Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାରୀ କର୍ମଚାରୀମାନେ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବହାର ପାଇଁ ତାଗିଦ୍
ବିଶେଷ ଖବର

ସରକାରୀ କର୍ମଚାରୀମାନେ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବହାର ପାଇଁ ତାଗିଦ୍

January 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
EBG
ସରକାରୀ କର୍ମଚାରୀମାନେ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବହାର ପାଇଁ ତାଗିଦ୍

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା (EBG) କାର୍ଯ୍ୟକାରୀ କରିବାରେ ଜଡ଼ିତ ଥିବା ପ୍ରକ୍ରିୟା ବିଷୟରେ ବିଭିନ୍ନ ହିତାଧିକାରୀଙ୍କୁ ସଚେତନ କରିବା ପାଇଁ ଆଜି ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ଲୋକସେବା ଭବନଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ ୨୦୨୨ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ସମୟରେ ରାଜ୍ୟ ସରକାର ସମସ୍ତ ସରକାରୀ କ୍ରୟ ପାଇଁ EBG ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଏହି କର୍ମଶାଳାକୁ ଉଦ୍‌ଘାଟନ କରି କହିଲେ ଯେ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା ନିଶ୍ଚିତ ଭାବରେ ସରକାରୀ ବିଭାଗକୁ ସମସ୍ତ କ୍ରୟ ପ୍ରକ୍ରିୟା ସମୟରେ ସତ୍ୟତା ଯାଞ୍ଚ କରିବାରେ ସାହାଯ୍ୟ କରିବ ଏବଂ ଠକେଇ ସମ୍ଭାବନାକୁ ଦୂର କରିବାରେ ସହାୟକ ହେବ। ତେଣୁ ସମସ୍ତ ସରକାରୀ ଏଜେନ୍ସିଗୁଡ଼ିକ ଏହି ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ ଦେବ ତାଙ୍କ ସ୍ୱାଗତ ବକ୍ତବ୍ୟରେ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥା ବାବଦରେ ବୁଝାଇବା ସହ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସମସ୍ତ ବ୍ୟାଙ୍କ NeSL  ପ୍ଲାଟଫର୍ମରେ ସାମିଲ ହୋଇ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ କହିଥିଲେ । NeSL ନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ଇ.ପି. ନିବେଦିତା ତାଙ୍କର ସମସ୍ତ କର୍ମକର୍ତ୍ତାଙ୍କ ସହ ଇଲେକ୍‌ଟ୍ରୋନିକ୍‌ ବ୍ୟାଙ୍କ ଗ୍ୟାରେଣ୍ଟିର ସମସ୍ତ ସରକାରୀ କ୍ରୟ ପାଇଁ EBG ର ବ୍ୟବହାର ଏବଂ ପ୍ରୟୋଗାତ୍ମକ ପଦ୍ଧତି ସଂପର୍କରେ ଅବଗତ କରାଇଥିଲେ।

EBG ପଦ୍ଧତିକୁ ବାଧ୍ୟତାମୂଳକ କରିବା ପୂର୍ବରୁ ଏହାକୁ କେତେକ ବିଭାଗ ଏବଂ ସରକାରୀ ଉଦ୍ୟୋଗରେ କାର୍ଯ୍ୟକାରୀ କରାଯାଇ ଅନୁଧ୍ୟାନ କରାଯିବ। ସଂଚୟ ଏବଂ ଆର୍ଥିକ ସେବା ନିର୍ଦ୍ଦେଶକ ଶ୍ରୀ ସିଦ୍ଧାନ୍ତ ଦାସ ଧନ୍ୟବାଦ ଅର୍ପଣ କରିବା ଅବସରରେ କର୍ମଶାଳାରେ ଆଲୋଚିତ ତଥ୍ୟକୁ ସଂକ୍ଷିପ୍ତ କରି ତଥ୍ୟ ପ୍ରଦାନ କରିଥିଲେ।

ଏହି କର୍ମଶାଳାରେ ବିଭିନ୍ନ ପ୍ରଶାସନିକ ବିଭାଗର ସଚିବ, ଆର୍ଥିକ ପରାମର୍ଶଦାତା, ସହକାରୀ ଆର୍ଥିକ ପରାମର୍ଶଦାତା, ବ୍ୟାଙ୍କ ପ୍ରତିନିଧି, ଜିଲ୍ଲାପାଳ, ସରକାରୀ ଉଦ୍ୟୋଗର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ।

bank ବ୍ୟାଙ୍କ
Share. Facebook Twitter LinkedIn Email WhatsApp Copy Link

Related Posts

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026

ଭାରତ ପ୍ରତି ସତର୍କ ରହିବାକୁ ଚେତାବନୀ ଦେଲେ ପାକିସ୍ତାନର ମନ୍ତ୍ରୀ: ଜାଣନ୍ତୁ କାରଣ

August 22, 2026
Latest News

ସମୁଦ୍ରରେ ଜାହାଜ ନିଖୋଜ, ତାଜା ହେଲା ବ୍ଲାକରୋଜ ସ୍ମୃତି

August 22, 2026

ବିବାହ ପ୍ରତିଶ୍ରୁତି, ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ: ଜେଲ ଗଲେ SI

August 22, 2026

ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ

August 22, 2026

“ବନ୍ଦେ ମାତରମ୍” ପ୍ରସଙ୍ଗ: ନିଜର ମତ ସ୍ପଷ୍ଟ କଲେ କଂଗ୍ରେସ ନେତା ଶଶି ଥରୁର

August 22, 2026

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର: ଥାନାରେ ହତ୍ୟା ଅଭିଯୋଗ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.