Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Reliance Biogas Plant: ଆନ୍ଧ୍ରରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରି ବାୟୋଗ୍ୟାସ ପ୍ଲାଣ୍ଟ କରିବ ରିଲାଏନ୍ସ
ଆଜିର ଖବର

Reliance Biogas Plant: ଆନ୍ଧ୍ରରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରି ବାୟୋଗ୍ୟାସ ପ୍ଲାଣ୍ଟ କରିବ ରିଲାଏନ୍ସ

October 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Reliance Biogas Plant
Reliance Biogas Palnt: ଆନ୍ଧ୍ରରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରି ବାୟୋଗ୍ୟାସ ପ୍ଲାଣ୍ଟ କରିବ ରିଲାଏନ୍ସ

Reliance Biogas Plant: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆନ୍ଧ୍ରପ୍ରଦେଶର ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ। ଏହି ପଦକ୍ଷେପ ଅଧୀନରେ ରାଜ୍ୟବ୍ୟାପୀ କମ୍ପ୍ରେସଡ୍ ବାୟୋଗ୍ୟାସ୍ (ସିବିଜି) ପ୍ଲାଣ୍ଟ ସ୍ଥାପନ କରାଯିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ କହିଛନ୍ତି ଯେ ଏହି ନିବେଶ ଦ୍ୱାରା ୩ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ଏବଂ ଆଗାମୀ ଦଶନ୍ଧିଗୁଡ଼ିକରେ ରାଜ୍ୟ ପାଇଁ ପ୍ରାୟ ୬୦,୦୦୦ କୋଟି ଟଙ୍କାର ରାଜସ୍ୱ ଉପାର୍ଜିତ ହେବ।

ଅନନ୍ତ ଅମ୍ବାନୀ ଏହି ନିବେଶକୁ କୃଷକ ସମୁଦାୟ ଏବଂ ଦେଶର ଶକ୍ତି ଆବଶ୍ୟକତା ସହିତ ଯୋଡ଼ିଛନ୍ତି। ସେ କହିଛନ୍ତି ଯେ ଯେଉଁ ଚାଷୀମାନେ ବର୍ତ୍ତମାନ ଭାରତର ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରୁଛନ୍ତି, ସେମାନେ ଦେଶର ଭବିଷ୍ୟତ ଶକ୍ତି ସୁରକ୍ଷାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ସେ ଏହାକୁ ଚାଷୀମାନଙ୍କୁ ଅନ୍ନଦାତା ରୁ ଊର୍ଜାଦାତା (ଶକ୍ତି ଯୋଗାଣକାରୀ) ରେ ପରିଣତ କରିବା ଦିଗରେ ଏକ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ।

ମଦନପଲ୍ଲୀ ଠାରେ ଆୟୋଜିତ ରାୟଲସୀମା ହର୍ଟିକଲଚର ହବ୍ ଏବଂ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ଏଗ୍ରିକଲଚର ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ସେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ, ଉପ-ମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ, ନାରା ଲୋକେଶଙ୍କ ସମେତ ଅନ୍ୟ ମନ୍ତ୍ରୀଗଣ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।

ଅନନ୍ତ କହିଛନ୍ତି ଯେ, କ୍ଷେତରେ ଏଆଇ, ଦ୍ରୋନ, ରୋବଟିକ୍ସ ଏବଂ ନୂଆ ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ଚାଷୀମାନଙ୍କୁ ଲାଭ ମିଳିପାରିବ। ସେ ଆହୁରି କହିଛନ୍ତି ଯେ ଜିଓ ପକ୍ଷରୁ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ଏଗ୍ରିକଲଚରର ଟ୍ରେନିଙ୍ଗ ମଡ୍ୟୁଲଗୁଡିକୁ ଭାରତୀୟ ଭାଷା ଗୁଡିକରେ ଭର୍ଚୁଆଲ କ୍ଲାସରୁମ ମାଧ୍ୟମରେ ଲକ୍ଷ ଲକ୍ଷ କୃଷକଙ୍କ ନିକଟରେ ପହଞ୍ଚାଇବାରେ ସହାୟତା କରାଯିବ। ଜିଓ କୃଷି ପ୍ଲାଟଫର୍ମର ଜ୍ଞାନକୌଶଳକୁ ମଧ୍ୟ କୃଷକମାନଙ୍କ କାମ ପାଇଁ ଉପଯୋଗ ନେଇ ସେ ଉଲ୍ଲେଖ କରିଥିଲେ।

ଏଥିସହିତ ସେ କହିଥିଲେ ଯେ “ଭାରତ ବିଶ୍ୱକୁ ଅନେକ ସିଇଓ ପ୍ରଦାନ କରିଛି; ଏବେ ଆମକୁ କୃଷକମାନଙ୍କୁ ସେମାନଙ୍କ ନିଜ କ୍ଷେତର ସିଇଓ କରିବାକୁ ହେବ।” ସେ କୃଷିକୁ ଏପରି ଏକ ବୃତ୍ତିଗତ ଓ ସମ୍ମାନଜନକ ଜୀବିକାରେ ପରିଣତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହାକୁ ଯୁବପିଢ଼ି ଗର୍ବର ସହ ବାଛିପାରିବେ। ସେ କହିଥିଲେ ଯେ ରିଲାଏନ୍ସ ରାଜ୍ୟ ସରକାର ଏବଂ ଚାଷୀମାନଙ୍କ ସହ ମିଳିତ ଭାବେ ଏହି ସହଭାଗିତାକୁ ଆଗକୁ ବଢ଼ାଇବ।

Reliance Biogas Palnt Reliance Industries Reliance Industries Limited reliance industry ବାଓଗ୍ୟାସ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌
Share. Facebook Twitter LinkedIn Email WhatsApp Copy Link

Related Posts

କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ: ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନକୁ ଚଟାଇଲା ଧୁଳି

October 3, 2026

ଏସୀୟ କ୍ରୀଡାରେ ଆଉ ଏକ ବଡ ସଫଳତା: ଗଲ୍ଫରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତିଲେ ପ୍ରଣବୀ

October 3, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଲେଖିଲେ ଖଡଗେ: କର୍ଣ୍ଣାଟକ ପାଇଁ କଲେ ଗୁରୁତ୍ୱପୂର୍ଣ୍ଣ ଦାବି

October 3, 2026

TiECon Bhubaneswar: ଅକ୍ଟୋବର ୩୦ରୁ ଅନୁଷ୍ଠିତ ହେବ ଉଦ୍ୟୋଗପତି ସମ୍ମିଳନୀ ‘ଟାଇକନ ଭୁବନେଶ୍ୱର ୨୦୨୬’

October 3, 2026
Latest News

କ୍ରିକେଟରେ ଭାରତକୁ ସ୍ୱର୍ଣ୍ଣ: ଏସୀୟ କ୍ରୀଡ଼ା ଫାଇନାଲରେ ପାକିସ୍ତାନକୁ ଚଟାଇଲା ଧୁଳି

October 3, 2026

ଏସୀୟ କ୍ରୀଡାରେ ଆଉ ଏକ ବଡ ସଫଳତା: ଗଲ୍ଫରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ଜିତିଲେ ପ୍ରଣବୀ

October 3, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଲେଖିଲେ ଖଡଗେ: କର୍ଣ୍ଣାଟକ ପାଇଁ କଲେ ଗୁରୁତ୍ୱପୂର୍ଣ୍ଣ ଦାବି

October 3, 2026

TiECon Bhubaneswar: ଅକ୍ଟୋବର ୩୦ରୁ ଅନୁଷ୍ଠିତ ହେବ ଉଦ୍ୟୋଗପତି ସମ୍ମିଳନୀ ‘ଟାଇକନ ଭୁବନେଶ୍ୱର ୨୦୨୬’

October 3, 2026

ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.