Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଓ ବିଜନେସରେ ଆଥଲେସିଓର ବ୍ରାଣ୍ଡ ଆକ୍ସଲରେଟର ଶୁଭାରମ୍ଭ କଲା ରିଲାଏନ୍‌ସ ରିଟେଲ୍
ଆଜିର ଖବର

ଆଜିଓ ବିଜନେସରେ ଆଥଲେସିଓର ବ୍ରାଣ୍ଡ ଆକ୍ସଲରେଟର ଶୁଭାରମ୍ଭ କଲା ରିଲାଏନ୍‌ସ ରିଟେଲ୍

November 1, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରିଲାଏନ୍‌ସ ରିଟେଲ୍ ଏହା ନୂତନ କମର୍ସ ପ୍ଲାଟଫର୍ମ ଆଜିଓ ବିଜନେସରେ ଆଥଲେସିଓର ବ୍ରାଣ୍ଡ ଆକ୍ସଲରେଟର ଶୁଭାରମ୍ଭ କରିଛି। ଏହି ବ୍ରାଣ୍ଡ କ୍ରୀଡ଼ା ଓ ଫିଟନେସ୍ ଉତ୍ସାହୀମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତା ଗୁଡ଼ିକୁ ପୂରଣ କରୁଛି ଯେଉଁମାନେ ସେମାନଙ୍କର ଫିଟନେସ୍ ଯାତ୍ରାରେ ଷ୍ଟାଇଲ୍ ଓ ଆରାମକୁ ଚାହିଁଥାନ୍ତି। ଏହା ବ୍ୟାପକ ଶ୍ରେଣୀୟ ଉଚ୍ଚ ମାନର ଏବଂ ଉନ୍ନତ ସ୍ପୋର୍ଟିଂ ସାମଗ୍ରୀ ଓ ଫୁଟଉୟର ପ୍ରଦାନ କରୁଛି ଯାହାକି ଅତୁଳନୀୟ ଷ୍ଟାଇଲ୍ ପ୍ରଦାନ କରିବା ସହିତ ସୁବିଧା ମଧ୍ୟ ପ୍ରଦାନ କରୁଛି।

ଆକ୍ସଲରେଟ ପ୍ରତି ବିଭାଗରେ କିଛି ନା କିଛି ଅଫର ରହିଛି। ଏହାର କିଛି ଅଫର ସର୍ବନିମ୍ନ ଟ.୬୯୯ ରେ ମଧ୍ୟ ପ୍ରଦାନ କରାଯାଉଛି। ଏହା ଭାରତୀୟ ଅଲ-ରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ଏହାର ବ୍ରାଣ୍ଡ ଆମ୍ବାସଡର ଭାବରେ ନିଯୁକ୍ତ କରିଛି। ପାଣ୍ଡ୍ୟା ଷ୍ଟାଇଲ୍‌, ଉତ୍ସାହ ଓ କଦାପି ହାର ନମାନିବା ପାଇଁ ପରିଚିତ- ଯାହାକି ଏହି ବ୍ରାଣ୍ଡକୁ ସୂଚାଇଥାଏ।

ଆକ୍ସଲରେଟ ଯୁବକମାନଙ୍କର ଉତ୍ସାହକୁ ଦର୍ଶାଇଥାଏ। ଆଜିର ପୁଅ ଝିଅମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ସହିତ କ୍ରୀଡ଼ା ପାଇଁ ଉତ୍ସାହ ପ୍ରକାଶ କରୁଛନ୍ତି। ସାରା ଭାରତରେ ଭାରତୀୟମାନେ କ୍ରୀଡ଼ା କ୍ଷେତ୍ରରେ ବିଶ୍ୱ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅଲମ୍ପିକ୍‌ସରେ ବୃଦ୍ଧି ପାଉଥିବା ମେଡାଲର ସଂଖ୍ୟା ହେଉଛି ଏହାର ଏକ ଜ୍ୱଳନ୍ତ ଉଦାହରଣ। ଆକ୍ସଲରେଟ ତେଣୁ ଯୁବକମାନଙ୍କୁ ବିଶ୍ୱଶ୍ରେଣୀୟ ସ୍ପୋର୍ଟସ ଉୟରକୁ ସୁଲଭ ମୂଲ୍ୟରେ ପ୍ରଦାନ କରି ସେମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହିତ କରୁଛି।

ଆକ୍ସଲରେଟ ଦ୍ୱାରା ପ୍ରଦାନ କରାଯାଉଥିବା ସମଗ୍ର ରେଞ୍ଜର କ୍ରୀଡ଼ା ସାମଗ୍ରୀ ଗୁଡ଼ିକ ମଧ୍ୟରେ ରହିଛି ସ୍ପୋର୍ଟସ ସୁଜ୍‌, ଆଥଲେଟିକ୍ ଆଣ୍ଡ ଲାଇଫଷ୍ଟାଇଲ୍ ଫୁଟଉୟର; ଆପାରେଲ୍ ଯଥା ଟ୍ରାକ୍ ପ୍ୟାଂଟ, ଟି-ସାର୍ଟ, ସର୍ଟସ ଓ ଅନ୍ୟ ଆକ୍‌ସେସୋରିଜ୍। ଏଗୁଡ଼ିକ ସର୍ବୋତ୍କୃଷ୍ଟ ମାନ, ଷ୍ଟାଇଲ୍ ଓ ଆରାମ ସହିତ ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ ହେଉଛି। ଆକ୍ସଲରେଟ ଉତ୍ପାଦ ଗୁଡ଼ିକ ସ୍ୱତନ୍ତ୍ର ଭାବରେ ଆଜିଓ ବିଜନେସ, ଭାରତର ଅଗ୍ରଣୀ ବି୨ବି ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ। ଭାରତରେ ଯେକୌଣସି ରିଟେଲର ତଥା କ୍ଷୁଦ୍ର ଆକାରର ଜେନେରାଲ୍ ସ୍ପୋର୍ଟସ ଷ୍ଟୋର ଓ ଫେସନ ରିଟେଲ୍ ଆଉଟଲେଟ ଗୁଡ଼ିକ ଆଜିଓ ବିଜନେସରେ ପଞ୍ଜୀକୃତ କରି ଆକ୍ସଲରେଟ ଉତ୍ପାଦ ପାଇଁ ଅର୍ଡ଼ର କରିପାରିବେ। ଏହି ଡିଷ୍ଟ୍ରିବ୍ୟୁସନ ମଡେଲକୁ କ୍ଷୁଦ୍ର ଓ ମଧ୍ୟମ ରିଟେଲର ମାନଙ୍କର ବିକାଶ ନିମନ୍ତେ ରିଲାଏନ୍‌ସର ପ୍ରତିଶ୍ରୁତିବଦ୍ଧତା କ୍ରମରେ ପ୍ରସ୍ତୁତ କରାଯାଇଛି। ଏହା ସହିତ ରିଟେଲ୍ ଉଦ୍ୟୋଗର ଅଣସଂଗଠିତ କ୍ଷେତ୍ର ଗୁଡ଼ିକୁ ଡିଜିଟାଲ୍ ମାଧ୍ୟମରେ ସଶକ୍ତ କରାଯାଉଛି।

ଆକ୍ସଲରେଟ ର ଶୁଭାରମ୍ଭ ଅବସରରେ ସୂଚନା ପ୍ରଦାନ କରି ଶ୍ରୀଯୁକ୍ତ ଅଖିଳେଶ ପ୍ରସାଦ, ପ୍ରେସିଡେଂଟ ଓ ସିଇଓ – ଫେସନ ଓ ଲାଇଫଷ୍ଟାଇଲ୍‌, ରିଲାଏନ୍‌ସ ରିଟେଲ୍ କହିଛନ୍ତି ଯେ, “ଆକ୍ସଲରେଟ ନିଶ୍ଚିତ ଭାବରେ ମୂଲ୍ୟ ପ୍ରତି ସଚେତନ ଥିବା ଗ୍ରାହକମାନଙ୍କୁ ଏହାର ଉନ୍ନତ ଓ ସୁଲଭ ମୂଲ୍ୟଯୁକ୍ତ ଉତ୍ପାଦ ମାଧ୍ୟମରେ ଆନନ୍ଦ ପ୍ରଦାନ କରିବ। ଆମର ବ୍ରାଣ୍ଡ ଆମ୍ବାସଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିବନ୍ଧକକୁ ଖାତିର ନକରି ଜୀବନରେ ଆଗକୁ ବଢ଼ିବା ପାଇଁ ଯୁବକମାନଙ୍କୁ ପ୍ରେରଣା ପ୍ରଦାନ କରିଥାନ୍ତି। କ୍ୟାମ୍ପେନ “ଡୋଂଟ ବ୍ରେକ୍‌, ଆକ୍ସଲରେଟ” ଯୁବକ ମାନଙ୍କର ଉତ୍ସାହ ଓ ଆଗ୍ରହକୁ ଦର୍ଶାଇଥାଏ ଯେଉଁମାନେ କଦାପି ହାର ନମାନିବାର ଆଭିମୁଖ୍ୟ ସହିତ କାର୍ଯ୍ୟ କରିଥାନ୍ତି। ଏହି ବ୍ରାଣ୍ଡ ବିଭିନ୍ନ ବର୍ଗ ଯଥା ସ୍ପୋର୍ଟସ୍ ସୁଜ୍‌, ସାଣ୍ଡାଲ୍‌ସ ଓ ଆପାରେଲ୍ ବର୍ଗରେ ଗ୍ରାହକମାନଙ୍କର ଆବଶ୍ୟକତାକୁ ପୂରଣ କରୁଛି।

ଆକ୍ସଲରେଟ ସହିତ ନିଜର ସମ୍ପର୍କ ବିଷୟରେ ସୂଚନା ପ୍ରଦାନ କରି, ଶ୍ରୀଯୁକ୍ତ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଯେ, “ବ୍ରାଣ୍ଡ ଆକ୍ସଲରେଟ ସହିତ ସାମିଲ୍ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଆକ୍ସଲରେଟ ର ଷ୍ଟାଇଲିସ୍ ଓ ଆରାମଦାୟକ ଉତ୍ପାଦ ତଥା ଆକର୍ଷଣୀୟ ମୂଲ୍ୟ ହେତୁ ଏହା ସମସ୍ତଙ୍କ ପାଇଁ ଏକ ଉତ୍କୃଷ୍ଟ ପସନ୍ଦ ଅଟେ। “ଡୋଂଟ ବ୍ରେକ୍‌, ଆକ୍ସଲରେଟ” ଏହି ମନ୍ତ୍ରକୁ ସର୍ବଦା ମୁଁ ମୋର କ୍ରିକେଟ୍ ଯାତ୍ରାରେ ଗ୍ରହଣ କରି ଆସିଛି। ଆଜିର ଯୁବ ଭାରତରେ “କଦାପି ହାର ନମାନିବାର” ମନୋଭାବ ରହିଛି ଯାହାକି ଏହି ବ୍ରାଣ୍ଡ ବାସ୍ତବରେ ଉପସ୍ଥାପିତ କରିଥାଏ। ତେଣୁ ଯାହା ହେଉ ନା କାହିଁକି, କଦାପି ଅଟକି ଯିବା ନାହିଁ! ଡୋଂଟ ବ୍ରେକ୍‌, ଆକ୍ସଲରେଟ”।
ଆଜିଓ ବିଜନେସ୍‌, ଯାହାକି ରିଲାଏନ୍‌ସ ରିଟେଲର ନୂଆ କମର୍ସ ଶାଖା ୫୦୦୦ ପ୍ଲସ ବ୍ରାଣ୍ଡ ସହିତ ସାରା ଦେଶରେ ଫେସନ ଓ ଲାଇଫଷ୍ଟାଇଲ୍ ସେଗମେଂଟରେ ସହଭାଗୀତା ସ୍ଥାପନ କରିଛି।

ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ବିଷୟରେ:

ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ହେଉଛି ରିଲାଏନ୍‌ସ ରିଟେଲ୍ ଭେଂଚର ଲିମିଟେଡ୍‌ର ଏକ ସହାୟକ କମ୍ପାନୀ ଯାହାକି ସମସ୍ତ ରିଟେଲ୍ କମ୍ପାନୀ ଗୁଡ଼ିକୁ ଆରଆଇଏଲ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌) ଗ୍ରୁପ୍ ମଧ୍ୟରେ ରଖିଛି। ଆରଆରଭିଏଲ୍ ସମନ୍ୱିତ କରବାର ଟ.୧୯୯,୭୦୪ କୋଟି (୨୬.୩ ବିଲିୟନ ଡଲାର) ଓ ନେଟ୍ ଲାଭ ଟ.୭୦୫୫ କୋଟି (୯୩୧ ମିଲିୟନ ଡଲାର) ମାର୍ଚ୍ଚ ୩୧, ୨୦୨୨ ଶେଷ ସୁଦ୍ଧା ଘୋଷଣା କରିଛି।

ରିଲାଏନ୍‌ସ ରିଟେଲ୍ ହେଉଛି ଭାରତର ସର୍ବବୃହତ୍ ଓ ସବୁଠାରୁ ଲାଭଦାୟକ ରିଟେଲର ଯାହାର ବ୍ୟାପକ ପହଂଚ ସୁବିଧା ରହିଛି। ଏହା ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧି ହେଉଥିବା ରିଟେଲର ଭାବରେ ଡେଲଏଟର ଗ୍ଲୋବାଲ୍ ପାୱାରସ ଅଫ୍ ରିଟେଲିଂ ୨୦୨୨ ଇଣ୍ଡେକ୍ସରେ ତାଲିକାଭୁକ୍ତ କରାଯାଇଛି। ଟପ୍ ଗ୍ଲୋବାଲ୍ ରିଟେଲର ଭାବରେ ଏହା ୫୬ତମ ସ୍ଥାନରେ ରହିଛି ଓ ଏହା ହେଉଛି ଏକମାତ୍ର ଭାରତୀୟ ରିଟେଲର ଯାହାକି ଟପ୍ ୧୦୦ ମଧ୍ୟରେ ସ୍ଥାନ ପାଇପାରିଛି।

ରିଲାଏନ୍ସ ରିଟେଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026
Latest News

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026

ଭାରତୀୟ ରେଳବାଇ ଦ୍ୱାରା ସ୍ପେଶାଲ୍ ଟ୍ରେନର ସେବା ଅବଧି ବୃଦ୍ଧି

June 22, 2026

ଗଜପତିର ପ୍ରବାସୀ ଶ୍ରମିକଙ୍କ ମରଶରୀରକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 22, 2026

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.