Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖାଇବା ତେଲ ଆମଦାନୀ ଉପରେ ବୃଦ୍ଧି ହେଲା ସୀମା ଶୁଳ୍କ ରିହାତି ଅବଧି
ଆଜିର ଖବର

ଖାଇବା ତେଲ ଆମଦାନୀ ଉପରେ ବୃଦ୍ଧି ହେଲା ସୀମା ଶୁଳ୍କ ରିହାତି ଅବଧି

October 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ବୋର୍ଡ ଏହାର ବିଜ୍ଞପ୍ତି କ୍ରମିକ ୪୬/୨୦୨୨ କଷ୍ଟମ୍ସ ତା ୩୧ ଅଗଷ୍ଟ ୨୦୨୨ ଜରିଆରେ କିଛି ଖାଇବା ତେଲ ଆମଦାନୀ ଉପରେ ସୀମାଶୁଳ୍କ ଅବଧିକୁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହା ଫଳରେ ଖାଇବା ତେଲ ଆମଦାନୀ ରିହାତି ଦର ମଧ୍ୟ ସେ ପର୍ଯ୍ୟନ୍ତ ବଳବତ୍ତର ରହିବ। ଘରୋଇ ଯୋଗାଣ ବୃଦ୍ଧି ସହ ଦର ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ  ନିଆଯାଇଛି।

ଖାଇବା ତେଲ ଆମଦାନୀ କ୍ଷେତ୍ରରେ ପ୍ରଦାନ କରାଯାଇଥିବା ରିହାତି ଆଉ ଛଅ ମାସ ପାଇଁ ବୃଦ୍ଧି କରାଯିବା ଫଳରେ ବର୍ତ୍ତମାନ ବଳବତ୍ତର ଥିବା ଏହି ରିହାତିର ମିଆଦ ମାର୍ଚ୍ଚ ୨୦୨୩ରେ ଶେଷ ହେବ। ବୈଶ୍ୱିକ ବଜାରରେ ଦର କମ ଯୋଗୁଁ ଖାଇବା ତେଲ ଦର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ବୈଶ୍ୱିକ ବଜାର ଦର ଆମଦାନୀ ଶୁଳ୍କ ହ୍ରାସ ଯୋଗୁଁ ଭାରତରେ ଖାଇବା ତେଲ ଦର ଆଶାତୀତ ହ୍ରାସ ପାଇଛି।

ବର୍ତ୍ତମାନ ଅଶୋଧିତ ତାଳ ତେଲ, ଆରବିଡି ପାମୋଲିନ, ଆରବିଡି ତାଳ ତେଲ, ଅଶୋଧିତ ସୋୟାବିନ ତେଲ, ପ୍ରକ୍ରିୟାକୃତ ସୋୟାବିନ ତେଲ, ଅଶୋଧିତ ଓ ପ୍ରକ୍ରିୟାକୃତ ସୂର୍ଯ୍ୟମୁଖୀ ତେଲରୁ ବର୍ତ୍ତମାନର ଶୁଳ୍କ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । ଅଶୋଧିତ ତାଳ, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲରେ ବର୍ତ୍ତମାନ କୌଣସି ଆମଦାନୀ ଶୁଳ୍କ ଦେବାକୁ ପଡୁନାହିଁ । ତେବେ ଶତକଡା ୫ ଭାଗ କୃଷି ସେସ ଓ ଶତକଡା ୧୦ ଭାଗ ସମାଜ କଲ୍ୟାଣ ସେସକୁ ହିସାବକୁ ନେଲେ ଏହି ତିନି ପ୍ରକାର ଅଶୋଧିତ ଖାଇବା ତେଲ ଉପରେ ଶତକଡା ୫.୫ ଭାଗ ଲାଗୁ ହେଉଛି।

ରିଫାଇନ ଜାତୀୟ ପାମୋଲିନ ଓ ତାଳ ତେଲ ଉପରେ ମୌଳିକ ସୀମା ଶୁଳ୍କ ଶତକଡା ୧୨.୫ ଭାଗ ଥିବାବେଳେ, ସମାଜ କଲ୍ୟାଣ ସେସ ଶତକଡା ୧୦ ଭାଗ ରହିଛି। ସେ ଦୃଷ୍ଟିରୁ ପ୍ରକୃତ ଶୁଳ୍କ ହେଉଛି ଶତକଡା ୧୩.୭୫ ଭାଗ। ରିଫାଇନ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ମୌଳିକ ସୀମା ଶୁଳ୍କ ଶତକଡା ୧୭.୫ ଭାଗ ହୋଇଥିବା ବେଳେ ଶତକଡା ୧୦ ଭାଗ ସମାଜ କଲ୍ୟାଣ ସେସ ବାବଦ ବିଚାରକୁ ଦେଲେ ପ୍ରକୃତ ଶୁଳ୍କ ଶତକଡା ୧୯.୨୫ ଭାଗ ହେବ।

ଆମଦାନୀ ଖାଇବା ତେଲ ସୀମା ଶୁଳ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.