
ନୂଆଦିଲ୍ଲୀ : କ୍ରମାଗତ ସପ୍ତମ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ । ପେଟ୍ରୋଲ ଦାମରେ 59 ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍ରେ 61 ପଇସା ବୃଦ୍ଧି ପାଇଛି । ସ୍ଥାନୀୟ ବ୍ରିକି ଅନୁଯାୟୀ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଅଲଗା ଅଲଗା ରହିଛି। ଗତ ଛଅ ଦିନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 3.31 ଟଙ୍କା ଏବଂ ଡିଜେଲର ମୂଲ୍ୟ 3.42 ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡିଶାରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ଆଜି 75.07 ଟଙ୍କା ରହିଛି ।(ଏଜେନ୍ସି)