Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟବସାୟ»ଅକ୍ଟୋବରରେ ଓଡ଼ିଶାରେ ୩ ଲକ୍ଷରୁ ଉର୍ଧ୍ଵ ନୂଆ ମୋବାଇଲ ଉପଭୋକ୍ତା ଯୋଗକଲା ଜିଓ: ଟ୍ରାଇ ରିପୋର୍ଟ
ବ୍ୟବସାୟ

ଅକ୍ଟୋବରରେ ଓଡ଼ିଶାରେ ୩ ଲକ୍ଷରୁ ଉର୍ଧ୍ଵ ନୂଆ ମୋବାଇଲ ଉପଭୋକ୍ତା ଯୋଗକଲା ଜିଓ: ଟ୍ରାଇ ରିପୋର୍ଟ

January 3, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କ୍ରମାଗତ ଭାବରେ ନୂତନ ମୋବାଇଲ ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ରହି ଆସିଥିବା ରିଲାଏନ୍ସ ଜିଓ ଅକ୍ଟୋବର ମାସରେ ଓଡ଼ିଶାରେ ୩ ଲକ୍ଷରୁ ଉର୍ଧ୍ଵ  ନୂତନ ଉପଭୋକ୍ତା ଯୋଗ କରିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ ବା ଟ୍ରାଇ ପ୍ରକାଶ କରିଛି। ଗତ ଜାନୁୟାରୀ 2 ତାରିଖରେ ଆସିଥିବା ଉପଭୋକ୍ତା ତଥ୍ୟ ରିପୋର୍ଟରେ ଏହା ପ୍ରକାଶ ପାଇଛି |

ଅକ୍ଟୋବର ମାସରେ ରିଲାଏନ୍ସ ଜିଓ ୩.୧୧ ଲକ୍ଷ ନୂତନ ଉପଭୋକ୍ତା ସାଙ୍ଗକୁ କେବଳ ବିଏସଏନଏଲ ୫୦୦୦ ନୂତନ ଉପଭୋକ୍ତା ଯୋଗ କରିଥିବାବେଳେ, ଅନ୍ୟ ସମସ୍ତ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନଙ୍କର ଉପଭୋକ୍ତା ସଂଖ୍ୟାରେ ହ୍ରାସ ଘଟିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି | ଏହି ମାସରେ ଭୋଡାଫୋନ ଆଇଡ଼ିଆ ଓଡ଼ିଶାରେ ସର୍ବାଧିକ ୨.୮ ଲକ୍ଷ ଗ୍ରାହକ ହରାଇଥିବାବେଳେ ଭାରତୀ ଏୟାରଟେଲ ୪୧୦୦୦ ଉପଭୋକ୍ତା ହରାଇଥିବା ଜଣାପଡିଛି | ମୋଟ ଉପରେ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ  ସଂଖ୍ୟାରେ ସେପ୍ଟେମ୍ବର ମାସ ତୁଳନାରେ ଅକ୍ଟୋବରରେ ପ୍ରାୟ ୪୮୦୦୦ ହ୍ରାସ ଘଟି ଅକ୍ଟୋବର ୩୧ ସୁଦ୍ଧା ଏହା ୩,୩୦,୬୭,୫୨୮ ରେ ପହଂଚିଛି |

ସର୍ବଭାରତୀୟ ସ୍ତରରେ ରିଲାଏନ୍ସ ଜିଓ ନୂତନ ଉପଭୋକ୍ତା ଯୋଗକରିବାରେ  ନିଜର ଜୟଯାତ୍ରା ଜାରିରଖି ଅକ୍ଟୋବରରେ ଏକ କୋଟିରୁ ଉର୍ଧ୍ଵ ନୂତନ ଉପଭୋକ୍ତା ହାସଲ କରିଥିବାବେଳେ , ଏହି ଅବଧିରେ ବିଏସଏନଏଲ ୩.୬୬ ଲକ୍ଷ ନୂତନ ଉପଭୋକ୍ତା ଯୋଗ କରିଛି | ଅନ୍ୟମାନଙ୍କ ମଧ୍ୟରେ ଭୋଡାଫୋନ ଆଇଡ଼ିଆ, ଭାରତୀ ଏୟାରଟେଲ ଏବଂ ଏମଟିଏନଏଲ ମିଳିତ ଭାବରେ ଏହି ମାସରେ ଏକ କୋଟିରୁ ଉର୍ଧ୍ଵ ଗ୍ରାହକ ହରାଇଛନ୍ତି |

ଟ୍ରାଇ ରିପୋର୍ଟ ଅନୁଯାୟୀ ୩୧ ଅକ୍ଟୋବର ୨୦୧୮ ସୁଦ୍ଧା ଓଡ଼ିଶାରେ ରିଲାଏନ୍ସ ଜିଓର ୭୪,୯୧,୬୯୨ ମୋବାଇଲ ଉପଭୋକ୍ତା ରହିଥିବାବେଳେ ଏୟାରଟେଲର ୧.୩୧.୫୨,୮୪୫ , ଭୋଡାଫୋନ ଆଇଡ଼ିଆର ୬୩,୦୩,୫୩୦ ଏବଂ ବିଏସଏନଏଲର ୫୫,୧୫,୫୧୯ ମୋବାଇଲ ଉପଭୋକ୍ତା ରହିଛନ୍ତି |

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟ୍ରାଇ ଦ୍ୱାରା ନିକଟରେ ପ୍ରକାଶିତ ଅନ୍ୟ ଏକ ଆର୍ଥିକ ରିପୋର୍ଟରେ ସେପ୍ଟେମ୍ବର ତ୍ରୈମାସିକରେ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ଓଡ଼ିଶାରେ ମୋଟ ଆୟରେ ରିଲାଏନ୍ସ ଜିଓ ୩୩୬.୯୨ କୋଟି ଟଙ୍କା ପ୍ରଥମଥର ପାଇଁ ସବୁଠାରୁ ଆଗରେ ରହିଥିଲା ।  ସର୍ବଭାରତୀୟ ସ୍ତରରେ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ତ୍ରୈମାସିକ ରେ ସମସ୍ତ ୨୨ ଟି ଟେଲିକମ ସର୍କଲ ମଧ୍ୟରୁ ଜିଓ ୧୧ ଟି ସର୍କଲ ରେ ଆୟ (ଆଡ଼ଜଷ୍ଟେଡ଼ ଗ୍ରସ ରେଭିନ୍ୟୁ) ରେ ଆଗୁଆ ରହିଥିବା ବେଳେ ଏୟାରଟେଲ ୬ଟି ଓ ଭୋଡାଫୋନ ଆଇଡ଼ିଆ ୫ଟି ଟେଲିକମ ସର୍କଲରେ ଆଗୁଆ ରହିଥିଲେ |

jio Odisha reliance ril thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନ : ବୋମାମାଡ଼ ଓ ମାରଣାସ୍ତ୍ର ଆକ୍ରମଣରେ ଥରୁଛି ବିଭିନ୍ନ ଶିକ୍ଷାନୁଷ୍ଠାନ

October 13, 2026

ଚାଷୀଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ହିଁ ପିଏମ୍ଡିଡିକେୱାଇର ସଫଳତାର ମାପକାଠି: କେନ୍ଦ୍ର କୃଷିମନ୍ତ୍ରୀ

October 13, 2026

ବ୍ରଜମୋହନ ରାମ ହେଲେ ଓଡ଼ିଶା ରାଜ୍ୟପାଳ

October 12, 2026

ମା’ ଦୁର୍ଗାଙ୍କ ଆଗମନକୁ ନେଇ ଝଲସୁଛି ରେଶମ ସହର ବ୍ରହ୍ମପୁର

October 12, 2026
Latest News

ବାୟୁସେନା ମୁଖ୍ୟ ଏପି ସିଂହଙ୍କ ‘ତେଜସ୍’ରେ ସରିଲା ଶେଷ ଉଡ଼ାଣ

October 13, 2026

JNU ଯୌନ ନିର୍ଯାତନା ମାମଲା: କଂଗ୍ରେସ ସାଂସଦଙ୍କୁ ନିଲମ୍ବନ ଦାବି, ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ସାଂସଦ

October 13, 2026

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା: ୫ ମୃତ, ଏକାଧିକ ଆହତ

October 13, 2026

ନିଶାଦ୍ରବ୍ୟ ବିରୁଦ୍ଧରେ ଅଭିଯାନ ଚଳାଇଥିବା ପରମିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା

October 13, 2026

Truecallerରୁ ହଟାନ୍ତୁ ନିଜ ନମ୍ବର ଓ ବ୍ୟକ୍ତିଗତ ତଥ୍ୟ, ଏହି ସହଜ ଟ୍ରିକ୍‌ ଜାଣି ରଖନ୍ତୁ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.