Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଧାନ ନଡାରୁ ପେଲେଟ ଏବଂ ଅଙ୍ଗାର ପ୍ରସ୍ତୁତ କାରଖାନା ପ୍ରତିଷ୍ଠା ପାଇଁ ଆର୍ଥିକ ସହାୟତା: ନିର୍ଦ୍ଦେଶାବଳୀ ଉନ୍ମୋଚିତ କଲେ କେନ୍ଦ୍ର ମନ୍ତ୍ରୀ
ବିଶେଷ ଖବର

ଧାନ ନଡାରୁ ପେଲେଟ ଏବଂ ଅଙ୍ଗାର ପ୍ରସ୍ତୁତ କାରଖାନା ପ୍ରତିଷ୍ଠା ପାଇଁ ଆର୍ଥିକ ସହାୟତା: ନିର୍ଦ୍ଦେଶାବଳୀ ଉନ୍ମୋଚିତ କଲେ କେନ୍ଦ୍ର ମନ୍ତ୍ରୀ

October 14, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶରେ ଧାନ ନଡା ପୋଡି ଜନିତ ସମସ୍ୟାର ସମାଧାନ ପାଇଁ ଏଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଧାନନଡାର ଉପଯୁକ୍ତ ବ୍ୟବହାର ଓ ପରିଚାଳନା କରି ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ଉଦ୍ୟୋଗତ୍ତ୍ୱ /ଶିଳ୍ପ ସ୍ଥାପନ କଲେ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଯେଉଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି ତାହାକୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉନ୍ମୋଚନ କରିଥିଲେ। ଏହି ନିର୍ଦ୍ଦେଶାବଳୀ ଅନୁସାରେ ନଡାକୁ ପେଲେଟ ବା ଗୋଳାରେ ଏବଂ ଏହାକୁ ତାପଜ ପ୍ରକ୍ରିୟାରେ ଅଙ୍ଗାରରେ ପରିଣତ କରିବା (ପେଲେଟାଇଜେସନ ଓ ଟରିଫ୍ୟାକସନ) ଲାଗି ପ୍ଲାଣ୍ଟ ସ୍ଥାପନ କଲେ ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ସରକାର ଏକକାଳୀନ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ।

ପେଲେଟାଇଜେସନ ବା ଗୋଲା ପ୍ରସ୍ତୁତି କାରଖାନା ପାଇଁ ସର୍ବାଧିକ ୭୦ଲକ୍ଷ ଟଙ୍କା ଟରିଫ୍ୟାକସନ ପ୍ଲାଣ୍ଟ ପାଇଁ ସର୍ବୋଚ୍ଚ ୧. ୪କୋଟି ଟଙ୍କାର ଆର୍ଥିକ ସହାୟତା ଏକକାଳୀନ ସରକାର ଯୋଗାଇଦେବେ। ଏଥି ପାଇଁ ମୋଟ ୫୦କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି। ଅନୁମାନ ଅନୁସାରେ ଦେଶରେ ବାର୍ଷିକ ୧୦ଲକ୍ଷ ମେଟ୍ରିକ ଟନ୍ ନଡାଭିତ୍ତିକ ପେଲେଟ ବା ଗୋଳା ଉତ୍ପାଦିତ ହେଲେ ତାହା ତାପଜ ବିଦ୍ୟୁତ୍ କେନ୍ଦ୍ର, ବିଭିନ୍ନ୍ ଉଦ୍ୟୋଗ ଆଦିରେ ଇନ୍ଧନଭାବେ ବ୍ୟବହୃତ ହୋଇପାରିବ। ଏହା ଫଳରେ ଗ୍ରାମ୍ୟ ଅର୍ଥ ନୀତି ଅଧିକ କ୍ରିୟାଶୀଳ ହେବାସହିତ ଉଦ୍ୟମିତା ଓ ରୋଜଗାର ବଢିବ । ସର୍ବୋପରି ନଡା ପୋଡି ଜନିତ ପ୍ରଦୂଷଣ ସମସ୍ୟା ଦୂର ହୋଇପାରିବ।

ମନ୍ତ୍ରୀ ଶ୍ରୀ ଯାଦବ ଏହି ଅବସରରେ ତାଙ୍କ ଭାଷଣରେ କହିଥିଲେ ଯେ ନଡାର ଉପଯୁକ୍ତ ବିିନିଯୋଗ ପାଇଁ ପ୍ଲାଣ୍ଟମାନ ହେଲେ ନଡା ପୋଡି ସମସ୍ୟା ଅନେକାଂଶରେ ଦୂର ହେବ। ଚାଷୀ ଓ ଲୋକେ ନଡା ସଂଗ୍ରହ କରି ତାହାକୁ ପ୍ଲାଣ୍ଟକୁ  ବିକି ଲାଭବାନ ହୋଇପାରିବେ। ଏହା ପରିବେଶ ପ୍ରଦୂଷଣକୁ ଦୂର କରିବା ସହିତ ଲୋକଙ୍କୁ ରୋଜଗାର ଯୋଗାଇ ଦେବ। ଆବର୍ଜନାରୁ ସମ୍ପଦ ସୃଷ୍ଟି କରିବା ପ୍ରୟାସରେ ଏହା ଏକ ପାଇଲଟ୍ ପ୍ରୋଜେକ୍ଟ। ଏହା ଦ୍ୱାରା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସ୍ୱଚ୍ଛ ଭାରତ’ଲକ୍ଷ୍ୟ ପୂରଣ ହୋଇପାରିବ। ଏହି ପ୍ଲାଣ୍ଟଗୁଡିକ କାର୍ଯ୍ୟକ୍ଷମ ହେଲେ ଚାଷୀମାନେ ଆଉ ଅଧିକ ନଡା ନ ପୋଡି ତାହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବିନିଯୋଗ କରିବେ। କୋଇଲା ସହିତ ନଡାକୁ ଯାନ୍ତ୍ରିକ ପଦ୍ଧତିରେ ମିଶେଇ ପେଲେଟ ତିଆରି କରାଯିବ। ନଡା ପୋଡି ସମସ୍ୟାର ସମାଧାନ ପାଇଁ ସରକାର ବିଭିନ୍ନ  ପଦକ୍ଷେପ ନେଉଛନ୍ତି। ଏଥିରେ ସମସ୍ତେ ସହଯୋଗ କରିବାକୁ ଶ୍ରୀ ଯାଦବ ଆହ୍ୱାନ ଜଣାଇଛନ୍ତି। ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ପ୍ରଦୂଷଣ ସ୍ଥିତିକୁ ବିଚାରକୁ ନେଇ ଶିଳ୍ପ ସଂସ୍ଥାମାନଙ୍କୁ ୨୦୨୨ରୁ ପିଏନ୍‌ଜି ବା ଜୈବ ଗ୍ୟାସ ଇନ୍ଧନ ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଜୈବ ଇନ୍ଧନରେ ଯୋଗାଣରେ ଯେଉଁ ଅଭାବ ରହିଛି ତାହାକୁ ନଡାରୁ ପ୍ରସ୍ତୁତ ଚାର୍କୋଲ (କୋଇଲା) ଓ ପେଲେଟ ପୂରଣ କରିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଏହି ନିର୍ଦ୍ଦେଶାବଳୀ ବା ଗାଇଡ୍‌ଲାଇନ ଅନୁସାରେ ଜାତୀୟ ରାଜଧାନୀ କ୍ଷେତ୍ର(ଏନ୍‌ସିଆର୍‌) ପଞ୍ଜାବ, ହରିୟାଣା ଏବଂ ଏନ୍‌ସିଆର ଅନ୍ତର୍ଭୁକ୍ତ ରାଜସ୍ଥାନ ଓ ଉତ୍ତରପ୍ରଦେଶର ଜିଲ୍ଲାଗୁଡିକରେ ଏଭଳି ୟୁନିଟ୍ ସ୍ଥାପନ ହେଲେ ସମ୍ପୃକ୍ତ ଉଦ୍ୟୋଗୀ ସରକାରୀ ସହାୟତା ପାଇବେ। ସେମାନଙ୍କୁ ଚାଷୀଙ୍କ ଠାରୁ ନଡା କିଣିବାକୁ ଚୁକ୍ତି କରିବାକୁ ପଡିବ। ଆଗ୍ରହୀ ଉଦ୍ୟୋଗୀ ଏହି ଶିଳ୍ପ ସ୍ଥାପନ କରିବାକୁ ଆବେଦନ କରିବାକୁ ମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି। ପୁଞ୍ଜି ଲଗାଣ ସମୟରେ ସରକାର ଏକକାଳୀନ ଏହି ଅର୍ଥ ସହାୟତା ଯୋଗାଇଦେବେ।

ମନ୍ତ୍ରୀ କହିଛନ୍ତି ଯେ ଏହି ନିର୍ଦ୍ଦେଶାବଳୀ ଅନୁସାରେ ନନ୍‌ଟରିଫାଏଡ୍ ପ୍ଲାଣ୍ଟ ପାଇଁ ଟନ୍/ଆୱାର ପିଛା ଏବେ ୧୪ଲକ୍ଷ ଏବଂ ଟରିଫାଏଡ ପ୍ଲାଣ୍ଟ ନିମନ୍ତେ ୨୫ଲକ୍ଷ ଟଙ୍କା ସରକାର ପ୍ରୋତ୍ସାହନ ରାଶି ବାବଦରେ ଯୋଗାଇ ଦେଉଛନ୍ତି। ଏହା ସର୍ବାଧିକ ୭୦ଲକ୍ଷରୁ ୧. ୪କୋଟି ଟଙ୍କା ପର୍ଯ୍ୟନ୍ତ ଉଭୟ ପ୍ଲାଣ୍ଟ ପାଇଁ ଯଥାକ୍ରମେ ନିର୍ଦ୍ଦାରିତ ହୋଇଛି। ସେ ଆହୁରି କହିଛନ୍ତି ଯେ, ତାଙ୍କ ମନ୍ତ୍ରଣାଳୟ ଶସ୍ୟ ଭିତ୍ତିକ ଇଥାନେଲ ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ୧୯୦ ଉଦ୍ୟୋଗୀଙ୍କୁ ପରିବେଶ ମଞ୍ଜୁରୀ ପ୍ରଦାନ କରିଛି। ସବୁ ଆବେଦନକାରୀ ନିର୍ଦ୍ଧାରିତ ସମୟସୀମା ୪୫ରୁ ୫୦ଦିନ ମଧ୍ୟରେ ଅନୁମତିପତ୍ର ପାଇଛନ୍ତି। ଦୁଇମାସ ତଳେ ଦେଶର ପ୍ରଥମ ୨ଜି ଇଥାନେଲ ପ୍ଲାଣ୍ଟକୁ ପ୍ରଧାନମନ୍ତ୍ରୀ ପାନିପଥଠାରେ ଉଦ୍‌ଘାଟନ କରିଥିଲେ। ଏହି ପ୍ଳାଣ୍ଟରେ  ବାର୍ଷିକ ଦୁଇଲକ୍ଷ ଟନ୍ ଧାନନଡା ଓ କୁଟା ବ୍ୟବହୃତ ହୋଇପାରିବ ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବାୟୁ ମାନ ପରିଚାଳନା ଆୟୋଗର ଅଧ୍ୟକ୍ଷ, ଜଙ୍ଘଲ ବିଭାଗର ମହା ନିର୍ଦ୍ଦେଶକ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଅତିରିକ୍ତ ସଚିବ, ଏସ୍‌ପିସିପିର ଅଧ୍ୟକ୍ଷ, ନୀତି ଆୟୋଗ, କୃଷି ମନ୍ତ୍ରଣାଳୟ ଓ ଶକ୍ତି ମନ୍ତ୍ରଣାଳୟର ପ୍ରତିନିଧି, ଏନ୍‌ସିଆରର ଡେପୁଟି କମିଶନର, ଏନ୍‌ଟିପିସି, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନର ପ୍ରତିନିଧି, ଉଦ୍ୟୋଗଜଗତ ଓ ବିଭିନ୍ନ ସମ୍ପୃକ୍ତ ପକ୍ଷର ପ୍ରତିନିଧି ଏହି କର୍ମଶାଳାରେ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ଉତ୍ତର  ଭାରତରେ, ବିଶେଷକରି ରାଜଧାନୀ ଦିଲ୍ଲୀର ଆଖାପାଖ ଅଞ୍ଚଳରେ ଶୀତଦିନେ ଧାନକଟା ପରେ ଚାଷୀମାନେ କ୍ଷେତରେ ଥିବା ନଡାରେ ବ୍ୟାପକଭାବେ ନିଆଁ ଲଗାଇ ତାହାକୁ ନଷ୍ଟ କରିବା ସହିତ ରବି ଚାଷ ପାଇଁ ଜମିକୁ ପ୍ରସ୍ତୁତ କରିଥାନ୍ତି । ଏହାଫଳରେ ପ୍ରବଳ ଧୂଆଁ ଯୋଗୁଁ ଏକାଦି କ୍ରମେ ସମ୍ପୃକ୍ତ ଅଞ୍ଚଳ ଅନେକ ଦିନ ଆଚ୍ଛାଦିତ ହୋଇ ରହି ଗୁରୁତର ବାୟୁ ପ୍ରଦୂଷଣ ସୃଷ୍ଟି କରିଥାଏ । ଏହାର ସମାଧାନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଆର୍ଥିକ ସହାୟତା
Share. Facebook Twitter LinkedIn Email WhatsApp Copy Link

Related Posts

ବାମପନ୍ଥୀ ଉଗ୍ରବାଦ ଉପରେ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

February 9, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେସିଆ ମିଳିତ ବିବୃତ୍ତି

February 8, 2026

Dhauli Kalinga Festival: ଶେଷ ହେଲା ତିନିଦିନ ଧରି ଚାଲୁଥିବା ଧଉଳି କଳିଙ୍ଗ ନୃତ୍ୟ ଉତ୍ସବ

February 8, 2026

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 8, 2026
Latest News

ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା: ଓଡ଼ିଶାକୁ ମିଳିଲା ୭ ପଦକ

February 9, 2026

ମାଲେସିଆର ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

February 9, 2026

ବାମପନ୍ଥୀ ଉଗ୍ରବାଦ ଉପରେ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

February 9, 2026

ନୂତନ ଆସାନସୋଲ-ବୋକାରୋ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରେଳମନ୍ତ୍ରୀ

February 9, 2026

ଆଜି ଫେବୃୟାରୀ ୯ ତାରିଖ ସୋମବାରରେ ଏହି ରାଶିଗୁଡିକର ହେବ ଧନ ବୃଦ୍ଧି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.