Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ରାଜ୍ୟସ୍ତରରେ ଆୟୋଜନ କରାଯିବ-ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ରାଜ୍ୟସ୍ତରରେ ଆୟୋଜନ କରାଯିବ-ମୁଖ୍ୟମନ୍ତ୍ରୀ

November 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ସ୍ବଭାବ କବି ଗଙ୍ଗାଧର ମେହେର ଓଡିଆ ଜାତିର ଗର୍ବ ଓ ଗୌରବ। ତାଙ୍କର ଅନନ୍ୟ ସାରସ୍ବତ ପ୍ରତିଭା ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଛି। ତାଙ୍କର କାଳଜୟୀ କୃତି କେବଳ ଓଡ଼ିଆ ନୂହେଁ ଭାରତୀୟ ସାହିତ୍ୟ ଜଗତରେ ଅକ୍ଷୟ କୀର୍ତ୍ତିମାନ ସ୍ଥାପନ କରିଛି।

ଏହି ମହାନ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଉପଯୁକ୍ତ ଭାବରେ ଆୟୋଜନ କରାଯିବା ସଂପର୍କରେ ନିଖିଳ ଓଡିଶା ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଥିଲେ ।

ଏହି ବୈଠକରେ କବିଙ୍କ ସ୍ମୃତିରେ ଭୁବନେଶ୍ବର ଠାରେ ଏକ ଭବନ ନିର୍ମାଣ କରାଯିବା ସହିତ ସ୍ବଭାବ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ମାର୍ଚ୍ଚ ୨୦୨୪ରେ ଆୟୋଜନ କରାଯିବା ସଂପର୍କରେ ଆଲୋଚନା ହୋଇଥିଲା।

ସ୍ବଭାବ କବିଙ୍କର ସ୍ମୃତିରେ ଭୁବନେଶ୍ବରରେ ଏକ ଭବ୍ୟ ଭବନ ନିର୍ମାଣ କରାଯିବା ସହିତ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଓ ମହାସଭା ୨୦୨୪ରେ ଉପଯୁକ୍ତ ଭାବରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିନିଧି ଦଳଙ୍କୁ ପ୍ରତିଶୃତି ଦେଇଥିଲେ। ଏଥିନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ ୧୯୨୪ ମସିହାରେ ସ୍ବଭାବ କବି ମେହେର ସମାଜ (ଭୁଲିଆ)କୁ ସଂଗଠିତ କରି ବରପାଲି ଠାରେ ଏକ ମହାସଭାର ଆୟୋଜନ କରିଥିଲେ। ଏହି ଭୁଲିଆ ସମାଜ ପରବର୍ତ୍ତୀ ସମୟରେ ନିଖିଳ ଓଡିଶା ମେହେର(ଭୁଲିଆ) ସମାଜରେ ପରିଣତ ହୋଇଥିଲା ।

ଓଡିଆ ଜାତିର ପ୍ରାତଃ ସ୍ମରଣୀୟ କବି ଗଙ୍ଗାଧର ମେହେରଙ୍କ ସ୍ମୃତି ରକ୍ଷା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜଧାନୀ ଭୁବନେଶ୍ବରର କଳିଙ୍ଗ ହସ୍‌ପିଟାଲ ଛକ, ବ୍ରହ୍ମପୁର ଓ ସମ୍ବଲପୁରରେ ମଧ୍ୟ କବିଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଛି ।

ଏତ୍‌ଦବ୍ୟତୀତ କବି ଗଙ୍ଗାଧର ମେହେରଙ୍କ ନାମରେ ୨୦୯୦ କୋଟି ଟଙ୍କାର ଗଂଗାଧର ମେହେର କେନାଲ ଉଠା ଜଳସେଚନ ଯୋଜନାର କାମ ଚାଲିଛି ଏବଂ ଏହା ୨୦୨୩ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ। ସେହିପରି ସମ୍ବଲପୁର ଗଙ୍ଗାଧର ମେହେର କଲେଜକୁ ୨୦୧୫ ମସିହାରୁ ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯାଇଛି । ଶିକ୍ଷାର ପ୍ରସାର ନିମନ୍ତେ ୪୩୦ କୋଟି ଟଙ୍କାର ଓଡିଶା ଗଂଗାଧର ମେହେର ଶିକ୍ଷା ମାନଙ୍କ ବୃଦ୍ଧି ଯୋଜନା  କାର୍ଯ୍ୟକାରୀ କରାଯାଉଛି ।

କବି ଗଙ୍ଗାଧର ମେହେରଙ୍କର ଅମ୍ଲାନ ସ୍ମୃତିକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଗତ ୨୦ ବର୍ଷ ମଧ୍ୟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ପାଇଁ ପ୍ରତିନିଧି ଦଳ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଗଙ୍ଗାଧର ମେହେର ନବୀନ ପଟ୍ଟନାୟକ ସ୍ବଭାବ କବି
Share. Facebook Twitter LinkedIn Email WhatsApp Copy Link

Related Posts

କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

February 10, 2026

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026
Latest News

କୋଚି ୱାଟର ମେଟ୍ରୋ ପରିଦର୍ଶନ କଲେ ଭୁବନେଶ୍ୱର ଗଣମାଧ୍ୟମ ପ୍ରତିନିଧି

February 10, 2026

ପାକିସ୍ତାନ ସହ ବଡ଼ ଚୁକ୍ତି ଭାଙ୍ଗି ବହୁତ କ୍ଷତି ପହଞ୍ଚାଇଲା ଭାରତର “ମିତ୍ର”: ଇଣ୍ଡିଆକୁ ଲାଭ!

February 10, 2026

ଭାରତ ସହିତ ମ୍ୟାଚ୍‌ ରେ ନୂଆ ବିବାଦ ସୃଷ୍ଟି କଲା ପାକିସ୍ତାନ: ଅସୀମ ମୁନିରଙ୍କ ନାମ ଉଲ୍ଲେଖ କରି ଦେଲା ଧମକ

February 10, 2026

ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡ଼ିଲେ ଏହି ୫ ପ୍ରମୁଖ ଖେଳାଳି: ଜାଣନ୍ତୁ ସେମାନେ କିଏ?

February 10, 2026

ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନ୍‌ସିପ: ପଢନ୍ତୁ ଦ୍ୱିତୀୟ ଦିନର ମୁଖ୍ୟ ଇଭେଣ୍ଟ ଓ ପଦକ ବିଜେତା

February 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.