Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅନ୍ତର୍ଜାତୀୟ ବଜାରରେ ଓଡିଶାର ଚାଷୀ ଉତ୍ପାଦିତ ଜିନିଷ ବିକ୍ରୀ ପାଇଁ ନିଆଗଲା ପଦକ୍ଷେପ
ଜାତୀୟ ଖବର

ଅନ୍ତର୍ଜାତୀୟ ବଜାରରେ ଓଡିଶାର ଚାଷୀ ଉତ୍ପାଦିତ ଜିନିଷ ବିକ୍ରୀ ପାଇଁ ନିଆଗଲା ପଦକ୍ଷେପ

December 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅନ୍ତର୍ଜାତୀୟ ବଜାରରେ ଓଡିଶାର ଚାଷୀ ଉତ୍ପାଦିତ ଜିନିଷ ବିକ୍ରୀ ପାଇଁ ନିଆଗଲା ପଦକ୍ଷେପ

ଭୁବନେଶ୍ୱର: ଚାଷୀ ବିକ୍ରୟ କରୁଥିବା ଉତ୍ପାଦର ମୂଲ୍ୟ ଏବଂ ତାହାର ବଜାର ଦର ମଧ୍ୟରେ ମଧ୍ୟସ୍ଥତା ହଟାଯାଇପାରିଲେ ଚାଷୀର ଆୟ ବୃଦ୍ଧି ହୋଇପାରିବ। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ରାଜ୍ୟରେ ଏଗ୍ରି-କନ୍‌କ୍ଲେଭ୍‌ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥାଗୁଡ଼ିକର କନ୍‌କ୍ଲେଭ୍‌ ଆୟୋଜନ କରିଥିଲେ। ଚାଷୀମାନଙ୍କ ଖାଦ୍ୟଶୃଙ୍ଖଳରେ ରହିଥିବା ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରି ତା’ର ନୂତନ ପଥ ବାଛିବା ନିମନ୍ତେ ଏସବୁ କନ୍‌କ୍ଲେଭ୍‌ ଉପଯୁକ୍ତ ମଞ୍ଚ ପ୍ରଦାନ କରିଥିଲା।

ବିଗତ ବର୍ଷଗୁଡ଼ିକରେ କୃଷି ଓ କୃଷକଙ୍କୁ ନେଇ ହୋଇଥିବା ବିକାଶର ଚିତ୍ର ଆକଳନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସିଧାସଳଖ ଚାଷୀଙ୍କଠାରୁ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ଗୁଡ଼ିକ ନିମନ୍ତେ କୃଷି ଉତ୍ପାଦ କ୍ରୟ କରୁଥିବା କୃଷି ଉଦ୍ୟୋଗୀମାନେ ୧୫ଟି ଖାଦ୍ୟ ପ୍ରକି୍ରୟାକରଣ ସଂସ୍ଥା ସହ ସହବନ୍ଧନ କରିଛନ୍ତି। ବିଭିନ୍ନ ପେଶା, ବୟସ, ଶିକ୍ଷାଗତ ଯୋଗ୍ୟତା, ସ୍ଥାନ ଏବଂ କାର୍ଯ୍ୟର ପରିସର ନେଇ ଏହି କୃଷି ଉଦ୍ୟୋଗୀମାନଙ୍କ ମଧ୍ୟରେ ବିବିଧତା ପରିଲକ୍ଷିତ ହୋଇଥିଲା।

ଏହି ଉଦ୍ୟୋଗୀ ଦଳରେ ବିଗ୍‌ ବାସ୍କେଟ, ଡିହାଟ୍‌, କଜାନନ୍‌ ଆଗ୍ରୋ ପ୍ରା. ଲିଃ, ଏକ୍‌ୱାର୍କ୍ସ ସିନରଜେଷ୍ଟିକ୍‌ ଆଗ୍ରିବିଜ୍‌ନେସ୍‌ ନେଟ୍‌ୱାର୍କସ୍‌ ପ୍ରା. ଲିଃ., ଫେଲିସ୍‌ ଲିଓ ଭେଞ୍ଚର୍ସ ପ୍ରା. ଲିଃ. ଏବଂ ଓରିଜିନ୍ସ୍‌, ମୟୂରଭଞ୍ଜ ଗ୍ରାଣ୍ଡ ପ୍ରା. ଲିଃ, ଆଗ୍ରିଲିଙ୍କ୍‌ ଫୁଡ୍‌ ପ୍ରସେସିଂ ପ୍ରା. ଲିଃ., ଏକେଏମ୍‌ ଆଗ୍ରୋ ପ୍ରସେସିଂ ପ୍ରା. ଲିଃ., ରିଲେଣ୍ଟନେସ୍‌ ଫୁଡସ୍‌ ପ୍ରା. ଲିଃ, ପ୍ରଣାମଫରୟୁ ଭେଞ୍ଜର୍ସ ପ୍ରା. ଲିଃ., ଭିଲ୍ଲା ମାର୍ଟ, ଆଗ୍ରିସୋଲ୍‌ ଅର୍ଗାନିକ୍ସ, ମହାଲକ୍ଷ୍ମୀ ଟ୍ରେଡିଂ ପରି ଓଡ଼ିଶାର ଷ୍ଟାର୍ଟଅପ୍‌ମାନେ ରହିଛନ୍ତି। ଖୋର୍ଦ୍ଧା ଓ କଟକ ସହ କୋରାପୁଟ, ଢେଙ୍କାନାଳ, କନ୍ଧମାଳ, ମୟୂରଭଞ୍ଜ ଆଦି ଜିଲ୍ଲାର ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥା ସହ ଏହି ଉଦ୍ୟୋଗୀମାନେ ସହବନ୍ଧନ କରିଛନ୍ତି।

ଏହି ସଂସ୍ଥାଗୁଡ଼ିକ ମାଣ୍ଡିଆ, ମହୁ, ଲେମନ୍‌ଗ୍ରାସ୍‌, ମୋରିଙ୍ଗାଠାରୁ ଆରମ୍ଭ କରି କାଜୁବାଦାମ ଓ ଧାନ ପର୍ଯ୍ୟନ୍ତ ବିଭିନ୍ନ ଶସ୍ୟର ସଂଗ୍ରହଣ କରିବେ। ଅଣଧାନ ଉତ୍ପାଦ ମଧ୍ୟରେ ଲେମନ୍‌ ଗ୍ରାସ୍‌ ଚାଷ କରାଯାଇ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ରୂପାନ୍ତରଣ ସମ୍ଭବ ବୋଲି ବୈଠକରେ ପ୍ରକାଶ କରାଯାଇଥିଲା।

ରୂପାନ୍ତରଣର ଯାତ୍ରାରେ ବିକାଶର ଅନେକ ସୁଯୋଗ ରହିଛି। ସେସବୁରେ ପ୍ରାଥମିକ ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ମାନ ନିୟନ୍ତ୍ରଣର ଆବଶ୍ୟକତା ରହିଛି। ଅନ୍ୟଟି ହେଲା ସହବନ୍ଧନର ନିୟମ, ଲାଭ ସମ୍ବନ୍ଧରେ ସଚେତନତା ଏବଂ ପେଶାଦାର ପରିଚାଳନା। ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥା, ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ବଳବତ୍ତର ରହିଲେ ଚାଷୀଙ୍କ ଆୟକୁ ବୃଦ୍ଧି କରାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ରଖିଥିଲେ।

ଅସୀତ ତ୍ରିପାଠୀ କୃଷି ଉତ୍ପାଦନ
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଦୃଢ଼ ପରିସଂଖ୍ୟାନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ଡକ୍ଟର ପି.କେ. ମିଶ୍ର

October 13, 2026

ଦଳବିରୋଧୀ କାର୍ଯ୍ୟ: ବିଜେଡିରୁ ଦୁଇ ଜିଲ୍ଲା ପରିଷଦ ସଭ୍ୟ ନିଲମ୍ବିତ

October 13, 2026

ରାଜଧାନୀରେ ପାର୍କିଂ ସଙ୍କଟ, ବେପାର ମାନ୍ଦା

October 13, 2026

ଭାରତର GDP କୁ ରକେଟ୍ ବେଗ ଦେଲା IMF!: ଜାଣନ୍ତୁ କେତେ?

October 13, 2026
Latest News

ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାକୁ ହେଲେ ଦୃଢ଼ ପରିସଂଖ୍ୟାନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ଡକ୍ଟର ପି.କେ. ମିଶ୍ର

October 13, 2026

ଦଳବିରୋଧୀ କାର୍ଯ୍ୟ: ବିଜେଡିରୁ ଦୁଇ ଜିଲ୍ଲା ପରିଷଦ ସଭ୍ୟ ନିଲମ୍ବିତ

October 13, 2026

ରାଜଧାନୀରେ ପାର୍କିଂ ସଙ୍କଟ, ବେପାର ମାନ୍ଦା

October 13, 2026

ଭାରତର GDP କୁ ରକେଟ୍ ବେଗ ଦେଲା IMF!: ଜାଣନ୍ତୁ କେତେ?

October 13, 2026

ଦୀପାବଳୀ ପର୍ଯ୍ୟନ୍ତ ଟଳିଲା ନିଷ୍ପତ୍ତି: UPI ଉପରେ ଏବେ ଲାଗୁ ହେବନି ଚାର୍ଜ!

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.