20 ତାରିଖରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବ ଭିସ୍ତାରା

Published: Mar 18, 2020, 7:54 pm IST

ମୁମ୍ବାଇ : କୋରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବ କାରଣରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛି ଭିସ୍ତାରା । ଆସନ୍ତା ମାର୍ଚ୍ଚ 20 ତାରିଖରୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ କରିବାର ନିଷ୍ପତ୍ତି ନେଇଛି ଟାଟାର ସହଯୋଗୀ କମ୍ପାନୀ ଭିସ୍ତାରା । କୋରୋନା ପ୍ରଭାବରୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଅନ୍ତର୍ଜାତୀୟ ଉଡାଣ ଉପରେ ରୋକ୍‌ ଲଗାଯାଇଛି । କମ୍ପାନୀ ପକ୍ଷରୁ ପ୍ରାରମ୍ଭିକ ଭାବରେ 11 ଦିନ ପାଇଁ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ମାର୍ଚ୍ଚ 31,2020 ପରେ ସ୍ଥିତିର ସୁଧାର ଆସିଲେ ପୁନର୍ବାର ସେବା ଆରମ୍ଭ କରାଯିବ ବୋଲି ଏୟାରଲାଇନ୍ସ ପକ୍ଷରୁ ବୁଧବାର କୁହାଯାଇଛି । (ଏଜେନ୍ସି)

Related posts