ବିକାଶ ସମ୍ଭବ ହୋଇପାରିବ।

ଏହି ନୀତି ମାଧ୍ୟମରେ ଜମିର ବାର୍ଷିକ ବଜାର ମୂଲ୍ୟର ୧.୫% ହାରରେ ୩୫ ବର୍ଷ ପର୍ଯ୍ୟନ୍ତ ଅବଧି ନିମନ୍ତେ କାର୍ଗୋ ସମ୍ବନ୍ଧୀୟ ଗତିବିଧି ଲାଗି ରେଳବାଇ ଜମିକୁ ଦୀର୍ଘ ଅବଧି ପାଇଁ ଲିଜରେ ପ୍ରଦାନ କରାଯିବ।

କାର୍ଗୋ ଟର୍ମିନାଲ ପାଇଁ ରେଳବାଇର ଜମି ଉପଯୋଗ କରୁଥିବା ବର୍ତ୍ତମାନର ସଂସ୍ଥାମାନଙ୍କ ପାଖରେ ପାରଦର୍ଶୀ ଓ ପ୍ରତିଯୋଗିତାମୂଳକ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରି ନୂଆ ନୀତିର ବ୍ୟବସ୍ଥାକୁ ଆପଣାଇବାର ବିକଳ୍ପ ଉପଲବ୍ଧ ହେବ।

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୩୦୦ ପିଏମ ଗତିଶକ୍ତି କାର୍ଗୋ ଟର୍ମିନାଲ ବିକଶିତ କରାଯିବ ଏବଂ ପାଖାପାଖି ୧.୨ ଲକ୍ଷ ରୋଜଗାର ସୃଷ୍ଟି ହେବ।

ଏହାଦ୍ବାରା ମାଲ ପରିବହନରେ ରେଳବାଇର ଭାଗିଦାରୀ ବଢ଼ିବ ଏବଂ ଦେଶରେ ମୋଟ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ ପାଇବ।

ଏହି ନୀତି ମାଧ୍ୟମରେ ଜମିର ବାର୍ଷିକ ବଜାର ମୂଲ୍ୟର ୧.୫% ହାରରେ ରେଳବାଇ ଜମି ଯୋଗାଇ ଦିଆଯାଇ ବିଦ୍ୟୁତ, ଗ୍ୟାସ, ପାଣି ଯୋଗାଣ, ସିୱେଜ ପରିଚାଳନା, ସହରୀ ପରିବହନ ଭଳି ଜନ ସୁବିଧା ପାଇଁ ଏକୀକୃତ ବିକାଶ କରାଯାଇପାରିବ। ଏହା ମାଧ୍ୟମରେ ରେଳବାଇର ଜମି ଉପଯୋଗ ଏବଂ ରାଇଟ୍‌ ଅଫ୍‌ ୱେ (ଆରଓଡବ୍ଲୁ) ଆହୁରି ସରଳ ହୋଇପାରିବ।

ଅପ୍ଟିକାଲ ଫାଇବର କେବଲ (ଓଏଫସି) ଏବଂ ଅନ୍ୟ ଛୋଟ କ୍ଷେତ୍ରଫଳ ବିଶିଷ୍ଟ ଜମି ଉପଯୋଗିତା ଲାଗି ରେଳବାଇ ଟ୍ରାକ ପାର କରିବା ଲାଗି ୧୦୦୦ ଟଙ୍କାର ଏକକାଳୀନ ଶୁଳ୍କ ନିଆଯିବ।

ଏହି ନୀତିରେ ରେଳବାଇ ଜମିରେ ସୋଲାର ପ୍ଲାଣ୍ଟ ବିଛାଇବା ପାଇଁ ନାମମାତ୍ର ଖର୍ଚ୍ଚରେ ରେଳବାଇର ଜମି ବ୍ୟବହାର କରିବାର ବ୍ୟବସ୍ଥା ରହିଛି।

ଏହି ନୀତିରେ ପ୍ରତି ଏକ ବର୍ଗମିଟର ପିଛା ବାର୍ଷିକ ୧ ଟଙ୍କାର ଶୁଳ୍କରେ ରେଳବାଇ ଜମିରେ ସାମାଜିକ ମୌଳିକ ଭିତ୍ତିଭୂମି (ଯେପିରକି ପିପିପି ଜରିଆରେ ଡାକ୍ତରଖାନା ଏବଂ କେନ୍ଦ୍ର ବିଦ୍ୟାଳୟ ସଂଗଠନ ଜରିଆରେ ବିଦ୍ୟାଳୟ)ବିକାଶକୁ ପ୍ରୋତ୍ସାହିତ କରାଯାଇଛି।

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

କ୍ୟାବିନେଟ ମଞ୍ଜୁରିର ୯୦ ଦିନ ମଧ୍ୟରେ ବ୍ୟାପକ ନୀତିଗତ ଦସ୍ତାବିଜ ପ୍ରସ୍ତୁତ ଓ ଲାଗୁ କରାଯିବ।

ପିଏମ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନରେ ପରିକଳ୍ପନା କରାଯାଇଥିବା ଜନ ଉପଯୋଗିତାର ପ୍ରତିଷ୍ଠା ନିମନ୍ତେ ମଞ୍ଜୁରି ସରଳ କରାଯିବ।

ଆସନ୍ତା ପାଞ୍ଚ ମଧ୍ୟ ମଧ୍ୟରେ ୩୦୦ ପିଏମ ଗତିଶକ୍ତି କାର୍ଗୋ ଟର୍ମିନାଲ ବିକଶିତ କରାଯିବ।

ପିଏମ ଗତିଶକ୍ତି ରେଳ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Latest News

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.