Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Invest Odisha: ଆଜି ୧୫ଟି କମ୍ପାନୀ ସହ ମୁମ୍ବାଇରେ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ
ଜାତୀୟ ଖବର

Invest Odisha: ଆଜି ୧୫ଟି କମ୍ପାନୀ ସହ ମୁମ୍ବାଇରେ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

September 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
Invest Odisha: ଆଜି ୧୫ଟି କମ୍ପାନୀ ସହ ମୁମ୍ବାଇରେ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ମେକ୍‌ ଇନ୍‌ ଇଣ୍ଡିଆ କନ୍‌କ୍ଲେଭ୍‌ ପାଇଁ ବୃହତ୍‌ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁମ୍ବାଇଠାରେ ଏକ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ୧୫ଟି କମ୍ପାନୀର ମୁଖ୍ୟମାନଙ୍କ ସହ ବ୍ୟକ୍ତିଗତ ଭାବେ ବୈଠକ କରି ଓଡ଼ିଶାର ଶିଳ୍ପ ଆଭିମୁଖ୍ୟ ଉପରେ ଆଲୋଚନା କରିଛନ୍ତି। କି୍ରସିଲ୍‌ ଲିଃ, ନାଲ୍‌କୋ ଓ ସହଯୋଗୀ କମ୍ପାନୀ, ଥାଇସେନ୍‌କ୍ରୁପ୍‌ ଇଣ୍ଡିଆ ଲିଃ, ଆଇଏମ୍‌ପି ପାୱାର ଲିଃ, ରୋଚେନ୍‌ ସେପାରେସନ୍‌ ସିଷ୍ଟମ୍‌(ଇଣ୍ଡିଆ) ପ୍ରା.ଲିଃ ପ୍ରମୁଖ କମ୍ପାନୀଗୁଡ଼ିକର ପ୍ରତିନିଧିମାନଙ୍କ ସହ ମୁଖ୍ୟ ଶାସନ ସଚିବ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ।

ଶ୍ରୀ ମହାପାତ୍ର ଓଡ଼ିଶା ସରକାର ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ଦେଉଥିବା ବିଭିନ୍ନ ସୁବିଧାସୁଯୋଗ ଏବଂ ଭିତ୍ତିଭୂମି ବିକାଶ ବାବଦରେ ସେମାନଙ୍କୁ ଅବଗତ କରାଇଥିଲେ। ଆମର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଜମିଯୋଗାଣ, ଉନ୍ନତ ମାନର ବିଦୁ୍ୟତ, ଶିଳ୍ପପୁଞ୍ଜ ଏବଂ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ ଭଳି ବ୍ୟବସ୍ଥା ଉପଲବ୍ଧ ହେଉଥିବା ବିଷୟ ଉପସ୍ଥାପନ କରିଥିଲେ।

ଏହି ଆଲୋଚନାରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ।

Invest Odisha Make in Odisha ଇନଭେଷ୍ଟର ମିଟ ମୁମ୍ବାଇରେ ମେକ ଇନ ଓଡିଶା ମେକ ଇନ ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ଓ୍ୱାଇ.ବି ଅବଦୁଲ୍ଲା ଅଲ୍-ବେନିଆନ

December 9, 2025

ବାମପନ୍ଥୀ ଉଗ୍ରବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

December 9, 2025

ଭାରତ ନା ଦକ୍ଷିଣ ଆଫ୍ରିକା, କିଏ ଜିତିବ ପ୍ରଥମ ଟି-୨୦?: ଜାଣନ୍ତୁ ବାରବାଟିରେ ଉଭୟ ଦଳର ରେକର୍ଡ

December 9, 2025

Vantara: ଅନନ୍ତ ଅମ୍ବାନୀଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ମିଳିଲା ‘ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ପୁରସ୍କାର’

December 9, 2025
Latest News

ସୁରକ୍ଷା ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାର ଢାଞ୍ଚାରେ ପରିବର୍ତ୍ତନ

December 9, 2025

ରାଜସୁନାଖଳା ମହୋତ୍ସବ କାଉଁରୀ ଉଦଘାଟିତ

December 9, 2025

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ଓ୍ୱାଇ.ବି ଅବଦୁଲ୍ଲା ଅଲ୍-ବେନିଆନ

December 9, 2025

ବାମପନ୍ଥୀ ଉଗ୍ରବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

December 9, 2025

ଆମରଣ ଅନଶନ ରେ ବସି ଥିବା ଆୟୁଷ ଛାତ୍ର ଅସୁସ୍ଥ, ହସପିଟାଲରେ ଭର୍ତ୍ତି

December 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.