Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ଓଏସଆରଟିସି ଆଉ ୯ଟି ମାର୍ଗରେ ଆରମ୍ଭ କଲା ୧୩ ଟି ବସ୍ ସେବା, ଜାଣନ୍ତୁ କେଉଁ କେଉଁ ସ୍ଥାନ
ବ୍ୟବସାୟ

ଓଏସଆରଟିସି ଆଉ ୯ଟି ମାର୍ଗରେ ଆରମ୍ଭ କଲା ୧୩ ଟି ବସ୍ ସେବା, ଜାଣନ୍ତୁ କେଉଁ କେଉଁ ସ୍ଥାନ

January 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଏସଆରଟିସି ଆଉ ୯ଟି ମାର୍ଗରେ ଆରମ୍ଭ କଲା ୧୩ ଟି ବସ୍ ସେବା, ଜାଣନ୍ତୁ କେଉଁ କେଉଁ ସ୍ଥାନ

ଭୁବନେଶ୍ବର: ଓଏସ୍ଆରଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ୯ଟି ନୂତନ ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭର୍ଚୁଆଲ ମୋଡରେ ଏହାର ଶୁଭ ଉଦଘାଟନ କରିଛନ୍ତି ।

ଏହି ନୂତନ ବସ୍ ସେବା ସିଦ୍ଧ ଭୈରବୀ, ଗଣିଆ (କଣ୍ଟିଲୋ), କୋଟପାଡ଼, ଯୋରନ୍ଦା ଏବଂ ପାରଳାଖେମୁଣ୍ଡିକୁ ପୁରୀ ସହ ସଂଯୋଗ କରିବ । ସେହିପରି ଇନ୍ଦ୍ରାବତୀ ଓ ବ୍ରହ୍ମପୁରକୁ ଭୁବନେଶ୍ଵର ସହ, କୁନ୍ଦୁରାକୁ କଟକ ସହ ଏବଂ ବ୍ରହ୍ମପୁରକୁ ରାଉରକେଲା ସହ ସିଧାସଳଖ ସଂଯୋଗ କରିବ । ଏହାଦ୍ୱାରା ଓଡ଼ିଶା ତଥା ଆଭ୍ୟନ୍ତରଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଗମନାଗମନ ପାଇଁ ଏକ ସୁଲଭ ଏବଂ ଆରାମଦାୟକ ସେବା ପାଇପାରିବେ।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏହି ଅବସସରେ କହିଛନ୍ତି ଯେ, “ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ମୌଳିକ ଜନସାଧାରଣ ପରିବହନ ଭିତ୍ତିଭୂମି ବିକାଶ ସହିତ, ଆମର ଲକ୍ଷ୍ୟ ହେଉଛି ଲୋକଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା, ଯାହାଦ୍ୱାରା ସେମାନେ ରାଜ୍ୟ ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ଉକୃଷ୍ଟ ସୁଯୋଗର ସଦୁପଯୋଗ କରିପାରିବେ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଶିକ୍ଷା, କୃଷି, ଶିଳ୍ପ କ୍ଷେତ୍ରରେ ବିକାଶ କରିବା ଆମର ମୁଖ୍ୟ ଲକ୍ଷ୍ୟ ।”

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବିଧାୟକ ନବରଙ୍ଗପୁର, କୋଟପାଡ ଏବଂ ଖଣ୍ଡପଡ଼ା ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକ ଏବଂ ପରିବହନ କମିଶନ ଅମିତାଭ ଠାକୁରଙ୍କ ସହିଚ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଓଏସଆରଟିସି ବିଭୂତି ଭୂଷଣ ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.