Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଟୁଇଟରକୁ ନେଲେ ଏଲନ ମସ୍କ, ସିଇଓ ପରାଗ ଅଗ୍ରୱାଲାଙ୍କ ସହ ତିନି ବରିଷ୍ଠଙ୍କୁ କଲେ ବହିସ୍କାର
ଅନ୍ତରାଷ୍ଟ୍ରୀୟ

ଟୁଇଟରକୁ ନେଲେ ଏଲନ ମସ୍କ, ସିଇଓ ପରାଗ ଅଗ୍ରୱାଲାଙ୍କ ସହ ତିନି ବରିଷ୍ଠଙ୍କୁ କଲେ ବହିସ୍କାର

October 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଟୁଇଟରକୁ ନେଲେ ଏଲନ ମସ୍କ, ସିଇଓ ପରାଗ ଅଗ୍ରୱାଲାଙ୍କ ସହ ତିନି ବରିଷ୍ଠଙ୍କୁ କଲେ ବହିସ୍କାର
Elon Musk Twitter: ଟୁଇଟର ଅଧିଗ୍ରହଣ କରିବା ପରେ ବିଶ୍ବର ବଡ ଧନି ବ୍ୟକ୍ତି ଏଲନ ମସ୍କ ତାଙ୍କର ଅପରେସନ ଆରମ୍ଭ କରିଦେଇଛନ୍ତି। ଏଲନ ଟୁଇଟର ଅଧିଗ୍ରହଣ କରୁ କରୁ ସେ ଏହାର ସିଇଓ ପରାଗ ଅଗ୍ରୱାଲାଙ୍କୁ ଚାକିରୀରୁ ବହିସ୍କାର କରିଛନ୍ତି। କେବଳ ସେତିକି ନୁହେଁ ସେ ଆଉ ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଚାକିରୀରୁ ବହିସ୍କାର କରି ଦେଇଛନ୍ତି।

ବିଦେଶ ମିଡିଆ ରିପୋର୍ଟ ଅନୁସାରେ ସିଇଓ ପରାଗ ଅଗ୍ରୱାଲାଙ୍କ ସହିତ ସିଏଫଓ ନେଡ ସିଗାଲ ଏବଂ ଲିଗାଲ ଆଫାୟାରସ ମୁଖ୍ୟ ବିଜୟ ଗାଡ୍ଡେଙ୍କୁ ମଧ୍ୟ ଏଲନ୍ ବହିସ୍କାର କରିଛନ୍ତି। ଏହି ବହିସ୍କାରରେ ମସ୍କ କହିଛନ୍ତି ଯେ, ଏମାନେ ଟୁଇଟରର ଫେକ ଆକାଉଣ୍ଟ ସଂପର୍କରେ ସଠିକ ତଥ୍ୟ ଉପସ୍ଥାପିତ କରିପାରୁ ନାହାଁନ୍ତି। ଯାହା ଟୁଇଟର ବ୍ୟବହାରକାରୀ ଏବଂ ଅଂଶୀଦାରୀଙ୍କ ପ୍ରତି ଅନ୍ୟାୟ କରାଯାଇଛି। ସେଥିପାଇଁ ଏମାନଙ୍କୁ ବହିସ୍କାର କରାଯାଇଛି ବୋଲି ଏଲନ୍ ଦର୍ଶାଇଛନ୍ତି।

ଇଲଟ୍ରିକ କାର ଟେସଲା ନିର୍ମାଣ କରି ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିବା ଏଲନ୍ ମସ୍କ ବର୍ତ୍ତମାନ ଟୁଇଟରକୁ ଅଧିଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବେ ସେ ଟୁଇଟରକୁ ଅଧିଗ୍ରହଣ କରିବା ନେଇ ଘୋଷଣା କରିବା ଏବଂ ପରେ ସେଥିରୁ ନିବୃତ ରହି ଚର୍ଚ୍ଚାକୁ ଆସିଥିଲେ। ଏହାକୁ ନେଇ ସେ କୋର୍ଟକୁ ଭିଡି ହୋଇଯାଇଥିଲେ। ଏହି ନ୍ୟାୟିକ ପକ୍ରିୟାରେ ଛନ୍ଦି ହେବା ପରେ ଏବେ ଏଲନ ଟୁଇଟରକୁ ଅଧିଗ୍ରହଣ କରିଛନ୍ତି।

ଏହି ଅଧିଗ୍ରହଣ ବେଳେ ସାନ ଫ୍ରାନସିସକୋ ଅଫିସରେ ନିଜେ ସିଇଓ ପରାଗ ଅଗ୍ରୱାଲଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଡିଲ ଫାଇନାଲ କରିଥିଲେ। ଏହା ଶେଷ ହେବା ପରେ ପରାଗଙ୍କୁ ସୁରକ୍ଷା କର୍ମି ଅଫିସରୁ ବାହାରିଯିବା ପାଇଁ କହିଥିଲେ। ଯାହାକୁ ନେଇ ସାରା ବିଶ୍ବରେ ଚହଳ ସୃଷ୍ଟି କରିଛି। ପୂର୍ବରୁ ପରାଗ ଏଲନଙ୍କ ସହିତ ବହୁ ଆଲୋଚନା କରି ଏହି ଡିଲ ଫାଇନାଲ କରିଥିଲେ। ଏହା ସରିବା ପରେ ତାଙ୍କୁ ବହିସ୍କାର କରିବା ନେଇ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡିଂ ହେବାରେ ଲାଗିଛି।

ବିଦେଶୀ ଗଣମାଧ୍ୟମ ଅନୁସାରେ କେବଳ ଏହି ତିନି ବରିଷ୍ଠ ଅଧିକାରୀ ନୁହଁନ୍ତି, ଆହୁରି ବହୁ ଅଧିକାରୀଙ୍କୁ ମସ୍କ ବହିସ୍କାର କରିବେ ବୋଲି ସମ୍ଭାବନା ରହିଛି। ଏହାର ସଂଖ୍ୟା ପ୍ରାୟ 7500 ହେବ ବୋଲି ଆକଳନ କରାଯାଇଛି। ସେପଟେ ସେ ଟୁଇଟରକୁ ଅଧିଗ୍ରହଣ କରିବା ପରେ ମସ୍କ ତାଙ୍କ ଟୁଇଟର ଆକାଉଣ୍ଟରେ ‘ଟୁଇଟ ମୁଖ୍ୟ’ ବୋଲି ଲେଖିଛନ୍ତି। ତେବେ ସେ ପଇସା ପାଇଁ ନୁହେଁ, ମାନବିକତାକୁ ସାହାଯ୍ୟ କରିବା ପାଇଁ ଟୁଇଟରକୁ ଅଧିଗ୍ରହଣ କରିଛି ବୋଲି ମସ୍କ କହିଛନ୍ତି।

Elon Mask twitter ଟୁଇଟର
Share. Facebook Twitter LinkedIn Email WhatsApp Copy Link

Related Posts

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.