Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ବିଦ୍ୟୁତ ବିକ୍ରି ରାଜିନାମା ଅଧୀନରେ ଗ୍ରିଡକୋକୁ 600 ମେଗାୱାଟ୍‌ ପବନ ଶକ୍ତି ଯୋଗାଇ ଦେବ ଏସଇସିଆଇ
ବ୍ୟବସାୟ

ବିଦ୍ୟୁତ ବିକ୍ରି ରାଜିନାମା ଅଧୀନରେ ଗ୍ରିଡକୋକୁ 600 ମେଗାୱାଟ୍‌ ପବନ ଶକ୍ତି ଯୋଗାଇ ଦେବ ଏସଇସିଆଇ

June 10, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧୀନ ଭାରତୀୟ ସୌର ଶକ୍ତି ନିଗମ (ଏସଇସିଆଇ) ଓଡ଼ିଶା ସରକାରଙ୍କ ଗ୍ରିଡକୋକୁ 600 ମେଗାୱାଟ୍‌ ପବନ ବିଦ୍ୟୁତ ଶକ୍ତି ଯୋଗାଇ ଦେବ। ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ଏକ ବିଦ୍ୟୁତ ବିକ୍ରି ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହି ରାଜିନାମା ଅଧୀନରେ ଓଡ଼ିଶାର ଗ୍ରିଡକୋ ଭାରତୀୟ ସୌର ଶକ୍ତି ନିଗମ ଠାରୁ ପବନ ବିଦ୍ୟୁତ ପ୍ରକଳ୍ପ ଯୋଜନା ସହ ଜଡ଼ିତ ଆଇଏସଟିଏସ (ଆନ୍ତରାଜ୍ୟ ସଞ୍ଚାରଣ ପ୍ରଣାଳୀ)ର ଭାଗ – XIII ଅଧୀନରେ 600 ମେଗାୱାଟ୍‌ ପବନ ବିଦ୍ୟୁତ ଶକ୍ତି କିଣିବ। ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଆଇଏସଟିଏସ ଯୋଜନା ଅଧୀନରେ ଅକ୍ଷୟ ଶକ୍ତି ସମ୍ପଦରେ ସମୃଦ୍ଧ ରାଜ୍ୟରେ ଉତ୍ପାଦିତ ହେଉଥିବା ବିଦ୍ୟୁତକୁ ଅକ୍ଷୟ ଶକ୍ତି ଅଭାବ ଥିବା ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।

ଆଜି, 9 ଜୁନ 2023ରେ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଭୁବନେଶ୍ୱର ଠାରେ ଏସଇସିଆଇ ଏବଂ ଗ୍ରିଡକୋ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଗ୍ରିଡକୋ ଦ୍ୱାରା 600 ମେଗାୱାଡ୍‌ ପବନ ବିଦ୍ୟୁତ କ୍ରୟ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପୂର୍ବରୁ ନୀତିଗତ ମଞ୍ଜୁରି ଦେଇ ସାରିଛନ୍ତି। ବିଦ୍ୟୁତ ପ୍ରକଳ୍ପର  ଉତ୍ପାଦନକାରୀଙ୍କ ସହିତ ବିଦ୍ୟୁତ କ୍ରୟ ରାଜିନାମା ସ୍ୱାକ୍ଷର ହେବା ତାରିଖ ଠାରୁ 24 ମାସ ମଧ୍ୟରେ ବିଦ୍ୟୁତ ଯୋଗାଇ ଦିଆଯିବ।

ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଥିବା ବିଦ୍ୟୁତ ଉତ୍ପାଦନକାରୀମାନେ 600 ମେଗାୱାଟ୍‌ ପବନ ବିଦ୍ୟୁତ ଶକ୍ତି ଯୋଗାଇ ଦେବେ।

ଏସଇସିଆଇ ହେଉଛି କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅଧୀନ ଏକ ମିନିରତ୍ନ ପ୍ରଥମ ଶ୍ରେଣୀର କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯାହାକୁ 2011ରେ ଗଠନ କରାଯାଇଥିଲା। ଭାରତର ଅନ୍ତର୍ଜାତୀୟ ପ୍ରତିବଦ୍ଧତାକୁ ପୂରଣ କରିବା ନିମନ୍ତେ ଅକ୍ଷୟ ଶକ୍ତି ଯୋଜନା ଏବଂ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଏହା ମନ୍ତ୍ରଣାଳୟର ପ୍ରମୁଖ ସଂସ୍ଥା ଭାବେ କାର୍ଯ୍ୟ କରିଥାଏ।

ବର୍ତ୍ତମାନ ସୁଦ୍ଧା ଏସଇସିଆଇ 58 ଗିଗାୱାଟ୍‌ରୁ ଅଧିକ ଅକ୍ଷୟ ଶକ୍ତି ପ୍ରକଳ୍ପର କ୍ଷମତା ପ୍ରସ୍ତୁତ କରିଛି। ଏସଇସିଆଇ ନିଜସ୍ୱ ନିବେଶ ସହିତ ପ୍ରକଳ୍ପ ପରିଚାଳନା ପରାମର୍ଶଦାତା (ପିଏମସି) ରୂପରେ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଅନ୍ୟ ସଂସ୍ଥାମାନଙ୍କ ଲାଗି ପ୍ରକଳ୍ପର ପ୍ରତିଷ୍ଠାରେ ମଧ୍ୟ ସକ୍ରିୟ ରହିଛି। ଏସଇସିଆଇକୁ ଆଇସିଆରଏର ଟ୍ରିପଲ୍‌ ଏ କ୍ରେଡିଟ୍‌ ରେଟିଂ ମିଳିଛି।

ଗ୍ରିଡକୋ ବର୍ତ୍ତମାନ ଓଡ଼ିଶା ରାଜ୍ୟର ଚାରିଟି ବିଦ୍ୟୁତ ବିତରଣ କମ୍ପାନୀ ପାଇଁ ମୋଟ ଆକାରରେ ବିଦ୍ୟୁତ କିଣିବା ଓ ବିକ୍ରି କରିବା ଦାୟିତ୍ୱ ବହନ କରୁଛି । ପଡ଼ୋଶୀ ରାଜ୍ୟ ସହ ବିଦ୍ୟୁତ ବିନିମୟକୁ ପ୍ରୋତ୍ସାହନ ଦେବା ଲାଗି ବ୍ୟବସାୟୀମାନଙ୍କ ମାଧ୍ୟମରେ ବଳକା ବିଦ୍ୟୁତ ବିକ୍ରି କରିବା କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟ କରିଥାଏ।

ଓଡିଶା ସରକାର ଗ୍ରିଡକୋ ପବନ ଶକ୍ତି ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.