ଆରବିଆଇର ବଡ ଘୋଷଣା : ମ୍ୟୁଚୁଆଲ୍‌ ଫଣ୍ଡ ନିମନ୍ତେ 50 ହଜାର କୋଟିର ଘୋଷଣା

Published: Apr 27, 2020, 2:12 pm IST

ମୁମ୍ବାଇ : ଆଜି ଆରବିଆଇ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଅର୍ଥନୈତିକ ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ଆରବିଆଇ ପକ୍ଷରୁ 50 ହଜାର କୋଟିର ସ୍ବତନ୍ତ୍ର ଅର୍ଥରାଶି ଘୋଷଣା କରାଯାଇଛି । 50 ହଜାର କୋଟି ଟଙ୍କାର ଏହି ସ୍ବତନ୍ତ୍ର ଫଣ୍ଡ ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ 90 ଦିନ ମଧ୍ୟରେ ସମସ୍ତ ବ୍ୟାଙ୍କରେ ଏହି ଅର୍ଥରାଶି ନିମନ୍ତେ ଆବେଦନ କରିପାରିବେ । ସୋମବାରରୁ ଶୁକ୍ରବାର ଛୁଟିଦିନ ବ୍ୟତିରେକ ଏହି ଅର୍ଥରାଶି ନିମନ୍ତେ ଆବେଦନ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ଘୋଷଣା କରାଯାଇଛି । ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ଫ୍ରାଙ୍କ୍‌ଲିନ୍ ଟେମ୍ପଲ୍‌ଟନ୍ ବିଗତ ସପ୍ତାହରେ ନିଜର 6ଟି ଫଣ୍ଡକୁ ବନ୍ଦ କରିବାକୁ ନିଷ୍ପତ୍ତି ନେବା ପରେ ଆରବିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । (ଏଜେନ୍ସି)

Related posts