ଓଡ଼ିଶାରେ ମୋବାଇଲ୍ ସେବା କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ଜିଓ : ଟ୍ରାଇ

Published: Feb 26, 2020, 6:23 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରିଲାଏନ୍ସ ଜିଓକୁ ବଡ ସଫଳତା । ରିଲାଏନ୍ସ ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ସହିତ ଓଡ଼ିଶାର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇପାରିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ)ର ଉପଭୋକ୍ତା ତଥ୍ୟରୁ ଏହି ସୂଚନା ମିଳିଛି ।

୨୦୧୬ ସେପ୍ଟେମ୍ବରରେ ରାଜ୍ୟରେ ସେବା ପ୍ରଦାନ ଆରମ୍ଭ କରିଥିବା ରିଲାଏନ୍ସ ଜିଓ ସାଢ଼େ ତିନି ବର୍ଷରୁ କମ୍ ସମୟ ଭିତରେ ଏୟାରଟେଲ୍‌କୁ ପଛରେ ପକାଇ ୧.୧୮ କୋଟି ମୋବାଇଲ୍ ଗ୍ରାହକ ହାସଲ କରି ରାଜ୍ୟର ଏକ ନମ୍ବର ମୋବାଇଲ ଅପରେଟର ହୋଇପାରିଛି । ସବୁଠୁ ପସନ୍ଦର ନେଟୱର୍କ ଭାବେ ଗ୍ରାହକ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ବଜାୟ ରଖି ରିଲାଏନ୍ସ ଜିଓ ୨୦୧୯ ବର୍ଷରେ ଓଡ଼ିଶାରେ ୩୭ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ଥିବା ଟାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ରାଜ୍ୟରେ ଯେକୌଣସି ଟେଲିକମ୍ ସେବା ପ୍ରଦାନକାରୀଙ୍କ ତୁଳନାରେ ଏହା ସର୍ବାଧିକ । ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ଅପହଂଚ ଅଂଚଳଗୁଡ଼ିକରେ ଦ୍ରୁତ ଗତିରେ ୪ଜି ନେଟୱର୍କ ସଂପ୍ରସାରଣ ଏବଂ ଗ୍ରାମାଂଚଳ ଓ ଅର୍ଧସହରାଚଂଳର ଲୋକମାନଙ୍କ ମଧ୍ୟରେ ଅତ୍ୟଧିକ ଲୋକପ୍ରିୟ ସୁଲଭ ଜିଓ ଫୋନ୍‌-ଭାରତର ସ୍ମାର୍ଟଫୋନ୍ ଯୋଗୁଁ ରାଜ୍ୟରେ ଜିଓର ଗ୍ରାହକ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି ।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ତଥ୍ୟ ଅନୁଯାୟୀ, ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଓଡ଼ିଶାରେ ଏବେ ଜିଓର ୧.୧୮ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ ରହିଥିବା ବେଳେ ଏହା ପଛକୁ ଏୟାରଟେଲ୍‌ର ୧.୧୭ କୋଟି, ବିଏସଏନଏଲର ୬୦ ଲକ୍ଷ ଏବଂ ଭୋଡାଫୋନ୍ ଆଇଡିଆର ୩୪ ଲକ୍ଷ ମୋବାଇଲ୍ ଗ୍ରାହକ ରହିଛନ୍ତି । ଉଭୟ ଗ୍ରାହକ ସଂଖ୍ୟା ଏବଂ ରାଜସ୍ୱ ବଜାର ଅଂଶ ଦୃଷ୍ଟିରୁ ଓଡ଼ିଶାରେ ଅଗ୍ରଣୀ ଥିବା ଜିଓର ରାଜ୍ୟରେ ବର୍ତମାନ ପ୍ରୟ ୩୬% ଗ୍ରାହକ ବଜାର ଅଂଶ ରହିଥିବା ବେଳେ ୫୮% ରାଜସ୍ୱ ବଜାର ଅଂଶ (ଏଜିଆର) ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷଙ୍କ ତରଫରୁ ୨୦୧୯ ଅକ୍ଟୋବର-ଡିସେମ୍ବର ତ୍ରୟମାସ ପାଇଁ ଜାରି କରାଯାଇଥିବା ସଦ୍ୟତମ ଆର୍ଥିକ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ଟେଲିକମ୍ ଓ ଡିଜିଟାଲ୍ ସେବା କ୍ଷେତ୍ରରେ ଜିଓ ଏହାର ନେତୃତ୍ୱ ସ୍ଥିତିକୁ ସୁଦୃଢ଼ କରି ମୋଟ ରାଜସ୍ୱରେ ୪୮% ବଜାର ଅଂଶ ଏବଂ ଆଡଜଷ୍ଟେଡ ଗ୍ରସ ରେଭିନ୍ୟ୍ରୁ(ଏଜିଆର)ରେ ୫୮%ରୁ ଅଧିକ ବଜାର ଅଂଶ ହାସଲ କରିଛି ।

Related posts