Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍‌ସ ଆଣିଛି “ରିଲାଏନ୍‌ସ ଜୁଏଲ୍‌ସ ଡ୍ରିମ୍ ଡାଏମଣ୍ଡ ସେଲ୍

ଭୁବନେଶ୍ବର: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ନେଇ ଆସିଛି “ରିଲାଏନ୍‌ସ ଜୁଏଲ୍‌ସ ଡ୍ରିମ୍ ଡାଏମଣ୍ଡ ସେଲ୍‌”। ରିଲାଏନ୍‌ସ ଜୁଏଲ୍‌ସ ଏହାର ଗ୍ରାହକମାନେଙ୍କୁ ସର୍ବୋତ୍କୃଷ୍ଟ ସପିଂ ଅନୁଭବ ପ୍ରଦାନ କରିଥାଏ। କାରଣ ଏଥିରେ ରହିଛି ଆକର୍ଷଣୀୟ ଡିଜାଇନ୍‌, ୟୁନିକ୍ କଲେକ୍‌ସନ ଓ ଆହୁରି ଅନେକ ଆକର୍ଷଣୀୟ ଅଫର। ଏହି ଡ୍ରିମ ଡାଏମଣ୍ଡ ସେଲ୍ ସହିତ ବ୍ରାଣ୍ଡ ଏହାର ପୃଷ୍ଠପୋଷକମାନଙ୍କୁ ବ୍ୟାପକ ଶ୍ରେଣୀୟ ଡାଏମଣ୍ଡ ଜୁଏଲାରୀ ପ୍ରଦନ କରିବା ସହିତ ଆକର୍ଷଣୀୟ କାରିଗରିର ସୁଯୋଗ ପ୍ରଦାନ କରୁଛି। ଏଥିରେ ରହିଛି ଆକର୍ଷଣୀୟ ଡାଏମଣ୍ଡ ଓ ଡିଜାଇନ୍ ଯାହାକି ଅତ୍ୟନ୍ତ ଉତ୍କୃଷ୍ଟ ଭାବରେ ହାତରେ ପ୍ରସ୍ତୁତ କରାଯାଇଛି, ଏହି ଡାଏମଣ୍ଡ କଲେକସନ ନେକଲେସ୍ ସେଟ୍‌, ପେଣ୍ଡାଂଟ ସେଟ୍‌, ଚୁଡ଼ି, ବ୍ରେସଲେଟ୍‌, ରିଙ୍ଗ ଓ ଆହୁରି ଅନେକର ଆକର୍ଷଣୀୟ ଡିଜାଇନ୍ ପ୍ରସ୍ତୁତ କରିଥାଏ ଯାହା ଆପଣଙ୍କର ସ୍ୱତନ୍ତ୍ର ଅବସରକୁ ଆହୁରି ସ୍ମରଣୀୟ କରିଥାଏ।

ଗ୍ରାହକମାନେ ଏହି ଡାଏମଣ୍ଡ ଜୁଏଲାରୀ କଲେକ୍‌ସନର ଅତୁଳୀନୟ ସମ୍ଭାରକୁ ଡ୍ରିମ୍ ଡାଏମଣ୍ଡ ସେଲ୍ ସମୟରେ କିଣାକିଣି କରି ସର୍ବାଧିକ ସଂଚୟ କରିପାରିବେ କାରଣ ଏଥିରେ ରହିଛି ଡାଏମଣ୍ଡ ମୂଲ୍ୟର ୨୫% ପର୍ଯ୍ୟନ୍ତ ଆକର୍ଷଣୀୟ ରିହାତି। ଏହି ଅଫର ୧୪ ଫେବୃୟାରୀ ୨୦୨୩ ପର୍ଯ୍ୟନ୍ତ ବୈଧ ରହିଛି, ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ। ଏହା ସହିତ ଏଥିରେ ରହିଛି ସମସାମୟିକ ଡିଜାଇନ ଠାରୁ ଆରମ୍ଭ କରି ଟାଇମଲେସ୍ କ୍ଲାସିକ୍‌ସ, ଏହି କଲେକ୍‌ସନରେ ସଭିଙ୍କ ପାଇଁ କିଛି ନା କିଛି ରହିଛି। ପ୍ରତି ଡାଏମଣ୍ଡ ପିସକୁ ଅତ୍ୟନ୍ତ ଯତ୍ନର ସହିତ ପ୍ରସ୍ତୁତ କରାଯାଇଛି ଯାହାକି ଏହାକୁ ସମସ୍ତ ଅବସର ପାଇଁ ସ୍ୱତନ୍ତ୍ର କରିଥାଏ।

ଏହି ଡାଏମଣ୍ଡ ଜୁଏଲାରୀରେ ରହିଛି ଅନେକ କଟ୍‌, ସାଇଜ୍ ଓ ଷ୍ଟାଇଲ୍ ଯେଉଁଥିରୁ ଗ୍ରାହକମାନେ ସେମାନଙ୍କର ପସନ୍ଦର ଗହଣାକୁ ବାଛି ପାରିବେ। ଆପଣ ଆପଣଙ୍କର ବଜେଟ୍ ଅନୁସାରେ ସର୍ବୋତ୍କୃଷ୍ଟ ଡାଏମଣ୍ଡକୁ ବାଛିପାରିବେ। ରିଲାଏନଓ ଜୁଏଲ୍‌ସରେ ରହିଛି ଟାଇମଲେସ୍ ଡାଏମଣ୍ଡ ଜୁଏଲାରୀର ଏକ ବ୍ୟାପକ ସମ୍ଭାର ଯାହାକି ୟେଲୋ ଗୋଲ୍‌ଡ, ହ୍ୱାଇଟ୍ ଗୋଲ୍‌ଡ ଓ ରୋଜ୍ ଗୋଲ୍‌ଡ କୁ ଡାଏମଣ୍ଡରେ ଖଚିତ କରି ପ୍ରସ୍ତୁତ କରାଯାଇଛି। ଏହି ଆକର୍ଷଣୀୟ କଳାକୃତି ଯଥା ମିନାକାରି, କଲର ଷ୍ଟୋନ୍ ଓ ପର୍ଲସ ସହିତ ଯାହାକି ଡାଏମଣ୍ଡକୁ ଆହୁରି ଅଧିକ ସୁନ୍ଦର କରିଥାଏ। ଏହା ସହିତ ଏଥିରେ ରହିଛି ବ୍ୟାପକ ଶ୍ରେଣୀୟ ସୁନ୍ଦର ଡିଜାଇନ୍ ଯାହାକୁ ଆପଣ ସାରା ଭାରତରେ ଥିବା ରିଲାଏନଓ ଜୁଏଲ୍‌ସରୁ ପାଇପାରିବେ।

ଏହାକୁ ସ୍ୱତନ୍ତ୍ର ଭାବରେ ମହିଳାଙ୍କର ୟୁନିକ୍ ଷ୍ଟାଇଲକୁ ଉପସ୍ଥାପିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏନଗେଜମେଂଟ ରିଙ୍ଗ ହେଉ ବା ଆପଣଙ୍କର ଦୈନନ୍ଦିନର ଲୁକକୁ ବହୁଗୁଣିତ କରିବା ପାଇଁ ଗହଣା ହେଉ, ରିଲାଏନ୍‌ସ ଜୁଏଲ୍‌ସରେ ଅନେକ ଗୁଡ଼ିଏ ବ୍ୟାପକ ବିକଳ୍ପ ରହିଛି ଯେଉଁଥିରୁ ଆପଣ ନିଜର ପସନ୍ଦର ଗହଣାକୁ ବାଛିପାରିବେ। ଏହାର ସମସ୍ତ ଡାଏମଣ୍ଡ ଜୁଏଲାରୀ ହେଉଛି ଆଇଜିଆଇ ଓ ଆନ୍ତର୍ଜାତିକ ଭାବରେ ପ୍ରମାଣିତ ଯାହାକି ଉପଯୁକ୍ତ ମୂଲ୍ୟରେ ଆକର୍ଷଣୀୟ ଡିଜାଇନ୍ ପ୍ରଦାନ କରିଥାଏ ଯାହାକୁ ସମସ୍ତ ଗ୍ରାହକମାନେ ପସନ୍ଦ କରିଥାନ୍ତି।

ରିଲାଏନ୍‌ସ ଜୁଏଲ୍‌ସ ଡାଏମଣ୍ଡ ଜୁଏଲାରୀ କଲେକ୍‌ସନ ହେଉଛି ଆପଣଙ୍କର ପ୍ରିୟଜନଙ୍କ ପାଇଁ ତଥା ସମସ୍ତ ସ୍ୱତନ୍ତ୍ର ଅବସର ପାଇଁ ଉପହାର ନିମନ୍ତେ ସର୍ବୋତ୍କୃଷ୍ଟ ପସନ୍ଦ। ଏହା ବିବାହ ହେଉ ବା ଆନିଭର୍ସାରି, ଜନ୍ମଦିନ ବା ଭାଲେନ୍‌ଟାଇନ୍ ଡେ, ଏହି ସ୍ପାର୍କଲିଂ ଡିଜାଇନ୍ ଓ ଉତ୍କୃଷ୍ଟ କଳାକୃତି ଏହାକୁ ସମସ୍ତ ଅବସର ପାଇଁ ସର୍ବୋତ୍କୃଷ୍ଟ ପସନ୍ଦ କରିଥାଏ। କ୍ଲାସିକ୍ ଡାଏମଣ୍ଡ ରିଙ୍ଗ ଠାରୁ ଆରମ୍ଭ କରି ଆକର୍ଷଣୀୟ ଡାଏମଣ୍ଡ ନେକଲେସ୍ ପର୍ଯ୍ୟନ୍ତ ତଥା ମ୍ୟାଜିକାଳ୍ ପେଣ୍ଡାଂଟ, ପ୍ରତି ଜୁଏଲାରୀ ପିସ୍ ହେଉଛି ସ୍ୱତନ୍ତ୍ର ଓ ଏହାକୁ ଆପଣ ସର୍ବଦା ପସନ୍ଦ କରିବେ। ଏହାର ବ୍ୟାପକ ଶ୍ରେଣୀୟ ଡିଜାଇନ୍ ଓ ଷ୍ଟାଇଲ ଉପଲବ୍ଧ ରହିଛି। ଏଠାରେ ଆପଣ ସଭିଙ୍କ ପାଇଁ ବିଭିନ୍ନ ମୂଲ୍ୟରେ କିଛି ନା କିଛି ନିଶ୍ଚିତ ଭାବରେ ପାଇପାରିବେ।

ଏହି ନୂତନ କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ଆମର ଡାଏମଣ୍ଡ ଜୁଏଲାରୀ କଲେକ୍‌ସନ ହେଉଛି ଏକ ସ୍ୱତନ୍ତ୍ର କଳାକୃତିର ଡିଜାଇନ୍। ଏହି ଜୁଏଲାରୀ ପିସ୍ ଗୁଡ଼ିକୁ ବହୁତ ଯତ୍ନର ସହିତ ପ୍ରସ୍ତୁତ କରାଯାଇଥାଏ ଯଦ୍ୱାରା ପ୍ରତ୍ୟେକ ପିସ୍ ଯେପରି ଏକ ଟାଇମଲେସ୍ ମାଷ୍ଟରପିସ୍ ହେବ ତାହାକୁ ସୁନିଶ୍ଚିତ କରାଯାଇପାରିବ। ଏହା ସୌନ୍ଦର୍ଯ୍ୟ, ଲକ୍‌ଜୁରି ଓ ଚିରନ୍ତନ ପ୍ରେମର ଏକ ନିଦର୍ଶନ ଅଟେ। ଡାଏମଣ୍ଡ ଜୁଏଲାରୀ ହେଉଛି ସୌନ୍ଦର୍ଯ୍ୟ ଓ ଉତ୍କୃଷ୍ଟ କଳାକୃତିର ଏକ ଅତୁଳନୀୟ ସମାହାର। ରିଲାଏନ୍‌ସ ଜୁଏଲ୍‌ସର ଡାଏମଣ୍ଡ କଲେକ୍‌ସନ ସହିତ, ଆମେ ଆମର ଗ୍ରାହକମାନଙ୍କୁ ଆକର୍ଷଣୀୟ ଡିଜାଇନ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥାଉ ଯାହାକୁ ଆପଣ ସାରା ଜୀବନ ନିଜ ପାଖରେ ରଖିପାରିବେ।”

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ:

ରିଲାଏନ୍‌ସ ଜୁଏଲ୍‌ସ ହେଉଛି ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ର ଏକ ଅଂଶ ଯାହାକି ଭାରତର ଏକ ଅଗ୍ରଣୀ ରିଟେଲର। ଏହି ବ୍ରାଣ୍ଡ ସୁନା, ହୀରା, ପ୍ଲାଟିନମ୍ ଓ ସିଲଭର ଗହଣାର ଆକର୍ଷଣରୀୟ ଓ ବ୍ୟାପକ ସମ୍ଭାର ପ୍ରଦାନ କରିଥାଏ। ଏହାର ଗହଣାରେ ଡିଜାଇନ୍ ଓ କାରିଗରିକୁ ଧ୍ୟାନ ପ୍ରଦାନ କରାଯାଇଥାଏ। ରିଲାଏନ୍‌ସ ଜୁଏଲ୍‌ସ ଏହାର ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ ଓ ସ୍ୱତନ୍ତ୍ର ଡିଜାଇନର କଲେକ୍‌ସନ ପ୍ରଦାନ କରିବା ପାଇଁ ଚେଷ୍ଟା କରିଥାଏ ଯାହାକି କଳା, କାରିଗରି ଓ ଭାରତୀୟ ସଂସ୍କୃତି ଓ ଐତିହ୍ୟରେ ସମୃଦ୍ଧ ଅଟେ। ରିଲାଏନ୍‌ସ ଜୁଏଲ୍‌ସର ଜୀବନର ପ୍ରତିଟି ମୁହୂର୍ତକୁ ଉପଭୋଗ କରିବାରେ ବିଶ୍ୱାସ କରେ ଓ ଏଥିରେ ପ୍ରେମ ଓ ଆବେଗର ଏକ ସ୍ୱତନ୍ତ୍ର ଭୂମିକା ରହିଛି।

ରିଲାଏନ୍‌ସ ଜୁଏଲ୍‌ସର ସାରା ଭାରାତରେ ୩୫୦+ ଫ୍ଲାଗସିପ୍ ସୋ ରୁମ୍ ରହିଛି ଓ ଭାରତର ୧୭୦+ ସହରରେ ସପ୍‌-ଇନ-ସପ୍‌ସ ମଧ୍ୟ ରହିଛି ଏବଂ ଏହା ଦ୍ରୁତ ଗତିରେ ସଂପ୍ରସାରଣ କରୁଛି। ଏହି ବ୍ରାଣ୍ଡ ଅତୁଳନୀୟ ସେବା ଓ ସ୍ୱତନ୍ତ୍ର ଜୁଏଲାରୀ ସପିଂ ଅନୁଭୂତି ମାଧ୍ୟମରେ ଗ୍ରାହକର ଖୁସି ପ୍ରତି ଧ୍ୟାନ ପ୍ରଦାନ କରିଥାଏ। ଏହାର କଲେକ୍ସନରେ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ ରହିଛି। ରିଲାଏନ୍ସ ଜୁଏଲ୍ସରେ ସୁନା ଓ ହୀରା ପ୍ରତିଯୋଗୀତାମୂଳକ ମୂଲ୍ୟରେ ଉପଲବ୍ଧ। ଏହାର ଶୂନ୍ୟ ନଷ୍ଟ ଓ ଉପଯୁକ୍ତ ଗଢ଼ା ମଜୁରୀ ଗ୍ରାହକଙ୍କୁ ୧୦୦% ସନ୍ତୁଷ୍ଟି ପ୍ରଦାନ କରିଥାଏ। ରିଲାଏନ୍ସ ଜୁଏଲ୍ସ ମଧ୍ୟ ୧୦୦ ପ୍ରତିଶତ ଶୁଦ୍ଧତା, ମୂଲ୍ୟରେ ସ୍ୱଚ୍ଛତା ଓ ପ୍ରତି ପିସରେ ଗୁଣମାନର ସୁନିଶ୍ଚିତତା ପ୍ରଦାନ କରିଥାଏ। ଏହି ବ୍ରାଣ୍ଡ କେବଳ ୧୦୦ ପ୍ରତିଶତ ବିଆଇଏସ୍ ହଲମାର୍କ ଗୋଲ୍ଡ ରଖିଥାଏ। ଏଠାରେ ରହିଥିବା ପ୍ରତିଟି ହୀରା ସ୍ୱାଧୀନ ପ୍ରମାଣନ ଲାବୋରାଟୋରି ଦ୍ୱାରା ଆନ୍ତର୍ଜାତିକ ଭାବରେ ପ୍ରମାଣିତ। ସମସ୍ତ ରିଲାଏନ୍ସ ଜୁଏଲ୍ ସୋରୁମରେ ମରାମତି ପାଇଁ ଏକ କ୍ୟୁସି ଟେକ୍ ରୁମ୍ ରହିଛି।

ଏହା ସହିତ ସୁନାର ଶୁଦ୍ଧତାକୁ ମାଗଣାରେ ମାପ କରିବା ପାଇଁ କ୍ୟାରେଟ୍ ମିଟର ରହିଛି। ଏହି ସବୁ ସୁବିଧା ବ୍ୟତୀତ ଏହି ବ୍ରାଣ୍ଡ ମଧ୍ୟ ପ୍ରତି କ୍ରୟରେ ଲୟାଲିଟି ପଏଂଟ ପ୍ରଦାନ କରିଥାଏ। ପ୍ରତି କଲେକ୍‌ସନରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଡିଜାଇନ୍ ସହିତ, ରିଲାଏନ୍‌ସ ଜୁଏଲ୍‌ସରେ ପ୍ରତି ବ୍ୟକ୍ତିଙ୍କ ପାଇଁ ପ୍ରତି ଅବସର ନିମନ୍ତେ ଗହଣା ଉପଲବ୍ଧ ରହିଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଚଳିତ ପାର୍ବଣ ଋତୁରେ ମହାଳୟା କଲେକ୍‌ସନର ଶୁଭାରମ୍ଭ କଲା ରିଲାଏନ୍ସ ଜୁଏଲ୍ସ

ଭୁବନେଶ୍ୱର: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଯାହାକି କଳା, ସଂସ୍କୃତି, ପରମ୍ପରା ଓ ବିଶ୍ୱାସ ଦ୍ୱାରା ଅନୁପ୍ରେରିତ ଅନେକ କଲେକ୍‌ସନ ପାଇଁ ଜଣାଶୁଣା  ଏହି କଲେକ୍‌ସନ ମାଧ୍ୟମରେ ଏହା ଭାରତର ସମୃଦ୍ଧ ଓ ବ୍ୟାପକ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ। ଓଡ଼ିଶାରୁ ଅନୁପ୍ରେରିତ ହୋଇ ଉତ୍କଳ ଓ ବନାରସରୁ ଅନୁପ୍ରେରିତ ହୋଇ କାସୟମ ଓ କଛରୁ ଅନୁପ୍ରେରିତ ହୋଇ ରନକାର ର ପ୍ରସ୍ତୁତ କରାଯାଇଛି। ରିଲାଏନ୍‌ସ ଜୁଏଲ୍‌ସ ଭାରତର ସମୃଦ୍ଧ ଓ ବ୍ୟାପକ ଐତିହ୍ୟକୁ ସର୍ବଦା ଏହାର ଜୁଏଲାରୀ ଡିଜାଇନ୍ ମାଧ୍ୟମରେ ପ୍ରଦର୍ଶିତ କରିଆସିଛି।

ଚଳିତ ପାର୍ବଣ ଋତୁରେ, ରିଲାଏନ୍‌ସ ଜୁଏଲ୍‌ସ ସୁନା ଓ ହୀରା ଜୁଏଲାରୀର ଏକ ଆକର୍ଷଣୀୟ କଲେକ୍‌ସନ, “ମହାଲୟା” ର ଶୁଭାରମ୍ଭ କରିଛି ଯାହାକି ମହାରାଷ୍ଟ୍ରର ଗୌରବ ଦ୍ୱାରା ଅନୁପ୍ରେରିତ। ଏହାକୁ ଆଗାମୀ ପାର୍ବଣ ଋତୁକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି। ମହାଳୟା ନାମଟି ସମୃଦ୍ଧି ଓ ସୌନ୍ଦର୍ଯ୍ୟର ପ୍ରତୀକ। ମହା ର ଅର୍ଥ ହେଉଛି ଉତ୍କୃଷ୍ଟ ଓ ଲୟାର ଅର୍ଥ ହେଉଛି ସୌନ୍ଦର୍ଯ୍ୟ ଯାହାକି ମହାରାଷ୍ଟ୍ରର ପ୍ରତ୍ୟେକ ଦିଗରେ ଦେଖା ଯାଇପାରେ।

ମହାରାଷ୍ଟ୍ରରେ ଅନେକ ଗୁଡ଼ିଏ ଦିଗ ରହିଛି ଯାହାକି ଏହି ଅଂଚଳର ଗୌରବ ଓ ଉତ୍କର୍ଷତାକୁ ଦର୍ଶାଇଥାଏ। ଏହା ଜୀବନର ପ୍ରତ୍ୟେକ ଅଂଶରେ ଓ ସମୃଦ୍ଧ ଐତିହ୍ୟରେ ପରିଲକ୍ଷିତ ହୋଇଥାଏ। ରିଲାଏନ୍‌ସ ଜୁଏଲ୍‌ସ ମହାଳୟା କଲେକ୍‌ସନ ଏହି ପୈଠାନୀର ଚମକ, ୱର୍ଲିଂର ଦୃଶ୍ୟ, ପାହାଡ଼ ଓ ଉପତ୍ୟକାର ସୁନ୍ଦର ଦୃଶ୍ୟ ଗାଡ୍‌ସ ଓ ୱାଡାସର ଆକର୍ଷଣକୁ ରୟାଲ୍ ରିଗାଲିଆ ଆକାରରେ ସଜ୍ଜିତ କରାଯାଇଛି।

ଗ୍ରାହକମାନେ ସୁନା ଓ ହୀରାର ଆକର୍ଷଣୀୟ ଡିଜାଇନ୍ ପାଇପାରିବେଓ ଏଥିରେ ରହିଛି ଅନେକ ଗୁଡ଼ିଏ ଆକର୍ଷଣୀୟ ସୂକ୍ଷ୍ମ କାରିଗରି ଯାହାକି ଏହିସବୁ ବିଷୟକୁ ସାମିଲ୍ କରିଥାଏ। ଯେତେବେଳେକି ତାଙ୍କର ଡିଜାଇନ୍ ବିଭିନ୍ନ ଅଂଚଳରୁ ଅନୁପ୍ରେରଣା ଗ୍ରହଣ କରିଥାଏ, ଅନ୍ତିମ ଜୁଏଲାରୀ କଲେକ୍‌ସନ ପ୍ରତି ଭାରତୀୟ ମହିଳାମାନଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି।

ଏହି ସ୍ୱତନ୍ତ୍ର ଓ ଆକର୍ଷଣୀୟ ଡିଜାଇନ୍ ସହିତ ମହାରାଷ୍ଟ୍ରର ଐତିହ୍ୟର ସୌନ୍ଦର୍ଯ୍ୟ ଓ ଗୌରବକୁ ପାଳନ କରୁଛି। ରିଲାଏନ୍‌ସ ଜୁଏଲ୍‌ସ ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହିତ ଏହି ଉତ୍ସବକୁ ପାଳନ କରୁଛି। ଏହି ପାର୍ବଣ ଋତୁକୁ ଗ୍ରାହକମାନଙ୍କ ପାଇଁ ଆହୁରି ଅଧିକ ସ୍ୱତନ୍ତ୍ର କରିବା ପାଇଁ, ବ୍ରାଣ୍ଡ ଏକ ଆକର୍ଷଣୀୟ କଲେକ୍‌ସନର ପ୍ରସ୍ତୁତ କରିଛି ଯେଉଁଥିରେ ରହିଛି ସୁନ୍ଦର ନେକଲେସ୍ ସେଟ୍‌, ପେଣ୍ଡେଂଟ ସେଟ୍‌, ମଙ୍ଗଳସୂତ୍ର, ଇୟରିଂ, ରିଙ୍ଗ, ବ୍ରେସଲେଟ୍ ଓ ଚୁଡ଼ି ଯାହାକି ୨୨ କ୍ୟାରେଟ୍ ସୁନାରେ ପ୍ରସ୍ତୁତ ଓ ଏହା ସହିତ ରହିଛି ଆନ୍ତର୍ଜାତିକ ଭାବରେ ପ୍ରମାଣିତ ହୀରା।

ସୁନାର କଲେକ୍‌ସନ ରେ ଅନେକ ଆକର୍ଷଣୀୟ ସମ୍ଭାର ରହିଛି ଯେଉଁଥିରୁ ଗ୍ରାହକମାନେ ବାଛି ପାରିବେ। ଏଥିରେ ରହିଛି ୨୨ କ୍ୟାରେଟ୍ ସୁନାରେ ଆକର୍ଷଣୀୟ ନେକଲେସ୍ ସେଟ୍ ସହିତ ଇୟରିଂ, ଚୁଡ଼ି, ବ୍ରେସଲେଟ୍ ଓ ମୁଦିର ସୁନ୍ଦର ଡିଜାଇନ୍ ଯାହାକି ମହାରାଷ୍ଟ୍ରର ଐତିହ୍ୟ ଓ ଗୌରବକୁ ପ୍ରଦର୍ଶିତ କରିଥାଏ। ଉତ୍କୃଷ୍ଟ ପର୍ଲ ଓ କଲରଯୁକ୍ତ ଜେମ୍ ଷ୍ଟୋନ୍ ମହାରାଷ୍ଟ୍ରର ସମୃଦ୍ଧ ସଂସ୍କୃତିକୁ ଦର୍ଶାଇଥାଏ ଓ ଲାଲ୍ ଏବଂ ସବୁଜରେ ଏନାମେଲିଂ କାର୍ଯ୍ୟ ଗାଡ୍‌ସ ଓ ୱାଡ୍‌ସର ଅତୁଳନୀୟ ପ୍ରେରଣାକୁ ପ୍ରଦାନ କରିଥାଏ। ଏହା ସହିତ ରହିଛି ରୟାଲ୍ ରେଗାଲିଆ ଯାହାକି ନାରୀଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ। ଏହି ବ୍ୟାପକ ଶ୍ରେଣୀୟ ଜୁଏଲାରୀ ପ୍ରତି ଅବସର ଓ ବଜେଟ୍ ମଧ୍ୟରେ ରହିଛି।

ଡାଏମଣ୍ଡ ଡିଜାଇନ୍  ମଧ୍ୟ ମହାଳୟ କଲେକ୍‌ସନରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ମହାରାଷ୍ଟ୍ରର ସଂସ୍କୃତି, ଐତିହ୍ୟ ଓ ସୌନ୍ଦର୍ଯ୍ୟ ପରି ସ୍ୱତନ୍ତ୍ର। ଏହି ଆକର୍ଷଣୀୟ ଡାଏମଣ୍ଡ ନେକଲେସ୍ ସେଟ୍‌, ପେଣ୍ଡାଂଟ୍ ସେଟ୍‌, ମଙ୍ଗଳସୂତ୍ର, ଚୂଡ଼ି, ବ୍ରେସଲେଟ୍ ଓ ମୁଦି ମହାରାଷ୍ଟ୍ରର ଉତ୍ସାହ ଓ କାରିଗରିକୁ ଅନେକ ଉପାୟରେ ପ୍ରଦର୍ଶିତ କରିଥାଏ। ଏହି ଆକର୍ଷଣୀୟ ନେକଲେସ୍ ସେଟ୍ ୱର୍ଲିଂ କ୍ରାଫ୍‌ଟର ଆଇକନିକ ମୋଟିଫ୍ କୁ ପ୍ରଦର୍ଶିତ କରିଥାଏ ଯାହାକି ହୀରା ସହିତ ଏକ ସ୍ୱତନ୍ତ୍ର ସମାହାର ସୃଷ୍ଟି କରିଥାଏ। ମହାଳୟା କଲେକ୍‌ସନର ଡାଏମଣ୍ଡ କଲେକ୍‌ସନ ହେଉଛି ସ୍ୱତନ୍ତ୍ର କାରଣ ଏହା କଳାର ବିଭିନ୍ନ ପ୍ରକାରକୁ ପ୍ରଦର୍ଶିତ କରିଥାଏ ଯାହାକୁ ରିଲାଏନ୍‌ସ ଜୁଏଲ୍‌ସର ଡିଜାଇନର ମାନେ ପ୍ରସ୍ତୁତ କରିଛନ୍ତି। ଏହି ସୁନ୍ଦର ଅନୁପ୍ରେରଣା ଡାଏମଣ୍ଡ ରେଞ୍ଜରେ ଅନେକ ଗୁଡ଼ିଏ ଡିଜାଇନ୍ ପାଇଁ ପ୍ରେରଣା ଯୋଗାଇବ ଓ ଏହା ପାର୍ବଣ ଓ ବିବାହ ଅବସର ପାଇଁ ଏକ ଏକ ସ୍ୱତନ୍ତ୍ର ଲୁକ୍ ପ୍ରଦାନ କରିବ।

ଏହି ନୂତନ କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ ଭାରତର ଏକ ବ୍ୟାପକ ଓ ସମ୍ମାନଜନକ ଐତିହ୍ୟ ଓ ବିଭିନ୍ନତାରେ ଭରପୂର ସଂସ୍କୃତି ରହିଛି ଯାହାକି ଦେଶର ଏକ ଅବିଚ୍ଛେଦ୍ୟ ଅଂଶ ଓ ଏହି କାରଣରୁ ଆମେ ସଭିଏଁ ଜଣେ ଭାରତୀୟ ଭାବରେ ଗର୍ବିତ। ଆମେ ଆମର ଏହି ସମୃଦ୍ଧ ଐତିହ୍ୟ, କଳା ଓ କାରିଗରିରୁ ସର୍ବଦା ପ୍ରେରଣା ଗ୍ରହଣ କରିଥାଉ ଓ ଗତ ୩ ବର୍ଷ ଧରି ଅନେକ ଗୁଡ଼ିଏ ଆକର୍ଷଣୀୟ କଲେକ୍‌ସନ ପ୍ରସ୍ତୁତ କରି ଆସୁଛୁ ଯାହାକୁ ଆମର ଗ୍ରାହକମାନେ  ବହୁ ମାତ୍ରାରେ ପସନ୍ଦ କରିଛନ୍ତି। ଚଳିତ ପାର୍ବଣ ଋତୁରେ ଆମର ୬ଷ୍ଠ କଲେକ୍‌ସନ ସହିତ ଏହି ଯାତ୍ରାକୁ ଜାରି ରଖିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ। ଆମର ଇନ-ହାଉସ୍ ଡିଜାଇନର ଟିମ୍ ଓ ବିଶେଷଜ୍ଞମାନେ ଆମର ଐତିହ୍ୟ ଉପରେ ବ୍ୟାପକ ଭାବରେ ଗବେଷଣା କରି ଏହି ଡିଜାଇନ୍ ଓ କଳାକୃତିକୁ ପ୍ରତି ସିଜିନ୍ ପାଇଁ ପ୍ରସ୍ତୁତ କରୁଛନ୍ତି। ଆଗାମୀ ପାର୍ବଣ ଋତୁ ସଭିଙ୍କ ଜୀବନରେ ଶାନ୍ତି ଓ ସମୃଦ୍ଧି ଭରି ଦେବ। ଏହି ଅବସରରେ ଅମେ ଆମର “ମହାଲୟା” କଲେକ୍‌ସନକୁ ଉପସ୍ଥାପିତ କରି ବହୁତ ଉତ୍ସାହିତ ଯାହା ମହାରାଷ୍ଟ୍ରର ସମୃଦ୍ଧ ସଂସ୍କୃତି, ବ୍ୟାପକ ଐତିହ୍ୟ ଓ ପରମ୍ପରାକୁ ପ୍ରଦର୍ଶିତ କରୁଛି। ସୁନା ଓ ହୀରାର ପ୍ରତି ନେକଲେସ୍‌, ମଙ୍ଗଳସୂତ୍ର, ଇୟରିଂ, ମୁଦି, ବ୍ରେସଲେଟ୍ ଓ ଚୁଡ଼ି ର କଲେକ୍‌ସନ ମହାରାଷ୍ଟ୍ରର ଗର୍ବ ଓ ଗୌରବକୁ କାରିଗରି ମାଧ୍ୟମରେ ଉପସ୍ଥାପିତ କରୁଛି।

ନୂତନ ଜୁଏଲାରୀ ପିସ୍ ସହିତ ପାଟ୍ରନମାନେ ସୁନା ଗହଣାର ଗଢ଼ା ମଜୁରୀ ଉପରେ ଓ ହିରା ଗହଣାର ମୂଲ୍ୟ ଉପରେ ୨୫% ରିହାତି ପାଇପାରିବେ। ଏହି ଅଫର ସୀମିତ ଅବଧି ପାଇଁ ଉପଲବ୍ଧ ରହିଛି।

ଏହି ଆକର୍ଷଣୀୟ କଲେକ୍‌ସନ ସ୍ୱତନ୍ତ୍ର ଭାବରେ ସମସ୍ତ ରିଲାଏନ୍‌ସ ଜୁଏଲ୍‌ସ ଫ୍ଲାଗସିପ୍ ସୋରୁମରେ ସାରା ଦେଶରେ ଉପଲବ୍ଧ ଓ ସିଲେକ୍ଟ ରେଞ୍ଜ ରିଲାଏନ୍‌ସ ଜୁଏଲ୍‌ସର ୱେବସାଇଟ୍‌ରେ ମିଳିପାରିବ।