Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଖୁବ ଶିଘ୍ର ଭାରତ କିଣିବ 8 ହଜାର 7ଶହ 22 କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କଣ ସେହି ସାମରିକ ଉପକରଣ
ଅନ୍ତରାଷ୍ଟ୍ରୀୟ

ଖୁବ ଶିଘ୍ର ଭାରତ କିଣିବ 8 ହଜାର 7ଶହ 22 କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କଣ ସେହି ସାମରିକ ଉପକରଣ

August 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଦେଶୀ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ ସେନା ଗୁରୁତ୍ୱ ଦେଉଛି। ଏହି ଅନୁସାରେ ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଆଜି 8ହଜାର 7ଶହ 22 କୋଟି 38 ଲକ୍ଷ ଟଙ୍କା ମୂଲ୍ୟର ଦେଶୀ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର କ୍ରୟ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସ୍‌ଇ) ଅନୁମୋଦନ କରିଛି।

ଏଥିରେ ବାୟୁସେନା ପାଇଁ 106ଟି ମୌଳିକ ତାଲିମ ପ୍ରଦାନକାରୀ ବିମାନ ବା ବେସିକ୍‌ ଟ୍ରେନର ଏୟାରକ୍ରାଫ୍ଟ ଅନ୍ତର୍ଭୁକ୍ତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦର ବୈଠକରେ ଏସବୁ କ୍ରୟ ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି । ଇତିମଧ୍ୟରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍‌) ଏଚ୍‌ଟିଟି-04 ଶ୍ରେଣୀର ମୌଳିକ ତାଲିମ ପ୍ରଦାନକାରୀ ବିମାନର ପ୍ରତିରୂପ ବିକଶିତ କରିଛି।

ଖୁବ୍‌ଶୀଘ୍ର ଏଥିପାଇଁ ହାଲ୍‌ ଏ ସଂକ୍ରାନ୍ତ ପ୍ରମାଣପତ୍ର ହାସଲ କରିବ। ଏହି ଶ୍ରେଣୀର 106ଟି ବିମାନ ହାଲ୍‌ଠାରୁ କିଣିବାକୁ ଆଜି ପରିଷଦ ଅନୁମତି ପ୍ରଦାନ କରିଛି। ପ୍ରାରମ୍ଭିକ ଅବସ୍ଥାରେ 70ଟି ଏଭଳି ବିମାନ କ୍ରୟ କରାଯିବ। ପରେ ଅବଶିଷ୍ଟ 36ଟିକୁ ବାୟୁସେନାରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି।

ଭାରତୀୟ ନୌବାହିନୀର ଶକ୍ତି ବୃଦ୍ଧି ପାଇଁ ପରିଷଦ ଉନ୍ନତ ମାନର ସୁପର ରାପିଡ୍‌ ଗନ୍‌ ମାଉଣ୍ଟ ବା ଏସ୍‌ଆରଜିଏମ୍‌ କିଣିବ। ଏହା ନୌବାହିନୀ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ମୁଖ୍ୟ ଯୁଦ୍ଧ ଜାହାଜରେ ମୁତୟନ ହେବ। ଏହି ଏସ୍‌ଆରଜିଏମ୍‌ ଭାରତ ହେଭି ଇଲେକ୍‌ଟ୍ରିକାଲ ବା ଭେଲରୁ କିଣାଯିବ। ଏସ୍‌ଆରଜିଏମ୍‌ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଓ ଦ୍ରୁତଗାମୀ ଯୁଦ୍ଧ ବିମାନର ଗତିପଥ ତୁରନ୍ତ ଠାବ କରି ନିମିଷକେ ତାର ପ୍ରତିରୋଧ କରିବାକୁ ସକ୍ଷମ। ଏଥିପାଇଁ ମଧ୍ୟ ଡିଏସ୍‌ଇର ଅନୁମୋଦନ ମିଳିଛି।

ଭାରତରେ ଏବେ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପ୍ରତିରକ୍ଷା ବାହିନୀର ଆବଶ୍ୟକତା ପୂରଣ କରିବାକୁ ସକ୍ଷମ। ଏଥିପାଇଁ ମଧ୍ୟ ଆବଶ୍ୟକ ଟେକ୍‌ନୋଲଜି ଭାରତରେ ରହିଛି। ତାହାକୁ ଦୃଷ୍ଟିରେ ରଖି ଡିଏସ୍‌ଇ 125 ଏମ୍‌ଏମ୍‌ ଆର୍ମର ପିୟରସିଂ ଫିନ୍‌ ଷ୍ଟାବିଲାଇଜଡ ଡିସ୍‌କାର୍ଡିଂ ସାବର୍ଟ ଗୋଳା ଭାରତୀୟ ସେନା ପାଇଁ କିଣିବାକୁ ଡିଏସ୍‌ଇ ଅନୁମୋଦନ ଦେଇଛି। ଏଥିରେ ପ୍ରାୟ 70 ଭାଗ ଦେଶୀ କାରଗରୀ ଜ୍ଞାନକୌଶଳ ନିୟୋଜିତ କରାଯାଇଛି।

ସେହିଭଳି ଏକେ-203 ଏବଂ ମାନବ ବିହୀନ ଆକାଶ ଯାନ କ୍ରୟ କରିବା ସଂକ୍ରାନ୍ତ ଏକ ପ୍ରସ୍ତାବ ଡିଏସଇର ଅନୁମୋଦନ ଲାଭ କରିଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ବଡ଼ ସତର୍କତା: ବିଜ୍ଞପ୍ତି ଜାରି କଲା ବିମାନ କମ୍ପାନୀ

August 21, 2026
Latest News

ତାରିକ ରହମାନଙ୍କ ଭାରତ ଗସ୍ତକୁ ନେଇ ନୂଆ ଅପଡେଟ୍‌, ବଦଳିଲା ତାରିଖ

August 22, 2026

ମହାନଦୀରୁ ୨ ନାବାଳିକା ଉଦ୍ଧାର

August 22, 2026

୧ ନମ୍ବର ହାଟରେ ଅଗ୍ନିକାଣ୍ଡ

August 22, 2026

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.