ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ସୋରଡା ସହର ମଠ ସାହିର କରୁଣାକର ନାୟକଙ୍କ ପୁତ୍ର କିଶାନ୍ ଗତ ୫ ଦିନ ହେବ ନିଖୋଜ ଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଧରାକୋଟ ବ୍ଳକ ଅନ୍ତର୍ଗତ ବରଡାବିଲି ଗ୍ରାମ ନିକଟସ୍ଥ ରୁଷିକୁଲ୍ୟା ନଦୀ ପଠାରୁ ଉଦ୍ଧାର କରିଛନ୍ତି। ମୃତ ଛାତ୍ର କିଶାନ୍ ଆଦର୍ଶ ବିଦ୍ୟାଳୟର ଛାତ୍ର ଓ ଗତ ୨୮ ତାରିଖ ଦିନ ଟିଉସନ୍ କୁ ରୁଷିକୁଲ୍ୟା ନଦୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ବୁଡି ଯାଇଥିଲା।
ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରି ପାଇନଥିବା ବେଳେ ଗତକାଲି ଗାଁ ଲୋକେ ମୃତଦେହ ଭାସୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ବିଭାଗୀୟ କର୍ମଚାରୀ ମାନେ ବୁଡିଥିବା ଅବସ୍ଥାରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।


