ଆଜି ଛଅଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ, ନେଚେତ ଅସୁବିଧାରେ ପଡିବାର ରହିଛି ସମ୍ଭାବନା

Published: Nov 4, 2020, 7:43 am IST

ନୂଆଦିଲ୍ଲୀ, ଆଜି 4 ତାରିଖ ବୁଧୁବାର ଛଅଟି ରାଶିର ବ୍ୟକ୍ତିମାନେ ସାବଧାନ ରହିବାର ଆବଶ୍ୟକତା ରହିଛି। କାରଣ ଏହି ରାଶିର ବ୍ୟକ୍ତିମାନଙ୍କ ଗଣନା ଅନୁସାରେ ବୁଧୁବାର ଦିନ 10ଟାରୁ କୌଣସି ଏକ ଅପ୍ରିତିକର ପରିସ୍ଥିତର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେବେ ତାହାକୁ ଠିକ୍ ଭାବରେ ସମ୍ମୁଖୀନ ହେଲେ ପରବର୍ତ୍ତି ସମୟରେ ଜବନ ଶାନ୍ତିମୟ ହୋଇ ଉଠିବ।

ମେଷ, ସିଂହ, ଧନୁ ରାଶି

ଏହି ତିନି ରାଶିର ବ୍ୟକ୍ତିମାନେ ଆଜି ଦିନ 10ଟାଠାରୁ ଟିକିଏ ସାବଧାନ ରହିବେ। ବିଶେଷ କରି ଯେଉଁମାନେ ଅଫିସରେ କାର୍ଯ୍ୟ କରୁଛନ୍ତି ସେମାନେ ଅଧିକ ସାବଧାନ ରହିବା ଆବଶ୍ୟକ। କାରଣ ଗଣନା କହୁଛି ଯେ, ଆଜି ହୁଏତ ଆପଣ ଅଫିସ ରାଜନୀତି ଭିତରେ ଫସି ଯାଇପାରନ୍ତି। ଆପଣଙ୍କ ସହକର୍ମିମାନେ କୌଣସି ଭୁଲ କଥାର ସ୍ବୀକୃତ ନେଇପାରନ୍ତି। ଯାହାଫଳରେ ଆପଣ ପରବର୍ତ୍ତି ସମୟରେ ଅଫିସରେ ନିନ୍ଦିତ ହେବେ। ସେଥିପାଇଁ କୌଣସି ଫାଇଲରେ ଦସ୍ତଖତ କରିବା ପୂର୍ବରୁ ଭଲଭାବରେ ଯାଞ୍ଚ କରି ନିଅନ୍ତୁ।

ଆଜି ଆପଣଙ୍କୁ ଅଫିସରେ କେହି ବହୁତ ଲୋଭନୀୟ ଜିନିଷ ଯାଚି ପାରନ୍ତି। ସେଥିପାଇଁ ସାବଧାନ ରହିବେ। ଆଜି ପରିବାର ଭିତରେ ହଠାତ କୌଣସି ଏକ ଅପ୍ରୀତିକର ପରିସ୍ଥିତର ସାମ୍ମନା କରିପାରନ୍ତି। ଯେପରିକି ଘରେ ଚୋରୀ ହେବା ହେଉ କିମ୍ବା ଛୋଟ ଦୁର୍ଘଟଣା। କୌଣସି ଏକ ନୂଆ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି କରନ୍ତୁ। ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ଖୁବ ଶିଘ୍ର ଖୋଲିବାକୁ ଯାଉଛି। କାରଣ ଆଜିର ଦିନ ପରେ ଏହି ତିନିରାଶିର ବ୍ୟକ୍ତିମାନେ ବେଶ୍ ଖୁସି ହେବେ ଏବଂ ଧନ ପ୍ରାପ୍ତିର ସମ୍ଭବନା ମଧ୍ୟ ରହିଛି।

ମିଥୁନ,ତୂଳା କୁମ୍ଭ ରାଶି

ଏହି ତିନିରାଶିର ବ୍ୟକ୍ତିମାନଙ୍କ ମନ ଆଜି ବେଶ ତୀବ୍ର ରହିବ। ବହୁତ କିଛି କରିବାକୁ ଆପଣ ବ୍ୟାକୁଳ ହେବେ। ହେଲେ ସେସବୁ ଭାବି ଚିନ୍ତି କରିବାର ଆବଶ୍ୟକତା ରହିଛି। ଆପଣଙ୍କର ମଧ୍ୟ ଦିନ 10ଟା ପରେ ସାବଧାନ ରହିବା ଜରୁରୀ। କାରଣ ଆପଣଙ୍କୁ କେହି ଲୋଭନୀୟ ପଦାର୍ଥ ଦେଇ ଫସେଇ ଦେବାର ସମ୍ଭାବନା ରହିଛି। ଆପଣଙ୍କ ପଛରେ ଲୋକମାନେ ବହୁତି କିଛି ଟାହିଟାପରା କରିପାରନ୍ତି। ସେସବୁ ଖବର ଆପଣଙ୍କ ପାଖକୁ ଆସିବ। ହେଲେ ସେଥିରେ ବିଚଳିତ ହେବେ ନାହିଁ। ଆଜି ଆପଣ ଆପଣଙ୍କ ଘରେ ଶାନ୍ତି ବଜାଇ ରଖିବାକୁ ଚେଷ୍ଠା କରନ୍ତୁ। କୌଣସି କଥାରେ ଜିଦ୍ କରନ୍ତୁ ନାହିଁ। ରାତିରେ ଆପଣଙ୍କୁ ଏକ ଖୁସି ଖବର ହୁଏତ ମିଳିପାରେ।

Related posts