Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାନୁୟାରୀ ମାସରେ ୪ଜି ଡାଉନଲୋଡ ସ୍ପିଡ଼ ତାଲିକାରେ ଜିଓ ସର୍ବାଗ୍ରେ : ଟ୍ରାଇ ରିପୋର୍ଟ
ବିଶେଷ ଖବର

ଜାନୁୟାରୀ ମାସରେ ୪ଜି ଡାଉନଲୋଡ ସ୍ପିଡ଼ ତାଲିକାରେ ଜିଓ ସର୍ବାଗ୍ରେ : ଟ୍ରାଇ ରିପୋର୍ଟ

February 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ କ୍ରମାଗତ ଉତ୍ତମ ପ୍ରଦର୍ଶନ ଜାରି ରଖି ରିଲାଏନ୍ସ ଜିଓ ୨୦୨୦ ଜାନୁୟାରୀ ମାସରେ ସେକେଣ୍ଡ ପ୍ରତି ୨୦.୯ ମେଗାବିଟ (ଏମବିପିଏସ) ହାରାହାରି ଡାଉନଲୋଡ ସ୍ପିଡ଼ ସହିତ ଅନ୍ୟ ସମସ୍ତ ଟେଲିକମ ଅପରେଟରମାନଙ୍କ ଠାରୁ ଯଥେଷ୍ଟ ଆଗରେ ରାହିଥିବା ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟରୁ ଜଣାପଡିଛି। ଏହି ତଥ୍ୟ ଅନୁସାରେ ସର୍ବଭାରତୀୟ ସ୍ତରରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ ଜିଓ ସର୍ବାଗ୍ରେ ରହିଥିବା ବେଳେ ଅପ୍ଲୋଡ ସ୍ପିଡ଼ରେ ଭୋଡାଫୋନ ଆଗରେ ରହିଛି।

ଜାନୁୟାରୀ ମାସ ପାଇଁ ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ ୨୦.୯ ଏମବିପିଏସ ରହିଥିବା ବେଳେ ଏହି ଅବଧିରେ ଭାରତୀ ଏୟାରଟେଲର ହାରାହାରି ଡାଉନଲୋଡ ସ୍ପିଡ଼ ୭.୯ ଏମବିପିଏସ , ଭୋଡାଫୋନର ୭.୬ ଏମବିପିଏସ ଏବଂ ଆଇଡ଼ିଆର ୬.୫ ଏମବିପିଏସ ରହିଥିଲା।

ଟ୍ରାଇ ଦ୍ୱାରା ଏହି ହାରାହାରି ସ୍ପୀଡ଼ ଏହାର ମାଇଁ ସ୍ପିଡ଼ ପୋର୍ଟାଲରେ ବାସ୍ତବ ସମୟରେ ସର୍ବଭାରତୀୟ ସ୍ତରରେ ସଂଗୃହିତ ତଥ୍ୟ ଆଧାରରେ ଆକଳିତ କରାଯାଇଥାଏ। ଯଦିଓ ଭୋଡାଫୋନ ଓ ଆଇଡ଼ିଆ ସେମାନଙ୍କ କମ୍ପାନୀର ମିଶ୍ରଣ କରିସାରିଛନ୍ତି ତେବେ ଉଭୟଙ୍କ ନେଟୱର୍କ ସମ୍ମିଶ୍ରଣ ପ୍ରକ୍ରିୟା ଜାରି ରହିଥିବାରୁ ଟ୍ରାଇ ସେମାନଙ୍କ ପ୍ରଦର୍ଶନକୁ ଭିନ୍ନଭାବେ ଆକଳିତ କରିଛି।

ଜାନୁୟାରୀ ମାସରେ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ ନେଇ ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଭୋଡାଫୋନ ୬ ଏମବିପିଏସ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ ସହିତ ଆଗରେ ରହିଥିବା ବେଳେ ଆଇଡ଼ିଆର ଏହି ଅବଧିରେ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ ୫.୬ ଏମବିପିଏସ, ରିଲାଏନ୍ସ ଜିଓ ର ୪.୬ ଏମବିପିଏସ ଏବଂ ଏୟାରଟେଲର ୩.୮ ଏମବିପିଏସ ରହିଥିବା ଜଣାପଡିଛି।

ଟ୍ରାଇ ଦ୍ୱାରା ମାଇଁ ସ୍ପିଡ଼ ପୋର୍ଟାଲରେ ପ୍ରକାଶିତ ହାରାହାରି ୪ଜି ସ୍ପିଡ଼ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜାନୁୟାରୀ ମାସରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ଼ରେ ରିଲାଏନ୍ସ ଜିଓ ୨୨.୭ ଏମବିପିଏସ ସ୍ପିଡ଼ ସହିତ ସର୍ବାଗ୍ରେ ରହିଥିବାବେଳେ ଏହାପଛକୁ ଭୋଡାଫୋନ ୧୩.୭ ଏମବିପିଏସ, ଏୟାରଟେଲ ୧୧.୬ ଏମବିପିଏସ ଏବଂ ଆଇଡ଼ିଆ ୭ ଏମବିପିଏସ ରହିଥିବା ଜଣାପଡିଛି। ସେହିଭଳି ଏହି ମାସରେ ଓଡ଼ିଶାରେ ହାରାହାରି ୪ଜି ଅପ୍ଲୋଡ ସ୍ପିଡ଼ରେ ଭୋଡାଫୋନ ୭.୯ ଏମବିପିଏସ ସହିତ ଆଗରେ ରହିଥିବା ବେଳେ ରିଲାଏନ୍ସ ଜିଓ ର ୫.୫ ଏମବିପିଏସ, ଆଇଡ଼ିଆର ୫.୩ ଏମବିପିଏସ ଏବଂ ଏୟାରଟେଲ ୪.୩ ଏମବିପିଏସ ରହିଥିବା ପ୍ରକାଶ ପାଇଛି।

jio JioReliance ril
Share. Facebook Twitter LinkedIn Email WhatsApp Copy Link

Related Posts

ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୧୦୦ ଭକ୍ତ ଗଲେ ଗୁଜରାଟ

June 15, 2026

ବିଦ୍ରୋହୀ ଗୋଷ୍ଠୀ ବିରୁଦ୍ଧରେ କୋର୍ଟକୁ ଯାଇପାରିବ କି ଟିଏମସି?: ଜାଣନ୍ତୁ ନିୟମ

June 15, 2026

ହରମୁଜ୍ ମୁକ୍ତ ହେବ!: ଆମେରିକା-ଇରାନ ଶାନ୍ତି ଚୁକ୍ତିର ପଢନ୍ତୁ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ

June 15, 2026

ସଡ଼କ ସଂଯୋଗର ନୂଆ ଯୁଗ: ବିକଶିତ ଭାରତ ସ୍ୱପ୍ନକୁ ଶକ୍ତି ଯୋଗାଉଛି ରାଜପଥ ପରିବର୍ତ୍ତନ

June 15, 2026
Latest News

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ଫେରିବ କଳାଧନ!: ବିଦେଶରେ ଜମା ଥିବା ସମ୍ପତ୍ତି ଉପରେ ନୂତନ ନିୟମ ଲାଗୁ କରିବେ ସରକାର

June 15, 2026

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ କେବେ? ଜାଣନ୍ତୁ ସମୟ ଓ ସ୍ଥାନ

June 15, 2026

ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୧୦୦ ଭକ୍ତ ଗଲେ ଗୁଜରାଟ

June 15, 2026

ଜେୱାର ବିମାନବନ୍ଦରରୁ ଲକ୍ଷ୍ନୌ ଯାତ୍ରା କଲେ ୨୮ ମହିଳାଙ୍କ ସମେତ ୧୭୦ ଚାଷୀ

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.