ତିନି ମାସ ମୋରାଟୋରିୟମ୍‌ ଅବଧି ବଢାଇପାରେ ଆରବିଆଇ

Published: May 19, 2020, 3:46 pm IST

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ର ଅବଧି ମେ 31 ପର୍ଯ୍ୟନ୍ତ ବଢାଇ ଥିବା ବେଳେ ଆର୍‌ବିଆଇ ପକ୍ଷରୁ ମୋରାଟୋରିୟମ୍‌(ଲୋନ୍‌ ପରିଶୋଧ) ଅବଧି ବୃଦ୍ଧି କରାଯିବାର ସମ୍ଭାବନା ରହିଛି । ଏସ୍‌ବିଆଇ ପକ୍ଷରୁ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଦେଶରେ ଲୋକଙ୍କ ନିକଟରେ ଆୟର ପନ୍ଥା ନଥିବାରୁ ଋଣ ପରିଶୋଧ ସମ୍ଭବ ନୁହେଁ । ସେହିପରି ଋଣ ପରିଶୋଧ ନହେଲେ ଆକାଉଣ୍ଟ ଗୁଡିକ ନନ୍‌ ପର୍ଫର୍ମିଙ୍ଗ ଲୋନ୍‌ ବର୍ଗକୁ ଚାଲି ଆସିବ । ଏହାକୁ ଦୂର କରିବା ପାଇଁ ଆରବିଆଇ ପକ୍ଷରୁ ଋଣ ପରିଶୋଧର ଅବଧି ଅଗଷ୍ଟ 31 ପର୍ଯ୍ୟନ୍ତ ବଢାଇ ଦିଆଯିବାର ସମ୍ଭାବନା ରହିଛି । ମାର୍ଚ୍ଚ ମାସରେ ଆରବିଆଇ ପକ୍ଷରୁ ତିନି ମାସିଆ ମୋରାଟୋରିୟମ୍‌ର ଘୋଷଣା କରାଯାଇଥିଲା । ବର୍ତ୍ତମାନ ପରିପ୍ରେକ୍ଷୀରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଥିବାରୁ ମୋରାଟୋରିୟମ୍‌ ଅବଧିରେ ବୃଦ୍ଧି ଘଟିବାର ସମ୍ଭାବନା ଦେଖାଦେଇଛି । (ଏଜେନ୍ସି)

Related posts