Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ଝୋଟ ବସ୍ତାରେ ହେବ ଖାଦ୍ୟ ଶସ୍ୟ ଓ ଚିନିର ବାଧ୍ୟତାମୂଳକ ପ୍ୟାକେଜିଂ
ଆଜିର ଖବର

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ଝୋଟ ବସ୍ତାରେ ହେବ ଖାଦ୍ୟ ଶସ୍ୟ ଓ ଚିନିର ବାଧ୍ୟତାମୂଳକ ପ୍ୟାକେଜିଂ

February 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିନି
ଚିନି ଶସ୍ତା ହୋଇଛି, ତଥାପି କାହିଁକି ଦୋକାନରେ ମୂଲ୍ୟ ଅଧିକ?

ନୂଆଦିଲ୍ଲୀ: ଭାରତ ସରକାର ଝୋଟ ବର୍ଷ ୨୦୨୨-୨୩ ଲାଗି ଚାଉଳ, ଗହମ ଓ ଚିନିର ପ୍ୟାକେଜିଂରେ ଝୋଟର ବାଧ୍ୟତାମୂଳକ ମାନଦଣ୍ଡକୁ ମଞ୍ଜୁର କରିଛନ୍ତି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ) ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବାଧ୍ୟତାମୂଳକ ମାନଦଣ୍ଡ ଖାଦ୍ୟଶସ୍ୟର ପ୍ୟାକେଜିଂ ଲାଗି ସମ୍ପୂର୍ଣ୍ଣ ସଂରକ୍ଷଣ ପ୍ରଦାନ କରିଥାଏ। ଝୋଟ ବସ୍ତାରେ ଚିନିର ପ୍ୟାକେଜିଂ ଲାଗି ୨୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଏଥିରେ ରହିଛି । ଯାହାକି ଓଡ଼ିଶା, ପଶ୍ଚିମବଙ୍ଗ ଭଳି ଝୋଟ ଉତ୍ପାଦନକାରୀ ରାଷ୍ଟ୍ର ପାଇଁ ଏକ ବଡ଼ ପ୍ରୋତ୍ସାହନ ସାବ୍ୟସ୍ତ ହେବ।

ଝୋଟ ଉଦ୍ୟୋଗ ଭାରତର ରାଷ୍ଟ୍ରୀୟ ଅର୍ଥବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ। ବିଶେଷ କରି ପଶ୍ଚିମବଙ୍ଗରେ ୭୫ଟି ଝୋଟ କଳ ଚାଲିଥାଏ। ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଜୀବିକା ଅର୍ଜନ କରିଥାନ୍ତି। ଏବେ ସରକାର ନେଇଥିବା ନିଷ୍ପତ୍ତି ଝୋଟ କ୍ଷେତ୍ରରେ ନିୟୋଜିତ ପ୍ରାୟ ୪୦ ଲକ୍ଷ ଚାଷୀ ପରିବାରଙ୍କୁ ସହାୟତା କରିବ। ଏହାଦ୍ବାରା ଓଡ଼ିଶା, ବିହାର, ଆସାମ, ତ୍ରିପୁରା, ମେଘାଳୟ, ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରେ ଝୋଟ କ୍ଷେତ୍ରକୁ ମଧ୍ୟ ସହାୟତା ମିଳିପାରିବ।

ଝୋଟ ପ୍ୟାକେଜିଂ ସାମଗ୍ରୀ-ଜେପିଏମ ଆଇନ ଅଧୀନରେ ସଂରକ୍ଷଣ ମାନଦଣ୍ଡ ୩.୭୦ ଲକ୍ଷ ଶ୍ରମିକଙ୍କୁ ସିଧାସଳଖ ରୋଜଗାର ପ୍ରଦାନ କରିବା ସହିତ ୪୦ ଲକ୍ଷ ଚାଷୀ ପରିବାରଙ୍କ ହିତ ରକ୍ଷା କରିଥାଏ। ଜେପିଏମ ଆଇନ, ୧୯୮୭ ଝୋଟ ଚାଷୀ, ଶ୍ରମିକ ଓ ଝୋଟ ସାମଗ୍ରୀ ଉତ୍ପାଦନରେ ଲାଗିଥିବା ଲୋକମାନଙ୍କର ସ୍ବାର୍ଥ ରକ୍ଷା କରିଥାଏ। ଝୋଟ ଉଦ୍ୟୋଗରେ ମୋଟ ଉତ୍ପାଦନର ୭୫ ପ୍ରତିଶତ ଝୋଟ ବସ୍ତା ହୋଇଥାଏ। ଏଥିମଧ୍ୟରୁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଓ ରାଜ୍ୟ କ୍ରୟ ଏଜେନ୍ସି (ଏସପିଏଏସ)କୁ ୮୫ ପ୍ରତିଶତ ଯୋଗାଣ କରାଯାଇଥାଏ। ଅବଶିଷ୍ଟକୁ ସିଧାସଳଖ ରପ୍ତାନି କରାଯାଇଥାଏ କିମ୍ବା ବିକ୍ରି କରାଯାଏ।

ସରକାର ପ୍ରତ୍ୟେକ ବର୍ଷ ଖାଦ୍ୟଶସ୍ୟ ପ୍ୟାକେଜିଂ ନିମନ୍ତେ ପ୍ରାୟ ୯,୦୦୦ କୋଟି ଟଙ୍କାର ଝୋଟ ବସ୍ତା କିଣିଥାନ୍ତି। ଏହାଦ୍ବାରା ଝୋଟ ଚାଷୀ, ଶ୍ରମିକମାନଙ୍କ ଉତ୍ପାଦ ବିକ୍ରି ଲାଗି ଗ୍ୟାରେଣ୍ଟିଯୁକ୍ତ ବଜାର ସୁବିଧା ସୁନିଶ୍ଚିତ ହୋଇଥାଏ ।

ହାରାହାରୀ ୩୦ ଲକ୍ଷ ବେଲ୍‌ (୯ଲକ୍ଷ ମେଟ୍ରିକ ଟନ) ଝୋଟ ବସ୍ତା ଉତ୍ପାଦନ ହେଉଥିବା ବେଳେ ଝୋଟ ଚାଷୀ, ଶ୍ରମିକ ଓ ଝୋଟ ଉଦ୍ୟୋଗରେ ନିୟୋଜିତ ଲୋକମାନଙ୍କ ହିତ ରକ୍ଷା ନିମନ୍ତେ ସରକାର ସବୁ ଝୋଟ ବସ୍ତା କିଣିବାକୁ ସଂକଳ୍ପବଦ୍ଧ ଅଛନ୍ତି।

ଏବେ ସଂରକ୍ଷଣ ମାନଦଣ୍ଡ ଭାରତର କଞ୍ଚା ଝୋଟ ଏବଂ ଝୋଟ ପ୍ୟାକେଜିଂ ସାମଗ୍ରୀର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବ, ଯାହାଫଳରେ ଦେଶ ଆତ୍ମନିର୍ଭର ଭାରତର ପରିକଳ୍ପନା ଅନୁରୂପ ସ୍ବାବଲମ୍ବୀ ହୋଇପାରିବ। ଏହା ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଯୋଗଦାନ ଦେଇପାରିବ କାରଣ ଝୋଟ ଏକ ପ୍ରାକୃତିକ, ଜୈବ-କ୍ଷୟଯୋଗ୍ୟ, ନବୀକରଣଯୋଗ୍ୟ ଏବଂ ପୁନଃବ୍ୟବହାର ଯୋଗ୍ୟ ଫାଇବର ହୋଇଥିବାରୁ ଏହା ସମସ୍ତ ଦୀର୍ଘସ୍ଥାୟିତ୍ବ ମାପଦଣ୍ଡକୁ ପୂରଣ କରିଥାଏ।

କେନ୍ଦ୍ର ସରକାର ଚିନି ପ୍ୟାକେଜିଂ
Share. Facebook Twitter LinkedIn Email WhatsApp Copy Link

Related Posts

୯ମ ଶ୍ରେଣୀ ପାଇଁ ନୂତନ ସାମାଜିକ ବିଜ୍ଞାନ ପୁସ୍ତକ ପ୍ରକାଶ କଲା NCERT: ଜାଣନ୍ତୁ କେଉଁଠୁ କିଣିବେ?

September 29, 2026

ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ: ୫ ଭାଟି ସିଲ୍, ଘରୋଇ ଗ୍ୟାସ୍ ଜବତ

September 29, 2026

ଭାଲୁକୁଣୀ ଭସାଣରେ ଅଘଟଣ: ଝିଅଙ୍କ ଉପରେ ଖସିପଡ଼ିଲା ଡିଜେ ସାଉଣ୍ଡ ବକ୍ସ, ୭ ଗୁରୁତର

September 29, 2026

୫ଟି ସ୍ୱର୍ଣ୍ଣ ସମେତ ଭାରତର ମୋଟ ୪୭ ପଦକ: ୧୦ ଦିନ ପରେ ଜାଣନ୍ତୁ ପାକିସ୍ତାନର ସ୍ଥିତି

September 29, 2026
Latest News

୯ମ ଶ୍ରେଣୀ ପାଇଁ ନୂତନ ସାମାଜିକ ବିଜ୍ଞାନ ପୁସ୍ତକ ପ୍ରକାଶ କଲା NCERT: ଜାଣନ୍ତୁ କେଉଁଠୁ କିଣିବେ?

September 29, 2026

ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ: ୫ ଭାଟି ସିଲ୍, ଘରୋଇ ଗ୍ୟାସ୍ ଜବତ

September 29, 2026

ଭାଲୁକୁଣୀ ଭସାଣରେ ଅଘଟଣ: ଝିଅଙ୍କ ଉପରେ ଖସିପଡ଼ିଲା ଡିଜେ ସାଉଣ୍ଡ ବକ୍ସ, ୭ ଗୁରୁତର

September 29, 2026

୫ଟି ସ୍ୱର୍ଣ୍ଣ ସମେତ ଭାରତର ମୋଟ ୪୭ ପଦକ: ୧୦ ଦିନ ପରେ ଜାଣନ୍ତୁ ପାକିସ୍ତାନର ସ୍ଥିତି

September 29, 2026

ଭାରତକୁ ପଞ୍ଚମ ସ୍ଵର୍ଣ୍ଣ: ମହିଳା ଟ୍ରାପ୍ ସୁଟିଂରେ ନୀରୁ ଧଣ୍ଡା ଜିତିଲେ ପଦକ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.