Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଳିତ ପାର୍ବଣ ଋତୁରେ ମହାଳୟା କଲେକ୍‌ସନର ଶୁଭାରମ୍ଭ କଲା ରିଲାଏନ୍ସ ଜୁଏଲ୍ସ
ଆଜିର ଖବର

ଚଳିତ ପାର୍ବଣ ଋତୁରେ ମହାଳୟା କଲେକ୍‌ସନର ଶୁଭାରମ୍ଭ କଲା ରିଲାଏନ୍ସ ଜୁଏଲ୍ସ

October 8, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଯାହାକି କଳା, ସଂସ୍କୃତି, ପରମ୍ପରା ଓ ବିଶ୍ୱାସ ଦ୍ୱାରା ଅନୁପ୍ରେରିତ ଅନେକ କଲେକ୍‌ସନ ପାଇଁ ଜଣାଶୁଣା  ଏହି କଲେକ୍‌ସନ ମାଧ୍ୟମରେ ଏହା ଭାରତର ସମୃଦ୍ଧ ଓ ବ୍ୟାପକ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ। ଓଡ଼ିଶାରୁ ଅନୁପ୍ରେରିତ ହୋଇ ଉତ୍କଳ ଓ ବନାରସରୁ ଅନୁପ୍ରେରିତ ହୋଇ କାସୟମ ଓ କଛରୁ ଅନୁପ୍ରେରିତ ହୋଇ ରନକାର ର ପ୍ରସ୍ତୁତ କରାଯାଇଛି। ରିଲାଏନ୍‌ସ ଜୁଏଲ୍‌ସ ଭାରତର ସମୃଦ୍ଧ ଓ ବ୍ୟାପକ ଐତିହ୍ୟକୁ ସର୍ବଦା ଏହାର ଜୁଏଲାରୀ ଡିଜାଇନ୍ ମାଧ୍ୟମରେ ପ୍ରଦର୍ଶିତ କରିଆସିଛି।

ଚଳିତ ପାର୍ବଣ ଋତୁରେ, ରିଲାଏନ୍‌ସ ଜୁଏଲ୍‌ସ ସୁନା ଓ ହୀରା ଜୁଏଲାରୀର ଏକ ଆକର୍ଷଣୀୟ କଲେକ୍‌ସନ, “ମହାଲୟା” ର ଶୁଭାରମ୍ଭ କରିଛି ଯାହାକି ମହାରାଷ୍ଟ୍ରର ଗୌରବ ଦ୍ୱାରା ଅନୁପ୍ରେରିତ। ଏହାକୁ ଆଗାମୀ ପାର୍ବଣ ଋତୁକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି। ମହାଳୟା ନାମଟି ସମୃଦ୍ଧି ଓ ସୌନ୍ଦର୍ଯ୍ୟର ପ୍ରତୀକ। ମହା ର ଅର୍ଥ ହେଉଛି ଉତ୍କୃଷ୍ଟ ଓ ଲୟାର ଅର୍ଥ ହେଉଛି ସୌନ୍ଦର୍ଯ୍ୟ ଯାହାକି ମହାରାଷ୍ଟ୍ରର ପ୍ରତ୍ୟେକ ଦିଗରେ ଦେଖା ଯାଇପାରେ।

ମହାରାଷ୍ଟ୍ରରେ ଅନେକ ଗୁଡ଼ିଏ ଦିଗ ରହିଛି ଯାହାକି ଏହି ଅଂଚଳର ଗୌରବ ଓ ଉତ୍କର୍ଷତାକୁ ଦର୍ଶାଇଥାଏ। ଏହା ଜୀବନର ପ୍ରତ୍ୟେକ ଅଂଶରେ ଓ ସମୃଦ୍ଧ ଐତିହ୍ୟରେ ପରିଲକ୍ଷିତ ହୋଇଥାଏ। ରିଲାଏନ୍‌ସ ଜୁଏଲ୍‌ସ ମହାଳୟା କଲେକ୍‌ସନ ଏହି ପୈଠାନୀର ଚମକ, ୱର୍ଲିଂର ଦୃଶ୍ୟ, ପାହାଡ଼ ଓ ଉପତ୍ୟକାର ସୁନ୍ଦର ଦୃଶ୍ୟ ଗାଡ୍‌ସ ଓ ୱାଡାସର ଆକର୍ଷଣକୁ ରୟାଲ୍ ରିଗାଲିଆ ଆକାରରେ ସଜ୍ଜିତ କରାଯାଇଛି।

ଗ୍ରାହକମାନେ ସୁନା ଓ ହୀରାର ଆକର୍ଷଣୀୟ ଡିଜାଇନ୍ ପାଇପାରିବେଓ ଏଥିରେ ରହିଛି ଅନେକ ଗୁଡ଼ିଏ ଆକର୍ଷଣୀୟ ସୂକ୍ଷ୍ମ କାରିଗରି ଯାହାକି ଏହିସବୁ ବିଷୟକୁ ସାମିଲ୍ କରିଥାଏ। ଯେତେବେଳେକି ତାଙ୍କର ଡିଜାଇନ୍ ବିଭିନ୍ନ ଅଂଚଳରୁ ଅନୁପ୍ରେରଣା ଗ୍ରହଣ କରିଥାଏ, ଅନ୍ତିମ ଜୁଏଲାରୀ କଲେକ୍‌ସନ ପ୍ରତି ଭାରତୀୟ ମହିଳାମାନଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି।

ଏହି ସ୍ୱତନ୍ତ୍ର ଓ ଆକର୍ଷଣୀୟ ଡିଜାଇନ୍ ସହିତ ମହାରାଷ୍ଟ୍ରର ଐତିହ୍ୟର ସୌନ୍ଦର୍ଯ୍ୟ ଓ ଗୌରବକୁ ପାଳନ କରୁଛି। ରିଲାଏନ୍‌ସ ଜୁଏଲ୍‌ସ ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହିତ ଏହି ଉତ୍ସବକୁ ପାଳନ କରୁଛି। ଏହି ପାର୍ବଣ ଋତୁକୁ ଗ୍ରାହକମାନଙ୍କ ପାଇଁ ଆହୁରି ଅଧିକ ସ୍ୱତନ୍ତ୍ର କରିବା ପାଇଁ, ବ୍ରାଣ୍ଡ ଏକ ଆକର୍ଷଣୀୟ କଲେକ୍‌ସନର ପ୍ରସ୍ତୁତ କରିଛି ଯେଉଁଥିରେ ରହିଛି ସୁନ୍ଦର ନେକଲେସ୍ ସେଟ୍‌, ପେଣ୍ଡେଂଟ ସେଟ୍‌, ମଙ୍ଗଳସୂତ୍ର, ଇୟରିଂ, ରିଙ୍ଗ, ବ୍ରେସଲେଟ୍ ଓ ଚୁଡ଼ି ଯାହାକି ୨୨ କ୍ୟାରେଟ୍ ସୁନାରେ ପ୍ରସ୍ତୁତ ଓ ଏହା ସହିତ ରହିଛି ଆନ୍ତର୍ଜାତିକ ଭାବରେ ପ୍ରମାଣିତ ହୀରା।

ସୁନାର କଲେକ୍‌ସନ ରେ ଅନେକ ଆକର୍ଷଣୀୟ ସମ୍ଭାର ରହିଛି ଯେଉଁଥିରୁ ଗ୍ରାହକମାନେ ବାଛି ପାରିବେ। ଏଥିରେ ରହିଛି ୨୨ କ୍ୟାରେଟ୍ ସୁନାରେ ଆକର୍ଷଣୀୟ ନେକଲେସ୍ ସେଟ୍ ସହିତ ଇୟରିଂ, ଚୁଡ଼ି, ବ୍ରେସଲେଟ୍ ଓ ମୁଦିର ସୁନ୍ଦର ଡିଜାଇନ୍ ଯାହାକି ମହାରାଷ୍ଟ୍ରର ଐତିହ୍ୟ ଓ ଗୌରବକୁ ପ୍ରଦର୍ଶିତ କରିଥାଏ। ଉତ୍କୃଷ୍ଟ ପର୍ଲ ଓ କଲରଯୁକ୍ତ ଜେମ୍ ଷ୍ଟୋନ୍ ମହାରାଷ୍ଟ୍ରର ସମୃଦ୍ଧ ସଂସ୍କୃତିକୁ ଦର୍ଶାଇଥାଏ ଓ ଲାଲ୍ ଏବଂ ସବୁଜରେ ଏନାମେଲିଂ କାର୍ଯ୍ୟ ଗାଡ୍‌ସ ଓ ୱାଡ୍‌ସର ଅତୁଳନୀୟ ପ୍ରେରଣାକୁ ପ୍ରଦାନ କରିଥାଏ। ଏହା ସହିତ ରହିଛି ରୟାଲ୍ ରେଗାଲିଆ ଯାହାକି ନାରୀଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ। ଏହି ବ୍ୟାପକ ଶ୍ରେଣୀୟ ଜୁଏଲାରୀ ପ୍ରତି ଅବସର ଓ ବଜେଟ୍ ମଧ୍ୟରେ ରହିଛି।

ଡାଏମଣ୍ଡ ଡିଜାଇନ୍  ମଧ୍ୟ ମହାଳୟ କଲେକ୍‌ସନରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ମହାରାଷ୍ଟ୍ରର ସଂସ୍କୃତି, ଐତିହ୍ୟ ଓ ସୌନ୍ଦର୍ଯ୍ୟ ପରି ସ୍ୱତନ୍ତ୍ର। ଏହି ଆକର୍ଷଣୀୟ ଡାଏମଣ୍ଡ ନେକଲେସ୍ ସେଟ୍‌, ପେଣ୍ଡାଂଟ୍ ସେଟ୍‌, ମଙ୍ଗଳସୂତ୍ର, ଚୂଡ଼ି, ବ୍ରେସଲେଟ୍ ଓ ମୁଦି ମହାରାଷ୍ଟ୍ରର ଉତ୍ସାହ ଓ କାରିଗରିକୁ ଅନେକ ଉପାୟରେ ପ୍ରଦର୍ଶିତ କରିଥାଏ। ଏହି ଆକର୍ଷଣୀୟ ନେକଲେସ୍ ସେଟ୍ ୱର୍ଲିଂ କ୍ରାଫ୍‌ଟର ଆଇକନିକ ମୋଟିଫ୍ କୁ ପ୍ରଦର୍ଶିତ କରିଥାଏ ଯାହାକି ହୀରା ସହିତ ଏକ ସ୍ୱତନ୍ତ୍ର ସମାହାର ସୃଷ୍ଟି କରିଥାଏ। ମହାଳୟା କଲେକ୍‌ସନର ଡାଏମଣ୍ଡ କଲେକ୍‌ସନ ହେଉଛି ସ୍ୱତନ୍ତ୍ର କାରଣ ଏହା କଳାର ବିଭିନ୍ନ ପ୍ରକାରକୁ ପ୍ରଦର୍ଶିତ କରିଥାଏ ଯାହାକୁ ରିଲାଏନ୍‌ସ ଜୁଏଲ୍‌ସର ଡିଜାଇନର ମାନେ ପ୍ରସ୍ତୁତ କରିଛନ୍ତି। ଏହି ସୁନ୍ଦର ଅନୁପ୍ରେରଣା ଡାଏମଣ୍ଡ ରେଞ୍ଜରେ ଅନେକ ଗୁଡ଼ିଏ ଡିଜାଇନ୍ ପାଇଁ ପ୍ରେରଣା ଯୋଗାଇବ ଓ ଏହା ପାର୍ବଣ ଓ ବିବାହ ଅବସର ପାଇଁ ଏକ ଏକ ସ୍ୱତନ୍ତ୍ର ଲୁକ୍ ପ୍ରଦାନ କରିବ।

ଏହି ନୂତନ କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ ଭାରତର ଏକ ବ୍ୟାପକ ଓ ସମ୍ମାନଜନକ ଐତିହ୍ୟ ଓ ବିଭିନ୍ନତାରେ ଭରପୂର ସଂସ୍କୃତି ରହିଛି ଯାହାକି ଦେଶର ଏକ ଅବିଚ୍ଛେଦ୍ୟ ଅଂଶ ଓ ଏହି କାରଣରୁ ଆମେ ସଭିଏଁ ଜଣେ ଭାରତୀୟ ଭାବରେ ଗର୍ବିତ। ଆମେ ଆମର ଏହି ସମୃଦ୍ଧ ଐତିହ୍ୟ, କଳା ଓ କାରିଗରିରୁ ସର୍ବଦା ପ୍ରେରଣା ଗ୍ରହଣ କରିଥାଉ ଓ ଗତ ୩ ବର୍ଷ ଧରି ଅନେକ ଗୁଡ଼ିଏ ଆକର୍ଷଣୀୟ କଲେକ୍‌ସନ ପ୍ରସ୍ତୁତ କରି ଆସୁଛୁ ଯାହାକୁ ଆମର ଗ୍ରାହକମାନେ  ବହୁ ମାତ୍ରାରେ ପସନ୍ଦ କରିଛନ୍ତି। ଚଳିତ ପାର୍ବଣ ଋତୁରେ ଆମର ୬ଷ୍ଠ କଲେକ୍‌ସନ ସହିତ ଏହି ଯାତ୍ରାକୁ ଜାରି ରଖିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଆମର ଇନ-ହାଉସ୍ ଡିଜାଇନର ଟିମ୍ ଓ ବିଶେଷଜ୍ଞମାନେ ଆମର ଐତିହ୍ୟ ଉପରେ ବ୍ୟାପକ ଭାବରେ ଗବେଷଣା କରି ଏହି ଡିଜାଇନ୍ ଓ କଳାକୃତିକୁ ପ୍ରତି ସିଜିନ୍ ପାଇଁ ପ୍ରସ୍ତୁତ କରୁଛନ୍ତି। ଆଗାମୀ ପାର୍ବଣ ଋତୁ ସଭିଙ୍କ ଜୀବନରେ ଶାନ୍ତି ଓ ସମୃଦ୍ଧି ଭରି ଦେବ। ଏହି ଅବସରରେ ଅମେ ଆମର “ମହାଲୟା” କଲେକ୍‌ସନକୁ ଉପସ୍ଥାପିତ କରି ବହୁତ ଉତ୍ସାହିତ ଯାହା ମହାରାଷ୍ଟ୍ରର ସମୃଦ୍ଧ ସଂସ୍କୃତି, ବ୍ୟାପକ ଐତିହ୍ୟ ଓ ପରମ୍ପରାକୁ ପ୍ରଦର୍ଶିତ କରୁଛି। ସୁନା ଓ ହୀରାର ପ୍ରତି ନେକଲେସ୍‌, ମଙ୍ଗଳସୂତ୍ର, ଇୟରିଂ, ମୁଦି, ବ୍ରେସଲେଟ୍ ଓ ଚୁଡ଼ି ର କଲେକ୍‌ସନ ମହାରାଷ୍ଟ୍ରର ଗର୍ବ ଓ ଗୌରବକୁ କାରିଗରି ମାଧ୍ୟମରେ ଉପସ୍ଥାପିତ କରୁଛି।

ନୂତନ ଜୁଏଲାରୀ ପିସ୍ ସହିତ ପାଟ୍ରନମାନେ ସୁନା ଗହଣାର ଗଢ଼ା ମଜୁରୀ ଉପରେ ଓ ହିରା ଗହଣାର ମୂଲ୍ୟ ଉପରେ ୨୫% ରିହାତି ପାଇପାରିବେ। ଏହି ଅଫର ସୀମିତ ଅବଧି ପାଇଁ ଉପଲବ୍ଧ ରହିଛି।

ଏହି ଆକର୍ଷଣୀୟ କଲେକ୍‌ସନ ସ୍ୱତନ୍ତ୍ର ଭାବରେ ସମସ୍ତ ରିଲାଏନ୍‌ସ ଜୁଏଲ୍‌ସ ଫ୍ଲାଗସିପ୍ ସୋରୁମରେ ସାରା ଦେଶରେ ଉପଲବ୍ଧ ଓ ସିଲେକ୍ଟ ରେଞ୍ଜ ରିଲାଏନ୍‌ସ ଜୁଏଲ୍‌ସର ୱେବସାଇଟ୍‌ରେ ମିଳିପାରିବ।

ଜୁଏଲାରୀ ବ୍ରାଣ୍ଡ ପାର୍ବଣ ଋତୁ ରିଲାଏନ୍‌ସ ଜୁଏଲ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026
Latest News

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.