Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନୂତନ ସ୍ଥାନକୁ ସ୍ଥାନାନ୍ତରିତ ହେଲା ବାଲୁଗାଁ ଏଚଡିଏଫସି ବ୍ୟାଙ୍କ: ଉଦଘାଟନ କଲେ ଖୋର୍ଦ୍ଧା ଜିଲ୍ଲାପାଳ
ଆଞ୍ଚଳିକ

ନୂତନ ସ୍ଥାନକୁ ସ୍ଥାନାନ୍ତରିତ ହେଲା ବାଲୁଗାଁ ଏଚଡିଏଫସି ବ୍ୟାଙ୍କ: ଉଦଘାଟନ କଲେ ଖୋର୍ଦ୍ଧା ଜିଲ୍ଲାପାଳ

November 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମେନ ରୋଡ଼ ଦିଗନ୍ତିକା ହୋଟେଲ ମହଲାରେ ପୁର୍ବରୁ ଅବସ୍ଥିତ ଥିବା ଏଚଡିଏଫସି ବ୍ୟାଙ୍କ ଟି ନିକଟସ୍ଥ ରିଲାଏନ୍ସ ଟ୍ରେଣ୍ଡ ମହଲାକୁ ଆଜି ସ୍ଥାନାନ୍ତରିତ ହୋଇ ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କମୋଡର ଏନ ପି ପ୍ରଦୀପ ଓ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ଉଦଘାଟନ କରିଥିଲେ।

ଅନ୍ୟ ପ୍ରମୁଖ ଅତିଥି ଭାବେ ଜୋନାଲ ମୁଖ୍ୟ ଦୀପକ ସିଂ, କ୍ଲଷ୍ଟର ମୁଖ୍ୟ ଅନିଷ ବିଶ୍ୱାଳ, ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଶାଖା ପରିଚାଳକ ଉତ୍କଳ ରାଉତ, ସହ-ପରିଚାଳକ ଅମୂଲ୍ୟ ନାୟକଙ୍କ ସମେତ ବ୍ୟାଙ୍କ କର୍ମଚାରୀ, ବିଭିନ୍ନ ଫାଇନାନ୍ସ କମ୍ପାନୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଗାମି ଦିନରେ ଜନସାଧାରଣଙ୍କୁ ଉପଯୁକ୍ତ ସେବା ଦିଗରେ ବିଶେଷ ଦୃଷ୍ଟି ସହ ଏହି ଶାଖାକୁ ବାଲୁଗାଁ ସହରରେ ଶୀର୍ଷରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ବୋଲି ଶାଖା ପରିଚାଳକ ଶ୍ରୀ ରାଉତ କହିଛନ୍ତି।

ସୂଚନା ଥାଉକି ବାଲୁଗାଁ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ଦୃଷ୍ଟିରୁ ସହରରେ ଅନେକ ସରକାରୀ ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ ଥିବାବେଳେ ଏଚଡିଏଫସି ବ୍ୟାଙ୍କର ଏକ ଶାଖା ୨୦୧୩ ମସିହାରୁ ଦିଗନ୍ତିକା ହୋଟେଲ ମହଲାରେ ଥିଲା। ମାତ୍ର ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଭିନ୍ନ ଋଣ ତଥା ସ୍ୱାବଲମ୍ବୀ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ, ଗାଡିମୋଟର ଋଣ, ଗୃହ ଋଣ, ସୁନା ବନ୍ଧକ ଋଣ ଆଦି କ୍ଷେତ୍ରକୁ ନଜରରେ ରଖି ଉନ୍ନତ ମାନର ସେବା ଯୋଗାଇ ଦେବା ନିମନ୍ତେ ଉକ୍ତ ଶାଖାକୁ ରିଲାଏନ୍ସ ଟ୍ରେଣ୍ଡ ମହଲାକୁ ସ୍ଥାନାନ୍ତରିତ କରାଯାଇଛି। ଯାହାକି ଉଦଘାଟନୀ ଦିବସରେ ୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଋଣ ପ୍ରଦାନ କରାଯିବା ସହ ଲଘୁ ଉଦ୍ୟୋଗରେ ସ୍ଥାନୀୟ ଜଣେ ବ୍ୟକ୍ତିକୁ ୮୦ ଲକ୍ଷ ଋଣ, ଦୁଇଟି ବାଇକ ଏବଂ ଗୋଟିଏ ଚାରି ଚକିଆ ଗାଡି ଋଣ ଦିଆଯାଇଥିବା ଶାଖା ପରିଚାଳକ ଶ୍ରୀ ରାଉତ କହିଛନ୍ତି।

ଏଚଡିଏଫସି ବ୍ୟାଙ୍କ ଖୋର୍ଦ୍ଧା ଜିଲ୍ଲାପାଳ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ପୁଣି ବଢିଲା ଏଲପିଜି ମୂଲ୍ୟ: ଜାଣନ୍ତୁ କେତେ?

April 1, 2026

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Latest News

ସଂସଦରେ ଲୋକଙ୍କ ପାଇଁ ପ୍ରଶ୍ନ କରିବା ଭୁଲ୍?: ରାଘବ ଚଢାଙ୍କ ଉପରେ ‘ଆପ’ର କାର୍ଯ୍ୟାନୁଷ୍ଠାନ

April 2, 2026

ଡିଏଭି ପୋଖରୀପୁଟରେ ଉତ୍କଳ ଦିବସ ପାଳିତ

April 2, 2026

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

April 2, 2026

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.