ମହଙ୍ଗା ମାଡରୁ ଖୁବ ଶୀଘ୍ର ମିଳିପାରେ ଆଶ୍ଵସ୍ତି, ଖାଇବା ତେଲ ଦର ହ୍ରାସ ପାଇଁ ନିଆଯାଉଛି ଏହି ପଦକ୍ଷେପ

Published: May 5, 2022, 11:33 am IST

ନୂଆଦିଲ୍ଲୀ: ଦେଶରେ ଖାଇବା ତେଲର ଦର ବୃଦ୍ଧି ମଧ୍ୟରେ ସରକାର କହିଛନ୍ତି ଯେ, ଇଣ୍ଡୋନେସିଆରୁ ପାମ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାରେ ବାଧା ସୃଷ୍ଟି ହୋଇଛି। କିନ୍ତୁ ବର୍ତ୍ତମାନ ସରକାରଙ୍କ ପାଖରେ ଏହାର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଅଛି। କେନ୍ଦ୍ର ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେଙ୍କ ଅନୁଯାୟୀ ୪୦ ରୁ ୪୫ ଦିନିଆ ଷ୍ଟକ୍ ସରକାରଙ୍କ ନିକଟରେ ଉପଲବ୍ଧ ଏବଂ ସରକାର ଆଶା କରୁଛନ୍ତି ଯେ, ଇଣ୍ଡୋନେସିଆ ଶୀଘ୍ର ପାମ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବ।

ଖାଦ୍ୟ ସଚିବ କହିଛନ୍ତି ଯେ, ଇଣ୍ଡୋନେସିଆରେ ୪୦୭ ଲକ୍ଷ ମେଟ୍ରିକ୍ ଟନ୍ ପାମ ତେଲ ଉତ୍ପାଦିତ ହେଉଥିବାବେଳେ ଏହାର ବ୍ୟବହାର ପ୍ରାୟ ୨୦୦ ଲକ୍ଷ ମେଟ୍ରିକ୍ ଟନ୍ ଅଟେ। ଏଭଳି ପରିସ୍ଥିତିରେ ରପ୍ତାନି ଉପରେ ପ୍ରତିବନ୍ଧକ ହଟାଇବା ବ୍ୟତୀତ ଇଣ୍ଡୋନେସିଆର ଅନ୍ୟ କୌନଶୀ ବିକଳ୍ପ ନାହିଁ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ନିଷେଧାଦେଶ ହଟାଇବା ପରେ ପାମ ତେଲ ଯୋଗାଣ ପୁଣି ସୁଗମ ହେବ। ଯେଉଁ କାରଣରୁ ଦେଶରେ ଖାଇବା ତେଲର ମୂଲ୍ୟ ହ୍ରାସ ପାଇବ ବୋଲି ସୁଦର୍ଶନ ପାଣ୍ଡେ କହିଛନ୍ତି। ତେବେ ଖାଇବା ତେଲର ଆମଦାନୀ ଉପରେ ଭାରତକୁ ନିର୍ଭର କରିବାକୁ ପଡୁଥିବାରୁ ରାତାରାତି ଏହାର ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, କୃଷି ମନ୍ତ୍ରଣାଳୟ ଜାତୀୟ ତୈଳବୀଜ ମିଶନ ଉପରେ କାର୍ଯ୍ୟ କରୁଛି ଏବଂ ଏହାର ସକରାତ୍ମକ ଫଳାଫଳ ଶୀଘ୍ର ବାହାରକୁ ଆସିବ ବୋଲି ଆଶା କରାଯାଉଛି।

ଭାରତ ଏହାର ପାମ ତେଲର ୬୦% ରୁ ଅଧିକ ଆମଦାନୀ କରିଥାଏ। ବିଶ୍ୱର ସର୍ବବୃହତ ପାମ ତେଲ ଉତ୍ପାଦନକାରୀ ଇଣ୍ଡୋନେସିଆ ଏହାର ଘରୋଇ ଆବଶ୍ୟକତା ହେତୁ ପାମ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି, ଯାହାର ପ୍ରଭାବ ଭାରତ ଉପରେ ମଧ୍ୟ ଦୃଶ୍ୟମାନ ହେଉଛି ଏବଂ ଖାଇବା ତେଲର ମୂଲ୍ୟ ଅଧିକ ରହିଛି।

Related posts