Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମାର୍ଚ୍ଚ ୨୦୨୩ ରେ ଓଡିଶାର ଜିଏସ୍‌ଟି ସଂଗ୍ରହରେ ହେଲା ବଡ ଅଭିବୃଦ୍ଧି
ଜାତୀୟ ଖବର

ମାର୍ଚ୍ଚ ୨୦୨୩ ରେ ଓଡିଶାର ଜିଏସ୍‌ଟି ସଂଗ୍ରହରେ ହେଲା ବଡ ଅଭିବୃଦ୍ଧି

April 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
GST22
ମାର୍ଚ୍ଚ ୨୦୨୩ରେ ଓଡିଶାର ଜିଏସ୍‌ଟି ସଂଗ୍ରହରେ ହେଲା ବଡ ଅଭିବୃଦ୍ଧି

କଟକ: ମାର୍ଚ୍ଚ ୨୦୨୩ରେ ସଂଗୃହୀତ ମୋଟ ଜିଏସ୍‌ଟି ରାଜସ୍ୱ ୧,୬୦,୧୨୨ କୋଟି ଟଙ୍କା ରହିଛି, ଯେଉଁଥିରୁ ସିଜିଏସ୍‌ଟି ୨୯,୫୪୬ କୋଟି ଟଙ୍କା, ଏସ୍‌ଜିଏସ୍‌ଟି ୩୭,୩୧୪ କୋଟି ଟଙ୍କା, ଆଇଜିଏସ୍‌ଟି ହେଉଛି ୮୨,୯୦୭ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ସଂଗୃହୀତ ୪୨,୫୦୩ କୋଟି ଟଙ୍କା ଅନ୍ତର୍ଭୁକ୍ତ) ଏବଂ ସେସ୍ ୧୦,୩୫୫ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ୯୬୦ କୋଟି ଟଙ୍କା ଅନ୍ତର୍ଭୁକ୍ତ)।

ଚତୁର୍ଥ ଥର ପାଇଁ, ଚଳିତ ଆର୍ଥିକ ବର୍ଷରେ ଜିଏସ୍‌ଟି ସଂଗ୍ରହ ୧.୫ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି, ଯାହା ଜିଏସ୍‌ଟି ଲାଗୁ ହେବା ପରେ ଦ୍ୱିତୀୟ ସବୁଠାରୁ ବଡ ସଂଗ୍ରହ।  ଏହି ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ଆଇଜିଏସ୍‌ଟି ସଂଗ୍ରହ ହୋଇଛି।

ସରକାର ନିୟମିତ ସମାଧାନ ଭାବରେ ଆଇଜିଏସ୍‌ଟିରୁ ସିଜିଏସ୍‌ଟିକୁ ୩୩,୪୦୫ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟିକୁ ୨୮,୧୮୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ମାର୍ଚ୍ଚ ୨୦୨୩ରେ ଆଇଜିଏସ୍‌ଟି ସମାଧାନ ପରେ କେନ୍ଦ୍ର ଏବଂ ରାଜ୍ୟ ଗୁଡିକର ମୋଟ ରାଜସ୍ୱ ସିଜିଏସ୍‌ଟି ପାଇଁ  ୬୨,୯୫୪ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟି ନିମନ୍ତେ  ୬୫,୫୦୧ କୋଟି ଟଙ୍କା ରହିଛି।

ମାର୍ଚ୍ଚ ୨୦୨୩ ପାଇଁ ଆୟ ରାଜସ୍ୱ ଗତ ବର୍ଷ ସମାନ ସମୟରେ ଜିଏସ୍‌ଟି ଆୟ ତୁଳନାରେ ୧୩% ଅଧିକ। ଏହି ମାସରେ ଗତ ବର୍ଷ ସମାନ ସମୟ ତୁଳନାରେ ମାଲ୍ ଆମଦାନୀରୁ ଆୟ ୮% ଅଧିକ ରହିଛି ଏବଂ ଘରୋଇ କାରବାରରୁ ଆୟ (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ୧୪% ଅଧିକ ରହିଛି।

୨୦୨୩ ମାର୍ଚ୍ଚ ମାସରେ ସବୁଠାରୁ ଅଧିକ ରିଟର୍ଣ୍ଣ ଦାଖଲ ହୋଇଛି। ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ଫେବୃଆରୀ ମାସର ୯୩.୨% ଷ୍ଟେଟ୍‌ମେଂଟ ଅଫ୍ ଇନ୍‌ଭଏସ୍ (ଜିଏସ୍‌ଟିଆର – ୧ରେ) ଏବଂ ୯୧.୪% ରିଟର୍ଣ୍ଣ (ଜିଏସ୍‌ଟି ୩ ଖ ରେ) ତୁଳନାରେ  ଗତ ବର୍ଷ ସମାନ ସମୟରେ ଯଥାକ୍ରମେ ୮୩.୧% ଏବଂ ୮୪.୭% ଥିଲା।

୨୦୨୨- ୨୩ ପାଇଁ ମୋଟ ସଂଗ୍ରହ ୧୮.୧୦ ଲକ୍ଷ କୋଟି ଟଙ୍କା ଏବଂ ସାରା ବର୍ଷ ପାଇଁ ହାରାହାରି  ମୋଟ ମାସିକ ସଂଗ୍ରହ ହେଉଛି ୧.୫୧ ଲକ୍ଷ କୋଟି ଟଙ୍କା। ୨୦୨୨- ୨୩ରେ ମୋଟ ରାଜସ୍ୱ ଆୟ ଗତ ବର୍ଷ ତୁଳନାରେ ୨୨% ଅଧିକ ଥିଲା।

୨୦୨୨- ୨୩ର ଶେଷ ତ୍ରୈମାସିକ ପାଇଁ ହାରାହାରି ମାସିକ ମୋଟ ଜିଏସ୍‌ଟି ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି, ଯେତେବେଳେ କି ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ତ୍ରୈମାସିକରେ ହାରାହାରି ମାସିକ ସଂଗ୍ରହ ଯଥାକ୍ରମେ ୧.୫୧ ଲକ୍ଷ କୋଟି, ୧.୪୬ ଲକ୍ଷ କୋଟି ଏବଂ ୧.୪୯ ଲକ୍ଷ କୋଟି ଟଙ୍କା ଥିଲା।

gst ଜିଏସଟି
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ, ଜାଣନ୍ତୁ କିଏ

May 17, 2026

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026
Latest News

ଡଚ୍ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

May 17, 2026

ଶିକ୍ଷା ବିକାଶ ସମିତି ପକ୍ଷରୁ ମେଧାବୀ ଅଭିନନ୍ଦନ ୨୦୨୬ ଉତ୍ସବ

May 17, 2026

ନିମାପଡ଼ା ପଥ ଉତ୍ସବ ଓ ଉତ୍କର୍ଷ ନିମାପଡା ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

May 17, 2026

ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ: ୫୦୫ ଲିଟର ଡିଜେଲ ଜବତ

May 17, 2026

ୟୁଏଇରେ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଟାର୍ଗେଟ କରି ବଡ଼ ଡ୍ରୋନ୍ ଆକ୍ରମଣ

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.