Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ସ୍ବାସ୍ଥ୍ୟ

ପ୍ରଥମ ଥର ପାଇଁ ଦେଶରେ ଜଣେ କରୋନା ରୋଗୀଙ୍କୁ ଏୟାର ଆମ୍ବୁଲାନସରେ କରାଗଲା ସ୍ଥାନାନ୍ତରିତ

ଚେନ୍ନାଇ, ପ୍ରଥମ ଥର ପାଇଁ ଦେଶରେ ଜଣେ କୋଭିଡ -୧୯ ରୋଗୀକୁ ବିମାନରେ ଗୋଟିଏ ସହରରୁ ଆଉ ଏକ ସହରକୁ ନିଆଯାଇଛି।  ରବିବାର ଦିନ ଜଣେ ଗୁରୁତର କରୋନା ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ କୋଲକାତା ରୁ ଚେନ୍ନାଇକୁ ନିଆଯାଇଥିଲା ବୋଲି ICATT Kyathi Air Ambulance କହିଛି।

ଏହି ଏୟାର ଆମ୍ବୁଲାନ୍ସର ନିର୍ଦ୍ଦେଶକ ରାହୁଲ ସର୍ଦ୍ଦାର କହିଛନ୍ତି ଯେ ୫୮ ବର୍ଷ ବୟସ୍କ ପୁରୁଷ କୋଭିଡ -୧୯ ରୋଗୀ ରବିବାର ଦିନ କୋଲକାତାରୁ ଚେନ୍ନାଇକୁ ଏକ ଡବଲ ଇଞ୍ଜିନ ବିମାନରେ ନିଆଯାଇଥିଲା। ପ୍ରଥମ ଥର ପାଇଁ ଏକ କୋଭିଡ-୧୯ ରୋଗୀଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ସ୍ଥାନାନ୍ତର କରିବା ଏହା ପ୍ରଥମ ବୋଲି ସେ କହିଥିଲେ।

ଏହି ରୋଗୀଙ୍କୁ ସ୍ଥାନାନ୍ତରିତ ନିଶ୍ଚିତ ହେବା ପରେ ଏୟାର ଆମ୍ବୁଲାନ୍ସ କଂପାନୀର ମେଡିକାଲ ଟିମ ଗତ ଶନିବାର ସଂଧ୍ୟାରେ କୋଲକାତାରେ ପହଁଚିଥିଲେ। ଏଥିରେ ହୃଦ୍‌ରୋଗ ଡାକ୍ତର, ଆନାସ୍ଥେଆଷ୍ଟି ଏବଂ ପାରାମେଡିକାଲ ଷ୍ଟାଫ ଥିଲେ। ଏହି ଦଳ ପ୍ରଥମେ ରୋଗୀଙ୍କ ନେବା ପାଇଁ ସମସ୍ତ କାର୍ଯ୍ୟ କରିବା ପରେ ରବିବାର ଦିନ ରୋଗୀଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା।

ସାଧାରଣତଃ କୋଲକାତା ଏବଂ ଚେନ୍ନାଇ ମଧ୍ୟରେ ବିମାନ ଅବଧି ୨ ଘଣ୍ଟା ୧୫ ମିନିଟ୍ ଲାଗିଥାଏ । ହେଲେ ସବୁଜ କରିଡର ମାଧ୍ୟମରେ ମାତ୍ର ୩୦ ମିନିଟ ମଧ୍ୟରେ ରୋଗୀକୁ କୋଲକାତାରୁ ଚେନ୍ନାଇ ବିମାନବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା ବୋଲି କଂପାନୀ କହିଛି।

ସେହିପରି ଚେନ୍ନାଇ ବିମାନବନ୍ଦରରୁ ରୋଗୀକୁ ୧୫ ମିନିଟରେ ଅନ୍ୟ ଏକ ସବୁଜ କରିଡର ମାଧ୍ୟମରେ ଏମଜିଏମ ହେଲଥ କେୟାରକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତର ପ୍ରକ୍ରିୟା ସମୟରେ ରୋଗୀ ECMO (Extracorporeal Membrane Oxygenation) ରେ ଥିଲେ ।

ସର୍ଦ୍ଦାର କହିଛନ୍ତି ଯେ ଏହି ସ୍ଥାନାନ୍ତରିତ କାମ ସରିବା ପରେ ବର୍ତ୍ତମାନ ସମଗ୍ର ବିମାନକୁ ଜର୍ମାନ ନିର୍ମିତ ଆଇସୋଲେସନ ପୋଡ ମାଧ୍ୟମରେ ସାନିଟାଇଜେସନ କରାଯିବ। ବର୍ତ୍ତମାନ ଏୟାର ଆମ୍ବୁଲାନସ ଚାହିଦା ବୃଦ୍ଧି ହେଉଥିବାରୁ କଂପାନୀ ଆଉ ଏକ ବିମାନ ଆଣିବାକୁ ଯୋଜନା ରଖିଛି।

ବର୍ତ୍ତମାନ କମ୍ପାନୀର ଦୁଇଟି ଆମ୍ବୁଲାନସ ବିମାନ ଏବଂ ହେଲିକପ୍ଟର ରହିଛି। ସେହିପରି ସାନିଟାଇଜେସନ ପାଇଁ ଆହୁରି ଚାରିଟି ପୋଡ୍ ଆଣାଯିବ। ଯାହାର ପ୍ରତ୍ୟେକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ।

ଜଣେ ରୋଗୀକୁ ଏୟାର ଆମ୍ବୁଲାନ୍ସରେ ନେଲେ ତାହାର ମୂଲ୍ୟ ଯାତ୍ରା ଦୂରତା ଉପରେ ନିର୍ଭର କରେ ବୋଲି ସର୍ଦ୍ଦାର କହିଛନ୍ତି। ବର୍ତ୍ତମାନ କୋଭିଡ -୧୯ ରୋଗୀଙ୍କ ସ୍ଥାନାନ୍ତର ପାଇଁ କମ୍ପାନୀ ପ୍ରତିଦିନ ପ୍ରାୟ ୧୦-୧୫ କଲ୍ ଆସୁଥିବାର ଜଣାପଡିଛି।

ଏହାପୂର୍ବରୁ ଏହି ଏୟାର ଆମ୍ବୁଲାନସ କଂପାନୀ ଏମଜିଏମ ହେଲଥ କେୟାରରେ ଫୁସଫୁସ ପ୍ରତିରୋପଣ କରିବା ପାଇଁ ଦିଲ୍ଲୀରୁ ଚେନ୍ନାଇକୁ ଏକ କୋଭିଡ -୧୯ ଆରୋଗ୍ୟ ରୋଗୀଙ୍କୁ ବିମାନରେ ନେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

କୋଭିଡ ରୋଗୀଙ୍କୁ ଆଇଟୋଲିଜୁମାବ ଔଷଧ ସୀମିତ ବ୍ୟବହାର ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ, ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) କୋଭିଡ-19 ଆକ୍ରନ୍ତଙ୍କ ପାଇଁ ‘ଆଇଟୋଲିଜୁମାବ’ ଔଷଧ ଜରୁରୀକାଳୀନ ସୀମିତ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି। ‘ଆଇଟୋଲିଜୁମାବ’ (ଆରଡିଏନ୍‌ଏ ଅରିଜିନ) ଏକ ମନୋକ୍ଲୋନାଲ ଆଣ୍ଟିବଡି ବା ରୋଗ ପ୍ରତିରୋଧକାରୀ ଔଷଧ। ଏହା ଏବେ ଗୁରୁତର ଏବଂ ପୁରୁଣା ପ୍ଲାକ୍‌ ସୋରିଆସିସ୍‌ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଛି । କୋଭିଡ ଆକ୍ରାନ୍ତଙ୍କୁ ଏହା ଦିଆଯାଇପାରିବ ବୋଲି ପରୀକ୍ଷାମୂଳକ ପ୍ରୟୋଗ ପରେ ଡିସିଜିଆଇ ଅନୁମତି ଦେଇଛନ୍ତି।

ବାଇକନ୍‌ କଂପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ଔଷଧଟି ପ୍ଲାକ୍‌ ସୋରିଆସିସ୍‌ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ 2013ରୁ  ଆଲ୍‌ଜୁମାବ ବ୍ରାଣ୍ଡ ନାମରେ ବିକ୍ରି ହେଉଛି । ଏହି ଦେଶୀ ଔଷଧଟିକୁ କୋଭିଡ ଚିକିତ୍ସା ପାଇଁ ପୁନଃଉଦ୍ୟେଶିତ କରାଯାଇଛି ।

ବାଇକନ କଂପାନୀ ଏହି ଔଷଧର କ୍ଲିନିକାଲ ପରୀକ୍ଷା କରିବା ପରେ ସଂପୃକ୍ତ ରିପୋର୍ଟ ଡିସିଜିଆଇକୁ ଦେଇଥିଲା। ଡିସିଜିଆଇର ବିଶେଷଜ୍ଞ କମିଟି ଏହା ଉପରେ ତର୍ଜମା କରିବା ପରେ କୋଭିଡ ରୋଗୀଙ୍କୁ ଏହା ଦିଆଯାଇପାରିବ ବୋଲି ମତ ଦେଇଛନ୍ତି । ଏହି ଔଷଧ ଇନ୍‌ଫ୍ଲାମେସନ ବା ପ୍ରଦାହ ପାଇଁ ବିଶେଷ ଦାୟୀ ଆଇଏଲ୍‌-6, ଟିଏନ୍‌ଏଫ୍‌ଏ ଆଦିର ପ୍ରକୋପକୁ ଉଲ୍ଲେଖନୀୟଭାବେ ହ୍ରାସ କରିପାରୁଥିବା ପରୀକ୍ଷାରୁ ଜଣାପଡିଛି।

ଏହି ଔଷଧ କୋଭିଡ ରୋଗୀଙ୍କୁ ଦିଆଗଲେ ସେମାନେ ମାତ୍ରାଧିକ ଇନ୍‌ଫ୍ଲାମେସନରୁ ରକ୍ଷା ପାଇପାରିବେ। କମିଟିର ସୁପାରିସ ଆଧାରରେ ଡିସିଜିଆଇ ଏହି ଔଷଧର ବିକ୍ରିବଟା ପାଇଁ ଅନୁମତି ଦେଇଛନ୍ତି ଏବଂ ନିଜ ନିର୍ଦେଶରେ ସ୍ପଷ୍ଟ କରିଦେଇଛନ୍ତି ଯେ ସ୍ୱଳ୍ପ ଓ ମଧ୍ୟମ ଧରଣର କରୋନା ଆକ୍ରାନ୍ତଙ୍କ ପାଇଁ ଏହା ଜରୁରୀକାଳୀନ ସ୍ଥିତିରେ ସୀମିତଭାବେ ବ୍ୟବହାର ହୋଇପାରିବ।

ଏହା କେବଳ ସଂପୃକ୍ତ ରୋଗୀ ଯେତେବେଳେ ମାତ୍ରାଧିକ ଶ୍ୱାସ କ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହେବେ ସେତେବେଳେ ସାଇଟୋକାଇନ୍‌ ରିଲିଜ ସିମ୍‌ଣ୍ଡ୍ରୋମ ପାଇଁ ଏହା ବ୍ୟବହୃତ ହେବ। ଅବଶ୍ୟ ଏଥିପାଇଁ ହସ୍‌ପିଟାଲରେ ଆବଶ୍ୟକ ଜରୁରୀକାଳୀନ ପରିଚାଳନା ବ୍ୟବସ୍ଥା ରଖିବାକୁ ପଡିବ। ହସ୍ପିଟାଲ ବାହାରେ ଏହି ଔଷଧ ବ୍ୟବହାର କରାଯାଇପାରିବ ନାହିଁ । ଏହି ଦେଶୀ ଔଷଧ ଆଇଟୋଲିଜୁମାବ ବ୍ୟବହାର ଫଳରେ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ତୁଳନାତ୍ମକଭାବେ ଯଥେଷ୍ଟ ହ୍ରାସ ପାଇବ।

ସୂଚନାଯୋଗ୍ୟ ଯେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-19 ପ୍ରୋଟକଲ ଅନୁସାରେ ରୋଗୀଙ୍କ ଚିକିତ୍ସା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ସେଥିରେ ଯେଉଁ ଇନ୍‌ଭେଷ୍ଟିଗେସ୍‌ନାଲ ଥେରାପି ବିଧି ରହିଛି ତଦନୁସାରେ ଏହି ଔଷଧକୁ ବ୍ୟବହାର କରାଯିବ।