LIC ର ଲାଭ 34 ଗୁଣ ବୃଦ୍ଧି, ତୃତୀୟ ତ୍ରୟମାସିକରେ ନେଟ୍ ଲାଭ 8334 କୋଟି

Published: Feb 9, 2023, 9:35 pm IST

ନୂଆଦିଲ୍ଲୀ: ପବ୍ଲିକ ସେକ୍ଟର ବୀମା କମ୍ପାନୀ LIC 2022-23 ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଉତ୍କୃଷ୍ଟ ଫଳାଫଳ ଘୋଷଣା କରିଛି। ଅକ୍ଟୋବରରୁ ଡିସେମ୍ବର ତ୍ରୟମାସରେ LIC ର ଲାଭ 8334.2 କୋଟି ଟଙ୍କା ହୋଇଛି, ଯାହା ଗତ ଆର୍ଥିକ ବର୍ଷର ସମାନ ତ୍ରୟମାସରେ 235 କୋଟିରୁ 34 ଗୁଣ ଅଧିକ।

ତୃତୀୟ ତ୍ରୟମାସିକରେ, LIC ପ୍ରିମିୟମରୁ 1,11,787.6 କୋଟି ଟଙ୍କା ପ୍ରିମିୟମ ପାଇଛି, ଯାହା ଗତ ବର୍ଷ ସମାନ ତ୍ରୟମାସରେ 97,620 କୋଟି ଟଙ୍କା ଥିଲା। ପୁଞ୍ଜି ବିନିଯୋଗରୁ ଆୟ 84,889 କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ଏକ ବର୍ଷ ପୂର୍ବେ 76,574.24 କୋଟି ଟଙ୍କା ଥିଲା।

Related posts