Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ମୋବାଇଲ୍ ସେବା କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ଜିଓ : ଟ୍ରାଇ
ଆଜିର ଖବର

ଓଡ଼ିଶାରେ ମୋବାଇଲ୍ ସେବା କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ଜିଓ : ଟ୍ରାଇ

February 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରିଲାଏନ୍ସ ଜିଓକୁ ବଡ ସଫଳତା । ରିଲାଏନ୍ସ ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ସହିତ ଓଡ଼ିଶାର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇପାରିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ)ର ଉପଭୋକ୍ତା ତଥ୍ୟରୁ ଏହି ସୂଚନା ମିଳିଛି ।

୨୦୧୬ ସେପ୍ଟେମ୍ବରରେ ରାଜ୍ୟରେ ସେବା ପ୍ରଦାନ ଆରମ୍ଭ କରିଥିବା ରିଲାଏନ୍ସ ଜିଓ ସାଢ଼େ ତିନି ବର୍ଷରୁ କମ୍ ସମୟ ଭିତରେ ଏୟାରଟେଲ୍‌କୁ ପଛରେ ପକାଇ ୧.୧୮ କୋଟି ମୋବାଇଲ୍ ଗ୍ରାହକ ହାସଲ କରି ରାଜ୍ୟର ଏକ ନମ୍ବର ମୋବାଇଲ ଅପରେଟର ହୋଇପାରିଛି । ସବୁଠୁ ପସନ୍ଦର ନେଟୱର୍କ ଭାବେ ଗ୍ରାହକ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ବଜାୟ ରଖି ରିଲାଏନ୍ସ ଜିଓ ୨୦୧୯ ବର୍ଷରେ ଓଡ଼ିଶାରେ ୩୭ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ଥିବା ଟାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ରାଜ୍ୟରେ ଯେକୌଣସି ଟେଲିକମ୍ ସେବା ପ୍ରଦାନକାରୀଙ୍କ ତୁଳନାରେ ଏହା ସର୍ବାଧିକ । ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ଅପହଂଚ ଅଂଚଳଗୁଡ଼ିକରେ ଦ୍ରୁତ ଗତିରେ ୪ଜି ନେଟୱର୍କ ସଂପ୍ରସାରଣ ଏବଂ ଗ୍ରାମାଂଚଳ ଓ ଅର୍ଧସହରାଚଂଳର ଲୋକମାନଙ୍କ ମଧ୍ୟରେ ଅତ୍ୟଧିକ ଲୋକପ୍ରିୟ ସୁଲଭ ଜିଓ ଫୋନ୍‌-ଭାରତର ସ୍ମାର୍ଟଫୋନ୍ ଯୋଗୁଁ ରାଜ୍ୟରେ ଜିଓର ଗ୍ରାହକ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି ।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଓଡ଼ିଶାରେ ଏବେ ଜିଓର ୧.୧୮ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ରହିଥିବା ବେଳେ ଏହା ପଛକୁ ଏୟାରଟେଲ୍‌ର ୧.୧୭ କୋଟି, ବିଏସଏନଏଲର ୬୦ ଲକ୍ଷ ଏବଂ ଭୋଡାଫୋନ୍ ଆଇଡିଆର ୩୪ ଲକ୍ଷ ମୋବାଇଲ୍ ଗ୍ରାହକ ରହିଛନ୍ତି । ଉଭୟ ଗ୍ରାହକ ସଂଖ୍ୟା ଏବଂ ରାଜସ୍ୱ ବଜାର ଅଂଶ ଦୃଷ୍ଟିରୁ ଓଡ଼ିଶାରେ ଅଗ୍ରଣୀ ଥିବା ଜିଓର ରାଜ୍ୟରେ ବର୍ତମାନ ପ୍ରୟ ୩୬% ଗ୍ରାହକ ବଜାର ଅଂଶ ରହିଥିବା ବେଳେ ୫୮% ରାଜସ୍ୱ ବଜାର ଅଂଶ (ଏଜିଆର) ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷଙ୍କ ତରଫରୁ ୨୦୧୯ ଅକ୍ଟୋବର-ଡିସେମ୍ବର ତ୍ରୟମାସ ପାଇଁ ଜାରି କରାଯାଇଥିବା ସଦ୍ୟତମ ଆର୍ଥିକ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ଟେଲିକମ୍ ଓ ଡିଜିଟାଲ୍ ସେବା କ୍ଷେତ୍ରରେ ଜିଓ ଏହାର ନେତୃତ୍ୱ ସ୍ଥିତିକୁ ସୁଦୃଢ଼ କରି ମୋଟ ରାଜସ୍ୱରେ ୪୮% ବଜାର ଅଂଶ ଏବଂ ଆଡଜଷ୍ଟେଡ ଗ୍ରସ ରେଭିନ୍ୟ୍ରୁ(ଏଜିଆର)ରେ ୫୮%ରୁ ଅଧିକ ବଜାର ଅଂଶ ହାସଲ କରିଛି ।

jio
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ

July 20, 2026

ଆଜିଠାରୁ ସଂସଦରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଏହା ପୂର୍ବରୁ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ?

July 20, 2026

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

July 20, 2026

ସିଜେପି ର ପ୍ରତିବାଦ ସମୟରେ ହିଂସା!: ୫୦ ରୁ ଅଧିକ ପୋଲିସ ଏବଂ ଯବାନ ଆହତ

July 20, 2026
Latest News

ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ

July 20, 2026

ଆଜିଠାରୁ ସଂସଦରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଏହା ପୂର୍ବରୁ କ’ଣ ଥିଲା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ?

July 20, 2026

ସୋଆର ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପ୍ଲାଷ୍ଟିନେସନ୍ ବିଷୟକ ପୁସ୍ତକ ଉନ୍ମୋଚିତ

July 20, 2026

ସିଜେପି ର ପ୍ରତିବାଦ ସମୟରେ ହିଂସା!: ୫୦ ରୁ ଅଧିକ ପୋଲିସ ଏବଂ ଯବାନ ଆହତ

July 20, 2026

“ବିଶ୍ୱକପରେ କିପରି ୧୧ଟି ମ୍ୟାଚ୍ ଖେଳିପାରିବା?”: ସିରିଜ ହାରିବା ପରେ ଅଧିନାୟକଙ୍କ ଚିନ୍ତା

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.