Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ସମ୍ପର୍କିତ ସମାଧାନ ପ୍ରଦର୍ଶିତ
ଜାତୀୟ ଖବର

ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ସମ୍ପର୍କିତ ସମାଧାନ ପ୍ରଦର୍ଶିତ

November 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ଜିଓ ପକ୍ଷରୁ ଟ୍ରୁ-୫ଜି ସମ୍ପର୍କିତ ସମାଧାନ ପ୍ରଦର୍ଶିତ

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ପ୍ରଯୁକ୍ତି (ଆଇଟି) ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ କୋଲକାତାରେ ଏକ କର୍ମଶାଳା ଆୟୋଜନ କରାଯାଇଛି। ଏହି ଦିନିକିଆ କର୍ମଶାଳାରେ ରିଲାଏନ୍ସ ଜିଓ ପକ୍ଷରୁ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସ୍ମାର୍ଟ ଅଫିସ ଭଳି କ୍ଷେତ୍ର ସହ ସମ୍ପର୍କିତ ବହୁ ନୂଆ ୫ଜି ସମାଧାନକୁ ପ୍ରଦର୍ଶିତ କରାଯାଇଛି।

ରିଲାଏନ୍ସ ଜିଓ ପକ୍ଷରୁ କୋଲକାତାରେ ଏକ ୫ଜି ଏକ୍ସପେରିଏନ୍ସ ସେଂଟର ସ୍ଥାପନ କରାଯାଇଛି । ସେଠାରେ ଟ୍ରୁ-୫ଜି ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ କରାଯାଉଛି। ୫ଜିର ନୂଆ ବ୍ୟବହାରକୁ ଯେଭଳି ରାଜ୍ୟ ସରକାରଙ୍କ ଅଧିକାରୀମାନେ ଦେଖିପାରିବେ ଏବଂ ତାହାକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରିବେ ସେଥିପାଇଁ ଏହି କର୍ମଶାଳାକୁ ବେଶ ଗୁରୁତ୍ୱ ପ୍ରଦାନ କରାଯାଉଛି।

ସାରା ପଶ୍ଚିମବଙ୍ଗରେ କଂପାନି ଏହାର ଟ୍ରୁ-୫ଜି ସେବାକୁ ପର୍ଯ୍ୟାୟକ୍ରମେ ଶୁଭାରମ୍ଭ କରୁଛି। ପଶ୍ଚିମବଙ୍ଗର ସିଲିଗୁଡ଼ି ସହରରେ ରିଲାଏନ୍ସ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରିବା ଲାଗି ପ୍ରସ୍ତୁତ ହେଉଛି। ପଶ୍ଚିମବଙ୍ଗରେ କୋଲକାତା ପରେ ସିଲିଗୁଡ଼ି ହେବ ଜିଓର ଟ୍ରୁ-୫ଜି ନେଟ୍‌ୱର୍କରେ ଯୋଡ଼ି ହେବାକୁଯାଉଥିବା ଦ୍ୱିତୀୟ ସହର।

କୋଲକାତାରେ ଜିଓ ୫ଜି ୱେଲକମ୍ ଅଫର ମାଧ୍ୟମରେ ଗ୍ରାହକମାନଙ୍କୁ ଆମନ୍ତ୍ରିତ କରାଯାଉଛି। ଏହି ଅଫରରେ ଗ୍ରାହକମାନଙ୍କୁ ବିନା କୌଣସି ମୂଲ୍ୟରେ ୧ ଜିବିପିଏସ୍ ସ୍ପିଡ୍ ଏବଂ ଅସୀମିତ ୫ଜି ଡାଟା ମିଳୁଛି। ୱେଲକମ୍ ଅଫରର ଗ୍ରାହକମାନେ ଡାଟାକୁ ବହୁଳ ମାତ୍ରାରେ ବ୍ୟବହାର ମଧ୍ୟ କରୁଛନ୍ତି। କଂପାନି ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କ ଏବଂ ଟ୍ରୁ-୫ଜି ନେଟ୍‌ୱର୍କର ବହୁ ଭଲ ଗୁଣ ରହିଛି ।

ସେଗୁଡ଼ିକ ମଧ୍ୟରେ ରହିଛି ଷ୍ଟାଣ୍ଡ୍‌-ଏଲୋନ ୫ଜି ଆର୍କିଟେକ୍‌ଚର ନେଟ୍‌ୱର୍କ ଯାହା ୪ଜି ନେଟ୍‌ୱର୍କ ଉପରେ ନିର୍ଭରଶୀଳ ନୁହେଁ। ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଏବଂ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସବୁଠୁ ବଡ଼ ଏବଂ ଉନ୍ନତ ମିଶ୍ରଣ ଜିଓ ପାଖରେ ରହିଛି। କ୍ୟାରିୟର ଏଗ୍ରିଗେସନ ପଦ୍ଧତିକୁ ବ୍ୟବହାର କରି ଜିଓ ପକ୍ଷରୁ ଏହି ୫ଜି ଫ୍ରିକ୍ୱେନ୍ସିର ଏକ ମଜଭୁତ “ଡାଟା ହାଇୱେ’ ପ୍ରସ୍ତୁତ କରାଯାଇଛି ।

Reliance JIO ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ

October 1, 2026

ୟୁପି କଂଗ୍ରେସ ସଭାପତି ହେବେ ଆରାଧନା ମିଶ୍ର!: ଅଜୟ ରାୟଙ୍କ ହେବ ଛୁଟି

October 1, 2026

ଆହତ କାରଣରୁ ତୃତୀୟ ଏକଦିବସୀୟରୁ ବାଦ ପଡିଲେ ପ୍ରସିଦ୍ଧ କୃଷ୍ଣ: ଏହି ଯୁବ ଦ୍ରୁତ ବୋଲରଙ୍କୁ ସୁଯୋଗ

October 1, 2026

ହକି ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ

October 1, 2026
Latest News

ସ୍ୱଚ୍ଛତା ହି ସେବା ୨୦୨୬ ଅଭିଯାନ ଅନ୍ତର୍ଗତ ପୂର୍ବ ତଟ ରେଳପଥ ପକ୍ଷରୁ ବ୍ୟାପକ ଶ୍ରମଦାନ

October 1, 2026

ଏଡ଼ସ୍ ସଚେତନତା ପାଇଁ ରେଡ୍ ରନ୍ ମାରାଥନ ୪.୦ ଅନୁଷ୍ଠିତ

October 1, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ

October 1, 2026

ଏନ୍‌ଏସ୍‌ଏସ୍ ଦିବସ ଉପଲକ୍ଷେ ସୋଆ କ୍ୟାମ୍ପସ୍‌-୫ ଷ୍ଟାଡିୟମ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

October 1, 2026

ହାଇକୋର୍ଟରେ ବିଚାରପତି ପଦବୀ ଖାଲି: ନିଯୁକ୍ତି ଦାବିରେ ଆଇନଜୀବୀଙ୍କ ପଦଯାତ୍ରା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.