Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାକୁ ଆସିଲା ୧ ଲକ୍ଷ ୫୩ ହଜାର କୋଟି ଟଙ୍କାର ପ୍ରକଳ୍ପ, ନବୀନ କଲେ ଅନୁମୋଦନ
ଜାତୀୟ ଖବର

ଓଡିଶାକୁ ଆସିଲା ୧ ଲକ୍ଷ ୫୩ ହଜାର କୋଟି ଟଙ୍କାର ପ୍ରକଳ୍ପ, ନବୀନ କଲେ ଅନୁମୋଦନ

January 19, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
Make in Odisha
ଓଡିଶାକୁ ଆସିଲା ୧ ଲକ୍ଷ ୫୩ ହଜାର କୋଟି ଟଙ୍କାର ପ୍ରକଳ୍ପ, ନବୀନ କଲେ ଅନୁମୋଦନ

ଭୁବନେଶ୍ୱର : ଆଜି ଓଡିଶାକୁ ଆସିଛି ୧,୫୩,୦୭୪.୬୩ କୋଟି ମୂଲ୍ୟର ପୁଂଜି। ନିକଟରେ ହୋଇଥିବା ମେକ ଇନ ଓଡିଶା ସମ୍ମିଳନୀରେ ଆସିଥିବା ଶିଳ୍ପକୁ ଆଜି ମଂଜୁରୀ ମିଳିଛି। ଏହି ମଂଜୁରୀ ଓଡ଼ିଶା ସରକାରଙ୍କ ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି ଅନୁମୋଦନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୩୦ ତମ ବୈଠକରେ ୯ ଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡିକରେ ମୋଟ ୧,୫୩,୦୭୪.୬୩ କୋଟି ଟଙ୍କାର ପୁଂଜି ବିନିଯୋଗ ହେବ। ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ମୋଟ ୨୭,୦୩୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏଥିରେ ସୌର ଶକ୍ତି ଏବଂ ଯନ୍ତ୍ରାଂଶ ଉତ୍ପାଦନ, ଧାତୁ ଏବଂ ଖଣିଜ ପଦାର୍ଥ, କାଗଜ ଏବଂ ଆଇଟି ଭିତ୍ତିଭୂମି ପରି ବିଭିନ୍ନ ବର୍ଗର ପ୍ରକଳ୍ପ ଅନୁମୋଦନ ଲାଭ କରିଛି। ମଞ୍ଜୁରୀ ପ୍ରାପ୍ତ ପ୍ରକଳ୍ପଗୁଡ଼ିକ ବାଲେଶ୍ବର, ଢେଙ୍କାନାଳ, ଗଞ୍ଜାମ, ଜଗସିଂହପୁର, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯିବ।

ସବୁଜ ଶକ୍ତି ଏବଂ ଯନ୍ତ୍ରପାତି କ୍ଷେତ୍ରରେ ୪ ଟି ପ୍ରକଳ୍ପ, କାଗଜ ଶିଳ୍ପରେ ୨ ଟି ପ୍ରକଳ୍ପ, ଧାତୁ ଏବଂ ଖଣିଜ କ୍ଷେତ୍ରରେ ୨ ଟି ପ୍ରକଳ୍ପ ଏବଂ ଗୋଟିଏ ଆଇଟି ଭିତ୍ତିଭୂମି ବର୍ଗର ପ୍ରକଲ୍ପ ରହିଛି।

କମିଟ ACME Clean Energy Private Limited ପ୍ରସ୍ତାବକୁ ଅନୁମୋଦନ କରିଛି, ଯାହା ଓଡିଶାରେ ୫୮,୨୦୯.୧୩ କୋଟି ଟଙ୍କା ବିନିଯୋଗ କରିବ। ଏହା ୧.୧ ମିଲିୟନ MT କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ହାଇଡ୍ରୋଜେନ ପ୍ଲାଣ୍ଟ ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ସ୍ଥାପନ କରିବ।

ସେହିପରି ଏହି କଂପାନୀ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ୪୫୦୦ ମେଗାୱାଟର ସୌର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ। ଏହି କଂପାନୀ ରାଜ୍ୟରେ ପ୍ରାୟ ୩,୪୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ସେହିପରି ଗଞ୍ଜାମ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ Avaada Green H2 Private Limited ପ୍ରସ୍ତାବକୁ ମଧ୍ୟ କମିଟ ଅନୁମୋଦନ କରିଛନ୍ତି। ଯାହା ୨୩,୫୦୦ କୋଟି ଟଙ୍କା ପୁଂଜି ନିବେଶ କରିବ। ଏହା ଦ୍ବାରା ରାଜ୍ୟରେ ପ୍ରାୟ ୧,୫୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି କଂପାନୀ କହିଛି।

ଦୁଇଟି ଗ୍ରୀନ୍ ଏନର୍ଜି ଏବଂ ଯନ୍ତ୍ରପାତି ଉତ୍ପାଦନ ପ୍ରକଳ୍ପକୁ ମଧ୍ୟ କମିଟି ଅନୁମୋଦନ କରିଛି। ଏହି ଦୁଇଟି କଂପାନ ହେଲା Renew EFuels Private Limited (REFPL) and Ocior Energy Private Limited। ଏହି ଦୁଇ କଂପାନୀ ଓଡିଶାର ମୋଟ ୩,୩୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇବ ବୋଲି ଜଣାପଡିଛି। ଏହି ଦୁଇ କଂପାନୀ ମୋଟ ୨୭୨୦୦ କୋଟି ଟଙ୍କା ପୁଂଜି ବିନିଯୋଗ କରିବେ।

REFPL ୧.୦୯ ନିୟୁତ MT କ୍ଷମତା ବିଶିଷ୍ଟ ଗ୍ରୀନ୍ ଆମୋନିୟା ପ୍ଲାଣ୍ଟ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରୁଥିବାବେଳେ, ଓସିଅର୍ ଏନର୍ଜି ପ୍ରାଇଭେଟ ଲିମିଟେଡ୍ ପ୍ରସ୍ତାବରେ ୧ ମିଲିୟନ୍ MT କ୍ଷମତା ବିଶିଷ୍ଟ ଗ୍ରୀନ୍ ଆମୋନିୟା ପ୍ଲାଣ୍ଟ ସ୍ଥାପନ କରିବ।

ସେହିପରି ପେପର ସେକ୍ଟରରେ ୨ ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ସେ ଦୁଇଟି ହେଲେ Bank Note Paper Mill India Private Limited ଏବଂ Deevyashakti India Private Limited। ବ୍ୟାଙ୍କ ନୋଟ୍ ପେପର ମିଲ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ୨୫୦୦ କୋଟି ବିନିଯୋଗରେ ବାଲେଶ୍ବରରେ ଏକ ବ୍ୟାଙ୍କ ନୋଟ୍ ପେପର ୟୁନିଟ୍ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି, ଯାହା ୮୦୦ ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଅନ୍ୟପକ୍ଷରେ, ଦିବ୍ୟଶକ୍ତି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଢେଙ୍କାନାଳରେ ଏକ ଇଣ୍ଟିଗ୍ରେଟେଡ୍ ପଲ୍ପ ଏବଂ ପେପର ମିଲ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି। ଯେଉଁଥିରେ ୧୦୦୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ବିନିଯୋଗ ହେବା ସହିତ ରାଜ୍ୟର ପ୍ରାୟ ୩୦୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଧାତୁ ଏବଂ ଖଣିଜ କ୍ଷେତ୍ର କ୍ଷେତ୍ରରେ ୨ ଟି ବୃହତ ପ୍ରକଳ୍ପକୁ କମିଟ ଅନୁମୋଦନ କରିଛନ୍ତି ଯାହା ସମୁଦାୟ ଓଡିଶାର ପ୍ରାୟ ୧୨,୫୦୦ ଲୋକଙ୍କୁ ନିଯୁକ୍ତି ଯୋଗାଇବ ବୋଲି ଆଶା କରାଯାଉଛି। Arcelor Mittal Nippon Steel India Ltd ଜଗତସିଂହପୁରରେ ୭,୦୦୦ MTPA ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଏଥିରେ ୩୮,୦୦୦ କୋଟି ଟଙ୍କା ବିନିଯୋଗ ହେବ ଏବଂ ଏହା ରାଜ୍ୟରେ ୧୧,୦୦୦ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ସେହିପରି Rungta Metals Private Limited (RMPL) ତାହାର  ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପର କ୍ଷମତା ବୃଦ୍ଧି କରିବ।  ଏଥିରେ ୧୧୪୦ କୋଟି ଟଙ୍କା ବିନିଯୋଗ କରାଯିବ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଥିବା ୦.୫ MTPA ରୁ ୧ MTPA କୁ ବିସ୍ତାର କରିବ।

ଆଇଟି ଏବଂ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ, My Home Constructions Private Limited ପ୍ରସ୍ତାବକୁ କମିଟ ଅନୁମୋଦନ କରିଛି। ଏହା ଭୁବନେଶ୍ବରରେ ଆଇଟି କ୍ଷେତ୍ରରେ ଆଧୁନିକ ସୁବିଧା ଥିବା ଭିତ୍ତିଭୂମି ବିକାଶ କରିବ। ଏଥିରେ ୧,୫୨୫.୫୦ କୋଟି ବିନିଯୋଗ ସହିତ ଏହି ପ୍ରକଳ୍ପରେ ୨୫୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ବୋଲି ଜଣାପଡିଛି।

HLCA Invest Odisha Make in Odisha ନବୀନ ପଟ୍ଟନାୟକ ପୁଂଜି ବିନିଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.