Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜିଓ ପ୍ଲାଟ୍‌ଫର୍ମସ୍‌ର ୭.୭୩% ଅଂଶଧନ ପାଇଁ ଗୁଗୁଲ୍ ନିବେଶ କରିବ ୩୩,୭୩୭ କୋଟି ଟଙ୍କା
ବିଶେଷ ଖବର

ଜିଓ ପ୍ଲାଟ୍‌ଫର୍ମସ୍‌ର ୭.୭୩% ଅଂଶଧନ ପାଇଁ ଗୁଗୁଲ୍ ନିବେଶ କରିବ ୩୩,୭୩୭ କୋଟି ଟଙ୍କା

July 15, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌), ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ଓ ଗୁଗୁଲ୍ ଏଲ୍‌ଏଲ୍‌ସି (ଗୁଗୁଲ୍‌) ପକ୍ଷରୁ ଏକ ନିର୍ଦିଷ୍ଟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଆଜି ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଜିଓ ପ୍ଲାଟଫର୍ମସ୍‌ରେ ଗୁଗୁଲ୍ ପକ୍ଷରୁ ୩୩,୭୩୭ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ ।

ଜିଓ ପ୍ଲାଟ୍‌ଫର୍ମସ୍‌ର ମୋଟ ଇକ୍ୱିଟି ମୂଲ୍ୟ ୪.୩୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ଗୁଗୁଲ୍ ପକ୍ଷରୁ ଏହି ପୁଞ୍ଜିନିବେଶ କରାଯାଇଛି । ଗୁଗୁଲ୍‌ର ଏହି ନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୭.୭୩% ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ । ଏହା ସହିତ, ଜିଓ ପ୍ଲାଟଫର୍ମସ୍‌ରେ ଆର୍ଥିକ ଓ ଗୁରୁତ୍ୱପୂର୍ଣ୍ଣ ନିବେଶକମାନଙ୍କ ମୋଟ ପୁଞ୍ଜିନିବେଶ ପରିମାଣ ୧,୫୨,୦୫୬ କୋଟି ଟଙ୍କାରେ ପହଂଚିଛି ।

ଭାରତର କୋଣ ଅନୁକୋଣରେ ଡିିଟିଟାଲ୍‌କରଣ (ଡିଜିଟାଇଜେସନ)ର ଲାଭ ପହଞ୍ଚାଇବା ଲାଗି ଜିଓ ଓ ଗୁଗୁଲ୍ ପକ୍ଷରୁ କରାଯାଉଥିବା ବର୍ତ୍ତମାନର ଉଦ୍ୟମ ଉପରେ ଆଧାର କରି ଏହି ନିବେଶ ବର୍ତମାନ ଦେଶରେ ଥିବା ୫୦୦ ନିୟୁତରୁ ଅଧିକ ଇଟଂରନେଟ୍ ବ୍ୟବହାରକାରୀଙ୍କ ଠାରୁ ଆହୁରି ଆଗକୁ ବୃଦ୍ଧି ପାଇବ । ଆଣ୍ଡ୍ରଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍ ଓ ପ୍ଲେ ଷ୍ଟୋର୍ ଅପ୍‌ଟିମାଇଜେସନ୍ (ଅନୁକୂଳ) କରିବା ସହିତ ମିଳିତ ଭାବେ ଏଂଟ୍ରି ଲେବଲ୍ ବା ପ୍ରବେଶ ସ୍ତରର ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ବିକଶିତ କରିବା ଲାଗି ଜିଓ ପ୍ଲାଟଫର୍ମସ୍ ଓ ଗୁଗୁଲ୍ ମଧ୍ୟରେ ଏକ ବାଣିଜ୍ୟିକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି ।

ଭାରତର ନିୟୁତାଧିକ ମୋବାଇଲ୍ ବ୍ୟବହାରକାରୀ କିଭଳି ସ୍ମାର୍ଟଫୋନ୍‌ର ମାଲିକ ହୋଇପାରିବେ ତୃଣମୂଳ ସ୍ତରରୁ ତାହାକୁ ନେଇ ଭାବିବା ଲାଗି ଉଭୟ ସଂସ୍ଥା ଉତ୍ସାହିତ ରହିଛନ୍ତି । ଏହି ଉଦ୍ୟମ ନୂତନ ସୁଯୋଗ ସୃଷ୍ଟି କରିବ, ଯାହା ସକ୍ରିୟ ଆପ୍ଲିକେସନର ପରିବେଶ ବା ଇକୋସିଷ୍ଟମ୍‌କୁ ସଶକ୍ତ କରିବା ସହ ନୂଆ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ଅଭିନବତା ଓ ନୂତନତ୍ୱ ଉପରେ ଗୁରୁତ୍ୱ ପଅଦାନ କରିବ ।

ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ସହାୟକ ହେଉଥିବା ସୂଚନା ହାସଲ କରିବା ପାଇଁ ନିୟୁତାଧିକ ଭାରତୀୟ ଗ୍ରାହକଙ୍କୁ ଗୁଗୁଲ ସଶକ୍ତ କରିଛି ଏବଂ ସେହିପରି ପରିବର୍ତନ ଓ ନୂତନତ୍ୱ ଆଣିବା କ୍ଷେତ୍ରରେ ଜିଓ ହେଉଛି ଏକ ଶକ୍ତି । ଗୁଗୁଲ୍‌କୁ ଆମେ ସ୍ୱାଗତ କରୁଛୁ ଏବଂ ଏହି ସହଭାଗିତା ଭାରତକୁ କ’ଣ ସବୁ ପ୍ରଦାନ କରିପାରବ ସେନେଇ ବେଶ୍ ଉତ୍ସାହିତ ରହିଛୁ ।

ଏହି ସବୁ ମଧ୍ୟରେ ରହିଛି ଇଟଂରନେଟ୍ ବ୍ୟବହାରକୁ ସାର୍ବଜନୀନ କରିବା ଠାରୁ ଆରମ୍ଭ କରି ନୂଆ ଡିଜିଟାଲ୍ ଅର୍ଥନୀତିକୁ ଆହୁରି ଗଭୀର କରିବା ଓ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ପ୍ରମୁଖ ଗତିଶୀଳତା ପ୍ରଦାନ କରିବା ଇତ୍ୟାଦି । ଏକ ନୂତନ ଡିଜିଟାଲ୍ ଭାରତ ଗଠନର ପରିବର୍ତନଶୀଳ ଯାତ୍ରାରେ ଆମେ ମିଳିତ ଭାବେ ଏକ ସହାୟତା ପ୍ରଦାନକାରୀର ଭୂମିକା ନିର୍ବାହ କରିବାକୁ ଆଶା ରଖିଛୁ ।”

ଗୁଗୁଲ ସିଇଓ ସୁନ୍ଦର ପିଚାଇ କହିଛନ୍ତି ଯେ, “ଭାରତର ଡିଜିଟାଲ୍ ପରିବର୍ତନ ଏବଂ ପୁନର୍ବିନ୍ୟାସ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ବିଶେଷ କରି ଜିଓ ପ୍ଲାଟଫର୍ମ ଅଧିକ ଶ୍ରେୟ ହାସଲ କରିବାର ହକଦାର । ଭାରତରେ ଡିଜିଟାଲ୍ ପରିବର୍ତନର ଓ ପୁନର୍ବିନ୍ୟାସର ଗତି ଓ ବ୍ୟାପକତା ଆମକୁ ଗଭୀର ଭାବେ ଅନୁପ୍ରାଣିତ କରିଛି ଏବଂ ପ୍ରଥମେ ଭାରତ ପାଇଁ ଉତ୍ପାଦ ଗଠନ କରିବା ଆମକୁ ସବୁସ୍ଥାନର ବ୍ୟବହାରକାରୀଙ୍କ ପାଇଁ ଉନ୍ନତ ଉତ୍ପାଦ ବିକଶିତ କରିବାରେ ସହାୟକ ହେଉଛି ବୋଲି ଆମର ରହିଥିବା ଭାବନାକୁ ଏହା ଆହୁରି ସୂଦୃଢ଼ କରିିଛି । ଜିଓରେ ୩୩,୭୩୭ କୋଟି ଟଙ୍କା ନିବେଶ କରୁଥିବାରୁ ଗୁଗୁଲ୍ ଗର୍ବିତ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସର୍ବାଧିକ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ୍ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍‌ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି ।

ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ସାରାଦେଶର ବ୍ୟବସାୟ, ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ । ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ଯାହା ୩୮୮ ନିୟୁତ ଗ୍ରାହକଙ୍କୁ ଯୋଗାଯୋଗ ସେବା ପ୍ରଦାନ କରୁଛି ତାହା ଜିଓ ପ୍ଲାଟଫର୍ମସ୍‌ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ହୋଇରହିବ ।

ଏହି ସହଭାଗିତା ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ମଂଜୁରି ଉପରେ ନିର୍ଭରଶୀଳ । ମର୍ଗାନ ଷ୍ଟାନଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ଉପଦେଷ୍ଟା ଭୂମିକା ନିର୍ବାହ କରିଥିବା ବେଳେ ଏଜେଡବି ଆଣ୍ଡ ପାର୍ଟନର୍ସ ଏବଂ ଡେଭିସ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ଏହି କାରବାର ପାଇଁ ଗୁଗୁଲ୍‌କୁ ଆଇନ ପରାମର୍ଶ ସଂସ୍ଥା ଫ୍ରେସ୍‌ଫିଲ୍ଡସ୍ ବ୍ରୁକ୍‌ହସ୍ ଡେରିଞ୍ଜର ୟୁଏସ୍ ଏଲ୍‌ଏଲ୍‌ପି ଓ ଜେ ସାଗର ଆସୋସିଏଟସ୍ ପରାମର୍ଶ ଦେଇଛନ୍ତି ।

Reliance JIO
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.