
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ଶ୍ରୀ ଏନ ଚନ୍ଦ୍ରଶେଖରନ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ଓଡିଶାରେ ଟାଟା ସନ୍ସର ଚାଲିଥିବା ବିଭିନ୍ନ ପ୍ରକଳ୍ପକୁ ସଂପ୍ରସାରିତ କରିବେ ବୋଲି ଅବଗତ କରାଇଛନ୍ତି।
ଉଭୟ ଟାଟା ଷ୍ଟିଲ ସହିତ ଓଡିଶାର ଟାଟା ସନ୍ସର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା। ବୈକରେ ଏହା ପ୍ରକାଶ ପାଇଛି ଯେ ଟିସିଏସ ବା TCS ଭୁବନେଶ୍ୱର କେନ୍ଦ୍ରରେ ଏହାର କ୍ଷମତାକୁ ୧୫ ହଜାରକୁ ବୃଦ୍ଧି କରିବ। ଏହି ବୈଠକରେ ସିଏମ୍ (୫ ଟି) ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଏବଂ ଟାଟା ଷ୍ଟିଲ୍ ଏମଡି ଶ୍ରୀ ଟିଭି ନରେନ୍ଦ୍ରନ୍ ମଧ୍ୟ ଉପସ୍ଥିତ ଥିଲେ।