କରୋନା ପ୍ରଭାବ : ୧୮ ବର୍ଷରେ ସର୍ବନିମ୍ନ ସ୍ତରରେ ଅଶୋଧିତ ତୈଳଦର

Published: Mar 30, 2020, 6:20 pm IST

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଭାବରେ ବିଶ୍ବର ଅର୍ଥନୀତି ତଳୁଆ ରହିଥିବା ବେଳେ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାପକ ପରିବର୍ତନ ଦେଖିବାକୁ ମିଳିଛି । କରୋନା ଭାଇରସ୍ ପ୍ରଭାବରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୨୦ ଡଲାରରେ ପହଞ୍ଚିବା ସହିତ ୧୮ ବର୍ଷର ରେକର୍ଡ ଭାଙ୍ଗିଛି । ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଘଟିଥିବା ବେଳେ ୨୦୦୨ ପରଠାରୁ ଏହା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟରେ ୨୫ ପ୍ରତିଶତ ହ୍ରାସ ପାଇଛି । ଗତ ସପ୍ତାହରେ ଏହା ୩୦ ଡଲାର ରହିଥିବା ବେଳେ ସୋମବାର ଏହାର ମୂଲ୍ୟ ୧୯.୯୨ ଡଲାରରେ ପହଞ୍ଚିଛି । ଜାନୁୟାରୀ ୨୦୨୦ରେ ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ୭୧ ଡଲାର ପହଞ୍ଚିଥିବା ବେଳେ ମାତ୍ର ଦୁଇ ମାସ ମଧ୍ୟରେ ଏହାର ମୂଲ୍ୟ 20 ଡଲାରରେ ପହଞ୍ଚିଛି

Related posts