Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଜାପାନ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଣିବେ କୋଟିକୋଟି ଟଙ୍କାର ପ୍ରକଳ୍ପ
ଅନ୍ତରାଷ୍ଟ୍ରୀୟ

ଜାପାନ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଣିବେ କୋଟିକୋଟି ଟଙ୍କାର ପ୍ରକଳ୍ପ

April 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Naveen
ଜାପାନ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଣିବେ କୋଟିକୋଟି ଟଙ୍କାର ପ୍ରକଳ୍ପ

ଭୁବନେଶ୍ବର: ଦେଶର ଅଗ୍ରଣୀ ପୁଞ୍ଜି ବିନିଯୋଗ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ୪ ଏପ୍ରିଲ ୨୦୨୩ ରୁ ଜାପାନ ଗସ୍ତରେ ଯାଉଛନ୍ତି। ସେମାନେ ଓଡ଼ିଶାରେ ପୁଞ୍ଜି ବିନିଯୋଗର ସୁଯୋଗ ସୃଷ୍ଟି କରିବେ। ସେଥିପାଇଁ ଆଜି ଭୁବନେଶ୍ବର ଛାଡିଛନ୍ତି ନବୀନ।

ଏହି ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ, ଏମ୍ଏସ୍ଏମ୍ଇ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,  ଶିଳ୍ପ ବିଭାଗର ମୁଖ୍ୟ ଶାସନ ସଚିବ, ହେମନ୍ତ ଶର୍ମା,  ଇ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଏବଂ ପରିଚାଳନା ନିର୍ଦ୍ଦେଶକ, ଆଇପିଆଇସିଏଲ୍, ଭୁପେନ୍ଦେର ପୁନିଆ ଅନ୍ତର୍ଭୁକ୍ତ।

ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସିଏମ୍ (୫ ଟି) ର ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଏବଂ ମୁଖ୍ୟମନ୍ତ୍ରୀ ପ୍ରମୁଖ ସଚିବ ଭିନିଲ କୃଷ୍ଣା ମୁଖ୍ୟମନ୍ତ୍ରୀଙ୍କ ସହ ଅଛନ୍ତି। ଇସ୍ପାତ, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ ଏବଂ ସାମୁଦ୍ରିକ-ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିୟା ସେକ୍ଟରରେ ମନୋନୀତ ଶିଳ୍ପକୁ ନେଇ ଓଡିଶାର ଏହି ପ୍ରତିନିଧୀ ମଣ୍ଡଳୀ ଜାପାନର ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ।

ସେମାନଙ୍କ ଗସ୍ତ ସମୟରେ ଉଚ୍ଚ ସ୍ତରୀୟ ପ୍ରତିନିଧୀ ସମ୍ଭାବ୍ୟ ନିବେଶକଙ୍କ ସହ ଗୋଟିଏ ପରେ ଗୋଟିଏ ବୈଠକ କରିବେ। ଏଥିସହିତ ଟୋକିଓରେ ଆୟୋଜିତ ଓଡିଶା ବ୍ୟବସାୟ ମିଟ୍ ଟୋକିଓ ୨୦୨୩ ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ସେହିପରି ଜାପାନରେ ଥିବା ପ୍ରବାସୀ ଓଡିଆଙ୍କ ସହିତ ଏକ ବୈଠକ ମଧ୍ୟ କରିବେ।

ଏହି ପ୍ରତିନିଧୀ ଦଳ କିମିଟୁସୁ ଷ୍ଟିଲ୍ କଂପାନୀ ଏବଂ ନିପନ୍ ଷ୍ଟିଲ୍ କର୍ପୋରେସନ୍ ଆରଆଣ୍ଡଡି କେନ୍ଦ୍ର ପରିଦର୍ଶନ କରିବେ। ପ୍ରତିନିଧୀ ଦଳ ଦକ୍ଷତା ବିକାଶ ଏବଂ ଉଚ୍ଚ-ବୈଷୟିକ ଷ୍ଟାର୍ଟ ଅପ୍ କ୍ଷେତ୍ରରେ ସହଯୋଗର ଉପାୟ ମଧ୍ୟ ଅନୁଧ୍ୟାନ କରିବେ। ଓଡ଼ିଶାର ବୈଦ୍ଧ ଏବଂ ଇକୋ-ଟୁରିଜିମ୍ ସମ୍ବନ୍ଧୀୟ ସ୍ଥାନଗୁଡିକ ଉପରେ ଏହି କମିଟ ମଧ୍ୟ ଅନୁଧ୍ୟାନ କରିବେ। ଜାପାନ ଏବଂ ଓଡିଶା ମଧ୍ୟରେ ସହଯୋଗର ସୁଯୋଗ ଉପରେ ରାଜ୍ୟ ପ୍ରତିନିଧୀ ଜାପାନର କାଇଟୋ ଠାରେ ଏକ ରାଉଣ୍ଡ ଟେବୁଲ୍ ଆଲୋଚନା କରିବେ।

ଅଧିକନ୍ତୁ, କ୍ରୀଡା ଇକୋସିଷ୍ଟମର ବିକାଶରେ ଓଡିଶା ଦ୍ୱାରା କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଦୃଷ୍ଟିରେ ରଖି ଓଡିଶାରେ କ୍ରୀଡ଼ା ପ୍ରତିଭାର ତାଲିମ ତଥା ବିକାଶରେ ସମ୍ଭାବ୍ୟ ସହଯୋଗକୁ ମଧ୍ୟ ଅନୁସନ୍ଧାନ କରିବାକୁ ଯୋଜନା କରାଯାଇଛି।

ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଓଡ଼ିଶାକୁ ଏକ ଅନୁକୂଳ ପୁଂଜି ବିନିଯୋଗ ଲକ୍ଷ୍ୟରେ ପ୍ରୋତ୍ସାହିତ କରିବା ଏବଂ ଜାପାନ ସହିତ ଉଦୀୟମାନ ଅର୍ଥନୈତିକ ଏବଂ ସାଂସ୍କୃତିକ ସମ୍ପର୍କକୁ ମଜବୁତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ଦୃଢ କରିବ।

ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୨ ସମୟରେ ଜାପାନ ସହଭାଗୀ ଥିଲା ଏବଂ ଭାରତରେ ଥିବା ଜାପାନ ରାଷ୍ଟ୍ରଦୂତ ଏହି ବିଜିନେସ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ସେତେବେଳେ ସେ ଜାପାନ ପରିଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ।

ଜାପାନ ଗସ୍ତରେ ନବୀନ ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026
Latest News

ବଜ୍ରପାତରେ ଆହତ ହେବା ପରେ ବି ୧୦୦% ଡିଜିଟାଇଜେସନ କାମ ଶେଷ କଲେ ବିଏଲ୍ଓ ପ୍ରମିଳା ଓଝା

June 27, 2026

ପାରାଦୀପର ବିଭିନ୍ନ ପ୍ରଗତିମୂଳକ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.