Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଜୁଏଲ୍‌ସ ସୋ’ରୁମ୍‌ରେ ଷ୍ଟାଇଲ୍‌ର ସହ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶାର ସମାପନ
ଆଜିର ଖବର

ରିଲାଏନ୍ସ ଜୁଏଲ୍‌ସ ସୋ’ରୁମ୍‌ରେ ଷ୍ଟାଇଲ୍‌ର ସହ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶାର ସମାପନ

February 13, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର/ ରାଉରକେଲା: ଭାରତର ଅଗ୍ରଣୀ ଫାଇନ୍ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ରାଉରକେଲାର ଚନ୍ଦ୍ରପୁର କଚେରି ରୋଡ୍ ସ୍ଥିତ ସୋ’ରୁମ୍‌ରେ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶାର ସମାପନ ହୋଇଛି। ପୃଷ୍ଠପୋଷାକମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଏବଂ ଉତ୍ସାହକୁ ନେଇ ରିଲାଏଜ୍ସ ଜୁଏଲସ୍ ୧୫ ବର୍ଷ ଧରି ଏହାର ଡିଜାଇନ ଉତ୍କର୍ଷ ଜରିଆରେ ଏହାର ପୃଷ୍ଠପୋଷକମାନଙ୍କୁ ରୋମାଂଚିତ କରିବା ଜାରି ରଖିଛି। ଏହି ଟୁର୍ ଓଡ଼ିଶା ଏବଂ ଏହାର ପୃଷ୍ଠପୋଷକମାନଙ୍କ ସହ ବ୍ରାଣ୍ଡ୍‌ର ସମ୍ପର୍କକୁ ପାଳନ କରୁଛି। ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା ଜରିଆରେ ରିଲାଏନ୍ସ ପକ୍ଷରୁ ଏହାର ପୃଷ୍ଠପୋଷକମାନଙ୍କୁ ରିଲାଏନ୍ସ ଜୁଏଲ୍‌ସର ଆକର୍ଷଣୀୟ ହୀରା ଗହଣାକୁ ପରିଧାନ କରିବା ଏବଂ ଓଡ଼ିଶାର ଅତି ପରିଚିତ ଏଲିନା ସାମନ୍ତରାୟଙ୍କ ସହ ର‌୍ୟାମ୍ପ୍‌ରେ ଚାଲିବା ଓ ଓଡ଼ିଶାରେ ରିଲାଏନ୍ସ ଜୁଏଲ୍‌ସର ଥିବା ୫ ନିର୍ଦିଷ୍ଟ ଷ୍ଟୋରରେ ଏହି ଚମତ୍କାର ଅଭିନେତ୍ରୀଙ୍କ ସହ ଭାବ ବିନିମୟ କରିବାର ଏକ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିଛି।

ଗତ ସପ୍ତାହ ଫେବ୍ରୁଆରି ୩ ତାରିଖରେ ରିଲାଏନ୍ସ ଜୁଏଲସ୍‌ର ଚନ୍ଦ୍ରଶେଖରପୁର ସୋ’ରୁମ୍‌ରେ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା ଆରମ୍ଭ ହୋଇଥିଲା ଯେଉଁଠାରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ଏଲିନା ଏବଂ ରିଲାଏନ୍ସ ଜୁଏଲ୍‌ସର ସିିଇଓ ସୁନିଲ ନାୟକ ଉପସ୍ଥିତ ଥିଲେ। ଏହା ପରେ ଏଲିନା ଏବଂ ରିଲାଏନ୍ସ ଜୁଏଲ୍‌ସ୍ ପୃଷ୍ଠପୋଷକଙ୍କ ମଧ୍ୟରେ ଭାବ ବିନିମୟ ହୋଇଥିଲା ଏବଂ ଭାଗ୍ୟଶାଳୀ ବିଜେତାମାନେ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ଚମତ୍କାର ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ସହ ସ୍ୱତନ୍ତ୍ର ମିଟ୍ ଆଣ୍ଡ୍ ଗ୍ରିଟ୍‌ରେ ସାମିଲ ହୋଇଥିବା ବେଳେ ସ୍ୱତନ୍ତ୍ର ଫଟୋ ଉଠାଇବା ତଥା ଏଲିନାଙ୍କ ସହିତ ର‌୍ୟାମ୍ପ୍‌ରେ ଚାଲିବାର ସୁଯୋଗ ପାଇଥିଲେ।

ଏହି ଟୁର୍ ରିଲାଏନ୍ସ ଜୁଏଲ୍‌ସର କଟକ, ଅନୁଗୁଳ ଓ ବ୍ରହ୍ମପୁର ଷ୍ଟୋରରେ ମଧ୍ୟ ଜାରି ରହିଥିଲା ଯେଉଁଠାରେ ଆକର୍ଷଣୀୟ ହୀରା ଗହଣାକୁ ପ୍ରଦର୍ଶନ କରାଯାଇଥିଲା ଏବଂ ଗ୍ରାହକମାନେ ଏଲିନାଙ୍କ ସହ ମିଟ୍ ଆଣ୍ଡ୍ ଗ୍ରିଟ୍‌କୁ ଉପଭୋଗ କରିଥିଲେ। ଏହି ଟୁରରେ ସମସ୍ତ ପାଂଚ ସ୍ଥାନରେ ଏଲିନା ଓ ଡ୍ରିମ୍ ଡାଇମଣ୍ଡ୍ ପ୍ରତିଯୋଗିତାର ବିଜେତାମାନେ ରିଲାଏନ୍ସ ଜୁଏଲ୍‌ସରୁ ନିଜ ପସନ୍ଦର ହୀରା ଡିଜାଇନ୍‌କୁ ପିନ୍ଧିଥିଲେ ଏବଂ ସେମାନେ ବେଶ ଆକର୍ଷଣୀୟ ଦେଖାଯାଉଥିଲେ। ଏଲିନାଙ୍କୁ ଭେଟି ଗ୍ରାହକମାନେ ଉତ୍‌ଫୁଲ୍ଲିତ ହୋଇଥିଲେ ଏବଂ ସେହି ଅନୁଭୂତିକୁ ଉପଭୋଗ କରିଥିଲେ। ଏହି ପାଂଚ କାର୍ଯ୍ୟକ୍ରମରେ ଏଲିନା ନିଜର କିଛି ଡ୍ରିମ୍ ଡାଇମଣ୍ଡ୍ ଲୁକ୍ ଉପରେ ପରାମର୍ଶ ଦେଇଥିଲେ ଯାହାକୁ ବେଶ ପ୍ରଶଂସା କରାଯାଇଥିଲା। ଏହା ସହିତ ସମସ୍ତ ଗ୍ରାହକ ନିଜ ନିଜ ଷ୍ଟାଇଲ୍‌ରେ ବେଶ ଚମତ୍କାର ଦେଖାଯାଉଥିଲେ ଓ ଷ୍ଟାଇଲ୍‌ର ସହ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ରିଲାଏନ୍ସ ଜୁଏଲ୍‌ସରେ ରହିଥିବା ହୀରା ସମ୍ଭାର ହେଉଛି ଆଇଜିଆଇ ଓ ଅନ୍ତର୍ଜାତୀୟ ସାର୍ଟିଫାଏଡ୍ ଏବଂ ପ୍ରତି ବଜେଟ୍‌, ବୟସ ବର୍ଗ ଓ ବଜେଟ୍ ପାଇଁ ବ୍ୟାପକ ବର୍ଗର ନେକ୍‌ଲେସ୍‌, ନେକ୍‌ଲେସ୍ ସେଟ, ଇୟରରିଙ୍ଗ, ରିଙ୍ଗ, ପେଣ୍ଡାଂଟ୍‌, ଚୂଡ଼ି ଓ ବ୍ରେସ୍‌ଲେଟ୍ ପ୍ରଦର୍ଶନ କରାଯାଇଛି। ବିବାହଠାରୁ ପାର୍ଟି, ଉତ୍ସବରୁ ଜନ୍ମଦିନ ଏବଂ ବାର୍ଷିକୀ ପାଳନ, ଉପହାର ବିକଳ୍ପରୁ ଶିଶୁଙ୍କ ପାଇଁ ଡିଜାଇନ ପର୍ଯ୍ୟନ୍ତ ପ୍ରତି ଅବସର ପାଇଁ ଡିଜାଇନ୍ ସମେତ ପୁରୁଷଙ୍କ ପାଇଁ ଆକର୍ଷଣୀୟ ଗହଣା ଏବଂ ମହିଳାଙ୍କ ପଇଁ ହାଲୁକା ଓ ୱାର୍କ ଓୟାର ଗହଣା ରହିଛି।

ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଟୁର୍ ଅଫ୍ ଓଡ଼ିଶା ବିଷୟରେ ରିଲାଏନ୍ସ ଜୁଏଲ୍‌ସର ସିଇଓ ସୁନିଲ ନାୟକ କହିଛନ୍ତି ଯେ, “ଏକ ବଜାର ଭାବେ ଓଡ଼ିଶା ଆମର ଅତି ନିକଟତର ଏବଂ ଏଠାରେ ୧୨ ସହରରେ ୧୭ଟି ଷ୍ଟୋର ରହିଛି ଯାହା ହେଉଛି ଓଡ଼ିଶାରେ ଗହଣା ରିଟେଲରମାନଙ୍କ ମଧ୍ୟରେ ଅନ୍ୟତମ ସର୍ବବୃହତ ନେଟ୍‌ୱର୍କ। ବିପୁଳ ଭରସା, ବିଶ୍ୱାସନୀୟତା ଏବଂ ପୃଷ୍ଠପୋଷକତା ଆଦି ଯାହା ଆମ ଉପରେ ବର୍ଷ ବର୍ଷ ଧରି ପ୍ରକଟ କରିଛନ୍ତି ସେଥିପ୍ରତି ସେମାନଙ୍କୁ କୃତଜ୍ଞତା ଜଣାଇବାର ଏକ ପ୍ରୟାସ ଭାବେ ଏହି ଯାଦୁକରୀ ଅନୁଭୂତି ଆମେ ଓଡ଼ିଶାର ଗ୍ରାହକମାନଙ୍କୁ ପ୍ରଦାନ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ।’’

ରିଲାଏନ୍ସ ଜୁଏଲ୍‌ସ ସହ ସହଯୋଗିତା ସମ୍ପର୍କରେ ଏଲିନା ସାମନ୍ତରାୟ କହିଛନ୍ତି ଯେ, “ଓଡ଼ିଶା ହେଉଛି ମୋ ହୃଦୟର ଅତ୍ୟନ୍ତ ନିକଟତର ଓ ଏହି ଡ୍ରିମ୍ ଡାଇମଣ୍ଡ୍ ଟୁର୍‌କୁ ମୁଁ ସମ୍ପୂର୍ଣ୍ଣ ଉପଭୋଗ କରିଛି ଏବଂ ଓଡ଼ିଶାର ବିଭିନ୍ନ ସୋ’ରୁମ୍‌ରେ ରିଲାଏନ୍ସ ଜୁଏଲ୍‌ସ ଗ୍ରାହକମାନଙ୍କ ସହ ଭାବ ବିନିମୟ କରିବା ଓ ସେମାନଙ୍କ ସହ ମୋ ପସନ୍ଦର ହୀରା ଲୁକ୍ ଅନୁଭୂତି ବାଟିଂବା ବେଶ ଆନନ୍ଦଦାୟକ ଥିଲା। ରିଲାଏନ୍ସ ଜୁଏଲ୍‌ସର ଆକର୍ଷଣୀୟ ଗହଣା ଡିଜାଇନ୍ ପରିଧାନ କରି ପ୍ରତ୍ୟେକ ଗ୍ରାହକ ବେଶ ଆକର୍ଷଣୀୟ ଲାଗୁଥିଲେ। ଏହି ଅତୁଲ୍ୟ ଯାତ୍ରାର ଅଂଶ ହୋଇଥିବାରୁ ଆମେ ଗର୍ବିତ ଏବଂ ସାରା ଓଡ଼ିଶାରେ ରିଲାଏନ୍ସ ଜୁଏଲ୍‌ସ ସୋ’ରୁମ୍‌ଗୁଡ଼ିକୁ ପରିଦର୍ଶନ କରିବା ଏବଂ ଆକର୍ଷଣୀୟ ଗହଣା ଅନୁଭୂତି ହାସଲ କରିଥିବାରୁ ବେଶ ଉଲ୍ଲସିତ।

ହୀରା ବ୍ୟତୀତ ରିିଲାଏନ୍ସ ଜୁଏଲସ୍ ପକ୍ଷରୁ ସୁନାରେ ଉଭୟ ପାରମ୍ପରିକ ଓ ସମସାମୟିକ ସୁନାର ବିଆଇଏସ ହଲମାର୍କର ସୁନ୍ଦର ଡିଜାଇନ୍‌କୁ ପ୍ରଦର୍ଶନ କରାଯାଇଥିଲା ଯାହା ଥିଲା ଅସିମ। ସେବାର ମାନ ବହୁତ ଭଲ ଏବଂ ସେଥିରୁ ଚୟନ କରିବା ଲାଗି ବହୁ ପ୍ରକାର ବିକଳ୍ପ ରହିଛି।’’

ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ରିଲାଏନ୍‌ସ ଜୁଏଲ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ଗାଇଡଲାଇନ: ପୂର୍ବାହ୍ନ ୧୧ ଟାରୁ ୩ ଯାଏଁ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.