Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ସମେତ ୧୬ଟି ରାଜ୍ୟକୁ ମିଳିଲା ୬ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ
ଜାତୀୟ ଖବର

ଓଡିଶା ସମେତ ୧୬ଟି ରାଜ୍ୟକୁ ମିଳିଲା ୬ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

October 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶା ସମେତ ୧୬ଟି ରାଜ୍ୟକୁ ପ୍ରଥମ ଦଫାରେ ଦେଲେ ୬ ହଜାର କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ, ୨୦୨୦-୨୧ ଅର୍ଥିକ ବର୍ଷରେ ଜିଏସ୍‌ଟି ସଂଗ୍ରହ ଲକ୍ଷ୍ୟ ହାସଲରେ ଯେଉଁ ଅଭାବ ପରିଲକ୍ଷିତ ହୋଇଥିଲା ତାହାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ତାହାର ସମାଧାନ ସୂତ୍ର ବାହାର କରିଛନ୍ତି । ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାର ଋଣକରି ପ୍ରଥମ ଦଫାରେ ଜିଏସ୍‌ଟି କ୍ଷତିପୂରଣ ବାବଦରେ ୧୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ୬୦୦୦ କୋଟି ଟଙ୍କା ଦେଇଛନ୍ତି । ସ୍ପେଶାଲ ବରୋଇଂ ୱିଣ୍ଡୋ ମାଧ୍ୟମରେ ଏହି ଅର୍ଥ ପାଇବା ପାଇଁ ୨୧ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କେନ୍ଦ୍ରକୁ ନିଜର ସମ୍ମତି ଜଣାଇଥିଲେ । ରାଜ୍ୟମାନେ କ୍ରମାଗତ ଋଣ କରିବା କ୍ଷେତ୍ରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସମନ୍ୱୟ କାର‌୍ୟ୍ୟ ନିର୍ବାହ କରି ଏହି ବ୍ୟବସ୍ଥାରେ ଅର୍ଥ ଯୋଗାଇ ଦେଇଛି ।

ରାଜ୍ୟମାନଙ୍କ ମଧ୍ୟରୁ ୫ଟି ରାଜ୍ୟର ଜିଏସ୍‌ଟି କ୍ଷତିପୂରଣ ବାବଦ କୌଣସି ବକେୟା ନ ଥିଲା। ଅନ୍ୟ ରାଜ୍ୟମାନଙ୍କ ଆବଶ୍ୟକତା ପୂରଣ ପାଇଁ ଆଜି କେନ୍ଦ୍ର ସରକାର ୬ ହଜାର କୋଟି ଟଙ୍କା ଋଣ କରି ପ୍ରଥମ ଦଫାରେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିଆନା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଅଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ଓଡ଼ିଶା, ତାମିଲନାଡୁ, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ତଥା ଦୁଇ କେନ୍ଦ୍ର ଶାସତି ଅଞ୍ଚଳ ଦିଲ୍ଲୀ ଏବଂ ଜମ୍ମୁ ଓ କଶ୍ମୀର ଏଭଳି ୧୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି ।

ସରକାର ଏହି ଋଣ ବାର୍ଷିକ ୫.୧୯ ଶତାଂଶ ସୁଧରେ ଉଠାଇଛନ୍ତି । ଏହି ୬ ହଜାର କୋଟି ଟଙ୍କା ସାପ୍ତାହିକ ଭିତ୍ତିରେ ସଂପୃକ୍ତ ରାଜ୍ୟମାନଙ୍କୁ ପ୍ରଦାନ କରାଯିବ । ସଂପୃକ୍ତ ଋଣର ମିଆଦ ୩ରୁ ୫ ବର୍ଷ ରହିଛି ।

gst ଓଡିଶାକୁ ଜିଏସଟି
Share. Facebook Twitter LinkedIn Email WhatsApp Copy Link

Related Posts

ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଛି ଭାରତୀୟ ରେଳ

December 19, 2025

ଫାଇନାଲରେ ହରିୟାଣାକୁ ୬୯ ରନରେ ପରାସ୍ତ କଲା ଝାଡ଼ଖଣ୍ଡ: ପ୍ରଥମ ଥର ଜିତିଲା ସୟଦ ମୁସ୍ତାକ ଅଲି ଟ୍ରଫି

December 19, 2025

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଜୋହୋର ପ୍ରତିଷ୍ଠାତା ତଥା ବୈଜ୍ଞାନିକ ଶ୍ରୀଧର ଭେମ୍ବୁ

December 19, 2025

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ

December 19, 2025
Latest News

ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଛି ଭାରତୀୟ ରେଳ

December 19, 2025

ଫାଇନାଲରେ ହରିୟାଣାକୁ ୬୯ ରନରେ ପରାସ୍ତ କଲା ଝାଡ଼ଖଣ୍ଡ: ପ୍ରଥମ ଥର ଜିତିଲା ସୟଦ ମୁସ୍ତାକ ଅଲି ଟ୍ରଫି

December 19, 2025

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଜୋହୋର ପ୍ରତିଷ୍ଠାତା ତଥା ବୈଜ୍ଞାନିକ ଶ୍ରୀଧର ଭେମ୍ବୁ

December 19, 2025

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟି ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ

December 19, 2025

ଭୁବନେଶ୍ୱରରେ ଆରମ୍ଭ ହେଲା ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ

December 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.