Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓରେ ୪୩ ହଜାର କୋଟି ଟଙ୍କା ନିବେଶ କରିବ ଫେସ୍‌ବୁକ୍‌
ଆଜିର ଖବର

ଜିଓରେ ୪୩ ହଜାର କୋଟି ଟଙ୍କା ନିବେଶ କରିବ ଫେସ୍‌ବୁକ୍‌

April 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ / ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସରେ ଫେସବୁକ୍ ପକ୍ଷରୁ ୪୩,୫୭୪ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଯାଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଓ ଫେସବୁକ୍ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏକ ଡଲାରର ବିନିମୟ ମୂଲ୍ୟ ୭୦ ଟଙ୍କା ହିସାବରେ ଜିଓ ପ୍ଲାଟଫର୍ମସ୍‌ର ପ୍ରାକ୍‌-ଅର୍ଥ ସଂସ୍ଥାଗତ ମୂଲ୍ୟାଙ୍କନକୁ ୬୫.୯୫ ବିଲିଅନ ଡଲାର (୪.୬୨ ଲକ୍ଷ କୋଟି ଟଙ୍କା) ହିସାବ କରି ଫେସ୍‌ବୁକ୍ ତରଫରୁ ଏହି ନିବେଶ କରାଯାଇଛି । ଫେସବୁକ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମରେ ସମ୍ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ଭିତ୍ତିରେ ୯.୯୯ ପ୍ରତିଶତ ଇକ୍ୱିଟି ଅଂଶଧନରେ ପରିଣତ ହେବ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଏକ ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ଜିଓ ପ୍ଲାଟଫର୍ମ ହେଉଛି ଏକ ପରବର୍ତୀ ପିଢ଼ିର ପ୍ରଯୁକ୍ତି କଂପାନି ଯାହା ଜିଓର ଅଗ୍ରଣୀ ଡିଜିଟାଲ୍ ଆପ୍‌, ଡିଜିଟାଲ୍ ଇକୋସିଷ୍ଟମ୍ ବ୍ୟବସ୍ଥା ଓ ଭାରତର ଏକ ନମ୍ବର ଦ୍ରୁତ ବେଗରେ ଯୋଗାଯୋଗ ପ୍ଲାଟଫର୍ମକୁ ଗୋଟିଏ ଛତା ତଳକୁ ଆଣି ଭାରତରେ ଡିଜିଟାଲ୍ ସମାଜ ଗଠନ କରୁଛି । ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ଯାହା ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ଯୋଗାଯୋଗ ସୁବିଧା ପ୍ରଦାନ କରୁଛି ତାହା ଜିଓ ପ୍ଲାଟଫର୍ମସ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ହୋଇରହିବ ।

ଜିଓର ଲକ୍ଷ୍ୟ ହେଉଛି ୧୩୦ କୋଟି ଭାରତୀୟ, ଭାରତୀୟ ବ୍ୟବସାୟ , ବିଶେଷକରି କ୍ଷୁଦ୍ର ବ୍ୟବସାୟୀ, ଲଘୁ-ବ୍ୟବସାୟୀ ଓ ଚାଷୀମାନଙ୍କ ପାଇଁ ଡିଜିଟାଲ୍ ଇଣ୍ଡିଆ ଗଠନ କରିବା । ଜିଓ ଭାରତୀୟ ଡିଜିଟାଲ୍ ସେବାକ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଛି ଏବଂ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ପ୍ରଯୁକ୍ତି ଓ ଜ୍ଞାନକୌଶଳର ଦେଶ ହେବା ତଥା ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ଅର୍ଥନୀତି ହେବା ପଥରେ ଭାରତକୁ ଆଗେଇ ନେଉଛି ।

ଫେସ୍‌ବୁକ୍ ସହିତ ଏହି ସହଭାଗିତା ବିଷୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “୨୦୧୬ରେ ଯେତେବେଳେ ରିଲାଏନ୍ସ ପକ୍ଷରୁ ଜିଓର ଶୁଭାରମ୍ଭ କରାଗଲା ସେତେବେଳେ ଭାରତର ଡିଜିଟାଲ୍ ସର୍ବୋଦୟ ସ୍ୱପ୍ନକୁ ନେଇ ଆମେ ଆଗକୁ ବଢ଼ିଥିଲୁ – ଏହା ଥିଲା ପ୍ରତିଟି ଭାରତୀୟଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଭାରତର ଅନ୍ତର୍ଭୁକ୍ତୀକରଣ ଡିଜିଟାଲ୍ ଅଭ୍ୟୁଦୟ ଓ ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ସମସ୍ତ ଭାରତୀୟଙ୍କ ଲାଭ ପାଇଁ ଡିଜିଟାଲ୍ ବ୍ୟବସ୍ଥାର ପ୍ରସାର, ବୃଦ୍ଧି ଓ ପୁନଃର୍ବିନ୍ୟାସ ଜାରି ରଖିବା ଲାଗି ଫେସବୁକ୍‌କୁ ଆମର ଦୀର୍ଘ-ମିଆଦୀ ସହଯୋଗୀ ଭାବେ ସ୍ୱାଗତ କରିବାର ସୁଯୋଗକୁ ନେଇ ଆମେ ଅତ୍ୟନ୍ତ କୃତଜ୍ଞ ।

equity facebook jio
Share. Facebook Twitter LinkedIn Email WhatsApp Copy Link

Related Posts

୯ ପୋଲିସକୁ ଫାଶୀ

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

୨୦୨୫–୨୬ ଆର୍ଥିକ ବର୍ଷରେ ସ୍କ୍ରାପ୍ ବିକ୍ରୟରୁ ରେକର୍ଡ ରାଜସ୍ୱ ଅର୍ଜନ କଲା ପୂର୍ବ ତଟ ରେଳପଥ

April 6, 2026

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାଇଁ ସତର୍କର ଘଣ୍ଟି!: ସର୍ଭେ ରିପୋର୍ଟରେ ଟିଏମସି-ବିଜେପି କଡ଼ା ଟକ୍କର

April 6, 2026
Latest News

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.