ନୂଆଦିଲ୍ଲୀ, କେନ୍ଦ୍ର ସରକାର ନିକଟରେ କେବଳ ମାର୍ଚ୍ଚ ମାସ ପାଇଁ ବସ୍ତୁ ଓ ସେବା କର କ୍ଷତିପୂରଣ ବାବଦକୁ 13,806 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାକୁ ମିଶାଇ 2019-20 ଆର୍ଥିକ ବର୍ଷରେ ରାଜ୍ୟଗୁଡିକୁ କ୍ଷତିପୂରଣ ବାବଦ ସମସ୍ତ ଅର୍ଥ ପଇଠ କରାଯାଇଛି । ଏହି ଅବଧି ମଧ୍ୟରେ ମୋଟ କ୍ଷତିପୂରଣ ବାବଦକୁ 1,65,302 କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ସମୟ ମଧ୍ୟରେ 95,444 କୋଟି ଟଙ୍କା ସଂଗୃହିତ ହୋଇଛି ।
2019-20 ଆର୍ଥିକ ବର୍ଷର କ୍ଷତିପୂରଣ ପଇଠ କରିବା ବେଳେ 2017-18 ଏବଂ 2018-19 ଆର୍ଥିକ ବର୍ଷର ବଳକା ଥିବା ଅର୍ଥକୁ ମଧ୍ୟ ହିସାବକୁ ନିଆଯାଇଛି । ଏହାଛଡା କେନ୍ଦ୍ର 33,412 କୋଟି ଟଙ୍କା ଦେଶର ଅନାବଦ୍ଧ ପାଣ୍ଠିରୁ ମଧ୍ୟ ପ୍ରଦାନ କରିଛି । ନିମ୍ନରେ ରାଜ୍ୟୱାରୀ ପ୍ରଦାନ କରାଯାଇଥିବା ବସ୍ତୁ ଓ ସେବା କର ବାବଦ କ୍ଷତିପୂରଣ ଅର୍ଥ ହିସାବ ଦିଆଯାଇଛି ।
କ୍ର.ସଂ | ରାଜ୍ୟ/
କେନ୍ଦ୍ରଶାସିତ ଅଞ୍ଚଳ |
2019-20
ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ (କୋଟିରେ) |
କ୍ର.ସଂ | ରାଜ୍ୟ/
କେନ୍ଦ୍ରଶାସିତ ଅଞ୍ଚଳ |
2019-20
ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ (କୋଟିରେ) |
1 | ଆନ୍ଧ୍ର ପ୍ରଦେଶ | 3028 | 17 | ମଣିପୁର | 0 |
2 | ଅରୁଣାଚଳ ପ୍ରଦେଶ | 0 | 18 | ମେଘାଳୟ | 157 |
3 | ଆସାମ | 1284 | 19 | ମିଜୋରାମ | 0 |
4 | ବିହାର | 5464 | 20 | ନାଗାଲାଣ୍ଡ | 0 |
5 | ଛତିଶଗଡ | 4521 | 21 | ଓଡିଶା | 5122 |
6 | ଦିଲ୍ଲୀ | 8424 | 22 | ପୁଡୁଚେରି | 1057 |
7 | ଗୋଆ | 1093 | 23 | ପଞ୍ଜାବ | 12187 |
8 | ଗୁଜରାଟ | 14801 | 24 | ରାଜସ୍ଥାନ | 6710 |
9 | ହରିୟାଣା | 6617 | 25 | ସିକ୍କିମ | 0 |
10 | ହିମାଚଳ ପ୍ରଦେଶ | 2477 | 26 | ତାମିଲନାଡୁ | 12305 |
11 | ଜମ୍ମୁ ଓ କଶ୍ମୀର | 3281 | 27 | ତେଲଙ୍ଗାନା | 3054 |
12 | ଝାଡଖଣ୍ଡ | 2219 | 28 | ତ୍ରିପୁରା | 293 |
13 | କର୍ଣ୍ଣାଟକ | 18628 | 29 | ଉତ୍ତରପ୍ରଦେଶ | 9123 |
14 | କେରଳ | 8111 | 30 | ଉତ୍ତରାଖଣ୍ଡ | 3375 |
15 | ମଧ୍ୟ ପ୍ରଦେଶ | 6538 | 31 | ପଶ୍ଚିମବଙ୍ଗ | 6200 |
16 | ମହାରାଷ୍ଟ୍ର | 19233 | ମୋଟ | 165302 |