Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସିଲା ଟ୍ରାଇ ରିପୋର୍ଟ, ଫେବୃୟାରୀ ମାସରେ ଓଡିଶାରୁ ଜିଓରେ ଯୋଡି ହେଲେ ଦୁଇ ଲକ୍ଷରୁ ଉର୍ଦ୍ଧ ଗ୍ରାହକ
ଜାତୀୟ ଖବର

ଆସିଲା ଟ୍ରାଇ ରିପୋର୍ଟ, ଫେବୃୟାରୀ ମାସରେ ଓଡିଶାରୁ ଜିଓରେ ଯୋଡି ହେଲେ ଦୁଇ ଲକ୍ଷରୁ ଉର୍ଦ୍ଧ ଗ୍ରାହକ

June 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ବଜାରରେ ଧିରେ ଧିରେ ରିଲାଏନ୍ସ ଜିଓ ତାହାର ସ୍ଥିତି ସୁଦୃଢ କରିବାରେ ଲାଗିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୦ ଫେବ୍ରୁଆରିରେ ରିଲାଏନ୍ସ ଜିଓ ଓଡ଼ିଶାରେ ଦୁଇ ଲକ୍ଷ ତେୟାଳିଶ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଛି ।

ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱ ବଜାର ଅଂଶ ଦୃଷ୍ଟିରୁ ଓଡ଼ିଶାର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ଭାବେ ୨୦୨୦ ଫେବ୍ରୁଆରି ୨୯ ସୁଦ୍ଧା ରାଜ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ୧ କୋଟି ୨୩ ଲକ୍ଷରୁ ଅଧିକ ରହିଥିବା ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି ।

ଫେବ୍ରୁଆରି ମାସରେ ଓଡ଼ିଶାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ପାଖାପାଖି ୨.୦୬ ଲକ୍ଷ ବୃଦ୍ଧି ଘଟିଛି ଏବଂ ଏହା ସହିତ ରାଜ୍ୟର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩.୩୪ କୋଟିରେ ପହଞ୍ଚିଥିବା ଜଣାପଡିଛି । ଟ୍ରାଇ ତଥ୍ୟ ଅନୁଯାୟୀ, ରାଜ୍ୟ ଟେଲିକମ୍ ବଜାରରେ ଅଗ୍ରଣୀ ଭୂମିକାରେ ଥିବା ରିଲାଏନ୍ସ ଜିଓର ୧,୨୩,୨୫,୫୮୭ ମୋବାଇଲ୍ ଉପଭୋକ୍ତା ରହିଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ୍‌ର ୧,୧୫,୩୫,୨୨୬, ବିଏସ୍‌ଏନ୍‌ଏଲ୍‌ର ୬୧,୭୫,୭୬୮ ଓ ଭୋଡାଫୋନ୍ ଆଇଡିଆର ୩୩,୪୧,୭୯୦ ମୋବାଇଲ୍ ଉପଭୋକ୍ତା ଅଛନ୍ତି ।

ଫେବ୍ରୁଆରିରେ କେବଳ ରିଲାଏନ୍ସ ଜିଓ ଓ ବିଏସ୍‌ଏନ୍‌ଏଲ୍ ନୂଆ ଗ୍ରାହକ ଯୋଡ଼ିବାରେ ସକ୍ଷମ ହୋଇଥିବା ବେଳେ ଏହି ସମାନ ସମୟରେ ଉଭୟ ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ହଜାର ହଜାର ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଜିଓ ପକ୍ଷରୁ ୨.୪୩ ଲକ୍ଷ ଗ୍ରାହକ ଯୋଡ଼ାଯାଇଥିବା ବେଳେ ବିଏସ୍‌ଏନ୍‌ଏଲ୍ ପ୍ରାୟ ୭୫ ହଜାର ଗ୍ରାହକ ଯୋଡ଼ିଛି । ଭାରତୀ ଏୟାରଟେଲ୍ ଏହି ମାସରେ ରାଜ୍ୟରେ ୮୩ ହଜାରରୁ ଅଧିକ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ପ୍ରାୟ ୨୯,୦୦୦ ଗ୍ରାହକ ହରାଇଛି ।

ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଜାତୀୟ ସ୍ତରରେ ମଧ୍ୟ ରିଲାଏନ୍ସ ଜିଓ ୨୦୨୦ ଫେବ୍ରୁଆରିରେ ୬୨.୫ ଲକ୍ଷରୁ ଅଧିକ ଗ୍ରାହକ ଯୋଡିବା ସହ ଦେଶର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥିତିକୁ ଆହୁରି ସୂଦୃଢ଼ କରିଛି ।

ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ୨୦୧୯ ଡିସେମ୍ବର ତଥ୍ୟ ଅନୁଯାୟୀ, ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଓ ରାଜସ୍ୱ ବଜାରରେ ସିଂହ ଭାଗ ଅଂଶ ସହିତ ରିଲାଏନ୍ସ ଜିଓ ଓଡ଼ିଶା ରାଜ୍ୟର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ହୋଇରହିଛି ।

ଉଭୟ ଗ୍ରାହକ ଓ ରାଜସ୍ୱ ବଜାର ଅଂଶ ଅନୁଯାୟୀ ଏକ ନମ୍ବର ରହିଥିବା ଜିଓ ପାଖରେ ବର୍ତମାନ ପ୍ରାୟ ୩୬.୯% ଗ୍ରାହକ ବଜାର ଅଂଶ ରହିଥିବା ବେଳେ ୫୮%ରୁ ଅଧିକ ରାଜସ୍ୱ ବଜାର ଅଂଶ (ଏଜିଆର) ରହିଛି । ଏହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ସଂଯୋଗ ନଥିବା ଦୁର୍ଗମ ଅଂଚଳକୁ ଦ୍ରୁତ ଗତିରେ ୪ଜି ନେଟୱର୍କର ସଂପ୍ରସାରଣ ଓ ଭାରତର ଗ୍ରାମାଚଂଳ ଓ ଅର୍ଧ-ସହରାଚଂଳବାସୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ସୁଲଭ ମୂଲ୍ୟର ଜିଓ ଫୋନ୍ – ଭାରତର ସ୍ମାର୍ଟଫୋନ୍ ପାଇଁ ରାଜ୍ୟରେ ଜିଓର ଗ୍ରାହକ ସଂଖ୍ୟା ଦ୍ରୁତ ଗତିରେ ଓ ନିରନ୍ତର ଭାବେ ବୃଦ୍ଧି ପାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷଙ୍କ ତରଫରୁ ୨୦୧୯ ଅକ୍ଟୋବର-ଡିସେମ୍ବର ତ୍ରୟମାସ ପାଇଁ ଜାରି କରାଯାଇଥିବା ସଦ୍ୟତମ ଆର୍ଥିକ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ଟେଲିକମ୍ ଓ ଡିଜିଟାଲ୍ ସେବା କ୍ଷେତ୍ରରେ ଜିଓ ଏହାର ନେତୃତ୍ୱ ସ୍ଥିତିକୁ ସୁଦୃଢ଼ କରି ମୋଟ ରାଜସ୍ୱରେ ୪୮% ବଜାର ଅଂଶ ଏବଂ ଆଡ୍‌ଜଷ୍ଟେଡ୍ ଗ୍ରସ୍ ରେଭିନ୍ୟ୍ରୁ(ଏଜିଆର)ରେ ୫୮%ରୁ ଅଧିକ ବଜାର ଅଂଶ ହାସଲ କରିଛି ।

Reliance JIO
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

ଟିଏମସି ଏବଂ ବିଜେପି ମଧ୍ୟରେ ଲଢ଼େଇର ଶିକାର ହେଉଛନ୍ତି ଯୁବଗୋଷ୍ଠୀ

April 21, 2026

ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା

April 20, 2026

କଟକରେ ଆସନ୍ତା ତିନିଦିନ ପାଇଁ ସ୍କୁଲ ଓ କଲେଜ ଛୁଟି ଘୋଷଣା

April 20, 2026

ଗଞ୍ଜାମ ଜିଲ୍ଲାରେ ତିନିଦିନ ସ୍କୁଲ ଛୁଟି

April 20, 2026

ଭାରତୀୟ ନୌସେନାର ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତଦେହ ଉଦ୍ଧାର

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.