ଘରୋଇ ବିମାନ ଚଳାଚଳ ନେଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ

Published: Apr 19, 2020, 3:21 pm IST

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ କାରଣରୁ ବିମାନ ଚଳାଚଳ ବାତିଲ ରହିଥିବା ବେଳେ ବର୍ତ୍ତମାନ ଘରୋଇ ବିମାନ ଚଳାଚଳ ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି । ରବିବାର ବିଭିନ୍ନ ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଟିକଟ ବୁକିଂ ଆରମ୍ଭ କରାଯାଇଥିଲା । ଏହାକୁ ନେଇ ସାଧାରଣ ଲୋକ ସନ୍ଦିହାନ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ଲକ୍‌ଡାଉନ୍‌ ସମାପ୍ତ ହୋଇନଥିବାରୁ ଏସମ୍ପର୍କରେ କୌଣସି ଘୋଷଣା କରାଯାଇନାହିଁ ଏବଂ ଖୁବ୍‌ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରାଯିବ ବୋଲି ଜଣାପଡିଛି । (ଏଜେନ୍ସି)

Related posts