Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଅପମିଶ୍ରିତ ଗହମ ଅଟା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏହି ଉପାୟ ମାଧ୍ୟମରେ କରିପାରିବେ ଚିହ୍ନଟ

ସ୍ୱାସ୍ଥ୍ୟ ଟିପ୍ସ: ଛେନା, ମହୁ ଏବଂ ଖାଇବା ତେଲ ପରି ଜିନିଷରେ ଏବ ଅପମିଶ୍ରଣ ହେଉଥିବା ଆପଣ ନିଶ୍ଚିତ ଭାବେ ଶୁଣିଥିବେ। କିନ୍ତୁ ଆଜିକାଲି ରୋଟି ତିଆରିରେ ବ୍ୟବହୃତ ହେଉଥିବା ଅଟାରେ ମଧ୍ୟ ଅପମିଶ୍ରଣ ହେଉଛି। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ। ଗହମ ଅଟାରେ ମଧ୍ୟ ଏବେ ଚକ ପାଉଡର ଏବଂ ମଇଦା ମିଶ୍ରିତ ହେଉଛି। ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। କିନ୍ତୁ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଆପଣ କିଛି ଟିପ୍ସ ଅନୁସରଣ କରି ଏହି ଅପମିଶ୍ରଣକୁ ସହଜରେ ଚିହ୍ନଟ କରିପାରିବେ।

ଏହି ଉପାୟରେ ଅପମିଶ୍ରିତ ଅଟାକୁ ଚିହ୍ନଟ କରନ୍ତୁ:

ଏକ ଗ୍ଲାସ୍ ପାଣି- ଅପମିଶ୍ରିତ ଅଟାକୁ ଚିହ୍ନିବା ପାଇଁ ପ୍ରଥମେ ଏକ ଗ୍ଲାସରେ ପାଣି ନିଅନ୍ତୁ ଏବଂ ବର୍ତ୍ତମାନ ଏହି ପାଣିରେ ଅଧା ଚାମଚ ଅଟା ମିଶାନ୍ତୁ। ଏହା ପରେ, ଯଦି ଆପଣ ପାଣିରେ କିଛି ଭାସୁଥିବା ଦେଖନ୍ତି, ତେବେ ବୁଝନ୍ତୁ ଯେ ଅଟାରେ କିଛି ଅପମିଶ୍ରଣ ହୋଇଛି।

ଲେମ୍ବୁ ରସ- ଲେମ୍ବୁରୁ ଅପମିଶ୍ରିତ ଅଟା ମଧ୍ୟ ଚିହ୍ନଟ କରାଯାଇପାରେ। ଏଥିପାଇଁ ଏକ ଚାମଚ ଅଟାରେ ଅଳ୍ପ ବୁନ୍ଦା ଲେମ୍ବୁ ଚିପି ଦିଅନ୍ତୁ। ଏହା କରିବା ପରେ, ଯଦି ଲେମ୍ବୁ ରସ ବୁନ୍ଦା ସହିତ ଅଟାରେ ବୁବୁଲ ସୃଷ୍ଟି ହେବାକୁ ଲାଗେ, ତେବେ ବୁଝନ୍ତୁ ଯେ ଏଥିରେ ଅପମିଶ୍ରଣ ହୋଇଛି। ମଇଦାରେ ଚକ୍ ମାଟି ମିଶ୍ରିତ ହେଲେ ଏହି ବବୁଲଗୁଡ଼ିକ ଅଟାରେ ସୃଷ୍ଟି ହୁଏ।

ହାଇଡ୍ରୋକ୍ଲୋରିକ୍ ​​ଏସିଡ୍- ଆପଣ ଏକ ଟେଷ୍ଟ୍ ଟ୍ୟୁବ୍ ନେଇ ସେଥିରେ କିଛି ଅଟା ରଖନ୍ତୁ। ଏହା ପରେ, ଏଥିରେ ଅଟା ଢାଳି ହାଇଡ୍ରୋକ୍ଲୋରିକ୍ ​​ଏସିଡ୍ ମିଶାନ୍ତୁ। ହାଇଡ୍ରୋକ୍ଲୋରିକ୍ ​​ଏସିଡ୍ ମିଶାଇବା ପରେ, ଯଦି ଟ୍ୟୁବରେ କିଛି ଛାଣିବା ଭଳି ସାମଗ୍ରୀ ଦେଖାଯାଏ, ତେବେ ଅଟାରେ ଅପମିଶ୍ରଣ ହୋଇଛି। ତେଣୁ, ଯଦି ଅଟାରେ ଅପମିଶ୍ରଣ ହୋଇଛି, ତେବେ ସେହି ଅଟା ଖାଇବା ଠାରୁ ଦୂରେଇ ରୁହନ୍ତୁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଖାଉଟିଙ୍କ ପାଇଁ ଆଶ୍ବସ୍ତିକର ଖବର: କମିଲା ଖାଇବା ତେଲର ମୂଲ୍ୟ

ନୂଆଦିଲ୍ଲୀ: ଦେଶର ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଖାଇବା ତେଲ ଯୋଗାଇ ଦେବାକୁ ସରକାର ତେଲ ଉପରୁ ମୌଳିକ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି। ଏହି ମର୍ମରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି (ନଂ.୩୯/୨୦୨୩) ୨୦୨୩ ଜୁନ ୧୪ତାରିଖରେ ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁସାରେ ରିଫାଇନ୍ ହୋଇଥିବା ସୋୟାବିନ୍ ତେଲ (ଏଚ୍ଏସ୍ କୋଡ-୧୫୦୭୯୦୧୦) ଓ ରିଫାଇନ ହୋଇଥିବା ସୂର୍ଯ୍ୟମୁଖୀ ତେଲ (ଏଚ୍ଏସ୍ କୋଡ ୧୫୧୨୧୯୧୦)ଉପରୁ ମୌଳିକ ଆମଦାନୀ ଶୁଳ୍କକୁ ୧୭.୫% ଶତାଂଶରୁ ୧୨. ୫ ଶତାଂଶକୁ ହ୍ରାସ କରାଯାଇଛି। ଏହି ଆଦେଶ ତତ୍କାଳ ଅର୍ଥାତ୍ ଆଜିଠାରୁ ଲାଗୁ ହୋଇଛି। ୨୦୨୪ ମାର୍ଚ୍ଚ ୩୧ ଯାଏ ଏହା ବଳବତ୍ତର ରହିବ।

ଘରୋଇ ବଜାରରେ ଖାଇବା ତେଲ ମୂଲ୍ୟକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ପୂର୍ବରୁ ଯେଉଁ ସବୁ ନିଷ୍ପତ୍ତି ନେଇଥିଲେ ଏହି ଶୁଳ୍କ ହ୍ରାସ ତାହାକୁ ଆହୁରି ସୁଦୃଢ କରିବ। ମୌଳିକ ଆମଦାନୀ ଶୁଳ୍କ ଏପରି ଏକ ଟିକସ ଯାହା ଘରୋଇ ବଜାରରେ ଖାଇବା ତେଲ ମୂଲ୍ୟକୁ ମହଙ୍ଗା କରେ। ଫଳରେ ଖାଉଟିଙ୍କୁ ଅଧିକ ଅର୍ଥ ଦେଇ ଖାଇବା ତେଲ କିଣିବାକୁ ହୋଇଥାଏ। ରିଫାଇନଡ୍ ସୋୟାବିନ୍ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀ ଉପରୁ ମୌଳିକ ଆମଦାନୀ ଶୁଳ୍କ ହ୍ରାସ ହେବା ଫଳରେ ଘରୋଇ ବଜାରରେ ଏହି ଦୁଇ ତେଲର ଖୁଚୁରା ମୂଲ୍ୟ କମିବ। ଏହା ଫଳରେ ଖାଉଟି ଉପକୃତ ହେବେ।

ସୂଚନାଯୋଗ୍ୟ ଯେ, ରିଫାଇନ୍ ହୋଇଥିବା ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ସରକାର ଏହା ପୂର୍ବରୁ ୨୦୨୧ ଅକ୍ଟୋବରରେ ମୌଳିକ ଆମଦାନୀ ଶୁଳ୍କ ୩୨.୫ ଶତାଂଶରୁ ୧୭.୫ ଶତାଂଶକୁ ହ୍ରାସ କରିଥିଲେ। ସେତେବେଳେ ଏହି ଦୁଇ ତେଲର ଆର୍ନ୍ତଜାତିକ ମୂଲ୍ୟ ଅତି ଅଧିକ ଥିବାରୁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ। ସେତେବେଳେ ଉଚ୍ଚା ମୌଳିକ ଆମଦାନୀ ଶୁଳ୍ପ ଯୋଗୁଁ ଘରେଇ ବଜାରରେ ଏହି ତେଲର ଦାମ ବହୁ ଅଧିକ ଥିଲା।

ଦେଶରେ ଖାଇବା ତେଲର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଓ ଏହାର ବିଭାଗ ସବୁ ତୀକ୍ଷ୍ଣ ନଜର ରଖିଛି। ଖାଇବା ତେଲର ମୂଲ୍ୟକୁ ନିୟମିତଭାବେ ଅନୁଧ୍ୟାନ କରାଯାଇ ଆବଶ୍ୟକ ସ୍ଥଳେ ହସ୍ତକ୍ଷେପ ମାଧ୍ୟମରେ ଏହାର ମୂଲ୍ୟକୁ ସ୍ଥିର ରଖିବାକୁ ଉଦ୍ୟମ କରାଯାଉଛି। ଘରୋଇ ବଜାରରେ ଖାଇବା ତେଲର ଅଭାବ ଯେପରି ନ ରହେ ତା’ ଉପରେ ମଧ୍ୟ କେନ୍ଦ୍ର ସରକାର ବିଶେଷ ଧ୍ୟାନ ରଖିଛନ୍ତି।

Categories
ବିଶେଷ ଖବର

ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ: ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ସଚିବ

ନୂଆଦିଲ୍ଲୀ: ଖାଇବା ତେଲର ମୂଲ୍ୟ ହ୍ରାସ ଶୀଘ୍ର ଗ୍ରାହକଙ୍କୁ ମିଳିବା ଉଚିତ ବୋଲି ଡିଏଫପିଡି ସଚିବ ସଞ୍ଜୀବ ଚୋପ୍ରା ଆଜି ଏଠାରେ ଅଗ୍ରଣୀ ଶିଳ୍ପ ପ୍ରତିନିଧିଙ୍କ ସହ ଏକ ବୈଠକରେ କହିଛନ୍ତି।

ଆମଦାନୀ ହେଉଥିବା ଖାଇବା ତେଲର ଆନ୍ତର୍ଜାତୀୟ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି ଯାହା ଭାରତରେ ଖାଇବା ତେଲ କ୍ଷେତ୍ରରେ ସକାରାତ୍ମକ ଭାବେ ପ୍ରତିଫଳିତ ହୋଇଛି। ସୋଲଭେଣ୍ଟ ଏକ୍ସଟ୍ରାକସନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏସ୍‍ଇଏଆଇ) ଏବଂ ଇଣ୍ଡିଆନ ଭେଜିଟେବୁଲ ଅଏଲ ପ୍ରଡ୍ୟୁସର୍ସ ଆସୋସିଏସନ (ଆଇଭିପିଏ) ର ପ୍ରତିନିଧୀମାନେ ଆର୍ନ୍ତଜାତୀୟ ସ୍ତରରେ ମୂଲ୍ୟ ହ୍ରାସ ପରିଲକ୍ଷିତ ହୋଇଥିବାରୁ ଖାଇବା ତେଲର ଖୁଚୁରା ମୂଲ୍ୟରେ ଅଧିକ ହ୍ରାସ ବିଷୟରେ ଆଲୋଚନା କରିଥିଲେ।

ଶିଳ୍ପ ପକ୍ଷରୁ ସୂଚନା ଦିଆଯାଇଛି ଯେ ଗତ ଦୁଇ ମାସ ମଧ୍ୟରେ ବିଭିନ୍ନ ଖାଇବା ତେଲର ଆର୍ନ୍ତଜାତୀୟ ମୂଲ୍ୟ ଟନ୍ ପିଛା ୨୦୦ ରୁ ୨୫୦ ଡଲାର ହ୍ରାସ ପାଇଛି, କିନ୍ତୁ ଖୁଚୁରା ବଜାରରେ ଏହା ପ୍ରତିଫଳିତ ହେବାକୁ ସମୟ ଲାଗିଥାଏ ଏବଂ ଖୁଚୁରା ମୂଲ୍ୟ ଖୁବ୍ ଶୀଘ୍ର ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ଅଗ୍ରଣୀ ଖାଇବା ତେଲ ସଂଘକୁ ତୁରନ୍ତ ସେମାନଙ୍କ ସଦସ୍ୟଙ୍କ ସହ ଆଲୋଚନା କରିବାକୁ ଏବଂ ଯଥାଶୀଘ୍ର ତେଲର ଆନ୍ତର୍ଜାତୀୟ ମୂଲ୍ୟରେ ହ୍ରାସ ଆଧାରରେ ପ୍ରତ୍ୟେକ ତେଲର ଏମଆରପି ହ୍ରାସ ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରାଇସ ଟୁ ଡିଷ୍ଟ୍ରିବ୍ୟୁଟର୍ସ (ପିଟିଡି), ପ୍ରସ୍ତୁତକାରୀ ଏବଂ ରିଫାଇନର୍ସଙ୍କ ଦ୍ୱାରା ମୂଲ୍ୟ ମଧ୍ୟ ତୁରନ୍ତ ପ୍ରଭାବ ସହିତ ହ୍ରାସ କରାଯିବା ଆବଶ୍ୟକ, ଯାହାଫଳରେ ମୂଲ୍ୟ ହ୍ରାସ କୌଣସି ପ୍ରକାରେ ବ୍ୟତିକ୍ରମ ପରିଲକ୍ଷିତ ହେବନାହିଁ।

ଏହା ମଧ୍ୟ କୁହାଯାଇଥିଲା ଯେ ଯେତେବେଳେ ବି ଉତ୍ପାଦନକାରୀ / ରିଫାଇନର୍ସ ଦ୍ୱାରା ବିତରକମାନଙ୍କୁ ମୂଲ୍ୟ ହ୍ରାସ କରାଯାଏ, ସେତେବେଳେ ମିଳୁଥିବା ଲାଭ ଶିଳ୍ପ ଦ୍ୱାରା ଗ୍ରାହକମାନଙ୍କୁ ଦିଆଯିବା ଉଚିତ ଏବଂ ଏହି ବିଭାଗକୁ ନିୟମିତ ଭାବେ ଅବଗତ କରାଯାଇପାରିବ। ଯେଉଁ କମ୍ପାନୀ ସେମାନଙ୍କର ମୂଲ୍ୟ ହ୍ରାସ କରିନାହାଁନ୍ତି ଏବଂ ସେମାନଙ୍କର ଏମଆରପି ଅନ୍ୟ ବ୍ରାଣ୍ଡ ତୁଳନାରେ ଅଧିକ, ସେମାନଙ୍କ ମୂଲ୍ୟ ହ୍ରାସ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଏହି ବୈଠକରେ ମୂଲ୍ୟ ତଥ୍ୟ ସଂଗ୍ରହ ଏବଂ ଖାଇବା ତେଲର ପ୍ୟାକେଜିଂ ଭଳି ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହା ପୂର୍ବରୁ, ଅଗ୍ରଣୀ ଖାଇବା ତେଲ ସଙ୍ଗଠନଗୁଡିକ ସହିତ ବିଭାଗର ବୈଠକ ଆଧାରରେ ଶିଳ୍ପସଂସ୍ଥା ଦ୍ୱାରା ସୂର୍ଯ୍ୟମୁଖୀ ତେଲ, ସୋୟାବିନ୍ ତେଲ ଏବଂ ସୋରିଷ ତେଲ ଭଳି ଖାଇବା ତେଲର ଏମଆରପି ହ୍ରାସ କରାଯାଇଥିଲା। ଆନ୍ତର୍ଜାତୀୟ ଖାଇବା ତେଲ ମୂଲ୍ୟ ହ୍ରାସ ପରେ ଏବଂ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ ହେବା ପରେ ଖାଇବା ତେଲର ଦର କମିଥିଲା। ହ୍ରାସ ହୋଇଥିବା ଡ୍ୟୁଟି ହ୍ରାସର ସମ୍ପୂର୍ଣ୍ଣ ଲାଭ ଗ୍ରାହକଙ୍କୁ ଦିଆଯିବା ନିଶ୍ଚିତ କରିବାକୁ ଶିଳ୍ପସଂସ୍ଥାଙ୍କୁ ପରାମର୍ଶ ଦିଆଯାଇଥିଲା।

ଖାଇବା ତେଲ ମୂଲ୍ୟ ହ୍ରାସ ଧାରା ଦେଖାଇବା ଆରମ୍ଭ କରିବା ସହ ଖାଇବା ତେଲ ଶିଳ୍ପ ଦ୍ୱାରା ଅଧିକ ହ୍ରାସ ହେବାକୁ ଯାଉଥିବାରୁ ଭାରତୀୟ ଗ୍ରାହକମାନେ ସେମାନଙ୍କ ଖାଇବା ତେଲ କମ୍‍ ଦରରେ କିଣିବାର ଆଶା କରିପାରନ୍ତି। ଖାଇବା ତେଲ ଦର ହ୍ରାସ ହେବା ସହିତ ମୁଦ୍ରାସ୍ଫୀତିକୁ ହ୍ରାସ କରିବାରେ ସାହାଯ୍ୟ କରିବ।

ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ଦେଶରେ ଖାଇବା ତେଲର ମୂଲ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥାଏ ଏବଂ ସମୀକ୍ଷା କରିଥାଏ ଏବଂ ଖାଇବା ତେଲର ସୁଲଭତାକୁ ନିଶ୍ଚିତ କରିବା ପାଇଁ ଯେକୌଣସି ହସ୍ତକ୍ଷେପ ଆବଶ୍ୟକ କରିଥାନ୍ତି ଯାହା ଲୋକଙ୍କ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ଅଧିକ ଆମଦାନୀ ଏବଂ ପରିବହନ ମୂଲ୍ୟ ସହିତ ଅନେକ ବିଶ୍ୱସ୍ତରୀୟ କାରଣ ଯୋଗୁଁ ଖାଇବା ତେଲର ଆନ୍ତର୍ଜାତିକ ଏବଂ ଘରୋଇ ମୂଲ୍ୟ ୨୦୨୧-୨୨ ମଧ୍ୟରେ ବୃଦ୍ଧି ପାଇଥିଲା।

ତେବେ ଆନ୍ତର୍ଜାତୀୟ ବଜାରରେ ଖାଇବା ତେଲ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଖାଇବା ତେଲର ମୂଲ୍ୟ ହ୍ରାସ ଘରୋଇ ବଜାରରେ ଧୀରେ ଧୀରେ ପ୍ରତିଫଳିତ ହେଉଛି ଯାହା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମହଙ୍ଗା ଖାଇବା ତେଲରୁ ଆଶ୍ଵସ୍ତି, ଲିଟର ପିଛା ୧୫ ରୁ ୨୦ ଟଙ୍କା ହେଲା ହ୍ରାସ

ନୂଆଦିଲ୍ଲୀ: ଦାମୀ ଖାଇବା ତେଲର ମୂଲ୍ୟରେ ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ଵସ୍ତି ମିଳିଛି। ଧାରା ବ୍ରାଣ୍ଡ ନାମରେ ଖାଇବା ତେଲ ବିକ୍ରି କରୁଥିବା ମଦର ଡେୟରି ଲିଟର ପିଛା ୧୫ ରୁ ୨୦ ଟଙ୍କା ଏମଆରପି ହ୍ରାସ କରିବାକୁ ଘୋଷଣା କରିଛି। ଆସନ୍ତା ସପ୍ତାହରେ, ଯେତେବେଳେ ନୂଆ ଷ୍ଟକ୍ ବଜାରରେ ଆସିବ, ଲୋକମାନେ ଖୁଚୁରା ବଜାରରେ ଶସ୍ତା ଖାଇବା ତେଲ ପାଇପାରିବେ।

ମଙ୍ଗଳବାର ଦିନ ଖାଦ୍ୟ ମନ୍ତ୍ରଣାଳୟ ଖାଇବା ତେଲର ମୂଲ୍ୟ ହ୍ରାସ କରିବା ପାଇଁ SEA କୁ ନିର୍ଦ୍ଦେଶ ଦେଇଛି, ଏହା ପରେ ମଦର ଡେୟରି ଖାଇବା ତେଲର ମୂଲ୍ୟ ହ୍ରାସ କରିଛଛି। ଏକ ମଦର ଡେୟରି ମୁଖପାତ୍ର କହିଛନ୍ତି ଯେ, ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଏବଂ ଘରୋଇ ଫସଲର ଉତ୍ତମ ଉତ୍ପାଦନ ପରେ ତୁରନ୍ତ ଧାରାର ଖାଇବା ତେଲର ସମସ୍ତ ଲିଟର ପିଛା ୧୫ ରୁ ୨୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୋୟାବିନ୍ ତେଲ, ରାଇସବ୍ରାନ ତେଲ, ସୂର୍ଯ୍ୟମୁଖୀ ତେଲ, ଚିନା ବାଦାମ ତେଲ ମୂଲ୍ୟରେ ଏହି ହ୍ରାସ କରାଯାଇଛି।

ଧାରା ରିଫାଇନଡ୍ ସୋୟାବିନ୍ ତେଲର ଏକ ଲିଟର ପଲିପ୍ୟାକ୍ ମୂଲ୍ୟ ୧୭୦ ରୁ ୧୫୦ ଟଙ୍କାକୁ ହ୍ରାସ କରାଯାଇଛି। ରାଇସବ୍ରାନ ତେଲର ମୂଲ୍ୟ ଲିଟର ପିଛା ୧୯୦ ରୁ ୧୭୯ ଟଙ୍କାକୁ ହ୍ରାସ କରାଯାଇଛି। ଧାରାର ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ୧୭୫ ରୁ ୧୬୦ ଲିଟରକୁ ହ୍ରାସ କରାଯାଇଛି। ଚିନା ବାଦାମ ତେଲର ମୂଲ୍ୟ ଲିଟର ପିଛା ୨୫୫ ରୁ ୨୪୦ ଟଙ୍କାକୁ ହ୍ରାସ କରାଯାଇଛି।

ସୋଲଭେଣ୍ଟ ଏକ୍ସଟ୍ରାକ୍ଟର ଆସୋସିଏସନ୍ ଅଫ୍ ଇଣ୍ଡିଆ ମଧ୍ୟ ଏହାର ସଦସ୍ୟମାନଙ୍କୁ ଗତ ତିନି ମାସ ମଧ୍ୟରେ ମୂଲ୍ୟ ହ୍ରାସର ବିବରଣୀ ଖାଦ୍ୟ ମନ୍ତ୍ରଣାଳୟକୁ ଦାଖଲ କରିବାକୁ କହିଛି। ଏହାପୂର୍ବରୁ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଖାଇବା ତେଲ ତିଆରି କରୁଥିବା କମ୍ପାନୀଗୁଡ଼ିକୁ ଖାଇବା ତେଲର ମୂଲ୍ୟ ହ୍ରାସ କରିବାକୁ କହିଥିଲେ। ମନ୍ତ୍ରଣାଳୟ କହିଛି ଯେ, ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ସତ୍ତ୍ୱେ ପ୍ୟାକେଜ୍ ହୋଇଥିବା ଖାଦ୍ୟର ମୂଲ୍ୟ ସେତିକି ହ୍ରାସ କରାଯାଇ ନାହିଁ। ଗ୍ରାହକଙ୍କୁ ଆଶ୍ଵସ୍ତି ଯୋଗାଇବା ପାଇଁ ସରକାର ସେଲଭେଣ୍ଟ ଏକ୍ସଟ୍ରାକ୍ଟ ଆସୋସିଏସନର ସଦସ୍ୟମାନଙ୍କୁ ଖାଇବା ତେଲର ଏମଆରପି କାଟିବାକୁ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ତେଲ ଦାମରୁ ମିଳିବ କି ଆଶ୍ଵସ୍ତି?, ତିନି ମାସ ମଧ୍ୟରେ ଖାଇବା ତେଲ ଆମଦାନୀରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ: ଗତ ମାସରେ ଅର୍ଥାତ୍ ଜାନୁୟାରୀ 2୨୦୨୩ ରେ ଖାଇବା ତେଲ ବହୁ ପରିମାଣରେ ଆମଦାନୀ ହୋଇଥିଛି। ଜାନୁଆରୀରେ ଖାଇବା ତେଲର ଆମଦାନୀ ୩୩ ପ୍ରତିଶତ ବୃଦ୍ଧି ପାଇ ୧୬.୬୧ ଲକ୍ଷ ଟନ୍ ରେ ପହଞ୍ଚିଛି। SEA ର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୦୨୧ ପରେ ଏହା ଦେଶର ଦ୍ୱିତୀୟ ବୃହତ୍ତମ ଆମଦାନୀ ଅଟେ। ସୂର୍ଯ୍ୟମୁଖୀ ତେଲ ସର୍ବାଧିକ ଆମଦାନୀ ହୋଇଛି।

ଗତ ବର୍ଷ ସମାନ ଅବଧିରେ ୧୨.୭୦ ଲକ୍ଷ ଟନ୍ ତୁଳନାରେ ଜାନୁଆରୀ ମାସରେ ବନସ୍ପତି ତେଲର ଆମଦାନୀ ୩୧ ପ୍ରତିଶତ ବୃଦ୍ଧି ପାଇ ୧୬.୬୧ ଲକ୍ଷ ଟନ୍ ଥିଲା। ୨୦୨୨-୨୩ ଆର୍ଥିକ ବର୍ଷର ନଭେମ୍ବରରୁ ଅକ୍ଟୋବର ତ୍ରୟମାସିକରେ, ଭେଜିଟେବୁଲ ଅଏଲର ମୋଟ ଆମଦାନୀ ୩୦ ପ୍ରତିଶତ ବୃଦ୍ଧି ପାଇ ୪୭,୭୩,୪୧୯ ଟନ୍ ହୋଇଛି, ଯାହା ଗତ ବର୍ଷ ଏହି ସମୟ ମଧ୍ୟରେ ୩୬,୭୧,୧୬୧ ଟନ୍ ଥିଲା।

ଅନ୍ୟପକ୍ଷରେ, ଗତ ବର୍ଷ ନଭେମ୍ବରରୁ ଜାନୁୟାରୀ ପର୍ଯ୍ୟନ୍ତ ଖାଇବା ତେଲର ଆମଦାନୀ ଏହି ଅବଧିରେ ୪୭,୪୬,୨୯୦ ଟନ୍ ହୋଇଛି, ଯାହା ଗତ ବର୍ଷ ସମାନ ଅବଧିରେ ୩୬,୦୭,୬୧୨ ଟନ୍ ହୋଇଥିଲା।

ସୂର୍ଯ୍ୟମୁଖୀ ତେଲର ଆମଦାନୀ କେତେ ଥିଲା:

ଭାରତର ଜାନୁଆରୀରେ ସୂର୍ଯ୍ୟମୁଖୀ ତେଲର ଆମଦାନୀ ୪.୬୧ ଲକ୍ଷ ଟନ୍ କୁ ବୃଦ୍ଧି ପାଇଛି, ଯାହା ହାରାହାରି ମାସିକ ଆମଦାନୀଠାରୁ ପ୍ରାୟ ତିନି ଗୁଣ। SEA କହିଛି ଯେ, ରପ୍ତାନି କରୁଥିବା ଦେଶଗୁଡିକ ଋଷ ଏବଂ ୟୁକ୍ରେନରୁ ଷ୍ଟକ୍ ହ୍ରାସ କରିବାକୁ ଚାହୁଁଛନ୍ତି। ଏଥି ସହିତ, ଗତ ବର୍ଷ ଅକ୍ଟୋବରରେ ଶେଷ ହୋଇଥିବା ୨୦୨୧-୨୨ ତୈଳ ବର୍ଷରେ, ଭାରତର ମାସିକ ସୂର୍ଯ୍ୟମୁଖୀ ତେଲ ଆମଦାନୀ ହାରାହାରି ୧,୬୧,୦୦୦ ଟନ୍ ଥିଲା।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଖାଇବା ତେଲ ଆମଦାନୀ ଉପରେ ବୃଦ୍ଧି ହେଲା ସୀମା ଶୁଳ୍କ ରିହାତି ଅବଧି

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅପ୍ରତ୍ୟକ୍ଷ ଟିକସ ବୋର୍ଡ ଏହାର ବିଜ୍ଞପ୍ତି କ୍ରମିକ ୪୬/୨୦୨୨ କଷ୍ଟମ୍ସ ତା ୩୧ ଅଗଷ୍ଟ ୨୦୨୨ ଜରିଆରେ କିଛି ଖାଇବା ତେଲ ଆମଦାନୀ ଉପରେ ସୀମାଶୁଳ୍କ ଅବଧିକୁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହା ଫଳରେ ଖାଇବା ତେଲ ଆମଦାନୀ ରିହାତି ଦର ମଧ୍ୟ ସେ ପର୍ଯ୍ୟନ୍ତ ବଳବତ୍ତର ରହିବ। ଘରୋଇ ଯୋଗାଣ ବୃଦ୍ଧି ସହ ଦର ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ  ନିଆଯାଇଛି।

ଖାଇବା ତେଲ ଆମଦାନୀ କ୍ଷେତ୍ରରେ ପ୍ରଦାନ କରାଯାଇଥିବା ରିହାତି ଆଉ ଛଅ ମାସ ପାଇଁ ବୃଦ୍ଧି କରାଯିବା ଫଳରେ ବର୍ତ୍ତମାନ ବଳବତ୍ତର ଥିବା ଏହି ରିହାତିର ମିଆଦ ମାର୍ଚ୍ଚ ୨୦୨୩ରେ ଶେଷ ହେବ। ବୈଶ୍ୱିକ ବଜାରରେ ଦର କମ ଯୋଗୁଁ ଖାଇବା ତେଲ ଦର ମଧ୍ୟ ହ୍ରାସ ପାଇବାରେ ଲାଗିଛି। ବୈଶ୍ୱିକ ବଜାର ଦର ଆମଦାନୀ ଶୁଳ୍କ ହ୍ରାସ ଯୋଗୁଁ ଭାରତରେ ଖାଇବା ତେଲ ଦର ଆଶାତୀତ ହ୍ରାସ ପାଇଛି।

ବର୍ତ୍ତମାନ ଅଶୋଧିତ ତାଳ ତେଲ, ଆରବିଡି ପାମୋଲିନ, ଆରବିଡି ତାଳ ତେଲ, ଅଶୋଧିତ ସୋୟାବିନ ତେଲ, ପ୍ରକ୍ରିୟାକୃତ ସୋୟାବିନ ତେଲ, ଅଶୋଧିତ ଓ ପ୍ରକ୍ରିୟାକୃତ ସୂର୍ଯ୍ୟମୁଖୀ ତେଲରୁ ବର୍ତ୍ତମାନର ଶୁଳ୍କ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । ଅଶୋଧିତ ତାଳ, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲରେ ବର୍ତ୍ତମାନ କୌଣସି ଆମଦାନୀ ଶୁଳ୍କ ଦେବାକୁ ପଡୁନାହିଁ । ତେବେ ଶତକଡା ୫ ଭାଗ କୃଷି ସେସ ଓ ଶତକଡା ୧୦ ଭାଗ ସମାଜ କଲ୍ୟାଣ ସେସକୁ ହିସାବକୁ ନେଲେ ଏହି ତିନି ପ୍ରକାର ଅଶୋଧିତ ଖାଇବା ତେଲ ଉପରେ ଶତକଡା ୫.୫ ଭାଗ ଲାଗୁ ହେଉଛି।

ରିଫାଇନ ଜାତୀୟ ପାମୋଲିନ ଓ ତାଳ ତେଲ ଉପରେ ମୌଳିକ ସୀମା ଶୁଳ୍କ ଶତକଡା ୧୨.୫ ଭାଗ ଥିବାବେଳେ, ସମାଜ କଲ୍ୟାଣ ସେସ ଶତକଡା ୧୦ ଭାଗ ରହିଛି। ସେ ଦୃଷ୍ଟିରୁ ପ୍ରକୃତ ଶୁଳ୍କ ହେଉଛି ଶତକଡା ୧୩.୭୫ ଭାଗ। ରିଫାଇନ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ମୌଳିକ ସୀମା ଶୁଳ୍କ ଶତକଡା ୧୭.୫ ଭାଗ ହୋଇଥିବା ବେଳେ ଶତକଡା ୧୦ ଭାଗ ସମାଜ କଲ୍ୟାଣ ସେସ ବାବଦ ବିଚାରକୁ ଦେଲେ ପ୍ରକୃତ ଶୁଳ୍କ ଶତକଡା ୧୯.୨୫ ଭାଗ ହେବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଖାଇବା ତେଲର ନିଟ୍ ପରିମାଣ ଓ ତାହାର ଓଜନ ଘୋଷଣା କରିବାକୁ ତେଲ ଉତ୍ପାଦକମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ତାପମାତ୍ରା ବିନା ଖାଇବା ତେଲର ନିଟ୍ ପରିମାଣ ଓ ତାହାର ଓଜନ ଘୋଷଣା କରିବାକୁ କେନ୍ଦ୍ର ସରକାର ଖାଇବା ତେଲ ଉତ୍ପାଦକ, ପ୍ୟାକର ଓ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତ ଘୋଷଣାନାମା ପ୍ରକାଶ ପାଇବାର ଛ’ମାସ ମଧ୍ୟରେ, ଅର୍ଥାତ୍ ଆସନ୍ତା ୨୦୨୩ ଜାନୁୟାରୀ ୧୫ତାରିଖ ସୁଦ୍ଧା ନିଜର ଲେବଲ ସଂଶୋଧନ କରି ପ୍ରତି ପ୍ୟାକେଟ, ଟିଣ ବା ବୋତଲରେ ରହୁଥିବା ଖାଇବା ତେଲର ଉଭୟ ପରିମାଣ (ତାପମାତ୍ରା ବିନା) ଓ ଓଜନ ଦର୍ଶାଇବାକୁ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ସମ୍ପୃକ୍ତ ପକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି।

୨୦୧୧ର ମାପ ଓ ଓଜନ ଆଇନ (ପ୍ୟାକେଟ କରା ସାମଗ୍ରୀ ସଂକ୍ରାନ୍ତ) ଅନୁସାରେ ଖାଉଟିଙ୍କ ସ୍ୱାର୍ଥ ଦୃଷ୍ଟିରୁ ପୂର୍ବରୁ ପ୍ୟାକେଟ ହୋଇଥିବା ସବୁ ସାମଗ୍ରୀର ପ୍ରକୃତ ଓଜନ ଓ ପରିମାଣ ସେହି ପ୍ୟାକେଟର ଲେବଲ ଉପରେ ଲେଖିବା ବାଧ୍ୟତାମୂଳକ। ସେହି ପ୍ୟାକେଟର ଲେବଲ ଉପରେ ଖାଇବା ତେଲର ପରିମାଣ ଓ ଓଜନ ପ୍ରକୃତରେ କେତେ ତାହାକୁ ପ୍ରସ୍ତୁତକର୍ତ୍ତା, ପ୍ୟାକର ଓ ଆମଦାନୀକାରୀଙ୍କୁ ଉଲ୍ଲେଖ କରିବାକୁ ପଡିବ। ଏହାର ଅର୍ଥ ପ୍ରକୃତରେ ଉଭୟ ଲିଟର ଓ ଗ୍ରାମରେ ଏସବୁ ସାମଗ୍ରୀର ମୂଲ୍ୟ ଲେଖିବାକୁ ହେବ। ଏବେ ଅନେକ ଖାଇବା ତେଲ ଉତ୍ପାଦନକାରୀ କମ୍ପାନୀ ତେଲର ନିଟ୍ ବା ପ୍ରକୃତ ପରିମାଣର ଓଜନ ଘୋଷଣା କରିବାବେଳେ ନିଜ ଆଡୁ ଏକତରଫା ଭାବେ ତାପମାତ୍ରା ଉଲ୍ଲେଖ କରୁଛନ୍ତି। ତାପମାତ୍ରା ଉଲ୍ଲେଖ ରହିଲେ ତେଲର ଓଜନ ଲିଟର ଓ ଗ୍ରାମରେ ସମାନ ରହିବ ନାହିଁ। ପ୍ରକୃତରେ ଖାଉଟି ଯେତିକି ଓଜନର ତେଲ ପାଇଁ ପଇସା ଦେଉଛି ତାକୁ ସେତିକି ମିଳୁନାହିଁ।

ଏବେ ଉତ୍ପାଦକ, ପ୍ୟାକର ଓ ଆମଦାନୀକାରୀ ପ୍ୟାକେଟରେ ନିଟ୍ ପରିମାଣ ଉଲ୍ଲେଖ କରିବାବେଳେ ପ୍ୟାକିଂ ସମୟରେ ତେଲର ତାପମାତ୍ରାକୁ ଉଲ୍ଲେଖ କରୁଛନ୍ତି ଏବଂ ଏଥିସହିତ ଏହାର ପରିମାଣ ଦର୍ଶାଉଛନ୍ତି। କେତେକ ଉତ୍ପାଦକ ତାପମାତ୍ରାକୁ ଅତି ଅଧିକ ୬୦୦ ସେଲସିୟସ ଉଲ୍ଲେଖ କରୁଛନ୍ତି। ଏହା ଫଳରେ ବନସ୍ପତି ଭଳି ସାମଗ୍ରୀର ବାସ୍ତବ ଓଜନ ଓ ପରିମାଣରେ ଫରକ ରହୁଛି। ଉଦାହରଣ ସ୍ୱରୂପ ଗୋଟିଏ ଲିଟର ବନସ୍ପତିକୁ ବିଭିନ୍ନ ତାପମାତ୍ରାରେ ମାପିଲେ ଏହାର ଓଜନ ଓ ପରିମାଣ ଭିନ୍ନ ଭିନ୍ନ ହେଉଛି। ସୋୟାବିନ୍ ତେଲ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଘଟୁଛି। ନିମ୍ନରେ ପ୍ରଦତ୍ତ ଟେବୁଲରୁ ଏହି ପାର୍ଥକ୍ୟ ବୁଝା ପଡିବ।
କ୍ରମିକ ସଂଖ୍ୟା ତାପମାତ୍ରା ଗ୍ରାମରେ ଓଜନ

୧-୨୧ଡିଗ୍ରୀ ସେଲସିୟସ ୯୧୯.୧
୨- ୩୦ଡିଗ୍ରୀ ସେଲସିୟସ ୯୧୩.୦
୩- ୪୦ଡିଗ୍ରୀ ସେଲସିୟସ ୯୦୬
୪- ୫୦ଡିଗ୍ରୀ ସେଲସିୟସ ୮୯୯.୪
୫- ୬୦ଡିଗ୍ରୀ ସେଲସିୟସ ୮୯୨.୬

ଅତଏବ ଖାଇବା ତେଲର ପ୍ରକୃତ ଓଜନ ଭିନ୍ନ ଭିନ୍ନ ତାପମାତ୍ରାରେ ପ୍ୟାକେଜ ବେଳେ ଅଲଗା ରହୁଛି। ତେଣୁ ଖାଉଟି ପ୍ୟାକେଟ ତେଲ କିଣିବାବେଳେ ଲିଟର ବା କେଜି ପିଛା ଯେତିକି ପଇସା ଦେଉଛନ୍ତି ସେହି ଅନୁସାରେ ପ୍ରକୃତ ଓଜନର ସାମଗ୍ରୀ ପାଉନାହାନ୍ତି। ତେଣୁ ପ୍ୟାକେଟ କରିବାବେଳେ ଖାଇବା ତେଲର ତାପମାତ୍ରା କେତେ ତାହା ନିର୍ଦ୍ଦିଷ୍ଟଭାବେ ବିକ୍ରି ପାଇଁ ଉଦ୍ଦିଷ୍ଟ ପ୍ୟାକେଟରେ ଉଲ୍ଲେଖ କରିବାକୁ ସରକାର ସବୁ ଉତ୍ପାଦକ, ପ୍ୟାକେଟ ପ୍ରସ୍ତୁତକାରୀ ଏବଂ ଆମଦାନୀକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖାଉଟିଙ୍କୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସରକାର ଏହି ପଦକ୍ଷେପ ନେଇଛନ୍ତି। (ପିଆଇବି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମହଙ୍ଗାରୁ ଆଶ୍ଵସ୍ତି, ସୋୟାବିନ୍ ତେଲ ସହିତ ଏହି ତେଲର ମୂଲ୍ୟ ହେଲା ଶସ୍ତା

ନୂଆଦିଲ୍ଲୀ: ଲୋକମାନେ ମହଙ୍ଗା ଖାଇବା ତେଲରୁ କିଛି ଆଶ୍ଵସ୍ତି ପାଇବାକୁ ଯାଉଛନ୍ତି। ବ୍ରାଣ୍ଡେଡ୍ ଖାଇବା ତେଲର ମୂଲ୍ୟ ହ୍ରାସ କରାଯାଇଛି, ଯାହା ସାଧାରଣ ଜନତାଙ୍କ ରୋଷେଇ ଖର୍ଚ୍ଚ ହ୍ରାସ କରିବ। ବ୍ରାଣ୍ଡେଡ୍ ଖାଇବା ତେଲର ଉତ୍ପାଦକମାନେ ଖଜୁରୀ ତେଲ, ସୋୟାବିନ୍ ତେଲ ଏବଂ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ଲିଟର ପିଛା ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଆନ୍ତର୍ଜାତୀୟ ବଜାରରେ ଖାଇବା ତେଲର ମୂଲ୍ୟ ହ୍ରାସ ପରେ ଏହି ହ୍ରାସ କରାଯାଇଛି।

ଭାରତୀୟ ଭେଜିଟେବୁଲ ଅଏଲ ଉତ୍ପାଦନକାରୀ ସଂଘର ସଭାପତିଙ୍କ ଅନୁଯାୟୀ, ଖାଇବା ତେଲର ମୂଲ୍ୟ ହ୍ରାସର ପ୍ରଭାବ ତୁରନ୍ତ ଲୋକପ୍ରିୟ ବ୍ରାଣ୍ଡ ଉପରେ ଦେଖାଯିବ। ତଥାପି, ପ୍ରିମିୟମ୍ ଖାଇବା ତେଲ ବ୍ରାଣ୍ଡର ମୂଲ୍ୟ ହ୍ରାସ ପାଇବା ପାଇଁ କିଛି ସମୟ ଲାଗିବ। ଏହାର ପ୍ରଭାବ ହେତୁ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ହାର ମଧ୍ୟ ହ୍ରାସ ପାଇବ, ଫଳସ୍ୱରୂପ ଖୁଚୁରା ଏବଂ ହୋଲସେଲ ମୁଦ୍ରାସ୍ଫୀତିର ହ୍ରାସ ହେବାର ସମ୍ପୂର୍ଣ୍ଣ ଆଶା ଅଛି। ଖାଦ୍ୟ ମହଙ୍ଗାର ଏକ ବଡ଼ ଅଂଶ ମଧ୍ୟ ଖାଇବା ତେଲର ମହଙ୍ଗା ହେତୁ ହୋଇଥାଏ।

ଦିଲ୍ଲୀ-ଏନସିଆରର ପ୍ରମୁଖ ଦୁଗ୍ଧ ଯୋଗାଣକାରୀ ମଦର ଡେୟରି ଏହାର ଖାଇବା ତେଲର ମୂଲ୍ୟ ଲିଟର ପିଛା ୧୫ ଟଙ୍କାକୁ ହ୍ରାସ କରିଛି। ମଦର ଡେୟରି କହିଛି ଯେ, ବିଶ୍ୱ ବଜାରରେ ଖାଇବା ତେଲର ମୂଲ୍ୟ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ସେ ଏହି ପଦକ୍ଷେପ ନେଇଛନ୍ତି। କମ୍ପାନୀ ‘ଧାରା’ ବ୍ରାଣ୍ଡ ଅଧୀନରେ ଏହାର ଖାଇବା ତେଲ ବିକ୍ରି କରେ। ଧାରା ସୋରିଷ ତେଲର ମୂଲ୍ୟ (ଗୋଟିଏ ଲିଟର ପଲି ପ୍ୟାକ୍) ଲିଟର ପିଛା ୨୦୮ ରୁ ୧୯୩ ଟଙ୍କାକୁ ହ୍ରାସ କରାଯାଇଛି।

ଧାରା ରିଫାଇନଡ୍ ସୂର୍ଯ୍ୟମୁଖୀ ତେଲ (ଗୋଟିଏ ଲିଟର ପଲି ପ୍ୟାକ୍) ବର୍ତ୍ତମାନ ୨୩୫ ଟଙ୍କା ବଦଳରେ ଲିଟର ପିଛା ୨୨୦ ଟଙ୍କାରେ ବିକ୍ରି ହେବ। ଧାରା ରିଫାଇନଡ୍ ସୋୟାବିନ୍ ତେଲ (୧ ଲିଟର ପଲି ପ୍ୟାକ୍) ର ମୂଲ୍ୟ ୨୦୯ ରୁ ୧୯୪ ଟଙ୍କାକୁ ହ୍ରାସ ପାଇବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭାରତ ପାଇଁ ଆଶ୍ବସ୍ତିକର ଖବର: ଖୁବ ଶୀଘ୍ର ଖାଇବା ତେଲର ମୂଲ୍ୟ ହୋଇପାରେ ହ୍ରାସ

ନୂଆଦିଲ୍ଲୀ: ଭାରତ ପାଇଁ ଆଶ୍ବସ୍ତିକର ଖବର ଅଛି। ଶୀଘ୍ର ମହଙ୍ଗା ଖାଇବା ତେଲର ମୂଲ୍ୟ ହ୍ରାସ ହୋଇପାରେ। ଖଜୁରୀ ତେଲ ରପ୍ତାନି ଉପରେ ପ୍ରତିବନ୍ଧକକୁ ଇଣ୍ଡୋନେସିଆ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଛି। ଖଜୁରୀ ତେଲ ରପ୍ତାନି ଉପରେ ଲଗାଯାଇଥିବା ପ୍ରତିବନ୍ଧକ ମେ ୨୩ ତାରିଖରୁ ହଟାଯିବ। ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଏହା ଘୋଷଣା କରିଛନ୍ତି। ଖଜୁରୀ ତେଲ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୧ କୋଟି ୭୦ କୋଟି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଇଣ୍ଡୋନେସିଆ ଏହି ନିଷ୍ପତ୍ତି ନେଇଛି।

Categories
ଆଜିର ଖବର ବ୍ୟବସାୟ

ମହଙ୍ଗା ମାଡରୁ ଖୁବ ଶୀଘ୍ର ମିଳିପାରେ ଆଶ୍ଵସ୍ତି, ଖାଇବା ତେଲ ଦର ହ୍ରାସ ପାଇଁ ନିଆଯାଉଛି ଏହି ପଦକ୍ଷେପ

ନୂଆଦିଲ୍ଲୀ: ଦେଶରେ ଖାଇବା ତେଲର ଦର ବୃଦ୍ଧି ମଧ୍ୟରେ ସରକାର କହିଛନ୍ତି ଯେ, ଇଣ୍ଡୋନେସିଆରୁ ପାମ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାରେ ବାଧା ସୃଷ୍ଟି ହୋଇଛି। କିନ୍ତୁ ବର୍ତ୍ତମାନ ସରକାରଙ୍କ ପାଖରେ ଏହାର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଅଛି। କେନ୍ଦ୍ର ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେଙ୍କ ଅନୁଯାୟୀ ୪୦ ରୁ ୪୫ ଦିନିଆ ଷ୍ଟକ୍ ସରକାରଙ୍କ ନିକଟରେ ଉପଲବ୍ଧ ଏବଂ ସରକାର ଆଶା କରୁଛନ୍ତି ଯେ, ଇଣ୍ଡୋନେସିଆ ଶୀଘ୍ର ପାମ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବ।

ଖାଦ୍ୟ ସଚିବ କହିଛନ୍ତି ଯେ, ଇଣ୍ଡୋନେସିଆରେ ୪୦୭ ଲକ୍ଷ ମେଟ୍ରିକ୍ ଟନ୍ ପାମ ତେଲ ଉତ୍ପାଦିତ ହେଉଥିବାବେଳେ ଏହାର ବ୍ୟବହାର ପ୍ରାୟ ୨୦୦ ଲକ୍ଷ ମେଟ୍ରିକ୍ ଟନ୍ ଅଟେ। ଏଭଳି ପରିସ୍ଥିତିରେ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବା ବ୍ୟତୀତ ଇଣ୍ଡୋନେସିଆର ଅନ୍ୟ କୌନଶୀ ବିକଳ୍ପ ନାହିଁ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ନିଷେଧାଦେଶ ହଟାଇବା ପରେ ପାମ ତେଲ ଯୋଗାଣ ପୁଣି ସୁଗମ ହେବ। ଯେଉଁ କାରଣରୁ ଦେଶରେ ଖାଇବା ତେଲର ମୂଲ୍ୟ ହ୍ରାସ ପାଇବ ବୋଲି ସୁଦର୍ଶନ ପାଣ୍ଡେ କହିଛନ୍ତି। ତେବେ ଖାଇବା ତେଲର ଆମଦାନୀ ଉପରେ ଭାରତକୁ ନିର୍ଭର କରିବାକୁ ପଡୁଥିବାରୁ ରାତାରାତି ଏହାର ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, କୃଷି ମନ୍ତ୍ରଣାଳୟ ଜାତୀୟ ତୈଳବୀଜ ମିଶନ ଉପରେ କାର୍ଯ୍ୟ କରୁଛି ଏବଂ ଏହାର ସକରାତ୍ମକ ଫଳାଫଳ ଶୀଘ୍ର ବାହାରକୁ ଆସିବ ବୋଲି ଆଶା କରାଯାଉଛି।

ଭାରତ ଏହାର ପାମ ତେଲର ୬୦% ରୁ ଅଧିକ ଆମଦାନୀ କରିଥାଏ। ବିଶ୍ୱର ସର୍ବବୃହତ ପାମ ତେଲ ଉତ୍ପାଦନକାରୀ ଇଣ୍ଡୋନେସିଆ ଏହାର ଘରୋଇ ଆବଶ୍ୟକତା ହେତୁ ପାମ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି, ଯାହାର ପ୍ରଭାବ ଭାରତ ଉପରେ ମଧ୍ୟ ଦୃଶ୍ୟମାନ ହେଉଛି ଏବଂ ଖାଇବା ତେଲର ମୂଲ୍ୟ ଅଧିକ ରହିଛି।

Categories
ଆଜିର ଖବର ଜୀବନ ଶୈଳୀ ସ୍ବାସ୍ଥ୍ୟ

ଅପମିଶ୍ରିତ ଗହମ ଅଟା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏହି ଉପାୟ ମାଧ୍ୟମରେ କରିପାରିବେ ଚିହ୍ନଟ

ସ୍ୱାସ୍ଥ୍ୟ ଟିପ୍ସ: ଛେନା, ମହୁ ଏବଂ ଖାଇବା ତେଲ ପରି ଜିନିଷରେ ଏବ ଅପମିଶ୍ରଣ ହେଉଥିବା ଆପଣ ନିଶ୍ଚିତ ଭାବେ ଶୁଣିଥିବେ। କିନ୍ତୁ ଆଜିକାଲି ରୋଟି ତିଆରିରେ ବ୍ୟବହୃତ ହେଉଥିବା ଅଟାରେ ମଧ୍ୟ ଅପମିଶ୍ରଣ ହେଉଛି। ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ। ଗହମ ଅଟାରେ ମଧ୍ୟ ଏବେ ଚକ ପାଉଡର ଏବଂ ମଇଦା ମିଶ୍ରିତ ହେଉଛି। ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। କିନ୍ତୁ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଆପଣ କିଛି ଟିପ୍ସ ଅନୁସରଣ କରି ଏହି ଅପମିଶ୍ରଣକୁ ସହଜରେ ଚିହ୍ନଟ କରିପାରିବେ।

ଏହି ଉପାୟରେ ଅପମିଶ୍ରିତ ଅଟାକୁ ଚିହ୍ନଟ କରନ୍ତୁ:

ଏକ ଗ୍ଲାସ୍ ପାଣି- ଅପମିଶ୍ରିତ ଅଟାକୁ ଚିହ୍ନିବା ପାଇଁ ପ୍ରଥମେ ଏକ ଗ୍ଲାସରେ ପାଣି ନିଅନ୍ତୁ ଏବଂ ବର୍ତ୍ତମାନ ଏହି ପାଣିରେ ଅଧା ଚାମଚ ଅଟା ମିଶାନ୍ତୁ। ଏହା ପରେ, ଯଦି ଆପଣ ପାଣିରେ କିଛି ଭାସୁଥିବା ଦେଖନ୍ତି, ତେବେ ବୁଝନ୍ତୁ ଯେ ଅଟାରେ କିଛି ଅପମିଶ୍ରଣ ହୋଇଛି।

ଲେମ୍ବୁ ରସ- ଲେମ୍ବୁରୁ ଅପମିଶ୍ରିତ ଅଟା ମଧ୍ୟ ଚିହ୍ନଟ କରାଯାଇପାରେ। ଏଥିପାଇଁ ଏକ ଚାମଚ ଅଟାରେ ଅଳ୍ପ ବୁନ୍ଦା ଲେମ୍ବୁ ଚିପି ଦିଅନ୍ତୁ। ଏହା କରିବା ପରେ, ଯଦି ଲେମ୍ବୁ ରସ ବୁନ୍ଦା ସହିତ ଅଟାରେ ବୁବୁଲ ସୃଷ୍ଟି ହେବାକୁ ଲାଗେ, ତେବେ ବୁଝନ୍ତୁ ଯେ ଏଥିରେ ଅପମିଶ୍ରଣ ହୋଇଛି। ମଇଦାରେ ଚକ୍ ମାଟି ମିଶ୍ରିତ ହେଲେ ଏହି ବବୁଲଗୁଡ଼ିକ ଅଟାରେ ସୃଷ୍ଟି ହୁଏ।

ହାଇଡ୍ରୋକ୍ଲୋରିକ୍ ​​ଏସିଡ୍- ଆପଣ ଏକ ଟେଷ୍ଟ୍ ଟ୍ୟୁବ୍ ନେଇ ସେଥିରେ କିଛି ଅଟା ରଖନ୍ତୁ। ଏହା ପରେ, ଏଥିରେ ଅଟା ଢାଳି ହାଇଡ୍ରୋକ୍ଲୋରିକ୍ ​​ଏସିଡ୍ ମିଶାନ୍ତୁ। ହାଇଡ୍ରୋକ୍ଲୋରିକ୍ ​​ଏସିଡ୍ ମିଶାଇବା ପରେ, ଯଦି ଟ୍ୟୁବରେ କିଛି ଛାଣିବା ଭଳି ସାମଗ୍ରୀ ଦେଖାଯାଏ, ତେବେ ଅଟାରେ ଅପମିଶ୍ରଣ ହୋଇଛି। ତେଣୁ, ଯଦି ଅଟାରେ ଅପମିଶ୍ରଣ ହୋଇଛି, ତେବେ ସେହି ଅଟା ଖାଇବା ଠାରୁ ଦୂରେଇ ରୁହନ୍ତୁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଖାଇବା ତେଲର ମୂଲ୍ୟ ହ୍ରାସ ସୁନିଶ୍ଚିତ କରିବା ଲାଗି ପୁଣିଥରେ ରାଜ୍ୟମାନଙ୍କୁ ପତ୍ର ଲେଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ଖାଇବା ତେଲର ମୂଲ୍ୟ ବୃଦ୍ଧି ଉପରେ ନିୟନ୍ତ୍ରଣ ଆଣିବା ଲାଗି ଏସବୁ ସାମଗ୍ରୀର ଭଣ୍ଡାରଣ (ଷ୍ଟକ) ସୀମା ନିର୍ଦ୍ଧାରଣ କରିଛନ୍ତି। ଏ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା ଲାଗି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୋମବାର, ଅକ୍ଟୋବର 25 ତାରିଖ 2021ରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ସହିତ ବିଭାଗ ପକ୍ଷରୁ ଏକ ବୈଠକ ଡକାଯାଇଛି।

ଡିଏଫପିଡି ସଚିବ ସୁଧାଂଶୁ ପାଣ୍ଡେଙ୍କ ପକ୍ଷରୁ ସମସ୍ତ ରାଜ୍ୟମାନଙ୍କୁ ପଠାଯାଇଥିବା ପତ୍ରରେ ବିଭାଗ ପକ୍ଷରୁ ଏ ନେଇ ଆବଶ୍ୟକ ସୂଚନା ଦିଆଯାଇଛି। ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଉପଭୋକ୍ତାମାନଙ୍କୁ ଦରବୃଦ୍ଧିରୁ ଆଶ୍ବସ୍ତି ପ୍ରଦାନ କରିବା ଏବଂ ପାର୍ବଣ ଋତୁକୁ ଧ୍ୟାନରେ ରଖି ଖାଇବା ତେଲର ମୂଲ୍ୟ ହ୍ରାସ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ଏକ ରୂପରେଖ ପ୍ରସ୍ତୁତ କରାଯାଇଛି।

ଡିଏଫପିଡି ପକ୍ଷରୁ ଖାଇବା ତେଲର ଦର ଏବଂ ଉପଭୋକ୍ତାଙ୍କ ପାଇଁ ଏଗୁଡ଼ିକର ଉପଲବ୍ଧତା ଅନୁଧ୍ୟାନ କରାଯାଉଛି। ଏହା ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ଏହି ସମୟରେ ଖାଇବା ତେଲର ଚାହିଦା ବୃଦ୍ଧି ପାଇଥାଏ। ସରକାରଙ୍କ ପକ୍ଷରୁ ଏଥିପୂର୍ବରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇସାରିଛି। ସମସ୍ତ ରାଜ୍ୟ ଏବଂ ଖାଇବା ତେଲ ଉଦ୍ୟୋଗ ସଂଘଗୁଡ଼ିକ ସହିତ ଆଲୋଚନା କରାଯାଇଛି। ଏହି ଆଲୋଚନାକୁ ଆଧାର କରି ଭଣ୍ଡାରଣ ସୂଚନା ଦେବା ଲାଗି ବିଜ୍ଞପ୍ତି ଜାରି କରାଯାଇଛି। ଡିଏଫପିଡି ପକ୍ଷରୁ ଦେଶରେ ସାପ୍ତାହିକ ଆଧାରରେ ଖାଇବା ତେଲ/ତୈଳବୀଜର ଭଣ୍ଡାରଣ ଅନୁଧ୍ୟାନ ଲାଗି ଏକ ‍ୱ‍େବପୋର୍ଟାଲ ପ୍ରସ୍ତୁତ କରାଯାଇଛି।

ଉପଭୋକ୍ତାମାନଙ୍କର ପସନ୍ଦ ଅନୁସାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଲାଗି ଖାଇବା ତେଲର ଚାହିଦା ଏବଂ ଖର୍ଚ୍ଚ ଭିନ୍ନ ଭିନ୍ନ ହୋଇଥାଏ। ତେବେ ଖାଇବା ତେଲ ଏବଂ ତୈଳ ବୀଜ ଭଣ୍ଡାରଣ ସୀମାର ପରିମାଣକୁ ଅନ୍ତିମ ରୂପ ଦେବା ଲାଗି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଠାରୁ ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିବା ଭଣ୍ଡାରଣ ସୀମା ଉପରେ ବିଚାର ଓ ପରମର୍ଶ ଗ୍ରହଣ କରାଯିବ। ରିଫାଇନର, ମିଲର, ପାଇକାରୀ ବ୍ୟବସାୟୀଙ୍କ ସମେତ ସମସ୍ତ ଅଂଶୀଦାରମାନେ ଯେପରି ଦୁଇ ମାସରୁ ଅଧିକ କ୍ଷମତା ପର୍ଯ୍ୟନ୍ତ ଷ୍ଟକ୍ ରଖିବେ ନାହିଁ ସେ ସମ୍ପର୍କରେ ନିୟମ ନିର୍ଦ୍ଧାରଣ କରିବା ଲାଗି ବିଚାର କରାଯାଉଛି।

ମାର୍ଗଦର୍ଶନ ପାଇଁ ରାଜ୍ୟମାନେ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ସାଙ୍କେତିକ ସୀମାକୁ ପ୍ରାଥମିକତା ଦେଇପାରିବେ ଏବଂ ପତ୍ର ସହିତ ଏହି ଉପାୟ ସଂଲଗ୍ନ କରାଯାଇଛି। ତେବେ ଅନ୍ୟ ଶ୍ରେଣୀଗୁଡ଼ିକ ଲାଗି ରାଜ୍ୟ ପାଇଁ ଅନୁକୂଳ ସମାନ ମାତ୍ରା ନିର୍ଦ୍ଧାରିତ କରାଯାଇପାରିବ। ଉଦାହରଣ ସ୍ବରୂପ ରିଫାଇନର ପାଇଁ ଗତ ଛଅ ମାସର ହାରାହାରୀ ପରିମାଣ ମଧ୍ୟରୁ ସର୍ବାଧିକ 2 ମାସର ଷ୍ଟକ ଉପଯୋଗ କରାଯାଇପାରିବ। ସେହିପରି ରପ୍ତାନିକାରୀ ଓ ମିଲରମାନଙ୍କ ପାଇଁ ମଧ୍ୟ ମାତ୍ରା ନିର୍ଦ୍ଧାରଣ କରାଯାଇପାରିବ।

2002 ପରଠାରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପକ୍ଷରୁ ଲାଗୁ କରାଯାଇଥିବା ସାମଗ୍ରୀ ଆଧାରିତ ଭଣ୍ଡାରଣ ସୀମା

 

COMMODITY () STATES/UTs() Pulse

(2006-17)

Edible Oil

(2008-18)

Edible Oilseeds

(2008-18)

Onion

(2014-16)

(2017-18)

(2019-20)

Sugar

(2009-11)

(2016-18)

Rice

(2008-14)

Paddy

(2008-14)

Potato

(2014-15)

Andhra Pradesh Retailers- 10-155 qtls.

Wholesalers-250- 5500 qtls

Retailers- 30-100 qtls.

Wholesalers-370- 900 qtls

Retailers- 75-150 qtls.

Wholesalers-1200- 2250 qtls

NR Retailers- 40-50qtls. Wholesalers-1000- 2000 qtls Trading Rice Mills- 4000 qtls

Non Trading Rice Mills- 1000-2000 qtls

Wholesalers- 250-1000 qtls

Retailers- 50- 100 qtls

Wholesalers- 750 qtls

Retailers- 150 qtls

 

 

Not Imposed

Arunachal Pradesh  

Not Reported

 

 

 

Not Reported

 

 

 

Not Reported

Assam 10 qtls Not Reported
Bihar 500-1500 qtls 250-500 qtls 500-1000 qtls  

Not Reported

 
Chhattisgarh 300-1000 qtls 250 qtls 500 qtls  
Goa Retailers- 30 qtls.

Wholesalers- 500 qtls

Retailers- 10 qtls.

Wholesalers- 350 qtls

Retailers- 50 qtls.

Wholesalers- 500 qtls

Retailers- 50 qtls.

Wholesalers- 125 qtls

Gujarat Retailers- 50 qtls.

Wholesalers- 1000 qtls

Retailers- 45 qtls.

Wholesalers- 600 qtls

Retailers- 100 qtls.

Wholesalers- 2000 qtls

 

Not Reported

Haryana Retailers- 25 qtls.

Wholesalers- 250 qtls

Retailers- 25 qtls.

Wholesalers- 1500 qtls

Retailers- 25 qtls.

Wholesalers- 1500 qtls

 

Not Reported

Himachal Pradesh 20-150 qtls 10 qtls 50 qtls
Jammu and Kashmir Retailers- 600 qtls.

Wholesalers- 1200 qtls

Retailers- 1100 qtls.

Wholesalers- 2200 qtls

 

Not Reported

Retailers- 300 qtls.

Wholesalers- 600 qtls

 
Jharkhand Retailers- 50 qtls

Wholesalers- 500-

1000 qtls

Retailers- 50 qtls

Wholesalers- 300-

500 qtls

Wholesalers-50-2000 qtls Wholesalers- 300-

500 qtls

Retailers- 50 qtls

Wholesalers- 5000 qtls

Wholesalers- 1000 qtls Wholesalers- 1000 qtls
Karnataka Retailers- 50 qtls.

Wholesalers- 2000-

5000 qtls

Retailers- 50 qtls. Wholesalers-1000- 1200qtls Retailers- 50 qtls.

Wholesalers- 1000-

2000 qtls

 

Not Reported

Retailers- 50 qtls.

Wholesalers- 1000-

2000 qtls

 

Not Reported

 

Not Reported

 

Kerala Retailers- 20 qtls.

Wholesalers- 1000 qtls

 

Not Reported

     
Madhya Pradesh Retailers- 40-50 qtls.

Wholesalers- 500-

2000 qtls

 

Not Reported

Maharashtra Retailers-150-600 qtls.

Wholesalers-1500- 10500 qtls

Retailers- 20-40 qtls. Wholesalers-300- 1000qtls Retailers- 100-2000 qtls.

Wholesalers-800- 20000 qtls

Not Reported Wholesalers-2000-3000 qtls Retailers- 100-200 qtls.

Millers- 45 days grinding capacity

Wholesalers-2000-3000 qtls

Retailers- 100-200 qtls.

Millers- 45 days grinding capacity

Manipur  

 

Not Reported

 

 

 

Not Reported

 

 

 

Not Reported

Meghalaya
Mizoram
Nagaland
Odisha Retailers- 20 qtls.

Wholesalers- 500 qtls

Retailers- 10 qtls.

Wholesalers- 500 qtls

Retailers- 20 qtls.

Wholesalers- 300 qtls

Retailers- 8-20 qtls.

Wholesalers- 150-

500 qtls

 

Not Reported

Retailers- 15-40 qtls.

Wholesalers- 300-1000 qtls

Punjab Retailers- 100-500 qtls.

Wholesalers- 2000-

10000 qtls

Retailers- 40 qtls.

Wholesalers- 1000 qtls

 

Not Reported

Retailers- 500 qtls.

Wholesalers- 5000 qtls

 

 

 

Not Imposed

Rajasthan Retailers- 25 qtls.

Wholesalers- 2000 qtls

Retailers- 10 qtls.

Wholesalers- 100 qtls

Retailers- 100 qtls.

Wholesalers- 1000 qtls

Not Reported  

Not Reported

Sikkim Not Reported
Tamil Nadu Retailers- 50-125 qtls.

Wholesalers-1250- 5000 qtls

Retailers- 8-20 qtls.

Wholesalers- 250-

600 qtls

Retailers- 5-100 qtls.

Wholesalers- 500-

1500 qtls

Not Reported Dealers- 400-4600 qtls
Telangana Retailers- 20-155 qtls.

Wholesalers-500- 5500 qtls

Retailers- 30-100 qtls.

Wholesalers-375- 5500 qtls

Retailers- 75-150 qtls.

Wholesalers-1200- 2250 qtls

30-75 qtls.  

Not Reported

 

Not Reported

Tripura  

Not Reported

Uttar Pradesh Retailers- 50 qtls.

Wholesalers- 1500 qtls

Retailers- 50 qtls.

Wholesalers- 750 qtls

Retailers- 50 qtls.

Wholesalers- 1000 qtls

 

Not Reported

Retailers- 50 qtls.

Bulk Consumers- 500 qtls Wholesalers- 1500 qtls

Commission Agents- 1500 qtls

Manufacturers- 1500 qtls

 

Uttarakhand Retailers- 10-15 qtls.

Wholesalers- 150-

500 qtls

Retailers- 10-15 qtls.

Wholesalers- 150-

500 qtls

Retailers- 10-15 qtls.

Wholesalers- 150-

500 qtls

   

Not Reported

   
West Bengal  

Not Reported

Retailers- 20 qtls.

Wholesalers- 500 qtls

Not Reported
Andaman and Nicobar Islands Retailers- 25 qtls.

Wholesalers- 500 qtls

Retailers- 5 qtls.

Wholesalers- 150 qtls

Not Reported Retailers- 10 qtls. Wholesalers-400

qtls

Retailers- 50 qtls.

Wholesalers- 50 qtls

Retailers- 100 qtls.

Wholesalers- 500 qtls

Chandigarh 10-500 qtls 5-350 qtls 30 qtls or more Not Reported  
Dadra and Nagar Haveli Retailers- 25 qtls.

Wholesalers- 250 qtls

Retailers- 15 qtls.

Wholesalers- 150 qtls

Not Reported Retailers- 40 qtls.

Wholesalers- 275 qtls

Daman and Diu Not Reported  
Delhi Retailers- 50 qtls.

Wholesalers- 2000 qtls

Retailers- 20 qtls.

Wholesalers- 600 qtls

Retailers- 100 qtls.

Wholesalers- 1500 qtls

  Wholesalers- 1000 qtls Wholesalers- 1000 qtls

Retailers- 50qtls.

Millers- 1000qtls

Lakshadweep  

Not Reported

 

Not Reported

Pondicherry

# ଉପଲବ୍ଧ ସୂଚନା ଆଧାରରେ ଏହି ବିବରଣୀ ପ୍ରସ୍ତୁତ କରାଯାଇଛି।

ସୂଚନା: ଷ୍ଟକ ଏହି  ସୀମା ମଧ୍ୟରେ ରହିବାର ଅର୍ଥ ହେଉଛି 2002 ପରଠାରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଏହି ସୀମା ମଧ୍ୟରେ ଷ୍ଟକ୍ ସୀମାକୁ ନିର୍ଦ୍ଧାରଣ କରାଯାଇଛି।

Not Reportedରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ପକ୍ଷରୁ କୌଣସି ସୂଚନା ମିଳିନାହିଁ କିମ୍ବା ଏହି ସାମଗ୍ରୀ ଉପରେ ଷ୍ଟକ ସୀମା ଲାଗୁ କରାଯାଇନାହିଁ।

Categories
ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ଖାଇବା ତେଲରେ କୌଣସି ଅପମିଶ୍ରଣ ହୋଇଥିଲେ, ଶୁଦ୍ଧତା ଯାଞ୍ଚ ପାଇଁ ଏହି ଉପାୟ ବ୍ୟବହାର କରନ୍ତୁ

ନୂଆଦିଲ୍ଲୀ: ଖାଦ୍ୟ ପ୍ରସ୍ତୁତ ଉପାଦାନରେ ତେଲ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିଣିବା ସମୟରେ ପ୍ରତ୍ୟେକ ଗୃହିଣୀ କେବଳ ସର୍ବୋତ୍ତମ ସାମଗ୍ରୀ କିଣିବା ପାଇଁ ପସନ୍ଦ କରନ୍ତି, କିନ୍ତୁ ବଜାରରେ ବସିଥିବା କିଛି ଲୋକ ଅପମିଶ୍ରଣର ନୂଆ ଉପାୟ ଖୋଜନ୍ତି। ତେଲରେ କରାଯାଉଥିବା ଅପମିଶ୍ରଣ ମଧ୍ୟରୁ ଗୋଟିଏ ହେଉଛି ମେଟାନିଲ ହଳଦିଆ ରଙ୍ଗର ଅପମିଶ୍ରଣ। ଯାହାକୁ ବ୍ୟବହାର କରିବା ଦ୍ଵାରା ଶରୀର ପାଇଁ କ୍ଷତି ହୁଏ। ତେବେ ଖାଇବା ତେଲରେ ଅପମିଶ୍ରଣ ରହିଛି କି ନାହିଁ, ଏହାକୁ ସହଜରେ ଚିହ୍ନଟ କରାଯାଇପାରିବ ନାହିଁ।

ତେଲରେ ଯେକୌଣସି ପ୍ରକାରର ରଙ୍ଗର ଅପମିଶ୍ରଣକୁ ଯାଞ୍ଚ କରାଯାଇପାରିବ। ଏହା ହେଉଛି ଏଭଳି ରଙ୍ଗ, ଯାହାକୁ ଖାଇବା ପାଇଁ ବ୍ୟବହାର ନିଷେଦ୍ଧ।

ଏହି ଉପାୟରେ ତେଲରେ ରଙ୍ଗ ଅପମିଶ୍ରଣକୁ ଯାଞ୍ଚ କରନ୍ତୁ-

ଏକ ଟେଷ୍ଟ୍ ଟ୍ୟୁବରେ ପାଞ୍ଚ ମିଲି ତେଲ ନିଅନ୍ତୁ। ଯଦି ଆପଣଙ୍କର ଟେଷ୍ଟ୍ ଟ୍ୟୁବ୍ ନାହିଁ, ତେବେ ଆପଣ ଗ୍ଲାସ୍ ର ଏକ ଛୋଟ ଢାଙ୍କୁଣୀ ଥିବା କାଚ ଶିଶୀ ନିଅନ୍ତୁ। ଏଥିରେ ପାଞ୍ଚ ମିଲିଲିଟର ହାଇଡ୍ରୋକ୍ଲୋରିକ୍ ​​ଏସିଡ୍ ମିଶାନ୍ତୁ। ଏହା ପରେ ଏହାକୁ ଭଲ ଭାବରେ ମିଶାନ୍ତୁ।

ବର୍ତ୍ତମାନ ଏହି ପାତ୍ରକୁ ପାଞ୍ଚ ମିନିଟ୍ ପାଇଁ ଛାଡିଦିଅନ୍ତୁ। ଯଦି ତେଲରେ କୌଣସି ପ୍ରକାରର ଅପମିଶ୍ରଣ ଅଛି, ତେବେ ଅଳ୍ପ ସମୟ ମଧ୍ୟରେ ଏସିଡ୍ ସ୍ତରରେ ରଙ୍ଗ ଜମା ହୋଇଯିବ। ଉପର ସ୍ତରରେ ରଙ୍ଗ ରହିବ। ଯଦି ତେଲ ଶୁଦ୍ଧ ଅଛି, ତେବେ କୌଣସି ରଙ୍ଗ ଜମା ହେବା ଦେଖାଯିବ ନାହିଁ।

ଅପମିଶ୍ରଣ ତେଲ ଖାଇବା ଦ୍ଵାରା ତୁରନ୍ତ କୌଣସି ଅସୁବିଧା ସୃଷ୍ଟି କରେ ନାହିଁ, କିନ୍ତୁ ଦୀର୍ଘ ସମୟ ଧରି ଏହାର ବ୍ୟବହାର ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହା ମସ୍ତିଷ୍କର କାର୍ଯ୍ୟ ଶକ୍ତି ଉପରେ ଅଧିକ ପ୍ରଭାବ ପକାଇଥାଏ। ପରୀକ୍ଷା କରିବା ପରେ ହିଁ ଖାଇବା ତେଲ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ଭଲ ହେବ।