ପ୍ରଥମ ଥର ପାଇଁ ଦେଶରେ ଜଣେ କରୋନା ରୋଗୀଙ୍କୁ ଏୟାର ଆମ୍ବୁଲାନସରେ କରାଗଲା ସ୍ଥାନାନ୍ତରିତ

Published: Sep 7, 2020, 7:45 am IST

ଚେନ୍ନାଇ, ପ୍ରଥମ ଥର ପାଇଁ ଦେଶରେ ଜଣେ କୋଭିଡ -୧୯ ରୋଗୀକୁ ବିମାନରେ ଗୋଟିଏ ସହରରୁ ଆଉ ଏକ ସହରକୁ ନିଆଯାଇଛି।  ରବିବାର ଦିନ ଜଣେ ଗୁରୁତର କରୋନା ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ କୋଲକାତା ରୁ ଚେନ୍ନାଇକୁ ନିଆଯାଇଥିଲା ବୋଲି ICATT Kyathi Air Ambulance କହିଛି।

ଏହି ଏୟାର ଆମ୍ବୁଲାନ୍ସର ନିର୍ଦ୍ଦେଶକ ରାହୁଲ ସର୍ଦ୍ଦାର କହିଛନ୍ତି ଯେ ୫୮ ବର୍ଷ ବୟସ୍କ ପୁରୁଷ କୋଭିଡ -୧୯ ରୋଗୀ ରବିବାର ଦିନ କୋଲକାତାରୁ ଚେନ୍ନାଇକୁ ଏକ ଡବଲ ଇଞ୍ଜିନ ବିମାନରେ ନିଆଯାଇଥିଲା। ପ୍ରଥମ ଥର ପାଇଁ ଏକ କୋଭିଡ-୧୯ ରୋଗୀଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ସ୍ଥାନାନ୍ତର କରିବା ଏହା ପ୍ରଥମ ବୋଲି ସେ କହିଥିଲେ।

ଏହି ରୋଗୀଙ୍କୁ ସ୍ଥାନାନ୍ତରିତ ନିଶ୍ଚିତ ହେବା ପରେ ଏୟାର ଆମ୍ବୁଲାନ୍ସ କଂପାନୀର ମେଡିକାଲ ଟିମ ଗତ ଶନିବାର ସଂଧ୍ୟାରେ କୋଲକାତାରେ ପହଁଚିଥିଲେ। ଏଥିରେ ହୃଦ୍‌ରୋଗ ଡାକ୍ତର, ଆନାସ୍ଥେଆଷ୍ଟି ଏବଂ ପାରାମେଡିକାଲ ଷ୍ଟାଫ ଥିଲେ। ଏହି ଦଳ ପ୍ରଥମେ ରୋଗୀଙ୍କ ନେବା ପାଇଁ ସମସ୍ତ କାର୍ଯ୍ୟ କରିବା ପରେ ରବିବାର ଦିନ ରୋଗୀଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।

ସାଧାରଣତଃ କୋଲକାତା ଏବଂ ଚେନ୍ନାଇ ମଧ୍ୟରେ ବିମାନ ଅବଧି ୨ ଘଣ୍ଟା ୧୫ ମିନିଟ୍ ଲାଗିଥାଏ । ହେଲେ ସବୁଜ କରିଡର ମାଧ୍ୟମରେ ମାତ୍ର ୩୦ ମିନିଟ ମଧ୍ୟରେ ରୋଗୀକୁ କୋଲକାତାରୁ ଚେନ୍ନାଇ ବିମାନବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା ବୋଲି କଂପାନୀ କହିଛି।

ସେହିପରି ଚେନ୍ନାଇ ବିମାନବନ୍ଦରରୁ ରୋଗୀକୁ ୧୫ ମିନିଟରେ ଅନ୍ୟ ଏକ ସବୁଜ କରିଡର ମାଧ୍ୟମରେ ଏମଜିଏମ ହେଲଥ କେୟାରକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତର ପ୍ରକ୍ରିୟା ସମୟରେ ରୋଗୀ ECMO (Extracorporeal Membrane Oxygenation) ରେ ଥିଲେ ।

ସର୍ଦ୍ଦାର କହିଛନ୍ତି ଯେ ଏହି ସ୍ଥାନାନ୍ତରିତ କାମ ସରିବା ପରେ ବର୍ତ୍ତମାନ ସମଗ୍ର ବିମାନକୁ ଜର୍ମାନ ନିର୍ମିତ ଆଇସୋଲେସନ ପୋଡ ମାଧ୍ୟମରେ ସାନିଟାଇଜେସନ କରାଯିବ। ବର୍ତ୍ତମାନ ଏୟାର ଆମ୍ବୁଲାନସ ଚାହିଦା ବୃଦ୍ଧି ହେଉଥିବାରୁ କଂପାନୀ ଆଉ ଏକ ବିମାନ ଆଣିବାକୁ ଯୋଜନା ରଖିଛି।

ବର୍ତ୍ତମାନ କମ୍ପାନୀର ଦୁଇଟି ଆମ୍ବୁଲାନସ ବିମାନ ଏବଂ ହେଲିକପ୍ଟର ରହିଛି। ସେହିପରି ସାନିଟାଇଜେସନ ପାଇଁ ଆହୁରି ଚାରିଟି ପୋଡ୍ ଆଣାଯିବ। ଯାହାର ପ୍ରତ୍ୟେକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ।

ଜଣେ ରୋଗୀକୁ ଏୟାର ଆମ୍ବୁଲାନ୍ସରେ ନେଲେ ତାହାର ମୂଲ୍ୟ ଯାତ୍ରା ଦୂରତା ଉପରେ ନିର୍ଭର କରେ ବୋଲି ସର୍ଦ୍ଦାର କହିଛନ୍ତି। ବର୍ତ୍ତମାନ କୋଭିଡ -୧୯ ରୋଗୀଙ୍କ ସ୍ଥାନାନ୍ତର ପାଇଁ କମ୍ପାନୀ ପ୍ରତିଦିନ ପ୍ରାୟ ୧୦-୧୫ କଲ୍ ଆସୁଥିବାର ଜଣାପଡିଛି।

ଏହାପୂର୍ବରୁ ଏହି ଏୟାର ଆମ୍ବୁଲାନସ କଂପାନୀ ଏମଜିଏମ ହେଲଥ କେୟାରରେ ଫୁସଫୁସ ପ୍ରତିରୋପଣ କରିବା ପାଇଁ ଦିଲ୍ଲୀରୁ ଚେନ୍ନାଇକୁ ଏକ କୋଭିଡ -୧୯ ଆରୋଗ୍ୟ ରୋଗୀଙ୍କୁ ବିମାନରେ ନେଇଥିଲେ।

Related posts